ଦୁର୍ନିତି

‘ଆମପୁଲିସ’ହାତରେ ଧରାପଡୁ ନାହାନ୍ତି ଡକାୟତ!!

Spread the love

କଟକ,ଗ୍ରାମାଞ୍ଚଳ ୦୯।୦୩(ନି.ପ୍ର) କଟକ ଗ୍ରାମାଞ୍ଚଳ ଜିଲ୍ଲା ପୁଲିସ ଅନ୍ତର୍ଗତ ଗୋବିନ୍ଦପୁର ଥାନା,ଖୋଦ ଗୋବିନ୍ଦଙ୍କ ଭରସାରେ।ଡକାୟତଙ୍କର ଭରସାର ପ୍ରଭୁ ଗୋବିନ୍ଦ।ପୁଲିସର ବି ଭରସା ସେଇ ଗୋବିନ୍ଦଙ୍କୁ।ଜଣେ ଧରା ନ ପଡ଼ିବାକୁ ଗୋବିନ୍ଦଙ୍କୁ ଡାକୁଛି ତ ଅନ୍ୟଜଣେ ଧରା କେମିତି ପଡିବେ ଗୋବିନ୍ଦଙ୍କୁ ଧରିଛି। ତେଣିକି ଗୋବିନ୍ଦର ବିଚାର,ଆଉ ଲୋକଙ୍କ ଭାଗ୍ୟ!!ଏହାରି ଭିତରେ ଜୀବନ ଜିଉଁଛନ୍ତି ଗୋବିନ୍ଦପୁରିଆ,ସେଥିପାଇଁ ବୋଧହୁଏ ସ୍ଥାନର ନାମ ଗୋବିନ୍ଦପୁର ବୋଲି କେହି କେହି କହୁଛନ୍ତି।ଧନ୍ୟ କହିବ ସେମାନଙ୍କୁ!କିଛି ଓଜର ଆପତ୍ତି ନାହିଁ।ଦେଲେ କିଛି କହିବେ ନାହିଁ ନଦେଇ ପିଣ୍ଡା,ଓଳି,ଘର ସବୁ ନେଇଗଲେ ବି କିଛି କହିବେ ନାହିଁ ଭାରି ସହଣିକ,କେତେକ ସ୍ଥଳେ ନିର୍ମାୟା କହିବା ଟା ଓଲଟା ଅର୍ଥରେ ଖରାପ ବୁଝେଇପାରେ।ଏମିତି ଅଂଚଳ ସାରା ଓଡ଼ିଶାରେ କାହିଁ କେଉଁଠି ଥିବ!!??ଭାବି ହେଉନି।ଜିଲ୍ଲାର ଏସ.ପି ଓ ଅତିରିକ୍ତ ଏସ.ପି ନିଶ୍ଚୟ ଦକ୍ଷ ସଚୋଟ ଏଥିରେ କିଛି ଦ୍ବି ମତ ହେବାର ନାହିଁ।ହେଲେ ଥାନା ଗୁଡିକର ଅବସ୍ଥା କହିଲେ ନ ସରେ।ଦୁଇଟି ଘଟଣାର ଉଦାହରଣ ଯଥେଷ୍ଟ ହେବ। ଥାନା ଅନ୍ତର୍ଗତ ସାଇଲୋ ଝାରପଡା ଠାରେ ଥିବା କାନାରା ବ୍ୟାଙ୍କ ଶାଖାର ଏଟିଏମ୍ ଭିତରେ ପଶି ୩ ଦୁର୍ବୃତ୍ତ ପ୍ରାୟ ଅଧଲକ୍ଷ ଟଙ୍କାର ବ୍ୟାଟେରୀ ଚୋରି କରି ନେଲେ।ସି.ସି ଟି.ଭି ଫୁଟେଜରୁ ଜଣା ପଡିଲା କି ସେମାନେ ବ୍ୟାଟେରୀ ଚୋରି ଆଗରୁ ଏଟିଏମ୍ ରୁ ୫୦୦ ଟଙ୍କା ଉଠାଣର ଅଭିନୟ ରଚିଥିଲେ।ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ କ୍ରମେ ଯେଉଁ ଏଟିଏମ୍ କାର୍ଡ ଦ୍ୱାରା ଦୁର୍ବୃତ୍ତ ମାନଙ୍କ ଦ୍ୱାରା ଟଙ୍କା ଉଠାଣ ହୋଇଥିଲା ତାହାର ତଥ୍ୟ ବାଙ୍ଗାଲୋରକୁ ପରୀକ୍ଷା ନିମନ୍ତେ ପଠା ଯିବାରେ ଜଣା ପଡ଼ିଲାକି ଏଟିଏମ୍ କାର୍ଡ ଟି ମନୋଜ ନାୟକ ,ଘର ଭୁବନେଶ୍ୱରର ଚକେଇଶିଆଣିରେ।ଶହୀଦ ନଗର,ବ୍ୟାଙ୍କ ଅଫ ବରୋଦା ଶାଖାରେ ଆକାଉଣ୍ଟ ରହିଛି।ହେଲେ ଏ ଯାବତ ଏତେ ତଥ୍ୟ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଗଲେ ବି ଗୋବିନ୍ଦପୁର ପୋଲିସ ଡକାୟତଙ୍କ ଛାଇ ଛୁଇଁବାରେ ସମର୍ଥ ହୋଇ ପାରିନାହିଁ।ଦ୍ଵିତୀୟ ଘଟଣାଟି ଏହି ଥାନା ଅନ୍ତର୍ଗତ ଡିମିରି ଫାଣ୍ଡି ଅଧିନରେ ଆସୁଥିବା କନ୍ଦଳ ନଦୀ ର ତଣ୍ଡିକଣା ସେତୁ ପାଖରେ ଘଟିଥିଲା।ଦିନ ଦ୍ବି ପ୍ରହରରେ ଜଣେ ବ୍ୟବସାୟୀ କଟକ ମାଲଗୋଦାମକୁ ସଉଦା କିଣିବାକୁ ଯାଉଥିବାବେଳେ,ଡକାୟତ ମାନେ ବନ୍ଧୁକ ଦେଖାଇ ୧ଲକ୍ଷ ୭୬ ହଜାର ଟଙ୍କା ଲୁଟିନେଲେ।ଏଯାଏ ଗୋବିନ୍ଦପୁର ପୁଲିସ ଡକାୟତଙ୍କ ଲାଞ୍ଜ ବି ଖୋଜି ପାଉନି।ଏତଦ୍ ଭିନ୍ନ ବହୁ ଧର୍ତ୍ତବ୍ୟ ମାମଲାକୁ ପୁଲିସ ପଞ୍ଜିକରଣ ନ କରି ଆପୋଷ ସମାଧାନ କରୁଛି,ନାହିଁ ତ ପକ୍ଷକୁ ଶିଖାଇ କାଉଣ୍ଟର ଏତଲା ସଂଗ୍ରହ କରୁଛି ଓ ତାହାକୁ ଅସ୍ତ୍ର କରି, ତାହା ମାଧ୍ୟମରେ ଆପୋଷ ମିଳାମିଶା ନିମନ୍ତେ ବାଧ୍ୟ କରୁଛି।ଦୁଷ୍କର୍ମ,ଆହତ ଆଦି ଘଟଣାର ୨୪ ଘଣ୍ଟାଭିତରେ ଡାକ୍ତରୀ ମାଇନା କରାଯାଉନାହିଁ।ଫଳରେ ପ୍ରମାଣ ଲୁଚିଯାଉଛି।ଅନେକ ସମୟରେ ପୁଲିସ ଅପରାଧୀଙ୍କ ପକ୍ଷଧର ସାଜି ଫାଇଦାରେ ରହୁଥିବା ଵୃତ୍ତିର ମର୍ଯ୍ୟାଦା ହାନି କରୁଛି।ଗଣମାଧ୍ୟମରେ କାର୍ଯ୍ୟରତ ପ୍ରତିନିଧି ମାନଙ୍କ ନାମରେ ମାମଲା ରୁଜୁକରିବାରେ ପୁଲିସ ଯେତିକି ତତ୍ପର ଓ ସିଦ୍ଧହସ୍ତ ହେଉଛି ସେମାନଙ୍କ ଉପରେ ଆକ୍ରମଣ ହେଲେ ମାମଲା ରୁଜୁକରିବାକୁ ଟାଳଟୁଳ ନୀତି ଧରୁଛି,କାହିଁକି ଏମିତି ଗୋବିନ୍ଦପୁର ପୁଲିସ ଦୁଇ ପ୍ରକାର ମୁଖଧାରୀ ହେଉଛି??? ଏହାଦ୍ୱାରା ପୁଲିସର ଭାବମୂର୍ତ୍ତି ଉପରେ ପ୍ରଚଣ୍ଡ ପ୍ରଶ୍ନବାଚୀ ସୃଷ୍ଟି ହେଉନି କି???।ଏ ସମସ୍ତ ତଥ୍ୟ ଉଚ୍ଚ ପୁଲିସ ଅଧିକାରୀମାନେ ଜାଣିବା ନିହାତି ଦରକାର ବୋଲି ଏବେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]