ରାଜ୍ୟଖବର

ଆମେ କୁଆଡେ ଓଡ଼ିଆ ?????

Spread the love

ଆମେ କୁଆଡେ ଓଡ଼ିଆ!! ଏଥିନେଇ ଏବେ ଉଠିଛି ସନ୍ଦେହ।ଆମକୁ ଓ ଆମ ମାତୃଭାଷାକୁ କେହି ହତ୍ୟା କରୁନାହାନ୍ତି,ବରଂ ଆମେ ନିଜେ ନିଜକୁ ପ୍ରତି ମୁହୂର୍ତ୍ତ ରେ ହତ୍ୟା କରୁଛେ!ଯାହାକି ଅତ୍ୟନ୍ତ ଉଦବେଗର ବିଷୟ।ଉପରେ ପ୍ରଦତ୍ତ ଏକ ଓଡ଼ିଆ ଗଣମାଧ୍ୟମର ଗୋଟିଏ କ୍ଲିପିଙ୍ଗ ଏହାକୁ ଉଦାହରଣ ଭାବେ ନିଆ ଯାଇ ପାରେ ।ଯାହା,ସ୍ବର୍ଗତ ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗ ସମୟର,ନାଲି ରେଖାଙ୍କିତ ଖବର କୁ ପାଠ କରନ୍ତୁ,ବୁଝିହେବ ଭୁଲ କେଉଁଠି?ରାଇ ମୋହନ ପରିଡା ଆଉ ଏକ ଜବତରେ ନାହାନ୍ତି!ତା ତଳ ଧାଡ଼ିରେ ଅତିକୁ ଆତି ଲେଖା ଯାଇଛି କିମ୍ବା ଅନ୍ୟ କିଛି ହିନ୍ଦୀ ଅର୍ଥ ଆତି ଲେଖା ଯାଇଛି ତାହା ମା ଗଙ୍ଗେଇଙ୍କୁ ଜଣା।ଖବର ଲେଖାଳିଙ୍କ ଏହି ତ୍ରୁଟି ବୋଲି ବିଚାରିବା ଅଧିକ ଆବଶ୍ୟକ ମନେ ହୁଏ କାରଣ ‘ରାଇମୋହନ ପରିଡା ଆଉ ଏ ଇହ ଜଗତ ରେ ନାହାନ୍ତି ‘ ବୋଧହୁଏ ଏହାହିଁ ଲେଖା ଯିବାର ଥିଲା,କିନ୍ତୁ ପାଠକଙ୍କ ପାଖକୁ ଖବର ଟି ପ୍ରସାରିତ ହେବା ଆଗରୁ ସମ୍ପାଦନା ଯେତିକି ଜରୁରୀ ଦରକାର ନ ଥିଲା ଲେଖାଳି ଜଣଙ୍କ ଜବତ କି ଜଗତ ତାହା ନିଜେ ବୁଝି ପାରିବାର ସାମର୍ଥ୍ୟ ନ ଥିଲା,ଲେଖି ସାରି ଥରଟିଏ ପଢ଼ିଥିଲେ ଏ ପ୍ରକାର ଆଯୋଗ୍ୟତା ପ୍ରମାଣି ତ ହୋଇ ନ ଥାଆନ୍ତା।ଓଡ଼ିଆ ଶବ୍ଦ ଓ ବାକ୍ୟ ଗଠନ ର ସାମର୍ଥ୍ୟ ନ ଥିବା ବ୍ୟକ୍ତି ମାନେ ଏବେ ଓଡ଼ିଆ ଖବର ସମ୍ପାଦନା ଓ ପରି ବେଷଣରୁ ନିବୃତ୍ତ ନ ହେଲେ ଅଚିରେ ଓଡ଼ିଆ ଭାଷା ବିଲୁପ୍ତ ହେବ।ଏହି ଭୁଲ ଲେଖା ପଢ଼ିଲେ ଆମ ପିଲା ମାନେ ଓଡିଆ ମାତୃଭାଷାରେ କିପରି ଦକ୍ଷ ହେବେ? ??ତେଣୁ ବେଳେ ବେଳେ ଆମ ନିଜ ଉପରେ ସନ୍ଦେ ହ ଆସେ ଯେ ଆମେ ପ୍ରକୃତରେ ଜଣେ ଓଡ଼ିଆ ତ?? ଆମ ମାର ଏ ବିକଳ ଅବସ୍ଥା ଆମେ ଆଉ କେତେ କାଳ ସହିବା??ସହି ଚାଲି ଥିବା???ସୁଧି ପାଠକେ! ଏ ବିଚାର ଆପଣ ମାନଙ୍କର।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]