
ଉଚ୍ଚଶକ୍ତି ବିଜୁଳି ଲାଇନ ତଳେ ସୌଧ ନିର୍ମାଣ!ବିଲଡରଙ୍କ ଖେଳ,ଲୋକଙ୍କୁ କାଳ
ହାଲିକୁ ନୂଆ ବିଜଲୀବାଲି ପାଲଟି ଥିବା ଟାଟା ପାୱାରର ପାରିବା ପଣିଆ ଉପରେ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ ?? ବିଦ୍ୟୁତ୍ ଆଇନ ଓ ବିଦ୍ୟୁତ୍ ନିୟାମକ ଆୟୋଗ,ରିଅଲ ଇଷ୍ଟେଟ ଆୟୋଗଙ୍କ ଭୂମିକା ବି ଏବେ ଘୋର ସନ୍ଦେହ ଘେରରେ!! ଆଇନ ସଚେତନ ନ ଥିବା ଜନସାଧାରଣଙ୍କ ମୂଲ୍ୟବାନ ଧନ ଜୀବନକୁ ନେଇ ଏମାନେ ଖେଳୁଛନ୍ତି ଖେଳ!!
କଟକ ଜିଲ୍ଲା,ଗ୍ରାମାଞ୍ଚଳ ପ୍ରତିନିଧି,(ଭଗବାନ ଭୋଇଙ୍କ ରିପୋର୍ଟ)ହାଲିକୁ ବିଜଲି ବାଲି ପାଲଟି ଥିବା ଓ ଗାଁ ଗଣ୍ଡା ରେ ଗରିବ ନିରୀହ ବିଦ୍ୟୁତ୍ ଗ୍ରାହକ ମାନଙ୍କ ଉପରେ ଜୁଲମ,ଅତ୍ୟାଚାର, ଚଳାଇ ପିଟୁଣି ଟିକସ ଆଦାୟ କରୁ ଥିବା ଟାଟା ପାୱାର କମ୍ପାନୀର ପାରିବା ପଣିଆ ଉପରେ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ,ଘୋର ସନ୍ଦେହ!ଏହି କାରଣ ମୂଳରେ ରହିଛି ଜମି ମାଫିଆ ଓ ଗାଁ ଗଣ୍ଡା ଗଳି କନ୍ଦି ସର୍ବତ୍ର ବିସ୍ତାର ଲାଭ କରିଥିବା ବିଲଡର ଓ ଜମି ମାଫିଆ ଶାଗ ମାଛ ମୂଲ୍ୟରେ ଅଣ ସଚେତନ ଓ ଅବଚେତନ ଭୂମି ମାଲିକ ମାନଙ୍କ ଠାରୁ ହାତେଇ ନେଉଥିବା ଚାଷଜମି ଗୁଡ଼ି କୁ ଘରବାରି କିସମରେ ପରିବର୍ତ୍ତନ ନ ହୋଇମଧ୍ଯ ଘରବାରୀ ଭାବେ ଉଚ୍ଚ ଦରରେ ବିକ୍ରୀ କରି ଚାଲିଛନ୍ତି।ସବୁଠାରୁ ବଡ଼ ବିପଦ ଜନକ ସ୍ଥିତି ହୋଇଛି କି,ବିଲଡର ମାନେ ବିକିଥିବା ଏହି ସବୁ ଜମି ଉପରେ ୧୧ କେଭି ଓ ୩୩ କେଭି ବିଦ୍ୟୁତ୍ ଲାଇନ ଗୁଡିକରେ ବହୁ ବର୍ଷ ଧରି ବିଦ୍ୟୁତ୍ ଶକ୍ତି ପରିବାହୀତ ହେଉଛି।୧୮୮୫ ମସିହା ଭାରତୀୟ ଟେଲିଗ୍ରାଫ ଆଇନ ଆଧାରରେ ବିଦ୍ୟୁତ୍ ଲାଇନ୍ ଗୁଡ଼ିକ ନିଆ ଯାଇଛି।ବିଦ୍ୟୁତ୍ ଆଇନ ମୁତାବକ କେତେ ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ୍ ଲାଇନ୍ ଗୁଡ଼ିକ ଠାରୁ କେତେ ଦୂରରେ ଧନ,ଜୀବନ,ବୃକ୍ଷ ଲତା ଆଦି ଚଳା ଚଳ ନିଷିଦ୍ଧ ତାହାକୁ ନିରାପତ୍ତା ପଥ ବା ରାଇଟ ଅଫ ୱେ କୁହାଯାଇଛି।ଅଥଚ ଏହାକୁ ଭାଙ୍ଗି ଅଟ୍ଟାଳିକା,ସୌଧ ନିର୍ମାଣ ଚାଲିଛି।କେବଳ ସେତିକି ନୁହେଁ ବିଲଡର ଓ ଜମି ମାଫିଆ ମାନଙ୍କୁ ନିୟନ୍ତ୍ରଣ କରିବାକୁ ରାଜ୍ୟରେ RERA ବା ରିଅଲ ଇଷ୍ଟେଟ ରେଗୁଲେଟରୀ ଅଥରିଟୀ ୨୦୧୭ ମସିହାରୁ କାର୍ଯ୍ୟକାରୀ ହେଉଛି,ଅଥଚ ଏହି କର୍ତ୍ତୃପକ୍ଷଙ୍କ ବିନା କ୍ଲିୟରଂସ୍,/ଅନୁମତିରେ କିଭଳି ଏହି ବିପଜ୍ଜନକ କାର୍ଯ୍ୟ୍ୟ ହେଉଛି,ଆଗକୁ ବିଦ୍ୟୁତ୍ ଦୁର୍ଘଟଣା ବଢ଼ିଲେ କ୍ଷତିପୂରଣ କାହାଠାରୁ ଭରଣା କରାଯିବ ସେଥି ନେଇ ଉଠିଛି ପ୍ରଶ୍ନ।ତାହା ସାଙ୍ଗକୁ OERC ବା ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ଭୂମିକା ବି ସନ୍ଦେହ ଘେରରେ ରହିଛି।ଏହି ଘଟଣା କଟକ ଜିଲ୍ଲା ଅନ୍ତର୍ଗତ ଫୁଲ ନଖରା – ନିଆଳି ୬୦ ନମ୍ବର ରାଜ୍ୟ ରାଜପଥରୁ ବାହାରି ଥିବା ବାଗଲପୁର-ସାଇଲୋ ଝାରପଡ଼ା ରାସ୍ତା ପାର୍ଶ୍ବ ଘଟଣା ହୋଇଥିଲେ ହେଁ ସର୍ବତ୍ର ଏପରି ଘଟଣା ଆଗକୁ ମହା ବିପତ୍ତି ଓ ଆଇନ ଗତ ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା ଜୋର୍ ଧରିଛି।


