ଦୁର୍ନିତି ରାଜ୍ୟଖବର

କଟକ/ସୁନ୍ଦରଗଡ/ରାଉରକେଲା: ଭାଇ,ଭାଉଜକୁଂ ମରଣାନ୍ତକଆକ୍ରମଣ: ସରକାରୀ କର୍ମଚାରୀ ୮ଦିନ ହେଲା ଜେଲ୍ ରେ! ସରକାର ଅଜଣା,ଖବର କାଗଜରେ ଖବର ନାହିଁ?

Spread the love

କଥାରେ ବାଁ ହାତ ପାପ ଡାହାଣ ହାତ ନିଏ ନାହିଁ କିମ୍ବାଉଦ୍ଧାର ସେରକ କେବେ ୩ପା ହୁଏ ନାହିଁ।ଗୀତା ପୁରାଣ ଶାସ୍ତ୍ର ସବୁର ସାରାଂଶ ଏକ,ଅର୍ଥାତ କର୍ମ ଯେପରି କରାଯାଏ ଫଳ ତଦନୁଯାୟୀ ଆସିଥାଏ ତାହାର ଏକ ବଳିଷ୍ଠ ଉଦାହରଣ ଏବେ ଦେଖିବାକୁ ମିଳିଛି।

କଟକଜିଲ୍ଲା,ଓଲଟପୁର ଥାନା,ଅଡଶପୁରର ଯୋଗୀ ବେହେରାକଂ ବଡପୁଅ କ୍ରୁଷ୍ଣ ବେହେରା(୬୨) ଓ ସାନପୁଅ ବୈରାଗୀ ବେହେରା (୫୬)।କ୍ରୁଷ୍ଣ ବେହେରା ସରକାରକଂ ଇ.ଏସ.ଆଇ ହାସପାତାଳରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟକରି ଅବସର ନେଇଛନ୍ତି। ଚାକିରୀରେ ଥିବାବେଳେ ସାନ ଭାଇ ବୈରାଗୀକୁଂ ବିଭାଗୀୟ ବାବୁମାନକଂପାଖେ କେତେ ନେ – ନେହୁରା ହୋଇ ଇ.ଏସ.ଆଇ ହାସପାତାଳର ଆମ୍ବୁଲାନ୍ସ ଗାଡି ଡ୍ରାଇଭର ରଖେଇ ଦେଇଥିଲେ।ମାତ୍ର ପୈତ୍ରୁକ ସଂପତ୍ତିରୁ ସମାନ ଭାଗ ବଦଳରେ ନିଜ ପିତାକଂ ଠାରୁ ପାୱାର ଅଫ ଆଟର୍ଣି ବଳରେ କ୍ଷମତା ନେଇ ନିଜ ପତ୍ନୀକଂ ନାମକୁ ବିକ୍ରିଖର୍ଦ୍ଦି କବଲାରେ ସଂପତ୍ତି ହସ୍ତାନ୍ତର କରିଥିବାର ସିଭିଲ କୋର୍ଟରେ ମାମଲା ରୁଜୁକରିଛନ୍ତି ବଡଭାଇ କ୍ରୁଷ୍ଣ।କୋର୍ଟ ମଧ୍ୟ ଇଂଜେକ୍ସନ ଜାରୀ କରିଛନ୍ତି ବୋଲି କୁହନ୍ତି କ୍ରୁଷ୍ଣଚନ୍ଦ୍ର। ଏଥିଯୋଗୁ ଉଭୟକଂ ମଧ୍ୟରେ ମନୋମାଳିନ୍ୟ ଲାଗି ରହିଛି।ଏଥିଯୋଗୁ କ୍ରୁଷ୍ଣ ମଧ୍ୟ ବୈରାଗୀକଂ କାର୍ଯ୍ୟାଳୟର ଉପରିସ୍ଥ ଅଧିକାରୀକୁଂ ଚାକିରୀରେ ଜାଲପ୍ରମାଣପତ୍ର ଦିଆଯାଇଥିବା ଓ ବର୍ଷସାରା ନାନା ଆଳରେ ଡ୍ୟୁଟୀ ନକରି ପଇସା ଦେଇମିଛ ଅସୁସ୍ଥତାର ଡାକ୍ତରୀ ପ୍ରମାଣପତ୍ର ଦାଖଲ କରି ଛୁଟିରେ ରହୁଥିବା ଓ ଗଣ୍ଡଗୋଳ ମାଲିମକଦ୍ଦମାରେ ବ୍ୟାପ୍ରୁତ ରହି ଦରମା ନେଉଥିବାର ଅଭିଯୋଗ ଦେଇଥିଲେ। ଯାହାଏବେ ବିଭାଗୀୟ ତଦନ୍ତ ଚାଲିଛି।ସୁନ୍ଦରଗଡ ଜିଲ୍ଲା କାଂସବାହାଲ ସ୍ଥିତ ଇ.ଏସ.ଆଇ ହାସପାତାଳରେ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟରତ ବୈରାଗୀ ଜି.ପି.ଏଫ ପାଣ୍ଠିରୁ ୨ଲକ୍ଷ ଟଂକା ନେବାକୁ ସେପ୍ଟେମ୍ବର ୨୬ତାରିଖ୨୦୧୯ରେ ଆବେଦନ କରିଥିଲେ।ବିଭାଗୀୟ ବରିଷ୍ଠ କିରାଣୀ ବିଷ୍ଣୁ ଚରଣ ମଲ୍ଲିକ ତାଂକୁ ୧୦୦୦ଟଂକା ଲାଂଚ ଦାବୀ କରିଥିବା ବୈରାଗୀ ସମ୍ବଲପୁର ଭିଜିଲାନ୍ସରେ ଲିଖିତ ଅଭିଯୋଗ କରିଥିଲେ ଫଳରେ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା ୨୨.୧୦.୨୦୧୯ ଦିନ କିରାଣୀ ବିଷ୍ଣୁଚରଣ ମଲ୍ଲିକ ବୈରାଗୀକଂ ଠାରୁ ଟଂକା ନେଉଥିବା ବେଳେ ଭିଜିଲାନ୍ସ ଡି.ଏସ.ପି ଦାଶରଥୀ ସେଠୀ,ଇନିସ୍ପେକ୍ଟର ସୁଧାଂଶୁ ଶେଖର ପୂଜାରୀ, ଓ ପୁଲିସଅଧିକାରୀ ତୁଷାର ମହାପାତ୍ର,ରୀତାଂଜଳି ପ୍ରଧାନକଂ ହାବୁଡରେ ପଡିଥିଲେ ଫଳରେ କିରାଣୀ ବିଷ୍ଣୁ ମଲ୍ଲିକ ଜେଲ ଯାଇଥିଲେ

ବୈରାଗୀକଂ ଅଭିଯୋଗ କ୍ରମେ କିରାଣୀ ବିଷ୍ଣୁମଲ୍ଲିକ ୨୨.୧୦.୨୦୧୯ ରେ ଭିଜିଲାନ୍ସ ହାତରେ ଗିରଫ ବେଳର ଦ୍ରୁଶ୍ୟ

ଏହାପରେ ବିଷ୍ଣୁକୁଂ ୪୮ ଘଣ୍ଟାରୁ ଅଧିକ ସମୟ ଜେଲରେ ରହିଥିବା କାରଣରୁ ନିଲମ୍ବନ କରାଯାଇଥିଲା।ଘଟଣାର ଠିକ ୪ମାସ ୧୫ ଦିନପରେ ଓଲଟପୁର ଥାନା ଅଡଶପୁର ଠାରେ ବୈରାଗୀ ବିବାଦୀୟ ସଂପତ୍ତି ଉପରେ କ୍ରୁଷ୍ଣକୁଂ ଛାଡି ନ ଥିଲେ ଓ ଜୀବନରୁ ମାରିଦେବାକୁ ଧମକ ଦେଇ ମାରଣାସ୍ତ୍ର ଧରି ଜଗି ବସିଥିଲେ।ଘଟଣା ସଂପର୍କରେ କ୍ରୁଷ୍ଣ ପୁଲିସକୁ ଜଣେଇଥିଲେ।ପୁଲିସ ଉଭୟକୁଂ ଥାନାକୁ ଡକେଇଥିବା ବେଳେ ବୈରାଗୀ ଯୋଜନା ମୁତାବକ ଭାଇ ଓ ଭାଉଜ ଉଭୟକୁଂ ମାରଣାସ୍ତ୍ର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ।

ଏହା ହେଉଛି ସେହି ସମୟର ଫଟୋଚିତ୍ର ଯେତେବେଳେ ପୁଲିସ ହେପାଜତରେ କ୍ରୁଷ୍ଣ ଓ ତାଂକ ପତ୍ନୀ ଅଡଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ

ଏହାସତ୍ତ୍ୱେ ଏପରି ମାନବିକତା ରହିତ ପାଶବିକ ଅତ୍ୟାଚାର କରିଥିବା ବୈରାଗୀକୁଂ ପୁଲିସ ଥାନାକୁ ନେବାବେଳେ ସେ ପାଲଟା ଅଭିଯୋଗ କରିଥିଲେ କି ତାଂକୁ କୁଆଡେ କ୍ରୁଷ୍ଣ ଆକ୍ରମଣ କରିଛନ୍ତି। ଏଠାରେ ବୈରାଗୀକଂ ଫଟୋ ଥାନାରେ ଥିବାବେଳେ ଆଉଥରେ ଦର୍ଶାଯାଉଛି।

ଗତ ୧୪ମାର୍ଚ୍ଚ୨୦୨୦ ଦିନ ଓଲଟପୁର ପୁଲିସ ଥାନା କେଶ ନଂ ୨୯/୨୦୨୦ ଭାରତୀୟ ଦଣ୍ଡବିଧି ଆଇନ ଧାରା ୩୦୭,୨୯୪,୫୦୬,୪୫୨,୩୨୩,୩୨୬/୩୪ ଦଫାରେ ବୈରାଗୀକୁଂ କୋର୍ଟଚାଲାଣ କରିଥିଲା।ଜାମିନ ଅଯୋଗ୍ୟ ହେବାରୁ ଚୌଦ୍ୱାର ଜେଲ ପଠାଇଦିଆଯାଇଛି। ସେଦିନରୁ ସେ ଜେଲରେ ଥିବାବେଳେ ୪୮ ଘଣ୍ଟାରୁ ଉର୍ଦ୍ଧ୍ୱ ପୁଲିସ ହେପାଜତରେ ଗିରଫ ଅଭିଯୁକ୍ତକୁଂ ସରକାରୀ ଚାକିରୀରୁ ନିଲମ୍ବନ ହେବା କଥା ।

ଅଦାଲତରେ ବିଚାରାଧୀନ ଏକମାମଲାରେ ପ୍ରକାଶିତ ରାୟର କିଛି ଅଂଶ

ଏଭଳି ଏକ ଘଟଣାକୁ ସ୍ଥାନୀୟ ଖବର କାଗଜ ବିଶେଷତଃ ଆଗଧାଡିରେ ଥିବା ସମାଜ ପ୍ରକାଶ କରିଛିତ ? ଯଦିନୁହେଁ ତେବେ କାହିଁକି ? କିଏ ଦେବଏହାର ଉତ୍ତର ???

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]