ଜିଲ୍ଲାଖବର ଦୁର୍ନିତି

‘କରୋନା’ଆଳ,ଲୁଟିବା ଚକ୍କର ରେ ମସଗୁଲ !

Spread the love

ସତ୍ୟାନୁସଂଧାନ (ବ୍ୟୁରୋ):କଥାଅଛି ଦୁର୍ଦ୍ଦିନରେ ଥିବା ପ୍ରାଣୀକୁ ବାଘ,ସିଂହ ପରି ଜଂଗଲର ହିଂସ୍ର ପ୍ରାଣୀ ବି ଶିକାର କରନ୍ତିନି ବରଂ ଦୟାର ବିରଳ ଦ୍ରୁଶ୍ୟ କିଛି କମ ନାହିଁ, ଅଥଚ ଉଚ୍ଚଶିକ୍ଷିତ ମଣିଷ ‘କରୋନା’ ପରି ବିଶ୍ୱଆତଂକ ସ୍ରୁଷ୍ଟି କରିଥିବା ଏକ ମହାମାରୀ ଆଳରେ ଦୁଃସ୍ଥ ନିପିଡୀତ ମଣିଷ ମାନକୁଂ କେମିତି ଯୋଜନା ବଦ୍ଧ ଭାବେ ଲୁଟୁଛି ଯାହା ହାଇଦ୍ରାବାଦ ଗଣବଳାତ୍କାର ପରେ ପଶୁଡାକ୍ତରାଣୀ ଶରୀରକୁ ଜୀଅନ୍ତା ଜଳେଇଦେବା କି ନିର୍ଭୟା ଘଟଣା ଠାରୁ କିଛି କମ ନୁହେଁ ।

ସମାଜର ବିଭିନ୍ନ ବର୍ଗର କେତେ କେତେ ବ୍ୟକ୍ତି ତାଂକ ସଂଚିତ ଧନରୁ ଏପରି ବେଳରେ ସରକାରକଂ ରିଲିଫ ପାଣ୍ଠିକୁ ଦାନ କରୁଛନ୍ତି ପୁଣି କେତେକ ସ୍ୱଛଳବର୍ଗ ନ ଥିବା ଚାଷବନ୍ଦୀ ଲୋକେ ବି ନିଜ ଭିତରେ ଚାନ୍ଦା କରି ଲକ-ଡାଉନ ସମୟରେ ଭୋକଉପାସରେ ପଡିଥିବା ରେଳଷ୍ଟେସନର ଭିକ୍ଷାଜୀବି ମାନକୁଂ ଖାଇବାକୁ ଦେଉଛନ୍ତି। ଅଥଚ ଉଚ୍ଚ ପଦାଧିକାରୀ , ତଥାକଥିତ ରାଜନେତା ବୋଲାଉଥିବା, ସାଧାରଣ ଜନତାର ତ୍ରାଣକର୍ତ୍ତା ସାଜି କେମିତି ଲୁଟୁଛନ୍ତି ତାହାରଏକ ବିରଳ ଯଦି ବି ନୁହେଁ ତଥାପି ସରଳ ବି କହିହେବନି ର ଚିତ୍ର ସାମ୍ନାକୁଆସିଛି।ବୋଧହୁଏ ଏ ଯାଏ ଏ ମଣିଷ ବୁଝିବାକୁ ଚାହୁଁନାହିଁ କି ଆସୁଥିବା ଏହି ଦୁର୍ଦ୍ଦିନରୁ କିଏ ବର୍ତ୍ତିବ ଆଉ କିଏ ନୁହେଁ ।

ରାଜ୍ୟ ସରକାରକଂ ପଂଚାୟତ ରାଜ ଓ ପାନୀୟଜଳ ବିଭାଗ ପତ୍ରସଂଖ୍ୟା ୬୬୦୪/୧୬-୩-୨୦୨୦ ସଚୀବ ଦେଓ ରଂଜନ ସିଂହକଂ ସ୍ୱାକ୍ଷରରେ ରାଜ୍ୟର ସମସ୍ତ ଜିଲ୍ଲାପାଳ,ଗ୍ରାମ୍ୟଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଓ ସମସ୍ତ ବ୍ଲକର ବିଡିଓକୁଂ କରୋନା ସଂପର୍କିତ ନିର୍ଦ୍ଦେଶ ନାମା ପଠାଯାଇଥିଲା।ଏଥିରେ ରାଜ୍ୟ ଅର୍ଥ କମିଶନ ଓ କେନ୍ଦ୍ର ଅର୍ଥକମିଶନ ଅନୁଦାନରୁ ପଂଚାୟତ ଗୁଡିକ ୫ଲକ୍ଷ ଟଂକା ପର୍ଯ୍ୟନ୍ତ ଖର୍ଚ୍ଚ କରି ପିଡିତକଂ ନିମନ୍ତେ ଆଇସୋଲେସନ କେନ୍ଦ୍ର ପ୍ରତିଷ୍ଠାକରିବାକୁ ନିର୍ଦ୍ଦେଶ ଥିବା ବେଳେ, ବ୍ଲକ ସ୍ତରରେ ବିଡିଓକଂ ମାର୍ଫତରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ନିମନ୍ତେ ୫ଲକ୍ଷ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ନିମନ୍ତେ ୧୦ଲକ୍ଷ ଟଂକା ପର୍ଯ୍ୟନ୍ତ ଖର୍ଚ୍ଚ କ୍ଷମତା ଦିଆ ଯାଇଥିଲା।ଏଥିରେ ପ୍ରତି କେନ୍ଦ୍ର ପାଇଁ ଗୋଟିଏ ଇନଭର୍ଟର,ଗୋଟିଏ ଆକ୍ୱାଗାର୍ଡ ଆଦି କିଣିପାରିବାକୁ ନିର୍ଦ୍ଦେଶ ଥିଲା।ଯେ ଯାହା ଖର୍ଚ୍ଚ କରିଥିବେ ସରକାରକଂ ଲୋକାଲ ଫଣ୍ଡ ଅଡିଟ ଆଇନ ଅନୁଯାୟୀ ସେମାନେ ଅଡିଟରେ ଉତ୍ତର ଦାୟୀ, ତ୍ରୁଟୀ ବିଚ୍ୟୁତି ପାଇଁ ସେମାନକଂ ଠାରୁ ତାହା ଆଦାୟ ଯୋଗ୍ୟଅଟେ।କିନ୍ତୁ କେଉଁ ପରିପ୍ରେକ୍ଷୀରେ ରାଜ୍ୟସରକାରକଂ ପଂଚାୟତି ରାଜ ଓ ପାନୀୟ ଜଳ ସଚୀବ ଦେଓ ରଂଜନକଂ ଉକ୍ତ ନିର୍ଦ୍ଦେଶ ନାମା ଭାଂଗି ବି.ଡି.ଓ ପଂଚାୟତ ଗୁଡିକୁ ବିଭାଗୀୟ ନିର୍ଦ୍ଦେଶ ନାମା ବୋଲି ଉଲ୍ଲେଖ କରି ଚିଠି କଲେ ଯେ ୬୦ହଜାର ହଜାର ଟଂକା ଲେଖାଁ ବ୍ଲକର ବିଡିଓକଂ ଆକାଉଣ୍ଟକୁ ଏହି ପାଣ୍ଠିରୁ ସରପଂଚ ମାନେ ଜମା କଲେ ସାମଗ୍ରୀ ଗୁଡିକୁ ସେଣ୍ଟ୍ରାଲି ପ୍ରୋକ୍ୟୁରମେଣ୍ଟ କରାଯିବ ?ତେବେ ଅଡିଟରେ ଉତ୍ତରଦାୟୀ କିଏ ହେବ ? ସରପଂଚ ମାନେ କୁଆଡେ ପଚାରିବାରୁ କୁହାଗଲା କି ଅଡିଟରକୁଂ ପଚରାଯାଇଛି ସେ ହଁ କହିଛନ୍ତି । କେତେବଡ ମିଛକଥା ଯେ ଅଡିଟର କଣ କହିବେ ନ କହିବେ ତାହାଅଲଗା କଥା ହେଲେ ସରକାରକଂ ବିଧିବ୍ୟବସ୍ଥା ଭାଂଗିବାକୁ ଅଡିଟର କିଏ ? ତାଂକର ସେ କ୍ଷମତା ଆସିଲା କୁଆଡୁ? ତା ଛଡାଏବେ ଯେ ଅଡିଟର ଅଛନ୍ତି ଅଡିଟ ହେବା ବେଳକୁ ଯେ ସେ ଥିବେ ତାହା କିଏ କହିବ ?ବିନା ଗ୍ରାମ ପଂଚାୟତ ରିଜୋଲ୍ୟୁସନରେ ଗୋଟିଏ ଟଂକା ବି ଉଠା ଯାଇପାରିବ ନାହିଁ। ସରପଂଚ ମାନେ ଏପରି କରିବେ ବି କେମିତି ?

ସବୁଠୁ ମଜ୍ଜା ଓ ଉଲ୍ଲେଖନୀୟ ଯେ କେତେକ ସରପଂଚ ଏଥିରେ ଆପତ୍ତି କରିବାରୁ ତାଂକୁ କୁଆଡେ ଧମକ ମିଳିଲା ଯେ ” ଯଦି ନମାନିବ ତେବେ ଯାହା ହେବ ସେଣିକି ତୁମେ ବୁଝିବ “କେବଳ ଏତିକି ନୁହେଁ ବିଧାୟକକଂ ଅଧ୍ୟକ୍ଷତାରେ ପଂଚାୟତ ସମିତିର ଏକ ଜରୁରୀ ବୈଠକ ବସାଇ ଏହି ପ୍ରସ୍ତାବ ନିଆଯାଇଛି ବୋଲି ସରପଂଚ ମାନକୁଂ ବି.ଡି.ଓ ଚିଠି ପ୍ରେରଣ କରିଛନ୍ତି ଯାହାର ଫଟୋନକଲ ଏହି ନିଉଜ ସହିତ ସଂଲଗ୍ନ ଅଛି ପାଠକେ ଦେଖିପାରନ୍ତି। ତେବେ ପଂଚାୟତ ସମିତିର ଅଧ୍ୟକ୍ଷ/ ଅଧ୍ୟକ୍ଷା ସମିତି ବୈଠକ ଡାକିପାରିବେ,ଅଧ୍ୟକ୍ଷତା କରିପାରିବାର ଆଇନଗତ କ୍ଷମତା ରହିଛି, ବିଧାୟକ ନୁହେଁ, ବିଧାୟକ କେବଳ ସମିତିରେ ଜଣେ ଅତିଥି । ଘରର ମୁଖିଆ ବଦଳରେ ଯେତେ ସହମତି ଥିଲେ ବି ଅତିଥି କେମିତି କେଉଁ କ୍ଷମତା ବଳରେ ବୈଠକ ଡାକିବେ?ପୁଣି କାଗଜପତ୍ର ପ୍ରମାଣ ଆକାରରେ ବେଆଇନ ଭାବେ ଏକ ବୌଦ୍ଧିକ ରାହାଜାନୀ ନୁହେଁ କି ?ଏ ଗୁଡିକ ପର ଘରେ ପଶି ମଂଗଳବାର ଉଜେଇଁବା କଥା,ଯାହାଏକ ସାମ୍ବିଧାନିକ ସଂକଟ ବାଚ୍ୟ।କାରଣ ବିଧାନସଭା ହେଉ ଅଥବା ପଂଚାୟତ ସମିତି/ ଗ୍ରାମ ପଂଚାୟତ ହେଉ ସେହି ନିର୍ଦ୍ଦିଷ୍ଟ ଅନୁଷ୍ଠାନ ପରିଚାଳନା ନିମନ୍ତେ ଆଇନ ରେ “ରୁଲସ ଅଫ ବିଜିନେସ” ଧାର୍ଯ୍ୟ ଅଛି।ସେଥିରେ ବିଧାୟକ କଂ ପତି / ପତ୍ନୀ ବି ଚାହିଁଲେ ହସ୍ତକ୍ଷେପ କରିପାରିବେ ନାହିଁ। ତେଣୁ ସରକାରୀପାଣ୍ଠି ପରିଚାଳନା କାହା ମନମାନିରେ ହୋଇପାରିବ ନାହିଁ କି ବିଡିଓ/ ବିଧାୟକ କଂ ଏହା ପୈତ୍ରୁକ ସଂପତ୍ତି ନୁହେଁ ଯେ ନିଜ ମନ ଇଛାରେ ଖର୍ଚ୍ଚ କରିବେ ! ଆଗରୁ ଅବଶ୍ୟ ବିଧାୟକକଂ ବିରୁଦ୍ଧରେ ସରକାରକୁଂ ତାଂକ ବଡମେଡିକାଲ ଉଚ୍ଚ କର୍ତ୍ତ୍ରୁପକ୍ଷ ଯେଉଁ ସଂଗୀନ ରିପୋର୍ଟ ଦେଇଥିଲେ ସେଥିରେ ଉଲ୍ଲେଖ ଥିଲା ଯେ ସେ ସରକାରକଂ ସ୍ୱାସ୍ଥ୍ୟ ବିକାଶ ପାଣ୍ଠିର ବଟଲ ନେକ୍ (ଅବରୋଧ) କରିଛନ୍ତି। ତେଣୁ ବର୍ତ୍ତମାନ ସମୟରେ ତାଂକ ବିରୁଦ୍ଧରେ ଆସୁଥିବା ଏପରି ଅଭିଯୋଗ ନୂ ଆ ନୁହେଁ ବରଂ ଏହି ତଥ୍ୟ ବହୁ ଆଗରୁ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରକଂ ଖବରରେ ୨୦୧୫ ରେ କଣ୍ଟାପଡା ଡେଟ୍ ଲାଇନ ରେ ପ୍ରକାଶିତ ହୋଇଥିଲା ଯାହାକୁ ବିଧାୟକ ମହୋଦୟ ଏଯାଏ ଖଣ୍ଡନ କରିପାରି ନାହାନ୍ତି।ତେଣୁ କଣ୍ଟାପଡା ପଂଚାୟତ ସମିତିରେ ଆଗରୁ ଜଣେ କର୍ମଚାରୀ ରିଲିଫ ଘୋଟାଲାରେ ରାଜନେତାକଂ ସଂପ୍ରୁକ୍ତି ଯୋଗୁ ଆତ୍ମହତ୍ୟା କରିଥିବାର ଇତିହାସ ଅଛି ଯେତେବେଳେ ଓ ଗତ ଫନିବାତ୍ୟା ପାଣ୍ଠି ପରିଚାଳନାରେ ତ୍ରୁଟୀ ଲୁଚାଇବାକୁ ଜଣେ ରାଜସ୍ୱ ନିରୀକ୍ଷକ ବଳି ପଡିଛନ୍ତି ତ ଲୋକାଲ ଫଣ୍ଡ ଅଡିଟରେ କଣ୍ଟାପଡା ବ୍ଲକର ୫ଜଣ ବି.ଡି.ଓ ତଥା ତାଂକ କର୍ମଚାରୀକଂ ଉପରେ ବିଗତ ୧୫ବର୍ଷରେ ପ୍ରାୟ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ଟଂକା ଆଦାୟ ଯୋଗ୍ୟ ବୋଲି ଲୋକାଲ ଫଣ୍ଡ ଅଡିଟରେ ଧରାପଡିବା ସତ୍ତ୍ୱେ ସରକାର ନିଦା ବିଷ୍ଣୁ ସାଜିଛନ୍ତି।କେବଳ ଏହି ଗୋଟିଏ ବ୍ଲକ ନୁହେଁ ଓଡିଶାର ୩୧୪ ବ୍ଲକର ୩୦୦ ବ୍ଲକରୁ ଉର୍ଦ୍ଧ୍ୱ ବ୍ଲକରେ କୋଟିକୋଟି ଟଂକାର ପାଣ୍ଠି ଅସଦ ପରିଚାଳନା ଜନିତ ଆଦାୟ ଯୋଗ୍ୟ ଅର୍ଥପଡିଛି ଅଥଚ ରାଜ୍ୟ ଅର୍ଥ ବିଭାଗ ପଦାଧିକାରୀ,କର୍ମଚାରୀମାନେ ନିଜ ଦରମା ନିୟମିତ ନେଇ ଯାଉଛନ୍ତି।ତେଣୁଆର୍ଥିକ ଅନିୟମିତତା ପ୍ରତି ବିଡିଓ ମାନକଂର ଭୟ ନାହିଁ ବୋଲି ସାଧାରଣରେ ଧାରଣା ବଳବତ୍ତର ହେବାରେ ଲାଗିଛି।

ବିଧାୟକକଂ ଆର୍ଥିକ ଅନିୟମିତତା ବିରୁଦ୍ଧରେ ରାଜ୍ୟ ସ୍ୱାସ୍ଥ୍ୟବିଭାଗକୁ ତତ୍କାଳୀନ କର୍ତ୍ତ୍ରୁପକ୍ଷ ଲେଖିଥିବା ଚିଠିର ସାରାଂଶ

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]