ଦୁର୍ନିତି

କୁକୁର ଖାଇଲେଣି ପାନ ଓ ଗୁଟକା,୫୦୦ଟଂକା ଜୋରିମାନା ଦେବେ?ସାରା ଅଂଚଳରେ କୌତୁହଳ

Spread the love

କୁକୁର ଖାଇଲେଣି ପାନ ଓ ଗୁଟକା ! ଦେବେ ୫୦୦ଟଂକା ଜୋରିମାନା । ମ୍ରୁତ୍ୟୁ ଦଣ୍ଡ ବି ମିଳିପାରେ ? ଆମେ ଏକଥା କହୁନୁ । ଦେଖନ୍ତୁ ପୁରା ଘଟଣାର ଫଟୋ।

କଟକ/କଣ୍ଟାପଡା(ସ୍ୱ.ପ୍ର) ୬।୧୦- କଥାଟିଏ ବେଳେବେଳେ ଉଠେ” ଆମେ ଓଡିଆ ଭାରି ବଢିଆ” । ବିଶ୍ୱର ବିଭିନ୍ନଦେଶ, କୋଣ ଅନୁକୋଣରେ ଓଡିଶା ଓ ଓଡିଆ ଲୋକେ ବହୁ ଗୁରୁତ୍ୱପୂର୍ଣ ପଦ ପଦବୀରେ ଅବସ୍ଥାପିତ ହେଲେଣି। ଯାହାର ନଜିର କିଛି କମ ନାହିଁ ହେଲେ ସ୍ୱଛ ଓ ପରିମଳରେ ଆମେ ଟିକେ ପଛୁଆ । ଯାହା ଅନ୍ୟମାନକୁଂ ସମସ୍ୟାରେ ଏମିତିକି ନିଜକୁ ବି ବହୁ ସମସ୍ୟାରେ ପକାଇଥାଏ । ମୁଣ୍ଡ ବ୍ୟଥା ବଢେଇଥାଏ।

ସ୍ଥାନୀୟ ସାଇଲୋଝାରପଡା ଠାରେ ନିକଟ ଅତୀତରେ ଖୋଲିଥିବା କାନାରା ବ୍ୟାଂକର ଏକ ଶାଖା ଉପରମହଲାରେ ଚାଲୁଅଛି । ପାହାଚରେ ଉପରକୁଉଠିଲା ବେଳେ ନଜରରେ ପଡିବ ଯେ, ” ମୁଁ କୁକୁର ଏଠାରେ ପାନଛେପ ପକାଉଛି” ଯଦି ଆପଣ ଶିଡିର ପରିସର ଭିତରେ ପାନଛେପ ପକାଉଥିବାର ଧରାପଡନ୍ତି ୫୦୦/ ଜୋରିମାନା ଦେବାକୁ ପଡିବ ” ତା ତଳକୁ ବିଦ୍ୟୁତ ବିଭାଗ ଗାଡିରେ ଲେଖାଭଳି ବିପଦ ଚିହ୍ନ ହାଡ ଦୁଇଖଣ୍ଡ ଓ ଖପୁରୀ । ହୋଇପାରେ ପାନଛେପରେ ଅତିଷ୍ଠ ବ୍ୟାଂକ କର୍ତ୍ତ୍ରୁପକ୍ଷ କିମ୍ବା ଘରମାଲିକ ଏମିତି ଲେଖିଥାଇପାରନ୍ତି। ହେଲେ କଥାଟାକୁ ନେଇ ପାନୁଆକଂ ଭିତରେ ବେଶ୍ ହାସ୍ୟରୋଳ ଲାଗିରହିଛି । ସେମାନକଂ ଯୁକ୍ତି ହେଉଛି ଯେ ଏମିତି ଲେଖିଲାବାଲା ଜଣକଂ ପାନଖାଉ ନ ଥିବା ନିଶ୍ଚିତ। ନହେଲେ କୁକୁର ଯେ ପାନ କି ଗୁଟକା ଖାଏନାହିଁ ଜାଣି ହେଲାନି କେମିତି ? ପୁଣି କୁକୁରକୁ ” ଆପଣ” ସମ୍ବୋଧନ କରି ଲେଖିବା ସସମ୍ମାନେ ଗୁଆ ମହାପ୍ରସାଦ ନିମନ୍ତ୍ରଣ ସାଂଗେ ସମାନ କି ନୁହେଁ ? “ଧରାପଡିଲେ ୫୦୦/ ଜୋରିମାନା ଆଦାୟ କାରୀ କିଏ ? ଯେଉଁଠି ସର୍ବସାଧାରଣରେ ଧୂମପାନ ଦଣ୍ଡନୀୟ, ଗୁଟକା ବିକ୍ରି ଦଣ୍ଡନୀୟ, କିନ୍ତୁ କାହାଉପରେ କେତେ ଜୋରିମାନା ? କିଏ ଆଦାୟ କରୁଥିବାର ନଜିର ଦେଖିବାକୁ ମିଳୁନାହିଁ ସେଠି ପାନଛେପ ପକାଉ ଥିବା କୁକୁର ଗୁଡାକକଂ ଉପରୁ ୫୦୦ଟଂକା ଜୋରିମାନା ଆଦାୟ କରିବା ହାସାସ୍ପଦ ନୁହେଁ କି ? ଏହା ପରେ ବିପଦ ଚିହ୍ନ ହାଡ ଖପୁରୀ ଜୀବନ ହାନୀ ସଂକେତ କେଉଁଠି ବ୍ୟବହାର କରାଯାଏ ତାହାର ବି ସ୍ଥାନ କାଳ ଅଛି । ଆମକୁ ଯାହା ଲାଗୁଛି ବହୁ ସ୍ଥାନରେ ପରିସ୍ରା କରୁଥିବା ଲୋକ କୁଂ ରୋକିବାକୁ “ ମୁଁ କୁକୁର ଏଠି ମୁତୁଛି ” କେହି ଲେଖିଥିବାର ପ୍ରଭାବ ରେ ପ୍ରଭାବିତ ହୋଇ ବ୍ୟାଂକ ପାଖରେ କେହିଲେଖିଛି ହେଲେ ଫରକଟା ଏତିକି ଯେ ମଣିଷ ପରିସ୍ରା କରେ କୁକୁର ବି ପରିସ୍ରା କରେ କିନ୍ତୁ କୁକୁର ପାନ ଗୁଟକା …..?ଯାହା ହାସ୍ୟରୋଳ ଉଦ୍ରେକ ଜନକ ନିଶ୍ଚୟ।ବ୍ୟାଂକ୍ ର କର୍ମଚାରୀକଂ ଦ୍ରୁଷ୍ଟି ଆକର୍ଷଣ କରିବାରେ ବରଂ କେବଳ ନିରୋଳା ହସ ଛଡା ଆଉ କିଛି ଉତ୍ତର ମିଳି ନ ଥିଲା ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]