
କେନ୍ଦୁଝର:ଶାସକଦଳ ନେତାଙ୍କ ବାହୁ ଛାୟା ତଳେ ବାହୁବଳୀ! ହତ୍ୟାକାଣ୍ଡକୁ ୧୪ଦିନ ବିତିଲା ପୁଲିସ ହାତ ଖାଲି।




କଟକ ଗ୍ରାମାଞ୍ଚଳ,୨୫/୦୭(ନି.ପ୍ର)କଟକ ଗ୍ରାମାଞ୍ଚଳ ପୁଲିସ ଜିଲ୍ଲା ଅଧୀନସ୍ଥ ଗୋବିନ୍ଦପୁର ଥାନା ଅନ୍ତର୍ଗତ ନୂଆ ଗାଁ ଗ୍ରାମର ରାଜମିସ୍ତ୍ରୀ (ହେଲପର)ଦେବେନ୍ଦ୍ର ବେହେରା ହତ୍ୟାକାଣ୍ଡ ଘଟଣାକୁ ଦୁଇଦିନ ବିତିଗଲା ଣି ହେଲେ ପୁଲିସ ତଦନ୍ତ ସେଭଳି ଆଗକୁ ମାଡୁ ନା ହିଁ,ପୁଲିସ ଭୂତ ବାନ୍ଧ,ପ୍ରେତ ବାନ୍ଧ ପ୍ରଣାଳୀରେ ଚୋ ରା ମଦବେପାରୀ ଜଣେ/ଦୁଇଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି,ପୁଣି ଛାଡି ଦେଉଛି,ଏମିତି ଚାଲିଛି ଫାର୍ସ।ପୁଣି ଯେଉଁମାନଙ୍କୁ ଅଟକ ରଖୁଛି ସେମାନଙ୍କୁ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଧାର୍ଯ୍ୟ ନୀୟ ମାବଳୀ ଏଡାଇ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଛି,ପୁଲିସ କାର୍ଯ୍ୟର ସ୍ବଚ୍ଛତା ଉପରେ ଜନ ସାଧା ରଣଙ୍କ ସନ୍ଦେହ ବଢୁଛି।ଏହା ଏକ ନିଶ୍ଚିତ ହତ୍ୟାକା ଣ୍ଡ ବୋଲି ପାରିପାର୍ଶ୍ଵିକ ଘଟଣାବଳିରୁ ପ୍ରତୀୟମାନ ହେଉଥିବା ଜନସାଧାରଣ ଦାବି କରୁଥିବା ସ୍ଥଳେ,ପୁ ଲିସ ଯାହା କରିବ ତାହା ଏଭିଡେନ୍ସ ଆକ୍ଟର ରିଲେ ଭାନସି,ସାଇଣ୍ଟିଫିକ ଟିମର ପ୍ରମାଣ ଆଧାରରେ କରି ବ,କାରଣ ଘଟଣାର ପ୍ରତ୍ୟେକ୍ଷଦର୍ଶି,ସାକ୍ଷୀ କେହି ନା ହାନ୍ତି,ତେଣୁ ବିନା ପ୍ରମାଣରେ ପୁଲିସ କିଛି କରିବା ବି ସମ୍ଭବ ନୁହେଁ,ଦକ୍ଷ ପୁଲିସ କର୍ମଚାରୀଙ୍କ ଅଭାବ ଏଥି ରେ ମୁଖ୍ୟ ଅନ୍ତରାୟ ହୋଇଛି ସ୍ଥାନୀୟ ଅଞ୍ଚଳରୁ ମି ଳିଥିବା ତଥ୍ୟ ସୂଚନା ଆଧାରରେ ଜଣାପଡ଼ିଛି ଯେ ମୃତ ଦେବେନ୍ଦ୍ର ରାଜମିସ୍ତ୍ରୀ ହେଲପର କାମ କରି ବହୁ ସମୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଙ୍ଗସାଥିରେ ନି ଶାପିଇ ଘରକୁ ଫେରନ୍ତି।ଘଟଣା ଦିନ ରାତିରେ ବର୍ଷା ଲାଗି ରହିଥିଲା।୩/୪ବର୍ଷ ପୂର୍ବରୁ ସେହି ଗ୍ରାମର ଜ ଣେ ବିବାହିତା ମହିଳାଙ୍କୁ (ହିସାବରେ ମୃତ ଦେବେ ନ୍ଦ୍ରଙ୍କ ପରିବାର-କୁଟୁମ୍ବରେ ଭାଇବୋହୁ)ସେହି ଘର ପାଖରୁ ଗୋଟିଏ ଜେନା ପରିବାରର ଜନୈକ ଯୁବ କ ପ୍ରେମ ଜାଲରେ ଫସାଇ ଉଠାଇ ନେଇଥିଲେ,ପୂ ର୍ବରୁ ସେମାନଙ୍କ ଭିତରେ ଚାଲୁଥିବା ଅବୈଧ ସମ୍ପର୍କ କୁ ମୃତକ ବିରୋଧ କରିଥିଲେ।ଏହାକୁ କେନ୍ଦ୍ର କରି ଗ୍ରାମରେ ଅଶାନ୍ତି ସୃଷ୍ଟି ହୋଇଥିଲା।ମାତ୍ର ପ୍ରେମୀ ଯୁ ଗଳ ଫେରାର ହୋଇ ଯାଇଥିଲେ।ଫେରାର ପରେ ବିଭିନ୍ନ ହିନୀୟସ କ୍ରାଇମରେ ସେମାନେ ଜଡିତ ଓ ବିଭିନ୍ନ ଥାନା ଅଞ୍ଚଳ ପୁଲିସ ଲାଗି ମୁଣ୍ଡବଥାର କାର ଣ ହୋଇଥିବା ବେଳେ ପ୍ରାୟ ବର୍ଷକ ତଳେ ସେମା ନେ ପତିପତ୍ନୀ ହୋଇ ଗ୍ରାମକୁ ଫେରିଥିଲେ।ପୂର୍ବ ଘ ଟଣାରୁ ଦେବେନ୍ଦ୍ର ତାଙ୍କୁ ବାଡେଇ ଥିଲେ।ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା।ଘଟଣାଦିନ ଦେବେନ୍ଦ୍ର ରାତ୍ରୀ ପ୍ରାୟ ୧୦ଟାରୁ୧୦.୩ ୦ ସୁଦ୍ଧା କାମରୁ ଫେରୁଥିଲେ।ମାତ୍ର ହତ୍ୟାକାରୀ ନା ମରେ ପୂର୍ବରୁ ଥିବା ଅପରାଧିକ ମାମଲା ଗୁଡ଼ିକ ଯୋ ଗୁ ରାତିରେ ଘରେ ନଶୋଇ ପୁଲିସ କାଳେ ରାତିଆ ଚଢାଉ କରିବ ଓ ପୂର୍ବ କେଶ ଚୋରା ମଦ ବେପାର ,ପୁରୁଣା ୱାରେଣ୍ଟ କେଶ ଗୁଡିକରେ ଧରିନେବ,ସେଥି ପାଇଁ ବିଳମ୍ବିତ ରାତିଯାଏ ବଜାରରେ ଛପିରହି ପୁଲି ସର ଗତିବିଧି ଉପରେ ନଜର ରଖୁଥିବା ଏହା ନିତି ଦିନିଆ ଅଭ୍ୟାସ ଥିଲା ଓ ଏ ଭିତରେ ଦେବେନ୍ଦ୍ରକୁ ମାରି ଦେବା ପାଇଁ ସୁଯୋଗ ଅପେକ୍ଷାରେ ଥିଲା।ଘ ଟଣା ଦିନ ବର୍ଷା ହେଉଥିବାରୁ ଛୋଟବଜାରଟି ଜ ନଶୂନ୍ୟ ହୋଇ ଯାଇଥିଲା।ଫଳରେ ହତ୍ୟାକାରୀକୁ ନିରୋଳା ସୁଯୋଗ ମିଳିଯାଇଥିଲା।ବଜାର ଉପରେ ରାସ୍ତା ପାର୍ଶ୍ଵରେ ଏକ ପକ୍କା ଚଉତରା ଥିଲା।ସେହି ଚ ଉତରା ଉପରେ ବସିଥିବା ଅଭିଯୁକ୍ତ ଜଣକ ସାଇ କେଲରେ ଘରକୁ ଫେରୁଥିବା ଦେବେନ୍ଦ୍ରକୁ ଡାକ ମା ରିଥିଲା।ଡାକ ଶୁଣି ଦେବେନ୍ଦ୍ର ପାଖକୁ ଯାଇଥିଲା,ନି ଜ ସାଇକେଲକୁ ରାସ୍ତା ପାଖରେ ରଖିଥିଲା।କେତେ କଙ୍କ ଆଶଙ୍କା ଅନୁଯାୟୀ,ଦେବେନ୍ଦ୍ର ନିଶା ଅଭ୍ୟସ୍ତ ଥିବାରୁ ତାଙ୍କୁ ନିଶା ଲୋଭ ଦେଖେଇ ଅଭିଯୁକ୍ତ ଓ ତାଙ୍କ ସହଯୋଗୀ ମାନେ ମିଶି କାବୁ କରିଥିଲେ ଓ ସେଠାରେ ପଡ଼ିଥିବା ଇଟାରେ ଛେଚି ଛେଚି ମାରିଥି ଲେ।ମାରିବା ପରେ ଶବକୁ ଅଧିକ ଦୂର ନେଇ ନ ପା ରି ସେହି ନିକଟରେ ପକାଇଦେଇ ପଳାଇଥିଲେ।କା ଳେ ଘଟଣା ଧରା ପଡ଼ିଯିବ ତାହାକୁ ଏଡାଇବାକୁ ଦେ ବେନ୍ଦ୍ରଙ୍କ ସାଇକେଲକୁ ବୁଲାଇ ତାଙ୍କ ଘରମୁହାଁ କରି ରାସ୍ତା ଉପରେ ରଖା ଯାଇଥିଲା।ଅପରାଧୀମାନେ ପେଶାଦାର ଥିବାରୁ ଗ୍ରାମର ବହୁ ଲୋକେ ସେମାନ ଙ୍କୁ ସାମ୍ନା କରି ନପାରି,ପୁଲିସକୁ ସାକ୍ଷ୍ୟ ଦେବାକୁ ଡରୁଥିବାରୁ ଏହି ତଥ୍ୟ ଓ ଘଟଣା ଠାରୁ ନିଜକୁ ଦୂ ରେଇ ରଖୁଛନ୍ତି ବୋଲି ଜାଣିବାକୁ ମିଳିଛି,ଅନୁସନ୍ଧା ନ ସମୟରେ ପୁଲିସ ସନ୍ଧାନି କୁକୁର ଅଭିଯୁକ୍ତଙ୍କ ଘ ର ଚାରିପଟେ ଓ ପାଖରେ ବୁଲିଥିଲା।ହେଲେ ଯେଁଉ ଇଟାରେ ଛେଚି ଛେଚି ଦେବେନ୍ଦ୍ରଙ୍କୁ ହତ୍ୟା କରାଯା ଇଛି ପୁଲିସ ତାହାକୁ ତଦନ୍ତ ଓ ସାଇଁଟିଫିକ ଟିମର ତଦନ୍ତ ପରିସରଭୁକ୍ତ କରିଛି କି ନା,ତାହା ପୁଲିସ ଫୋନ ଉଠାଉ ନଥିବାରୁ ଜଣାପଡ଼ିନାହିଁ।ତେବେ ଉଚ୍ଚ ପୁଲିସ ଅଧିକାରୀ ଆସାମୀ ମାନଙ୍କୁ ୩ଦିନ ମଧ୍ୟ ରେ ଗିରଫ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବେଳେ ସେହି ସମୟ ଅବଧି ପୂରଣ ହୋଇ ସାରିଛି,ଅଥଚ ଅଭିଯୁକ୍ତ ଏଯାଏ ଧରା ପଡ଼ିନାହାନ୍ତି।ତେଣୁ ଗ୍ରାମବା ସି ଗୋବିନ୍ଦପୁରଥାନା ଘେରିବା ମସୁଧାରେ ଥିବା ସୂ ଚନା ମିଳିଛି।