
କେମିତି ଚାଲିଛି ? କେନ୍ଦୁଝର ଜିଲ୍ଲାରେ ଉଦ୍ୟାନ-କ୍ରୁଷି,କାମ କମ୍ ଲୁଟ ବେଶୀ !
କେନ୍ଦୁଝର୧୦।୧୦ ( ଜିଲ୍ଲା ପ୍ରତିନିଧି )- ୪୪%ରୁ ଉର୍ଦ୍ଧ୍ୱ ଆଦିମ ଜନଜାତି ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲା। ପ୍ରକ୍ରୁତି ରାଣୀର ଅପରୂପ ଶୋଭା ଦର୍ଶକକଂ ଚିତ୍ତକୁ ନିମିଷକେ ହରଣ କରେ ,ଘଂଚ ବନାନୀ କୋଳରେ,ମାଟିର ଗନ୍ଧରେ ସଦାବିମୋହିତ ,ବିଭୋର ସରଳ ପଲ୍ଲୀପ୍ରାଣ ଏଠିକାର ଚାଷୀ। ସରକାରୀ ବାବୁମାନକଂ ଫନ୍ଦିଫିକର ବୁଝି ନ ପାରି ଛନ୍ଦିହୋଇଯାନ୍ତି ବୁଢିଆଣି ଜାଲ ଭିତରେ । ସରକାରୀ ଯୋଜନା କାର୍ଯ୍ୟକାରୀ ହୁଏ କେବଳ କାଗଜ କଲମରେ। ତନ୍ମଧ୍ୟରେ ରାଜ୍ୟଉଦ୍ୟାନ କ୍ରୁଷି ଅନ୍ୟତମ ।ଜିଲ୍ଲାଟି ୩ଟି ସବଡିଭିଜନ ଓ ୧୩ଟି ବ୍ଲକ ମଧ୍ୟରୁ କେନ୍ଦୁଝର ସଦର ସବଡିଭିଜନ ଅନ୍ତର୍ଗତ ବାଂଶପାଳ ବ୍ଲକକୁ କେବଳ ଉଦାହରଣ ଭାବେ ନେଲେ ସବୁ ସ୍ପଷ୍ଟ ହେବ । ବିଭାଗରAHO ଓ Deputy Director କ୍ଷେତ୍ରକୁ କିମ୍ବା କାର୍ଯ୍ୟାଳୟ ରେ ଅଧିକାଂଶ ଦିନ ଓ ସମୟ ଅନୁପସ୍ଥିତ ରହିଥାନ୍ତି ।ମୁଖ୍ୟାଳୟରେ ବସି ସେଠାରୁ କାଗଜପତ୍ର ରେ ପରିଚାଳନା କରାଯାଏ। ମିଥ୍ୟାଟୁର ଦେଖାଇ ବିଲ କରାଯାଏ । ବ୍କକ ଅନ୍ତର୍ଗତ ୨୩ଟିପଂଚାୟତରେ ଆଗ୍ରହୀଚାଷୀ ହାଇବ୍ରିଡ ପନିପରିବା ଚାଷ କରିବାକୁ ଚାହିଁଲେ । ସେମାନେଏଥିପାଇଁ ବିଭାଗ ପ୍ରଦତ୍ତ ହିତାଧିକାରୀ ଫର୍ମ ପୂରଣ କରି ଦାଖଲ କରିଥିଲେ,ହେଲେ କଣ ହେଲା କେଜାଣି ସେମାନକଂ ମଧ୍ୟରୁ ଗୁରୁଚରଣ ମହାନ୍ତ ଓ ଅନ୍ୟଦୁଇଜଣକଂ ଦରଖାସ୍ତକୁ ବିଭାଗ ଫେରାଇଦେଲା ଅଥଚ ସେତେବେଳକୁ ବିଭାଗୀୟ ପରାମର୍ଶ କ୍ରମେ ଏହି ସବୁଚାଷୀ ବିହନ,ସାର ଆଦି କିଣି ଚାଷ କାର୍ଯ୍ୟ ଆରମ୍ଭ କରିଦେଇଥିଲେ । କ୍ରୟ ରସିଦ ବି ଦାଖଲକଲେ ହେଲେ ବିଭାଗୀୟ ଅଧିକାରୀ ଶୁଣିଲେନି ଫଳରେ ସବସିଡ ମିଳିଲାନି। ଅଥଚ ଆଦୌ ପନିରିବା ଚାଷ ନକରି ବି ଚାଷୀ ସଵସିଡ ପାଇଲେ।ଅନ୍ୟଜଣେ ଚାଷୀ ହେଲେ ବଟକ୍ରୁଷ୍ଣ ଦେହୁରୀ ବିଭାଗୀୟ କର୍ମଚାରୀକଂ ବୁଝାଶୁଝା ଓ ସୁନେଲିସ୍ୱପ୍ନ ପ୍ରଲୋଭନରେ ପଡି ଧାରଉଦ୍ଧାର କରି ୧୨୩୪ କଦଳୀଚାରା ବିଭାଗରୁ କିଣିଥିଲେ। ଏଥିପାଇଁ ମୂଲ୍ୟବାବଦକୁ MR.NO497/12.6.2018 ରେ ୧୮୨୦୦ବଟଂକା ଜମା ଦେଇଥିଲେ । ମାତ୍ର ବିଭାଗ ତାଂକ ସବସିଡ ଅର୍ଥ ନ ଦେବାରୁ ସେ ନିରାଶରେ ଭାଂଗି ପଡିଲେ। କଦଳୀଚାଷରେ ଲାଭ ତ ଦୂର ର କଥା ମୂଳ ବି ବୁଡିଲା ଫସଲ ନଷ୍ଟ ହୋଇଗଲା । କେନ୍ଦୁଝର ଜିଲ୍ଲାରେ ବହୁ ଅମ୍ରୁତ ଭଣ୍ଡା ଚାଷୀ ରହିଛନ୍ତି। ହେଲେ ସେମାନକୁଂ ଚିହ୍ନଟ କରି ଇଣ୍ଡେଣ୍ଟ ଓ NHM ଯୋଜନାରେ ନିୟମାନୁଯାୟୀ ଅନଲାଇନ ଚାରା ବୁକିଂ ପରିବର୍ତ୍ତେ ମନଇଛା ଚାରା କିଣାଗଲା ।ଚାରାଗୁଡିକ ଅତ୍ୟନ୍ତ ଦୁର୍ବଳ ଥିବାରୁ ସାଧାରଣ ମୋର୍ଟାଲିଟି ହାରଠାରୁ ବହୁପରିମାଣରେ ମରିଗଲା ।ପାହାଡିଆ ଅଂଚଳ ଓ ଉପଯୁକ୍ତ ଜଳସେଚନ ସୁବିଧା ନ କରି ଏପରି ଚାରାଯୋଗାଣ ଦ୍ୱାରା ଅମ୍ରୁତଭଣ୍ଡା ଚାଷଯୋଜନା ଫସର ଫାଟିଲା ମାତ୍ର କର୍ମଚାରୀକଂ ଦରମାରୁ ଚାରା ବାବଦଅର୍ଥ ଜୋର ଜବରଦସ୍ତ କାଟିନିଆ ଗଲା । ଏପରିଚାଷ ଦ୍ୱାରା କି ସୁଫଳମିଳିଲା। ଉଦ୍ୟାନ କ୍ରୁଷିର ଏପରି ନୈରାଶ୍ୟ ଜନକ ପଦକ୍ଷେପ ପାଇଁ ଦାୟୀକିଏ ? ଡେରାସ ଫାର୍ମରୁ ଏହିଚାରା କିଣିବାକୁ ବିନାଇଣ୍ଡେଣ୍ଟ ରେ କିଏ ଅନୁମତି ଦେଇଥିଲେ ? NHMର ନିୟମାବଳୀ ଭଂଗ ହୋଇଛି କି ନା ? କ୍ଷତିଭରଣା ସଂପ୍ରୁକ୍ତ ଅଧିକାରୀକଂ ଦରମାରୁ ନ ହୋଇ ତଳି ଆ କର୍ମଚାରୀକାହିଁକି ଶୁଝିବେ ? ମତାମତ ଜାଣିବାକୁ ଉପକ୍ରୁଷି ନିର୍ଦ୍ଦେଶକ କେନ୍ଦୁଝରକୁଂ ଓ ବ୍ଲକ ଆତ୍ମା ଅଧ୍ୟକ୍ଷ କୁଂ ତାଂକ ମୋବାଇଲ ଫୋନକୁ ଯେତେ ଚେଷ୍ଟାନକରାଗଲେ ବି ସେମାନେ ଉଠାଇ ନ ଥିଲେ । ତେଣୁ ମତାମତ ସଂଗ୍ରହ ସମ୍ଭବ ହୋଇନାହିଁ ।

