
କୋଭିଡ଼ କଟକଣାକୁ ଫୁ ! ଗୋବିନ୍ଦପୁର ଥାନା ନୀରବ କାହିଁକି??

କଣ୍ଟାପଡ଼ା,୧୪/୪(ନିପ୍ର) ସାରା ଓଡ଼ିଶାରେ କରୋନା ଦ୍ଵିତୀୟ ଲହର ଭୟାବହତା ନେଇ ସରକାରଙ୍କ ପକ୍ଷରୁ, ଖୋଦ୍ ମୁଖ୍ୟମନ୍ତ୍ରୀ,ମୁଖ୍ୟ ସଚିବ ଓ ଗୃହ ବିଭାଗ କଠୋର ଆଭିମୁଖ୍ୟ ସମ୍ପର୍କରେ ସଚେତନ କରାଯାଉଛି।ପୁଲିସ ବି ନିଜେ ଡ଼ାକବାଜି ଯନ୍ତ୍ରରେ କୁହାଟ ଛାଡୁଛି।ଉକ୍ତ କାରଣରୁ ଶହ ଶହ ବର୍ଷରୁ ଚାଲି ଆସିଥିବା ଦୋଳ ମେଳଣ,ସତ୍ୟ ନାରାୟଣଙ୍କ ପାଲା ଅନୁଷ୍ଠାନ ରେ ତାଲା!ଲୋକମାନଙ୍କୁ ମାସ୍କ ପରିଧାନ ,ସାମାଜିକ ଦୂରତା ସାବୁନ ରେ ହାତ ଧୋଇବାକୁ ପରାମର୍ଶ ଦିଆଯାଉଛି।କୁହାଯାଏ କି ଆଇନ ସମସ୍ତଙ୍କ ପାଇଁ ସମାନ,ତେବେ ସ୍ଥାନୀୟ ଅଂଚଳର ସବୁ ମେଳା ମହୋତ୍ସବ କରନା ଆଳରେ ବନ୍ଦ ରଖାଯାଇଥିବା ବେଳେ ଗୋବିନ୍ଦପୁର ଥାନା,ବ୍ରାହ୍ମଣସାଇଲୋ ପଞ୍ଚାୟତ,ଉରୁଜଙ୍ଗ ଦଳିତ ସାହି ନିକଟରେ ବିନା ମାସ୍କ ,ବିନା ସାମାଜିକ ଦୂରତାରେ ପଣା ଉପଲକ୍ଷେ କାଳସି ନିଆଁରେ ଚାଲିବାକୁ ପୁଲିସ ଅନୁମତି ଦେଲା କିପରି?ମୁଖ୍ୟମନ୍ତ୍ରୀଙ୍କ କଠୋର ଆଦେଶ କଣ ଏମିତି ପୁଲିସ ପାଳୁଛି କି ?ବୋଲି ଲୋକେ ଟାହି ଟାପରା କଲେଣି।ପୁଲିସ ଉଚ୍ଚ କର୍ତ୍ତୃପକ୍ଷ,ଗୃହବିଭାଗ ଓ ମୁଖ୍ୟମନ୍ତ୍ରୀ ଦୃଷ୍ଟିଦେବାକୁ ଦାବି ହୋଇଛି।