breaking News ଅଂଚଳ ଖବର ଜିଲ୍ଲାଖବର ଦୁର୍ନିତି ରାଜ୍ୟଖବର

ଖାଉଟୀକଂ ରାସନ ସାମଗ୍ରୀରୁ ଚଣ୍ଡକାଢି ଯୋଗାଣ ବିଭାଗ କର୍ମଚାରୀ ଲକ୍ଷପତି! କଷ୍ଟମ ମିଲର,ରାସନ ଡିଲର ଯୋଗାଣଅଫିସର ଜଡିତ ଥିବା ସଂଦେହ ବଳବତ୍ତର !

Spread the love

ଡିଲର ପାଲଟିଛନ୍ତି ଯୋଗାଣ ବିଭାଗର ସରକାରୀ ମୂଷା ! ବିଭାଗର ପ୍ରଛନ୍ନଇଂଗିତରେ ଖାଉଟୀକଂ ରାସନ ଲୁଟି ଲକ୍ଷପତି !

କଟକ ଜିଲ୍ଲା ନିଆଳି ,କଣ୍ଟାପଡା ଓ ବାରଂଗ ବ୍ଲକରେ ଖାଉଟୀମାନକଂ ରାସନକୁ ଡିଲରମାନେ କୌଶଳ କ୍ରମେ ଲୁଟି ନେଉଥିବା ଆଜିସାମ୍ନାକୁ ଆସିଛି ଏଥିରୁ ବହୁଦିନ ଧରି ଯୋଗାଣ ବିଭାଗର ଅଧିକାରୀ ମାନକଂ ପ୍ରଛନ୍ନ ଇଂଗିତ ଥିବା ସ୍ପଷ୍ଟ ହୋଇଛି।ଯାହା ସେମାନେ ଏଯାଏ ସ୍ୱୀକାର କରୁ ନଥିଲେ, କିମ୍ବା ଅଭିଯୁକ୍ତ ଡିଲର ମାନକଂ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉ ନ ଥିଲେ।ମିଳିଥିବା ସୂତ୍ର ଅନୁଯାୟୀ।ରାସନ ବଣ୍ଟନ କରୁଥିବା ଡିଲର ମାନେ ଲୋକକୁଂ ଓଜନରେ କମ୍ ଆସୁଥିବାର ଭୁଆଁ ବୁଲାଇ ଯେତିକି ସାମଗ୍ରୀ ଦେଉଥିବାର ଖାତାରେ ଲେଖୁଛନ୍ତି ତହିଁରୁ କମ୍ଓଜନ ଦେଉଛନ୍ତି।ଲୋକେ ପ୍ରତିବାଦ କଲେଓଜନ କମ ଆସୁଛି ତେଣୁ ଆଡଜଷ୍ଟ କରିବାକୁ ଓଜନରେ କାଟିବାକୁ ପଡୁଛି।ତେବେ ଓଜନରେ କାହିଁକି କମୁଛି ? ସରକାରକଂ ନିୟମ ମୁତାବକ ପ୍ରତି ଡିଲର ପଏଣ୍ଟରେ ସାମଗ୍ରୀ ପହଂଚାଣ ଦାୟୀତ୍ୱ ହେଉଛି ପରିବହନ ଠିକାଦାରକଂର।ସାମଗ୍ରୀ ଓଜନ ଠିକଅଛି କି ନା ଦେଖିବା ଦାୟୀତ୍ୱ ଡିଲରକଂର,ପରିବହନ ଖର୍ଚ୍ଚ ପରିବହନ ଠିକାଦାର ବହନ କରିବା କଥା ସାମଗ୍ରୀଦେବାବେଳେ ଓଜନରେ କମ୍ ଥିଲେ ସେଥିପାଇଁ ଉତ୍ତର ଦାୟୀ ପରିବହନ ଠିକାଦାର।କାରଣ ଗାଡିରେ ଲୋଡ ନେବାବେଳେ ଗୋଦାମରେ ଓଜନ ଦେଖିବା ଦାୟୀତ୍ୱପରିବହନ ଠିକାଦାରକଂର ।ଯେହେତୁ ସଂପ୍ରୁକ୍ତ ଡିଲର ସେଠାରେ ରହି ନଥାନ୍ତି ।ଏଣୁଓଜନ କମ ପାଇଁ ଖାଉଟୀର ରାସନରୁ କଟାଯିବ କାହିଁକି ?ଅସଲରେ କିନ୍ତୁ କାଗଜପତ୍ରରେ ନିୟମ ସବୁ ସିମୀତ ରହୁଛି । ଡିଲରମାନେ ଖାଉଟୀକଂ ରାସନରୁ କାଟିରଖୁଥିବା ରାସନ ସାମଗ୍ରୀ ବିପୁଳ ପରିମାଣରେ ସଂଗ୍ରୁହୀତ ହୋଇଥାଏ ।ଏହାକୁ ବିକ୍ରୟକରି ଯେଉଁ ଅର୍ଥ ମିଳେ ତାହାକୁ ଡିଲର ଓ ବ୍ଲକଯୋଗାଣ ନିରୀକ୍ଷକ ନିଜ ଭିତରେ ବାଣ୍ଟି ନେଇଥାନ୍ତି; ସେହିକଥାକୁ ଆଜି ଜଣେ ଡିଲର ଖୋଲାରେ ମେଡିଆ ଆଗରେ ସ୍ୱୀକାର କରିଛନ୍ତି ଯାହାକି ଯୋଗାଣ ନିରୀକ୍ଷକକଂ ଭୂମିକା ପ୍ରତି ଏକ ବିରାଟ ପ୍ରଶ୍ନ ଚିହ୍ନ ଆଂକିଛି।ଏତଦଭିନ୍ନ ମ୍ରୁତ ବ୍ୟକ୍ତିକଂ ରାସନ ସାମଗ୍ରୀକୁ ଡିଲର ଦୀର୍ଘଦିନ ଧରି ହଡପ କରି ଚାଲିଥାଏ । ଅଥଚ ବିଭାଗକୁ ଜଣାଇ ନ ଥାଏ କିମ୍ବା ପ୍ରତିମାସରେ ରିଟର୍ଣ ଦାଖଲରେ ମ୍ରୁତ ବ୍ୟକ୍ତି ରାସନ ନେଇଥିବା ଦର୍ଶାଯାଉଥାଏ ଯହିଁରୁ ଯୋଗାଣ ନିରୀକ୍ଷକ ମୋଟାଅଂକର ଭାଗ ପାଇଥାନ୍ତି।ସେକଥାର କେବଳ ଆଭାସ ନୁହେଁ ଖୋଲାରେ ଉତ୍ତାରଣ ପଂଚାୟତରେ ଜଣେ ଡିଲର ଖୋଲିଦେଇ ସଂପ୍ରୁକ୍ତ ନିରୀକ୍ଷକକୁଂ ହରଡଘଣାରେ ପକାଇଦେଇଛନ୍ତି। ଯାହାକୁ ଯୋଗାଣ ନିରୀକ୍ଷକ ଖଣ୍ଡନ କରିଛନ୍ତି।ଏହି ଭାଗରୁ ଜିଲ୍ଲାର ବିଭାଗୀୟ ଅଧିକାରୀ ନିଜଭାଗ ନେଇ ଲୁଟେରାକୁଂ ସୁରକ୍ଷା ଦେଇଥାନ୍ତି ଫଳରେ ଖାଉଟୀକଂ ଅଭିଯୋଗ ବାଏଁ ବାଏଁ ଉଡାଇ ଦିଆଯାଏ।ଯୋଗାଣ ନିରୀକ୍ଷକ ମାନେ କଷ୍ଟମ ମିଲରକଂ ଠାରୁ ବି ଧାନ ସଂଗ୍ରହ ରୁତୁରେ ମୋଟା ଅଂକର ବଟି ଆଦାୟ କରିଥାନ୍ତି,ଯେହେତୁ ସେହି ସମୟରେ ତାଂକ କ୍ଷମତା ପ୍ୟାଡି ପ୍ରୋକ୍ୟୁରମେଣ୍ଟ ମିଲ ଅଫିସର।କେତେସ୍ଲଟ୍ ମିଲିଂ ହେଲା,ଚାଷୀ ଅଖାବାବଦ ଟଂକାପାଇଲାକି ନାହିଁ ଅଖାଫେରସ୍ତ ହେଲାକି ନା ,ସେ ସବୁର ହିସାବ,ପେଷେଇସରିଥିବା ଚାଉଳର ମାନ ଠାରୁ ସରକାରୀ ଗୋଦାମରେ ପହଂଚାଣ ପର୍ଯ୍ୟନ୍ତ ଟିକିନିଖି ହିସାବଓ ରିଟର୍ଣ ଦାଖଲ ପର୍ଯ୍ୟନ୍ତ ସଂପୂର୍ଣ ଦାୟୀତ୍ୱ ଓ ଅଖଣ୍ଡ କ୍ଷମତା ତାଂକର।ଏମିତିକି ସରକାରକଂ ଧାର୍ଯ୍ୟ ନିୟମଅନୁଯାୟୀ ଧାନ ପେଷେଇ ପରେ କ୍ୱିଣ୍ଟାଲପ୍ରତି ୬୮ କି.ଗ୍ରା ଚାଉଳ ନେବାକୁ ଥିବାବେଳେ ଚାଉଳରେ ଖୁଦ ମିଶାଇ ମିଲର ୬୮ କି.ଗ୍ରା ଦେଉଥିଲେ ବି ବଟି ଲୋଭ ସଲାସୁତୁରା ଯୋଗୁ ନିରୀକ୍ଷକ ସଠିକ ମାନର ବୋଲି ସହମତ ହୋଇଥାନ୍ତି।କେବଳଏତିକି ନୁହେଁ ଅନ୍ୟ ଏକ ଅନ୍ଧାରୀ ଦିଗ ହେଉଛି କି କ୍ୱିଣ୍ଟାଲ ପିଛା ୭୦ଟଂକା ହିସାବରେ ଡିଲରକୁଂ ରାସନ ବଣ୍ଟନ କମିଶନ ଭାବେ ସରକାର ଦେଇଥାନ୍ତି ଏଥିରୁ କ୍ୱିଣ୍ଟାଲ ପିଛା ୧୦ ଟଂକା ହିସାବରେ ବ୍ଲକ ଯୋଗାଣ ନିରୀକ୍ଷକ ବଟି ଆଦାୟ କରି ନିଅନ୍ତି।ନଚେତ ପରୋକ୍ଷରେ ଧମକ ମିଳିଥାଏ।ମାସିକ ଉପୁରି ୫୦/୬୦/୭୦ ହଜାର ପର୍ଯ୍ୟନ୍ତ ସାନ ବଡ ବ୍ଲକ ଦେଖି ଆଦାୟ ହୋଇଥାଏ ଯହିଁରେ ଜିଲ୍ଲାର ବଡପଣ୍ଡା ମାନେ ପାଇଥାନ୍ତି।ସବୁଠୁ ବଡ ଘୋଟାଲାରେ ଜଡିତ ଥିବାଏହି ଅଧିକାରୀ ମାନକଂ ସଂପର୍କରେ ଜଣା ପଡିଛି କି,ମଣ୍ଡିରେ ଧାନ ବିକିଥିବା ଚାଷୀ ବି ରାସନ ନେଇଛନ୍ତି । ତଥ୍ୟ ଅଭିଯୋଗ ଅନୁଯାୟୀ ସରକାର ଧାର୍ଯ୍ୟ କରିଛନ୍ତି ଯେ ଗୋଟିଏ ଏକର ଜଳସେଚିତ ଜମିରୁ ୨୦ କ୍ୱିଣ୍ଟାଲ ପରିମାଣ ସର୍ବନିମ୍ନ ଧାନଅମଳରୁ ଚାଷୀଜଣେ ନିଜଘରେ ଖାଇବାକୁ ୩ କ୍ୱିଣ୍ଟାଲ ରଖି ୧୭ କ୍ୱିଣ୍ଟାଲ ବିକ୍ରୟ କରିପାରିବ।କଣ୍ଟାପଡା,ବାରଂଗ,ନିଆଳି ବ୍ଲକ ୯୮% ଜଳ ସେଚିତ ଜମି ବୋଲି କ୍ରୁଷି ବିଭାଗ ରିପୋର୍ଟ କହୁଛି।ଜଣେଜଣେ ଚାଷୀକଂ ଜମିପରିମାଣ ୫ଏକରରୁ ଅଧିକ ବୋଲି ସେବାସମବାୟ ସମିତି ରେକର୍ଡ କହୁଛି।ଅଥଚ ଏହି ସବୁ ଚାଷୀ ମଣ୍ଡିରେ ଧାନବିକି ଖାଦ୍ୟସୁରକ୍ଷା ଯୋଜନାରେ ରାସନ ନେଇଛନ୍ତି ଫଳରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ବାଟବଣା ହୋଇଛି।କହିବା ବାହୁଲ୍ୟ ଯେ ଉଭୟ ମଣ୍ଡି ଓ ରାସନ ପାଇଁ ଯୋଗାଣ ବିଭାଗ ନିରୀକ୍ଷକ ଉତ୍ତର ଦାୟୀ। ଆଗାମୀଦିନରେଏହି ଦୋଷ ନିମନ୍ତେ ଯୋଗାଣ ବିଭାଗ ଅଡୁଆରେ ପଡିବାକୁ ଯାଉଛି ।

ଉତ୍ତାରଣ ଡିଲରକଂ ସଫେଇ

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]