ଦୁର୍ନିତି

ଚାପରେ ଚେପା କଣ୍ଟାପଡା ତହସିଲ!ମାମଲା ଉଠାଇବାକୁ ଧମକ

Spread the love

ରାଜନୈତିକ ଚାପରେ ଚେପା ହୋଇଗଲାଣି କଣ୍ଟାପଡା ତହସିଲ ।ଏମିତିକି ନିଜ ଜୀବନ ବଂଚେ ଇବାର ଅଧିକାର ବି ନାହିଁ ସରକାରୀ କର୍ମଚାରୀକଂର । ଥାନାରେ ଦେଇଥିବାଏତାଲାକୁ ଉଠେଇନେ ଇ ପକେଇଥିବା ଛେପକୁ ଚାଟିବାକୁ ଯେମିତି ବାଧ୍ୟକରାଯାଉଛି ତେବେ ଥାନାରେ ଦେଇଥିବା ଏତାଲାକୁ କେମିତି ଉଠେଇନେଇହେବ?ଜଣେ ମାଜିଷ୍ଟ୍ରେଟ ନିଜ କଲମୁନରେ ଲେଖିଥିବା ଅଭିଯୋଗକୁ କେମିତି ନିଜେ ମିଛବୋଲି କହି ପ୍ରତ୍ୟାହାର କରିବେ?ସାରା ମାଜିଷ୍ଟ୍ରେଟକଂ ସ୍ୱାଭିମାନ ଓ କାର୍ଯ୍ୟଧାରା ଉପରେ ଉଠିବନି ପ୍ରଶ୍ନ ?ଏମିତି ଏକ ସଦ୍ୟ କଳା ଅଧ୍ୟାୟର ଅବତାରଣା କରୁଛୁ ଆପଣମାନକଂ ଅବଗତି ନିମନ୍ତେ। ନିଜେ ଆଇନ ତା ବାଟରେ ଯିବ କହି ଆସୁଥିବା ମାନ୍ୟବର ମୁଖ୍ୟ ମନ୍ତ୍ରୀକଂ ଅନୁଗତ ବୋଲି ଦାବୀକରି ଆସୁଥିବା ଦଳୀୟ ବିଶ୍ରୁଖଂଳିତ ରାଜନେତା ଆଇନକୁ ମାଡି ମକଚି ଭାଂଗୁଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଆସୁଛି

ରାଜସ୍ୱ ବିଭାଗର ଏକ ପ୍ରମୁଖ ଆୟର ପନ୍ଥା ଭାବେ ବାଲିଘାଟ ଗୁଡିକ ବିବେଚିତ ହୋଇଥାଏ ଅଥଚ ମାଫିଅ‍ାକଂଠୁ ଆରମ୍ଭ କରି ତହସିଲ ପ୍ରଶାସନ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଏହାକୁ ବିପୁଳ ପରିମାଣରେ ଲୁଟି ନିଆ ଯାଉଥିଲେବି ବାଡ ଯେହେତୁ ଫସଲକୁ ସୁରକ୍ଷା ଦେବା ବଦଳରେ ଚଳୁକରୁଥାଏ ତେଣୁ ରୋକିବା ସମ୍ଭବ ହୋଇ ନଥାଏ । ଏକ ହିସାବରୁ ଜଣାପଡିଛି ଯେ ବାଲିଘାଟରୁ ଆଦାୟ ରାଜସ୍ୱ ଅପେକ୍ଷା ଏଥରୁ ଲୁଟର ପରିମାଣ ପ୍ରାୟ ୯୯% ଅଧିକ ! ଗତ ଦୁଇଦିନ ତଳେ ଏପରିଏକ ଘଟଣା ସାଧାରଣରେ ତହସିଲ ପ୍ରଶାସନ ପ୍ରତି ଭ୍ରୁକୁଂଚନ ସ୍ରୁଷ୍ଟି କରିଛି ।

ଘଟଣାଟି ଘଟିଛି କଣ୍ଟାପଡା ତହସିଲ ଅନ୍ତର୍ଗତ ଗୋବିନ୍ଦପୁର ଥାନା,ଗୋବିନ୍ଦପୁର ପଂଚାୟତ ଶିରୋସୁନ୍ଦରପୁର ଠାରେ ଥିବା ଦେବୀନଦୀର ଏକ ଅଘୋଷିତ ବାଲିଘାଟ ନିକଟରେ।ତହସିଲଦାର ଓ ଅତିରିକ୍ତ ତହସିଲଦାର ଖବର ପାଇଲେ ଯେ ନିଲାମ ହୋଇ ନ ଥିବା ଏହିଘାଟରୁ ବିପୁଳ ମାଟି, ବାଲି ଆଦି ଉଠାଣ ହେଉଛି।କର୍ମଚାରୀକଂ ସହ ଘଟଣା ସ୍ଥଳରେ ପହଂଚି ସତ୍ୟତା ଦେଖିଲେ ଓ ନିୟୋଜିତ ଟ୍ରାକ୍ଟରକୁ ଧରିଲେ । ତେବେ କେହିଜଣେ ତହସିଲଦାର ଓ ଅତିରିକ୍ତ ତହସିଲଦାରକୁଂ ଧମକ ଦେଲେ ଯେ “ଶଳା ଯେତେବେଳେ ଯାହା କହିଲ ୫ହଜାର, ୧୦ହଜାର ଦେଲି ପୁଣି ଗାଡି କାହିଁକି ଧରିଲ ?ଶଳାକୁଂ ଗାଡି ଚଢେଇ ମାରିଦେବି ” ତେବେ ଏଥିନେଇ ଗୋବିନ୍ଦପୁର ଥାନାରେ ତହସିଲଦାରକଂ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି ଓ ନମ୍ବର ବିହୀନ ଟ୍ରାକ୍ଟର ଅଧାବାଟରେ ଥାନା ଜିମାରେ ଅଟକ ବି ରହିଛି।ହେଲେ ତହସିଲ ପକ୍ଷରୁ ଟ୍ରାକ୍ଟର ନମ୍ବର ଭାବେ ଏକ କାର ନମ୍ବର ପକାଯାଇଥିବା ଅଭିଯୋଗ ହେଉଥିବା ସତ୍ୟ ହୋଇଥିଲେ ରହସ୍ୟ ,କୌତୁହଳ ଓ ସନ୍ଦେହ ଉଠିବା ସ୍ୱାଭାବିକ।କିନ୍ତୁ ରାଜ ନେତାକଂ ତହସିଲ ଉପରେ ଚାପ ଯେ “ତୁରନ୍ତ ଏତାଲା ଉଠାଅ”।ଏହା ପ୍ରଥମ ଘଟଣା ନୁହେଁ,ଏହା ପୂର୍ବରୁ ଗତ ୧୩ତାରିଖରେ ରାଜସ୍ୱ ନିରୀକ୍ଷକ କିଶୋର ସ୍ୱାଇଁକୁଂ ବି ତହସିଲ କାର୍ଯ୍ୟାଳୟ ମଧ୍ୟରେ କଲର ଧରି ଟାଣିଟାଣି ନେବାର ଓ ମାଡମାରିବାକୁ ଧମକ ଦେବାର ସମୁହ କର୍ମଚାରୀକଂ ଲିଖିତ ଅଭିଯୋଗ ଜିଲ୍ଲାପାଳକଂ ନିକଟରେ ବିଚାରାଧୀନ ଅଛି । ମାତ୍ର ବାଲିଘାଟ ଘଟଣା ଅନୁରୂପ ହୋଇଥିଲେ ବି ଏଥିର ଅଭିଯୋଗ ଟିକେ ଅଲଗା।କଥା ହେଉଛି ବିନା ନିଲାମରେ ଦେବୀ ନଦୀର ଶିରୋସୁନ୍ଦରପୁରଘାଟକୁ ଫାଂକା ରଖାଯିବାର ରହସ୍ୟ କଣ ?ଉଠାଣ ବାଲିମାଟି ପାଇଁ ୫ହଜାର୧୦ହଜାର ଟଂକା କିମ୍ବା ମାସିକିଆ ନେବା ଅଭିଯୋଗ ସତ୍ୟ କି ନୁହେଁ ? ରାଜସ୍ୱ ଟଂକା ବଦଳରେ ମାସିକିଆ ନେଇ ବାଲି ଉଠାଣର ଅଭୟବର ଦେଇଥିଲା କିଏ ? ସ୍ଥାନୀୟ ରାଜସ୍ୱ ନିରୀକ୍ଷକକଂ ଭୂମିକା କଣ ?

ସମଗ୍ର ଘଟଣା ପାଇଁ ସେ କାହିଁକି ଦାୟୀ ନ ରହିବେ ?ମିଳିଥିବା ଭିତିରିଆ ସୂଚନା ଅନୁଯାୟୀ ବାଲିଘାଟକୁ ଯିବାକୁ ବ୍ୟକ୍ତିଗତ କିଛି ଜମି ମାଲିକକଂ ଜମିଥିବାରୁ ସେମାନେ ଛାଡୁନାହାନ୍ତି ତେଣୁ ବାଲିଘାଟ ଲିଜ ଦିଆଯାଇପାରୁନାହିଁ ।ଯଦିଏହା ସତ୍ୟ ତେବେ ଅନ୍ୟମାନକଂ ବେଆଇନ ଉଠାଣ ହେଉଛି କିପରି ?ତେଲଖଣି କିମ୍ବା କୋଇଲା ଖଣି ବାହାରିଲେ ତ ଜମିମାଲିକ ତାହାକୁ ବି କବଜା କରି ନେଇଯିବେ ?ସରକାରୀ ରାଜସ୍ୱକୁ ଅଟକେଇବ କିଏ ?ଆଇନରେ ପ୍ରତିବନ୍ଧକ ହଟେଇବାକୁ ସରକାରୀଓକିଲକଂ ପରାମର୍ଶ ବି ନିଆ ଯାଇପାରେ ।ଏବେ ଦେଖିବାକୁ ବାକିରହିଲା ଚାପରେ ଚେପା ତହସିଲଦାର ପକେଇଥିବା ଛେପକୁ ପୁଣି ଢୋକୁଛନ୍ତି କି ନାହିଁ ?

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]