
ଜନଜାଗରଣମଂଚ,ଓଡିଶାର ଡାକରା: ଜାଗିଲେ ଜନତା,ତାତିଲେ ବିଦ୍ୟୁତ ଉପଭୋକ୍ତା!
ସଂଗଠନରଦାବୀ ————————– >ଭଲ ବିଦ୍ୟୁତପ୍ରୁଷ୍ଠଭୂମି ସେବା ପାଇବା ଆମର ହକ ଅଧିକାର >କୌଣସି ପରିବାରକୁ ଅଂଧାରରେ ରଖାଯାଇପାରିବ ନାହିଁ –ଚୌଧୁରୀ ପ୍ରଭାତ କେଶରୀ ମିଶ୍ର –
ସେସୁପକ୍ଷରୁ ବାକିଆ ବିଲ ଆଦାୟ ନାଁ ରେ ବୈଧ ଗ୍ରାହକ ମାନକଂ ଉପରେ ଜୁଲମ ବିଦ୍ୟୁତ ଲାଇନ ସଂଯୋଗ ବିଛିନ୍ନ ଧମକକୁ “ଜନଜାଗରଣ ମଂଚ”ଓଡିଶା,ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି।ମଂଚର ପ୍ରତିଷ୍ଠା ଦିବସ,ପବିତ୍ର ମକର ସଂକ୍ରାନ୍ତି ଓ ପୋଂଗଲ ପାଳନ ଅବସରରେ ମଂଚର ସଭାପତି ଚୌଧୁରୀ ପ୍ରଭାତ କେଶରୀ ମିଶ୍ରକଂ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଆଂଚଳିକ ବିକାଶ ପରିଷଦର ସଭାପତି କେଦାର ଜେନା ସଭାପତିତ୍ୱ କରିଥିଲେ।ନାରୀ ନେତ୍ରୀ ସୁଶ୍ରୀ ନନ୍ଦିନୀ ଶତପଥୀକଂ ସୁଲଳିତ କଣ୍ଠରେ ଭାବ ଭକ୍ତିପୂର୍ଣ ଜଗନ୍ନାଥ ଭଜନ ପରିବେଷଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ମଂଚର ଉପସଭାପତି ଅକ୍ଷୟପଣ୍ଡା,ସମବାୟବିତ୍ ବଧୁ ଚରଣ ସାହୁ ଓ ବିଜୟ ରାଉତରାୟ, ଆଇନଜୀବି କ୍ରୁଷ୍ନଚନ୍ଦ୍ର ମଲ୍ଲିକ,ରାମଚନ୍ଦ୍ର ସ୍ୱାଇଁ,ଧୀରେନ୍ଦ୍ରକୁମାର ବାରିକ,ସୁଶ୍ରୀ ଅହଲ୍ୟା ଜେନା ,କଳ୍ପତରୁ ଖୁଣ୍ଟିଆକଂ ସମେତ ସେସୁଦ୍ୱାରା ନିର୍ଯ୍ୟାତିତ ବହୁ ବିଦ୍ୟୁତ ଗ୍ରାହକ ଉପସ୍ଥିତ ଥିଲେ ଓ ସେମାନକଂ ଅନୁଭୂତି ବର୍ଣନା କରିଥିଲେ।ଗ୍ରାହକମାନେ ସେସୁଦ୍ୱାରା ପ୍ରଦତ୍ତ ଭୁଲ ବିଲ ଦାଖଲ ନେଇ ଲିଖିତ ଭାବେ ଯେତେ ଆପତ୍ତି ଅଭିଯୋଗ କରିଥିଲେ ହେଁ ତାହା ଆଦୌ ଶୁଣାଯାଉ ନ ଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।ବିଭିନ୍ନ କମ୍ପାନୀମାନେ କୋଟିକୋଟି ଟଂକାର ବିଜୁଳି ବକେୟା ଲୁଟି ନେଇଥିଲେ ବିଭାଗ କିମ୍ବା ସରକାର ସେମାନକଂର କିଛି କରି ପାରିଲେନି ଅଥଚ ଗରୀବକଂ ଉପରେ ବାକି ଆଦାୟ ନାଁ ରେ ଜୁଲମକୁ କେବେହେଁ ସହ୍ୟ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା । ବକେୟା ବିଲ ସଂପୂର୍ଣ ଛାଡ,ବାତ୍ୟାପରେ ସଂଯୋଗ ନ ଦେଇ ଦେୟ ଦାବୀକୁ ପ୍ରତ୍ୟାହାର,ସଂଶୋଧିତ ବିଲ ନ ଦେଇ,ଉତ୍ତମ ସେବା ନ ଦେଇ ବିଜୁଳି କର୍ମଚାରୀ ବିଲମାଗିଲେ ବନ୍ଧାହେବେ ବୋଲି ବହୁଗ୍ରାହକ ଖୋଲାମତ ପୋଷଣ କରିଥିଲେ। ରମେଶ ନାୟକ,ବିଶ୍ୱଜିତ ମହାନ୍ତି ,ଗୋବିନ୍ଦ ସ୍ୱାଇଁ ପ୍ରମୁଖ ନିଜର ବହୁ ସୁ ଚିନ୍ତିତ ଓ ମୂଲ୍ୟବାନ ମତାମତ ଦେଇଥିଲେ। ଗଣମାଧ୍ୟମର ବହୁ ପ୍ରତିନିଧିକୁଂ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସମାଜ ସେବା ନିମନ୍ତେ ମଂଚପକ୍ଷରୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଜନଜାଗରଣ ମଂଚର ମୁଖପତ୍ର ବଣ୍ଟନ କରାଯାଇଥିଲା।ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବାକୁ ଦ୍ରୁଢ ନିଷ୍ପତ୍ତି ନିଆଗଲା।


