ଜିଲ୍ଲାଶିଳ୍ପକେନ୍ଦ୍ର ପକ୍ଷରୁ ଶିଳ୍ପୋଦ୍ୟୋଗୀ ଚିହ୍ନଟ ସଚେତନତା ଶିବିର ଅନୁଷ୍ଠିତ
କଣ୍ଟାପଡା ୨୬।୯( ସ୍ୱ.ପ୍ର) କଟକ ଜିଲ୍ଲାଶିଳ୍ପକେନ୍ଦ୍ର ଆନୁକୁଲ୍ୟରେ ଆଜି ପୂର୍ବାହ୍ନରେ କଣ୍ଟାପଡା ବ୍ଲକ ଅନ୍ତର୍ଗତ,କଣ୍ଟାପଡା ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଶିଳ୍ପୋଦ୍ୟୋଗୀ ଚିହ୍ନଟ ପ୍ରକ୍ରିୟା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଆଗ୍ରହୀ ଉପସ୍ଥିତ ଶିଳ୍ପୋଦ୍ୟୋଗୀକଂ ମଧ୍ୟରୁ ମୋଟ୍ ୩୦ଜଣକୁଂ ଚୟନ କରାଯାଇଥିଲା।ରବିନ୍ଦ୍ରକୁମାର ସାହୁ,ନିର୍ଦ୍ଦେଶକ ଓ.ପି. ଏମ.ଡି.ସି ,ଗୀତାଂଜଳି ସିଂହ ,ସହକାରୀପରିଚାଳକ ,ଜିଲ୍ଲାଶିଳ୍ପ କେନ୍ଦ୍ର କଟକ, ଚିତ୍ତରଂଜନ ମଲ୍ଲିକ୍,ଶିଳ୍ପ ବିକାଶ ଅଧିକାରୀ,ଜିଲ୍ଲା ଶିଳ୍ପକେନ୍ଦ୍ର କଟକ ପ୍ରମୁଖ ଯୋଗଦେଇ ଆବେଦନକାରୀ ଶିଳ୍ପୋଦ୍ୟୋଗୀ ମାନକୁଂ ରୁଣନେଇ କିଭଳି ଆତ୍ମ ନିର୍ଭରଶୀଳ ହୋଇପାରିହେବ ସେ ବିଷୟରେ ସଚେତନ କରିଥିଲେ।ମୋଟ ୪୩ଜଣ ଶିବିରାର୍ଥୀ ଯୋଗଦେଇଥିଲେ।ଅପରାହ୍ନରେ ଶିବିର ଉଦଯାପିତ ହୋଇଥିଲା ।
