ଦୁର୍ନିତି ରାଜ୍ୟଖବର

ଟିଉସନ ପାଲଟିଲା କିଳା!

Spread the love

ଏଥର ଘରୋଇ ଟିଉସନ ଅଧ୍ୟାପକ ମାନକଂ ପାଇଁ କୀଳା ପାଲଟିବାକୁ ଯାଉଛି ।

ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଗତ ଗୁରୁବାର ଦିନ କରିଥିବା ଘୋଷଣା ଅନୁଯାୟୀ ‘ଘରୋଇ ଟିଉସନ କରୁଥିବା ଶିକ୍ଷକ ମାନକଂ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ’।ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି।ତେବେ ଆଗରୁ ଅଗଷ୍ଟ ୨୦୧୬ ମସିହାରେ ରାଜ୍ୟସରକାର ଅନୁରୂପ ନିର୍ଦ୍ଦେଶନାମା ଜାରୀ କରିଥିଲେ ହେଁ ବାସ୍ତବରେଏଥିନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ ଫଳରେ ଟିଉସନକାରୀ ଶିକ୍ଷକ ମାନେ ନିର୍ଦ୍ଦେଶନାମା ନମାନି ପୂର୍ବ ଭଳି ଟିଉସନ ଚଳାଇ ରଖିଥିଲେ ଓ ସରକାର କୌଣସି ପଦକ୍ଷେପ ନେବେ ନାହିଁ ବୋଲି ଧରିନେଇଥିଲେ।ଏଥର କିନ୍ତୁ ସରକାର ପଦକ୍ଷେପ ନେବାକୁ ଆପାତତଃ ମନସ୍ଥିର କରିସାରିଛନ୍ତି।ଫଳରେ ଟିଉସନ କରୁଥିବା ଶିକ୍ଷକ/ଶିକ୍ଷୟତ୍ରୀ ମାନକଂ ଛାତିରେ ଛନକା ପଶିଛି।ପ୍ରାଥମିକ ପର୍ଯ୍ୟାୟରେ ଯେଉଁ ତଥ୍ୟ ସଂଗ୍ରୁହୀତ ହୋଇଛି ସେଥିରେ କଟକର ୭,କେନ୍ଦ୍ରାପଡାର୧୨,ଯାଜପୁରର ୧୩ , ଭଦ୍ରକର ୩୫,ଖୋର୍ଦ୍ଧା ୧୩ ,ଏକାମ୍ର କଲେଜ୧୮, ବାଲେଶ୍ୱର,ପୁରୀ, କେଉଁଝରରୁ ୧୧୧ ଜଣ ଅଧ୍ୟାପକ ଟିଉସନ କରୁଥିବା ବେଳେ ତାଲିକାରେ ବିଜେବି ସ୍ୱୟଂଶାସିତ, ରମାଦେବୀ ମହିଳା ମହାବିଦ୍ୟାଳୟ ଓ ଜୁନିଅର ମହାବିଦ୍ୟାଳୟ, ବିଜୁପଟନାୟକ କଲେଜର ଅଧ୍ୟାପକ/ଅଧ୍ୟାପିକା ରହିଛନ୍ତି।ଟିଉସନ ବିଷୟ ଗୁଡିକ ମଧ୍ୟରେ ଫିଜିକ୍ସ,କେମେଷ୍ଟ୍ରି,ଇଂରାଜୀ,ଗଣିତ,ବାଣିଜ୍ୟ, ଉଭିଦ ବିଜ୍ଞାନ,ପ୍ରାଣୀବିଜ୍ଞାନ,ଅର୍ଥନିତି ରହିଛି।ତେବେ ଏହି ତାଲିକା ବେଶ୍ ଲମ୍ବାହେବ ବୋଲି ଜଣେ ଗୁଇନ୍ଦା ଅଧିକାରୀ କହିବା ସହିତ ଦେଖାଯାଉ ସରକାର ବାସ୍ତବରେ କିଛି ଠୋସ ପଦକ୍ଷେପ ନେଉଛନ୍ତି କିମ୍ବା ପକେଇଥିବା ଛେପ ପୁଣି ଢୋକୁଛନ୍ତି ତାହା କାର୍ଯ୍ୟକ୍ରମରୁ ଜଣାପଡିବ ବୋଲି ସୂଚାଇଛନ୍ତି ।

କାରଣ ସାରାଓଡିଶାର ଗ୍ରାମାଂଚଳରେ କୋଚିଂ ସେଣ୍ଟରମାନ ଚଳାଉଥିବା ବହୁ ଶିକ୍ଷକ ରହିଛନ୍ତି।ସେମାନକଂ ତାଲିକା ମିଶାଗଲେଏହା ବହୁଗୁଣିତ ହେବ।ମିଳିଥିବା ସୂଚନାରୁ ଜଣାପଡିଛି ଯେ ମହାବିଦ୍ୟାଳୟରେ ବାୟୋମେଟ୍ରିକ ଆଟେଣ୍ଡାନ୍ସରେ ନାମକୁ ମାତ୍ର ହାଜିରା ଦେଇ ଟିଉସନ କେନ୍ଦ୍ରକୁ ଚାଲିଯାଉଥିବା ଏହି ସବୁ ଶିକ୍ଷକ ଛୁଟି ଆଗରୁ ପୁଣି ଥରେ ଆସି ହାଜିରା ପକାଉଛନ୍ତି।ଟିଉସନ ପାଇଁ ବ୍ୟସ୍ତବ୍ୟାକୁଳଏହି ସବୁ ଶିକ୍ଷକ ଶିକ୍ଷାକୁ ସଂପୂର୍ଣ ବ୍ୟବସାୟରେ ପରିଣତ କରିସାରିଛନ୍ତି,ଯେତେପ୍ରକାର ଛାତ୍ରଛାତ୍ରୀକୁଂ ଶୋଷଣକରାଯାଇପାରେ କରୁଛନ୍ତି ବୋଲି ଅଡଶପୁର ମହାବିଦ୍ୟାଳୟରେ ବାଣିଜ୍ୟରେ ଟିଉସନ ହେଉଥିବା ଜଣେ ଛାତ୍ରାଭିବାବକ ନାମ ଗୋପନ ସର୍ତ୍ତରେ ଆମକୁ କହିଛନ୍ତି।ଜଣେପିଲାକୁ ତା କଲେଜର ବିଭିନ୍ନ ଦେୟ ଠିକଣା ସମୟରେ ଦେଇହେଉନାହିଁ,ଅଥଚ ଟିଉସନ ନହେଲେ ପିଲାକୁ ସଂପ୍ରୁକ୍ତ ଶିକ୍ଷକ ପରୀକ୍ଷାରେ କମ ନମ୍ବର ଦେଇ ଫେଲ କରିଦେବାର ଭୟ ବି ରହୁଛି।କେତେକ ଛାତ୍ରୀକୁଂ ଟିଉସନରେ ଯୌନ ଶୋଷଣ ବି କରାଯାଉଛି।ଏଣୁ ଟିଉସନ ବନ୍ଦ କରିବାକୁ ମନ୍ତ୍ରୀକଂ ଘୋଷଣାକୁ ସବୁମହଲରୁ ସ୍ୱାଗତ କରାଯାଉଛି। କେତେକ ଶିକ୍ଷାବିତକଂ ମତ ହେଉଛି ଟିଉସନ ଲୋଭରେ ଶିକ୍ଷକମାନେ ଶ୍ରେଣୀର ଶିକ୍ଷାଦାନପ୍ରତି ବିମୁଖ ହେଉଛନ୍ତି।ତେଣୁ ସେମାନକୁଂ ଚାକିରୀରୁ ବିଦାକରାଯିବା ଭଲହେବ।ଫଳରେ ସେମାନେ ଭଲଭାବେ ଟିଉସନକରିବାକୁ ସମୟ ପାଇବେ ଏବଂ ଅଧିକ ଆୟ ବି କରିପାରିବେ।ଅପରପକ୍ଷରେ ଶିକ୍ଷକ ସଂଘ ଟିଉସନ ବନ୍ଦକରାଯିବା ଆଗରୁ ଶିକ୍ଷକକୁଂ ଉପଯୁକ୍ତ ଦରମା ଦିଆଯାଉ ବୋଲି ଦାବୀ କରିଛି ।ସରକାରୀ ଶିକ୍ଷକ ଜଣକଂ ଦେଢଲକ୍ଷ ଭଳି ଦରମା ପାଉଥିବା ବେଳେ ବେସରକାରୀ ଶିକ୍ଷକ ଯଥେଷ୍ଟ କମ୍ ପ୍ରାପ୍ୟ ପାଉଛି ଫଳରେ ଟିଉସନ ନ କଲେ ଚଳିବ କେମିତି?ଯାହା ଦେଖାଯାଉଛି ସରକାରକଂ ସହ ସଂଘ ଉକ୍ତ ପ୍ରସଂଗରେ ମୁକାବିଲା ମନୋବ୍ରୁତ୍ତିରେ ନାହିଁ କାରଣ,ଆଗରୁ ମୁଖ୍ୟଦାବୀଗୁଡିକୁ ନେଇ ସଂଘର ଦୀର୍ଘ ଆନ୍ଦୋଳନ ମେରୁଦଣ୍ଡ ଭାଂଗିଦେଇଛି ,କେବଳଏତିକି ନୁହେଁ ସବୁଶିକ୍ଷକ ଟିଉସନ କରୁନାହାନ୍ତି, ଶତକଡା ଜଣେ ବି ନୁହନ୍ତି।ତେଣୁ ଅଗୀକୁ ବାଇଗଣ ଫୋପାଡିବା ଢଂଗରେ ସମର୍ଥନ ଜଣେଇବାକୁ ସ୍ୱର ଶୁଣେଇ ଦେଇ ସଂଘମନ୍ତ୍ରୀକଂ ଘୋଷଣାକୁ ମୁକାବିଲା ମନୋବ୍ରୁତ୍ତିରେ ନେଉନାହିଁ ।

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]