
ତୁ ଚାଲିଗଲୁ ତୋ ଶାଶୁଘର ଫୁଲର ସବାରୀରେ…… ମୁଁ ଯିବି ଚୌଦ୍ୱାର!
ତୁ ଚାଲି ଯିବୁ ତୋ ଶାଶୁ ଘର ଫୁଲର ସବାରୀରେ….ମୁଁ ଚାଲିଯିବି ମଶାଣିକୁ ମୋର କଣ୍ଟାର କୋକେଇରେ। ଆମ ପ୍ରେମ ଯଦି ସତ ହୋଇଥିବ,ଦେଖା ହେବ ଆର ଜନମ ରେ…… ଓଡ଼ିଆ ଭାଷାରେ ଖୁବ୍ ଲୋକପ୍ରିୟ ଏହି ରୋମା ଣ୍ଟିକ ଓ ବେଶ ମନଛୁଆଁ ସଂଗୀତ ମହମ୍ମଦ ଅଜିଜ ଓ ଶ୍ରୀକା ନ୍ତ ଗୌତମ,ସରୋଜ ନନ୍ଦଙ୍କ ବହୁକାଳ ପର୍ଯ୍ୟନ୍ତ କେବଳ ପ୍ରେମୀ ମାନଙ୍କୁ ନୁହେଁ,ବାସ୍ତବ ପ୍ରେମର ସଂଜ୍ଞା ନିରୂପଣରେ ଏକ ମାଇଲ ସ୍ତମ୍ଭ,ଅନ୍ୟ ମାନଙ୍କ ପାଇଁ ସଚା ପ୍ରେମର ଉଦା ହରଣ।କିନ୍ତୁ ଏହାର ଏକ ସଂପୂର୍ଣ୍ଣ ଓଲଟା ପ୍ରେମ ସାରା ଅଞ୍ଚଳକୁ ଏବେ ସ୍ତବ୍ଦ,ଚକିତ କରିଦେଇଛି।ଖବରରୁ ଜଣା ପଡ଼ିଛି କଟକ ଗ୍ରାମାଞ୍ଚଳ ଜିଲ୍ଲା,ଗୋବିନ୍ଦପୁର ଥାନା ବ୍ରାହ୍ମଣ ବାଟି ଗ୍ରାମର ପ୍ରଭୂରଞ୍ଜନ ପାତ୍ର(୨୯)ଉକ୍ତ ଗ୍ରାମର ଜନୈକା ଯୁବତୀଙ୍କୁ ଭଲ ପାଉଥିଲେ ଓ ବିବାହ ନିମନ୍ତେ ସ୍ଥିର କରି ଥିଲେ।ମାତ୍ର ଯୁବତୀଙ୍କ ପରିବାର ଏଥିରେ ରାଜି ନ ହୋଇ ଅନ୍ୟତ୍ର ବିବାହ ସ୍ତିର କରିଦେଲେ।ଏଥିରେ କ୍ଷୁବ୍ଧ ପ୍ରଭୁରଞ୍ଜନ ବିବାହ ଭାଙ୍ଗିବାକୁ ବହୁ ଉଦ୍ୟମ କରିବା ସହିତ ପୂର୍ବରୁ ଉଠା ଇଥିବା ଯୁଗ୍ମ ଫଟୋକୁ ଭାଇରାଲ କରିଥିଲେ।ଏହା ସତ୍ତ୍ବେ ବିବାହ ଭାଙ୍ଗି ନ ଥିଲା ଏବଂ ପ୍ରସ୍ତାବିତ ଯୁବକ ସବୁ ଶୁଣି ବିବାହ କରିବାକୁ ରାଜିଥିବା ରୋକଠୋକ କହିଦେଇଥିଲେ ଫଳରେ ପ୍ରସ୍ତାବ ଆଗକୁ ମାଡ଼ିଲା।ଏହା ଜାଣି ପ୍ରଭୁରଞ୍ଜନ ୨୩/୬/୨୦୨୧ର ରାତିରେ ନିଜର ଜଣେ ସାଙ୍ଗକୁ ସାଥିରେ ଧରି ସମ୍ପୃକ୍ତ ଯୁବତୀଙ୍କ ଘର କବାଟକୁ ଗୋଇଠା ମାରି ଧମ କ ଚମକ ଓ ଭୟଭୀତ କରିଥିଲେ।ଏ ସବୁ କୌଣସି ଫଳ ଦେଇ ନ ଥିଲା।ବରଂ ଗତ ୭/୭/୨୦୨୧ରେ ଯୁବତୀ ଜଣଙ୍କ ପରିବାର ଲୋକଙ୍କ ଦ୍ୱାରା ସ୍ଥିରୀକୃତ ପ୍ରସ୍ତାବରେ ସହମ୍ମତ କ୍ରମେ ବିବାହ କରି ଶାଶୁ ଘରକୁ ଚାଲିଯାଇଥିଲେ।କ୍ରୋଧ ଓ ପ୍ରତିଶୋଧର ଦାବାଗ୍ନି୍ିରେ ଜର୍ଜରିତ ପ୍ରଭୁ ରଞ୍ଜନ କିନ୍ତୁ ସାରା ଜୀବନ ପାଇଁ ସାଥୀ କରିବାର ପ୍ରତିଶ୍ରୁତି ଦେଇଥିବା ଓ ବାସ୍ତ ବ ପ୍ରେମର ସଂଜ୍ଞାକୁ ଭୁଲିଯାଇ ପୁଲିସ ରେକର୍ଡରେ ଅପରା ଧୀ ଥିବା କେତେକଙ୍କୁ ନେଇ ପ୍ରେମିକା ଘର ଉପରେ ଗତ କାଲି ସ୍ପଷ୍ଟ ଦିବାଲୋକରେ ବୋମା ମାଡ଼,ଲୁଟପାଟ ଆକ୍ରମ ଣ ଆଦି କରିଥିବା ଗୋବିନ୍ଦପୁରଥାନାରେ ଅଭିଯୋଗ ହୋଇ ଥିଲା।ଏତଲାରେ ପ୍ରଭୂରଞ୍ଜନଙ୍କ ସମେତ ସେ ବୁଝାସୁଝା କରୁଥିବା ଝାରପଡ଼ା ବାଲିଘାଟର ରଶ୍ମି ରଂଜନ ପାତ୍ର ଓ ଅନ୍ୟ ଦୁଇ ଅଜ୍ଞାତ ଯୁବକଙ୍କ ନାମରେ ଅଭିଯୋଗ ଥିବା ବେଳେ।ଗତକାଲି ଦିନ ଓ ରାତିକୁ ଏକ କରି ନିଆଳି ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ ଗୋବିନ୍ଦପୁର ଥାନା ସବ ଇନ୍ସପେକ୍ଟର ସୁଶାନ୍ତ କୁମାର ଷଡ଼ଙ୍ଗୀ,ନିଆଳି ଥାନା ସବ ଇନ୍ସପେକ୍ଟର ଶୋଭରାଜ ମହାନ୍ତି,ସଦର ଉପଖଣ୍ଡ ପୁଲିସ ଅଧିକାରୀ ସୁବାସ ଚନ୍ଦ୍ର ପଣ୍ଡା ପ୍ରମୁଖ ଅଭିଯୁକ୍ତ ଓ ସନ୍ଦିଗ୍ଧ ମାନଙ୍କ ଆଡାସ୍ଥଳୀ ଉପରେ ଚଢ଼ାଉ କରିଥିଲେ।ନିଆଳି ଥାନା ତିହୁଡ଼ିର ରାଜା ଓରଫ ରାଜେଶ ସ୍ୱାଇଁ (୨୧)ଙ୍କୁ ବିଳ ମ୍ବିତ ରାତିରେ ପୁଲିସ ଟିମ୍ ତାଙ୍କ ଘରୁ ଉଠାଇ ଥିଲା। ଯି
ସେ ପୁଲିସକୁ ଘଟଣା ସମ୍ପର୍କରେ ସଫା ସଫା ସବୁକଥା କହି ଥିଲେ।ବୋମା ପାଇଁ ମୁଖ୍ୟଅଭିଯୁକ୍ତ ତାଙ୍କୁ ୩୦୦୦ ଟଙ୍କା ଦେବାକୁ ଜବାବ କରି ୧୦୦୦ ଟଙ୍କା ଦେଇଥିଲେ,ଆଉ ଦୁଇ ହଜାର ପାଇବାକୁ ବାକିଅଛି।ଗୋବିନ୍ଦପୁରଥାନା କେଶ ନମ୍ବ ର ୮୩/୨୧ ଦଫା ୨୯୪,୫୦୬,୫୦୯,୩୭୯,୪୫୨ /୩୪ ଆଇ ପିସି ୬୭ ଆଇ ଟି ଆକ୍ଟ,୩ ଓ ୪ ବିସ୍ଫୋରକ ଦ୍ରବ୍ୟ ଆଇନ, ୨୫ ଓ ୨୭ ଅସ୍ତ୍ରଶସ୍ତ୍ର ଆଇନ ଆଧାରରେ ମାମଲା ରୁଜୁ ହୋ ଇଛି।ଅନ୍ୟ ୩ ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କ ର ମୋବାଇଲ ଫୋନ ସୁଇଚ ବନ୍ଦ ରହିଛି।ସେମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ତଦନ୍ତକାରି ଅଧିକାରୀ ତଥା ନିଆ ଳି ଥାନା ଭାରପ୍ରାପ୍ତ ଇନ୍ସପେକ୍ଟର ବିଜୟ କୁମାର ମଲ୍ଲିକ କହିଛନ୍ତି।ସୂଚନାଯୋଗ୍ୟ ଯେ ଗତ ପ୍ରାୟ ୧୫ ଦିନ ତଳେ ଏହି ଗୋବିନ୍ଦପୁର ଥାନା ଅନ୍ତର୍ଗତ ଝାରପଡ଼ା ଠାରେ ଜଣେ ହାଇୱା ଡ୍ରାଇଭର ଓ ହେଲ୍ପରଙ୍କୁ ପ୍ରଭୂରଞ୍ଜନ ବନ୍ଧୁକରେ ମରଣାନ୍ତକ ଆକ୍ରମଣକରି ଜୀବନରୁ ମାରିଦେବାକୁ ଧମକ ଦେଇଥିବାରୁ ଥାନା କେଶନମ୍ବର ୬୪/୨୧ରେ ମାମଲା ରୁଜୁ ହୋଇଛି।ସବୁଠୁ ବଡ ଘଟଣା ଯେ ଅନ୍ୟତମ ଅଭିଯୁକ୍ତ ନିଆଳି ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଅଛନ୍ତି।ଏପରି ଘଟଣା ସହ ଜଡ଼ିତ ହେବା ନବୀନଙ୍କ ସ୍ବଚ୍ଛ ଶାସନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।









