
ଦୁର୍ଘଟଣାପରେ ଚଳନ୍ତା ବସରେ ବିସ୍ଫୋରଣ, ୨୦ଜଣ ଜୀଅନ୍ତା ଜଳିଗଲେ!୨୦ରୁ ଅଧିକ ଗୁରୁତର
ଉତ୍ତରପ୍ରଦେଶର ଭୟାବହ ବସଦୁର୍ଘଟଣାରେ ଜୀଅନ୍ତା ଜଳିଗଲେ ୨୦ଜଣ କେବଳ ହାଡ ଓ ପାଉଁଶ ପଡିଛି।ଏଭଳିଏକ ମର୍ମନ୍ତୁଦ ଦୁର୍ଘଟଣା ସାରା ଉତ୍ତରପ୍ରଦେଶକୁ ଚହଲାଇ ଦେଇଛି।ଘଟଣାଟି ଗତକାଲି ରାତିପ୍ରାୟ ୯.୩୦ ବେଳେଉତ୍ତର ପ୍ରଦେଶର କନୌଜ ଜି.ଟି ରୋଡରେ ଘଟିଛି।କନୌଜ ପୁଲିସ ଏସ୍.ପି,ପି.ଟି.ଆଇ କୁ ଦେଇଥିବା ସୂଚନାନୁଯାୟୀ ଜୟପୁରରୁ ଗୁରୁସାହୀଗଂଜ ଯାଉଥିବା ଡବଲ ଡେକର (ସ୍ଲିପର କୋଚ ଥିବା )ବସଟିରେ ପ୍ରାୟ ୫୦ଜଣ ପାଖାପାଖି ଯାତ୍ରୀ ଥିଲେ।ଥଣ୍ଡା ଯୋଗୁ ଯାତ୍ରୀମାନେ ଝରକାର କାଚ ବନ୍ଦକରି ଶୋଇଯାଇଥିଲେ। ବସ୍ ଟି ରାଜପଥଉପରେ ଗନ୍ତବ୍ୟପଥରେ ଯାଉଥିବା ବେଳେ ଏକ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା ଓ ସଂଗେସଂଗେ ବିସ୍ଫୋରଣ ଘଟି ନିଆଁ ଲାଗି ଯାଇଥିଲା। ଘଟଣା ଏତେ ତୁରନ୍ତ ଘଟିଥିଲା ଯେ ନିଦ୍ରିତ ଯାତ୍ରୀ ଓ ବନ୍ଦଥିବା ଝରକା ରୁ ମୁକୁଳିପାରି ନ ଥିଲେ। ବଂଚିଯାଇଥିବା କିଛି ଯାତ୍ରୀକଂ ମଧ୍ୟରୁ ଜଣେ ଯାତ୍ରୀ ଦେଇଥିବା ସୂଚନାନୁଯାୟୀ ସେ ଝରକାର କାଚଭାଂଗି ବଡ କଷ୍ଟରେ ବାହାରିଥିଲେ।ନିଆଁର ପ୍ରକୋପ ଭିତରେ ପୋଡିମରିଥିବା ଯାତ୍ରୀକଂ ହାଡଓ ପାଉଁଶ ଘଟଣା ସ୍ଥଳରେ ଗଦାହୋଇଛି। ଚିକିତ୍ସାଳୟରେ ଭର୍ତ୍ତି ୨୩ ଜଣକଂ ମଧ୍ୟରୁ କେତେକକଂ ଅବସ୍ଥା ଗୁରୁତର ରହିଛି । ସୂଚନା ଯୋଗ୍ୟ ଯେ ଗତ ୪ ତାରିଖ ରାତ୍ରୀରେ ଓଡିଶାର ୧୬ ନମ୍ବର ଜାତୀୟ ରାଜପଥରେ ଭଦ୍ରକ ରେଳ ଷ୍ଟେସନକୁ ଆସୁଥିବାଏକ ବସ,ଟ୍ରକ ସହ ମୁହାଁ ମୁହିଁ ଧକ୍କା ଲାଗିବା ଯୋଗୁ ୨ଜଣକଂର ଘଟଣା ସ୍ଥଳରେ ମ୍ରୁତ୍ୟୁ ଘଟିବା ସହିତ ଅନ୍ୟ ୩୦ ଜଣ ଆହତ ହୋଇଥିଲେ ସେମାନକଂ ମଧ୍ୟରୁ ଗୁରୁତର ଥିବା ୬ ଜଣକୁଂ କଟକ ସ୍ଥାନାନ୍ତର କରାଯାଇଥିଲା।ଦୁର୍ଘଟଣାଗ୍ରସ୍ତ ବସର ଯାତ୍ରୀମାନେ ଧାମନଗର ଠାରେ ଉର୍ସଉତ୍ସବରୁ ଘରକୁ ଫେରୁଥିଲେ।ଘନ କୁହୁଡିଯୋଗୁ ଦୁର୍ଘଟଣା ଗ୍ରସ୍ତ ଗାଡି ଚାଳକ ପାଖରୁ ପରସ୍ପରକୁ ଦେଖିପାରି ନ ଥିଲେ ।