ଦୁର୍ନିତି ଦେଶ-ପରଦେଶଖବର

ନଅ ସେକେଣ୍ଡରେ ଧୂଳିସାତ ହେଲା,୩୨ ମହଲାର ଅବୈଧ କୋଠା!ଓଡ଼ିଶାରେ କେବେ??

Spread the love

ଓଡ଼ିଶାରରାଜଧାନୀ ଭୁବନେଶ୍ବର,ପୁରୀ, କଟକ ସମେତ ନଦୀ ଓ ସମୁଦ୍ର ନିଶିଧାଅଞ୍ଚଳରେ ମାଷ୍ଟରପ୍ଲାନ୍,ଏଡା ଇ ଗଢି ଉଠିଥିବା ଅବୈଧ କୋଠା ଭଙ୍ଗା ଯିବ କେବେ ??

ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ କ୍ରମେ ଆଜି ଦିଲ୍ଲୀ ଉପାନ୍ତ,ଉତ୍ତର ପ୍ରଦେଶ ଅନ୍ତର୍ଗତ ନୋଇଡ଼ା ସ୍ଥିତ ସୁପର ଟେକ୍ ସଂସ୍ଥା ଦ୍ୱାରା ନିର୍ମିତ ୧୦୩ମିଟର ଉଚ୍ଚତା ବିଶିଷ୍ଟ ୩୨ମହଲା ଓ ୨୯ମହଲାର ଦୁଇଟି ବିଶାଳକାୟ ଅବୈଧ କୋଠାକୁ ୩୫୦୦ କିଗ୍ରାର ବିସ୍ଫୋରକ ସାମଗ୍ରୀ ଦ୍ୱାରାଆଜି ଅପରାହ୍ନ ପ୍ରାୟ ୨. ୩୦ ବେଳେ ମାତ୍ର ୯ସେକେଣ୍ଡର ବିସ୍ଫୋରଣ ବଳରେ ମାଟିରେ ମିଶାଇ ଦିଆଯାଇଛି।୨୦୦୪ମସିହାରୁ ନିର୍ମାଣ ଆରମ୍ଭ ହୋଇଥିବା ଏହି କୋଠାକୁ କେନ୍ଦ୍ର କରି ଆରମ୍ଭରୁ ବିବାଦ ସୃଷ୍ଟି ହୋଇଥିଲା।ଅନୁମୋଦି ତ ଧାର୍ଯ୍ୟ ଉଚ୍ଚତା ବାହାରେ,ଉଭୟ କୋଠା ମଧ୍ୟରେ ୨୦ମିଟର ବ୍ୟବଧାନ ବଦଳରେ ୯ମିଟର ବ୍ୟବଧା ନରେ ଅଟ୍ଟାଳିକା ଦ୍ବୟ ନିର୍ମିତ ହୋଇଥିଲା।ମାମଲା ତଳ କୋର୍ଟରୁ ଯାଇ ୨୦୨୧ମସିହାରେ ସୁପ୍ରିମ କୋର୍ଟରେ ପହଞ୍ଚିଥିଲା।କୁତବ୍ ମିନାର,ଷ୍ଟାଚ୍ୟୁ ଅଫ ଲିବର୍ଟି,ଇଣ୍ଡିଆ ଗେଟ ଆଦି ଜାତୀୟ ସ୍ମାରକୀ ଗୁଡିକ ର ଉଚ୍ଚତା ଯଥାକ୍ରମେ ୭୫ମିଟର ୯୩ମିଟର ଓ ୪୨ ମିଟର ଥିବା ସ୍ଥଳେ ଉକ୍ତ କୋଠାର ଉଚ୍ଚତା ୧୦୩ ମିଟର ଥିଲା।୭୫ଲକ୍ଷ ବର୍ଗଫୁଟ ସ୍ଥାନ ଉପରେ ଏ ହା ନିର୍ମିତ ହୋଇଥିଲା।କୋଠାକୁ ରକ୍ଷା କରିବାକୁ ଦୀର୍ଘ ବର୍ଷର ଆଇନ ଲଢେଇ ପ୍ରକ୍ରିୟା ଜାରି ରହି ଥିଲା।ଅବଶ୍ୟ କେରଳ ପରେ ଭାରତ ବର୍ଷର ଏହା ଦ୍ଵିତୀୟ ଘଟଣା ହୋଇଥିବା ବେଳେ,ବିଦେଶର ସିଙ୍ଗାପୁର,ଆମେରିକା ପରି ଦେଶରେ ଏଭଳି ବହୁ ଅଟାଳିକାକୁ ନିରାପତ୍ତା କାରଣରୁ ଭଙ୍ଗା ଯାଇଥିଲା। ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ମାଷ୍ଟର ପ୍ଲାନ୍,ରେଇରା ନିୟମ ଏଡାଇ,ଐତିହ୍ୟ ଓ ସାଂସ୍କୃତି କ ସହର ପୁରୀ, କଟକ ସମେତ ବିଭିନ୍ନ ନଦୀ ପଠା ଓ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିୟମାବଳୀ ଏଡାଇ ସମୁଦ୍ର ବେଳା ଭୂମିରୁ ୫୦୦ମିଟର ଦୂରତା ମଧ୍ୟରେ ବିଲଡର ମାନଙ୍କ ଦ୍ବାରା ଗଢ଼ିଉଠିଥିବା କୋଠାଗୁଡ଼ିକୁ କେବେ ଭଙ୍ଗାଯିବ ସେଥିନେଇ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]