Politics ଜିଲ୍ଲାଖବର

ନିଆଳି ବିଧାନସଭାଆସନ: ବିଜେପି ପ୍ରାର୍ଥୀଙ୍କର ଅଞ୍ଚଳ ସମସ୍ୟାକୁ ବାଦ୍ ଦେଇ ଜାତୀୟ ଇସୁରେ ମିଶନ ପୂରଣ ହେବ କେମିତି?କମୁଛି ନିଜ ଘରର ସମର୍ଥନ?(ଭାଗ-୩)

Spread the love

କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ପୂର୍ବରୁ ଥିବା କଟକ ଜିଲ୍ଲା ଗୋବିନ୍ଦପୁର ବିଧାନସଭା ଆସନଟି ପୁନର୍ଗଠନ ପରେ ନିଆଳି ବିଧାନସଭା ଆସନ ନାମରେ ପରିଚିତ ହୋଇଛି।ଆଗରୁ ସାଧାରଣ ବର୍ଗଙ୍କ ନିମନ୍ତେ ଖୋଲା ଥିଲା ଯାହାଏବେ ସଂରକ୍ଷିତ ଆସନଭାବେ ଦଳିତଙ୍କଲାଗି ଉଦ୍ଦିଷ୍ଟ,ହେ ଲେ ଦଳିତମାନଙ୍କ ଆର୍ଥିକସମ୍ବଳ ସେତେ ମଜଭୁତ ନଥିବାରୁ ଅନେକ ସମୟରେ ବହୁ ବିଚକ୍ଷଣ ରାଜନେତା ଅମାନତ ଜମାରାଶି ଯୁଟେଇ ପାର ନ୍ତି ନାହିଁ,ତେଣୁ ନିର୍ବାଚନମଣ୍ଡଳୀ ଭଲ ପ୍ରାର୍ଥୀଟିଏ ପ୍ରତିଦ୍ବନ୍ଦିତାକୁ ଓହ୍ଲାଇ ବାକୁ ପାଏ ନାହିଁ।କେବଳ ଡାକ୍ତର ପ୍ରମୋଦମଲ୍ଲିକ କଟକବଡ଼ମେଡିକାଲ ରେ ଚାକିରି ଓ ପଦୋନ୍ନତି ବଳରେ କିଛି ପରିମାଣରେ ଓ ଅପେକ୍ଷାକୃତ ଭାବେ ଅନ୍ୟମାନଙ୍କ ଠାରୁ କିଛି ଆଗରେ ରହିଛନ୍ତି।ଚଳିତଥର ସେ ୪ର୍ଥ ଥର ପାଇଁ ବିଜେଡିଦଳ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସ୍ଥଳେ ତାଙ୍କ ସହ ଗତଥର ବିଜେପି ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ି ବିପୁଳ ବ୍ୟବ ଧାନ,ପ୍ରାୟ ୨୭ହଜାର ଭୋଟରେ ହାରିଥିବା ଛବିମଲ୍ଲିକ ଏଥର ମଧ୍ୟ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି।ଅପର ପକ୍ଷରେ କଂଗ୍ରେସ ଦଳରୁ ପୂର୍ବତନ କଂଗ୍ରେସ ନେତା ଓ ପରାଜିତ ପ୍ରାର୍ଥୀ ଆର୍ତ୍ତତ୍ରାଣ ମଲ୍ଲିକଙ୍କ ପୁଅ ଜ୍ୟୋତି ରଞ୍ଜନମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି।ଗୋଟିଏ ବଡ କଥା ଯେ,ରାଜ୍ୟର ଆଞ୍ଚ ଳିକଦଳ ବିଜୁଜନତାଦଳ ପ୍ରାର୍ଥୀ ଡାକ୍ତର ପ୍ରମୋଦ ମଲ୍ଲିକ ନିଜର ଉନ୍ନୟ ନ କାର୍ଯ୍ୟକୁ ରିପୋର୍ଟକାର୍ଡ ଭାବେ ଜନସାଧାରଣରେ ଉପସ୍ଥାପନ କରୁ ଥିବା ବେଳେ ବିଜେପି ପ୍ରାର୍ଥୀ କେନ୍ଦ୍ର ସରକାର ଓ ବିଜେପିର ଜାତୀୟ ଇଶୁ ବିଗୁଲ୍ ଓ ବ୍ୟାଣ୍ଡ ବଜେଇ ଅଭିବାଦନ ଗ୍ରହଣ କରିବାକୁ ପାଥେୟ କରିଛନ୍ତି।ଫଳରେ ଯାହା ଅଧିକ ମତଦାତାଙ୍କୁ ସେତେ ଆକର୍ଷିତ କରି ପାରୁନାହିଁ।ନିଆଳିଲାଗି ଦଳୀୟକର୍ମୀ କେହି ବି କ୍ରାଇସିସ୍ ମ୍ୟାନେଜର ଭାବେ କାମ କରୁଥିବା ଦେଖିବାକୁ ମିଳୁନାହିଁ

ଯାହା କି ନିଆଳି ବିଜେପି ଦଳ ପ୍ରାର୍ଥୀଙ୍କ ପ୍ରତି ଅଧିକ ଘାତକ ସାବ୍ୟସ୍ତ ହୋଇପାରେ

ନିଆଳି ବିଜେପିରେ କେତେକ ଅବାଞ୍ଛିତ,ଅନୁଚିତ,ଅନୁଗତ ଯେଉଁମାନେ ଏଯାଏ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ନୁହନ୍ତି ସେମାନେ କେବଳ ଲାଭ ଓ ଲୋଭର ବଶବର୍ତ୍ତି ହୋଇ ନିର୍ବାଚନ ସମୟରେ {ସମ୍ବଲପୁରୀ ଭାଷାରେ}”ଉଦିଆତରା” ହୋଇ ଦେଖାଦିଅନ୍ତି,(ନିର୍ବାଚନ ପରେ କୁଆଡେ ଉଭେଇ ଯାଆନ୍ତି!!)ଙ୍କ ପାଇଁ ଏହି ରାଷ୍ଟ୍ରୀୟଦଳଟି ସାରାନିଆଳି ନିର୍ବାଚନ ମଣ୍ଡଳୀରେରେ ସାଂଗଠନିକ କ୍ଷତିରେ ପହଞ୍ଚିଛି।ଦଳୀୟ ଆଦର୍ଶରେ ନୁହନ୍ତି ବରଂ ନିଜସ୍ୱ ସ୍ଵାର୍ଥରେ ଅନ୍ଧ ଏଇ ଆମଦାନୀ କର୍ମୀ ବିଜେପି ନେତାଙ୍କୁ ଚାଟୁକାରିତା କରି ବର୍ଷସାରା ଶାସକ ଦଳର ଦୁର୍ନୀତି,ପଦାକୁ ଆଣିବା,ନିୟମିତ ବୈଠକକରି ଜନସଂପର୍କ ସ୍ଥାପନ,ସମସ୍ୟା ପ୍ରପୀଡ଼ିତ ଜନତାଙ୍କୁ ସହାୟତା ବଦଳରେ ଏ କଥା ପୁରା ମନରୁ ପାସୋରି ଦେଇ ଥାନ୍ତି,ଫଳରେ ବିଜେଡି ଦଳର ନେତା ୮୦ବର୍ଷ ବୟସରେ ବି ଯୁବକ ପରି କ୍ଷମତାଶାଳୀ ହୋଇ କଇଁଛର ଧୀରମନ୍ଥର ଗତିରେ ନିଜ ଅସଜଡା ସଙ୍ଗ ଠନକୁ ସଜାଡି ବରାବର ନିର୍ବାଚିତ ହେବାର ପଥ ସୁଗମ ହୋଇ ଆସିଛି। ଫଳରେ କର୍ମୀ,ସାଧାରଣ ଭୋଟର ଏବେ ଏଠାରେ ବାଟବଣା।କେମିତି ବିଜେଡିର ୨୭ ହଜାରରୁ ଉର୍ଦ୍ଧ୍ବ ଭୋଟକୁ କାଟି ଏଠାରେ ବିଜେପି ଆଗକୁ ଯାଇପାରିବ?କେତେ ମିଛ ନାଟକ କରି ମିଶ୍ରଣ,ଅପମିଶ୍ରଣ ବିଜେପିକୁ ଏଠାରେ ବାଜିମାତ୍ କରେଇ ପାରିବ?କେଉଁ ଭରସାରେ,କିଏ ଦେବ ଏନିଶ୍ଚିତତା?ନିଜେ ଦଳବଦଳ କରି କଂଗ୍ରେସରୁ ଆସିଥିବା ବିଜେପି ନେତା କେଉଁ ଜଣକ ଲାଗି ବିଗତ ଦଶବର୍ଷ ଭିତରେ ଥାନା କଚେରୀରେ ଲୋକଙ୍କ ପାଇଁ ସେଭଳି ଦମଦାର ସ୍ୱରଟିଏ ଶୁଣେଇ ଥିବାର ଆଦତ, ନଜିରରେ ଅଛି କି?ତେଣୁ ବିଜେପିର ଭାବମୂର୍ତ୍ତି ଏଠାରେ କିପରି ତିଆରି ହୋଇଥାନ୍ତା???ସଦ୍ୟ ଏକ କଥା ବିଚାରକୁ ନେବା ଉଚିତ ହେବ ପ୍ରାୟ। ମୋଦୀଜୀଙ୍କ ଚଣ୍ଡିଖୋଲ ସଭାକୁ ନିଆଳି ନିର୍ବାଚନ ମଣ୍ଡଳୀରୁ ୫ହଜାର କର୍ମୀଙ୍କୁ ନେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।ମାତ୍ର କେତେ ଜଣ କର୍ମୀ ସେଠାକୁ ଯିବାର ସୁଯୋଗ ପାଇଲେ?କେତେ ଗାଡ଼ିରେ କେତେଜଣ କର୍ମୀ ଙ୍କୁ ନିଆଗଲା?କଥାରେ ଅଛି ଅଯାଗା ଘା’ଦେଖି ହୁଏନାହିଁ କି କାହାକୁ ଦେଖେଇ ବି ହୁଏନାହିଁ।କଥାଟାକୁ ହାଲୁକାରେ ନେ଼ଇ ହେଉନାହିଁ।ଗୀତର ପଦ ମନେ ନପଡ଼ିଲେ ନାରେ ନାରେ ପୁରଣ କରିବା ପରି କଥା ଇଏ।ଟଙ୍କା,ଗାଡ଼ି,ଓ କର୍ମୀ ଯୋଗାଡ ହୋଇ ନପାରିବାରୁ ନିଆଳି ବିଜେପି ଏମିତି ନିଜେ ନିଜକୁ ଠକିଲା କି ନାହିଁ ପାଠକେ ବିଚାର କରନ୍ତୁ। କାହାକୁ କହିହେବ ଏ କଥା?ଅପର ପକ୍ଷରେ ବିଜେଡି ପ୍ରାର୍ଥୀଙ୍କ ପୂର୍ବ ନିର୍ବାଚନ ନାମାଙ୍କନ ପତ୍ର ସତ୍ୟପାଠ ଅନୁଯାୟୀ ମୋଟ ସଂପତ୍ତି ପ୍ରାୟ ସାଢେ଼ ଚାରିକୋଟି ଟଙ୍କା,ଯାହା କି,ବିଜେପି ପ୍ରାର୍ଥୀଙ୍କ ସଂପତ୍ତି ଏହାର ଅଧା!!ଚଳିତ ନିର୍ବାଚନ ଦୁଇ ଜଣ ପ୍ରାର୍ଥୀଙ୍କ ଲାଗି ଭିନ୍ନଭିନ୍ନ କାରଣରୁ ଶେଷ ନିର୍ବାଚନ ବି ହୋଇପାରେ!!କାରଣ ଏଠାରେ ପ୍ରଥମେ ଶୁଶାନ୍ତ ମଲ୍ଲିକ ୨୦୦୯ ମସିହାରେ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିଲେ ସେ ସେହି ନିର୍ବାଚନରେ ପାଇଲେ ୪୯୨୧ ଖଣ୍ଡ ଭୋଟ।୨୦୧୪ ମସିହାରେ ଶୁଶାନ୍ତ ଙ୍କୁ ଦଳ ଏଠାରୁ ଦ୍ଵିତୀୟ ଥର ପ୍ରାର୍ଥୀ କରିଥିଲା।ଏହି ନିର୍ବାଚନରେ ତାଙ୍କୁ ମିଳିଲା ୧୧ହଜାର ୮୩୧ଖଣ୍ଡ ଭୋଟ।ଏହାପରେ ଦଳ ତାଙ୍କୁ ଆଉ ପ୍ରାର୍ଥୀ କରି ରିଷ୍କ୍ ନେବାକୁ ଚାହିଁଲା ନାହିଁ ଓ ପ୍ରାର୍ଥୀ ବଦଳାଇଲା।ତେଣୁ ସେହି ସୂତ୍ରରେ ସମାନଦଶା ବର୍ତ୍ତମାନର ବିଜେପିପ୍ରାର୍ଥୀଙ୍କୁ ଆଗକୁ ଭୋଗିବାକୁ ପଡିପାରେ,ଯଦି ଏହି ଦ୍ଵିତୀୟ ଥରରେ ସଫଳତା ନମିଳେ।କିନ୍ତୁ ୨୭ ହଜାର ଭୋଟ ଆଗୁଆରେ ଜିତିଥିବା ଡାକ୍ତର ପ୍ରମୋଦ ମଲ୍ଲିକଙ୍କ କିପରି ଏହି ୨୭ହଜାର ଭୋଟକୁ କାଟି ହେବ?କଣ କେବଳ ମୋଦୀ ଓ ଅଯୋ ଧ୍ୟା ହାୱାରେ??ନିଆଳିରେ ଆଞ୍ଚଳିକ ଜନସମସ୍ୟା ଈଶୁ ଅଧିକ ଫଳପ୍ରଦ ଓ ଲୋକାଭିମୁଖୀ ଅଥଚ ଏହା ବଦଳରେ କିପରି ଜାତୀୟ ଏଜେଣ୍ଡା କେତେ ପ୍ରଭାବ ପକେଇ ପାରିବ?ଅପର ପକ୍ଷରେ ସଦ୍ୟ ବିଜେପିରୁ ବିଚ୍ୟୁତ ଅଭିମନ୍ୟୁ ମଲ୍ଲିକଙ୍କ ଦମଦାର ଭାଷଣ ମତଦାତାଙ୍କ ଉପରେ ଅଧିକ ପ୍ରଭାବ ପକାଉଛି।ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଯାଉ ଛନ୍ତି,ଯାହା ବିଜେପିକୁ ଏଠାରେ ଅଡ଼ୁଆରେ ପକାଇପାରେ।ମୁସଲମାନ ଭୋଟ ପ୍ରସଙ୍ଗକୁ ଆସିଲେ ନିଆଳି ନିର୍ବାଚନ ମଣ୍ଡଳୀରେ ଏହି ବର୍ଗର ମତଦାତାଙ୍କ ସଂଖ୍ୟା ପ୍ରାୟ୯୩୦୦,ଯହିଁରୁ ଅଧିକାଂଶ ମୁସଲମାନ ଭୋଟ କଂଗ୍ରେସର ଦୁର୍ଗ ସଦୃଶ।ସେମାନେ ଯେତେ ଉପରକୁ ଜଣା ନ ପଡ଼ିଲେ ବି ଭିତରେ କଂଗ୍ରେସ ଲାଗି ଏକଜୁଟ।ଗତଥର କଂଗ୍ରେସ ପ୍ରାର୍ଥୀ ଚୟନ ରେ କିଛି ତ୍ରୁଟି କରିଥିଲା ଯେଉଁଥିଲାଗି ଜନସମ୍ପର୍କ ନଥିବାରୁ ପ୍ରାର୍ଥୀ ଆଖିଦୃଶିଆ ଭୋଟ ହାତେଇ ପାରି ନଥିଲେ,ଅଥଚ ଏଥରର କଥା କିଛି ଅଲଗା।ବିଜେଡିର ପ୍ରାର୍ଥୀ ଡାକ୍ତର ହୋଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଇଞ୍ଜିନିୟର।କିନ୍ତୁ ବିଜେପି ପ୍ରାର୍ଥୀଙ୍କ ପରିଚୟ??ଜଣେ ପ୍ରାକ୍ତନ ଠିକାଦା ର!!ତେଣୁ ବାରମ୍ବାର ଦଳ ବଦଳାଇ ଥିବାର ଅପନିନ୍ଦା ତାଙ୍କ ମୁଣ୍ଡରେ ଡେମୋକ୍ଲିସ ଖଣ୍ଡା ପରି ଝୁଲୁଛି!କୋଉ ମୂହୁର୍ତ୍ତରେ ଛିଣ୍ଡି ପଡିପାରେ!ତାପରେ ପ୍ରାର୍ଥୀମାନଙ୍କ ଶିକ୍ଷାଗତଯୋଗ୍ୟତା ମଧ୍ୟ ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ,ଯାହା ଏଠାରେ ସନ୍ଦେହର ଘେରରେ।କେହି ଜଣେ ସଠିକ୍ କହି ପାରୁନି ଯେ ନିର୍ଦ୍ଦିଷ୍ଟଭାବେ କେବଳ ଜଣେ ପ୍ରାର୍ଥୀଙ୍କ ଯୋଗ୍ୟତା କେତେ?ସାର୍ଟିଫିକେଟ କେଉଁ ଅନୁଷ୍ଠାନରୁ ହାସଲ ହୋଇଛି?ଅନ୍ୟ ଏକ ତଥ୍ୟକୁ ଗଲେ ଏହି ସଂରକ୍ଷିତ ଆସନରେ ମଲ୍ଲିକ ସାଙ୍ଗିଆରେ ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୩୬୫୦ଜଣ ମତଦାତା ରହିଛନ୍ତି।ଯହିଁରୁ ବିଜେପି, ବିଜେଡି,କଂଗ୍ରେସ ବ୍ୟତୀତ ସ୍ଵତନ୍ତ୍ରଭାବେ ଅଭିମନ୍ୟୁ ମଲ୍ଲିକ ମଧ୍ୟ ଭାଗୀ ଦାର ହେବେ,ତେଣୁ ଏହାକୁ କଦାପି ବିଜେପି ସଂପୂର୍ଣ୍ଣ ହାତେଇ ପାରିବ ନାହିଁ।ଶେଷବଳ ହେଉଛି ନିର୍ବାଚନରେ ମଦ,ମାଂସ ଓ କଳାଟଙ୍କାର ବଳ ଓ ପ୍ରଭାବ ତେଣୁ ଯେ ଏଥିରୁ ଅଧିକ ଖଟେଇବ ସେ ଅଧିକ ସୁଫଳ ପାଇ ବ।ଏଥିରୁ ବିଚାର କରାଗଲେ ବିଜେଡି ଓ ପ୍ରମୋଦ ମଲ୍ଲିକ ଆଗରେ ରହି ଥିବା ବେଳେ ତା ତଳକୁ ରହିଛି ବିଜେପି,ଶେଷକୁ ରହିଛି କଂଗ୍ରେସ।ଯେ ଏଥିରେ ଦୁର୍ବଳ ଧରିବ ଓ ପ୍ରତିଦ୍ବନ୍ଦିତାରେ ପଛକୁ ପଡ଼ିବ ତା ଭୋଟରଙ୍କୁ ଅପରଜଣଙ୍କ କିଣିବ!!ଟଙ୍କାଆଗରେ ରାତିଶେଷ ବେଳକୁ ଅଯୋଧ୍ୟା, ରାଷ୍ଟ୍ରପ୍ରେମ,ଆଦର୍ଶ ସବୁକିଛି ଫିକାପଡ଼ିବା ସ୍ଵାଭାବିକ।ଏଥିରେ କର୍ପୋ ରେଟ ଘୋଡ଼ାବେପାର ବି ଅଛି,ଅର୍ଥାତ୍ ଜଣେ ଡମିପ୍ରାର୍ଥୀ ପରି ତା ସମୂହ ଭୋଟକୁ ବିକ୍ରି କରିଦେଇ ପାରେ କିମ୍ବା ଜଣକୁ ହରାଇବାକୁ ଅନ୍ୟ ଦୁଇ ଜଣ ଏକାଠି ମିଶିଯାଇ ବି ପାରନ୍ତି!!

ବିଜେଡିର ବିଦ୍ରୋହୀ ପ୍ରାର୍ଥୀଙ୍କ ଭୂମିକା:ଯେମିତି ସୂର୍ଯ୍ୟଙ୍କ ଆଗରେ ମହମ୍ ବତୀ

ବିଜେଡ଼ି ବିଦ୍ରୋହୀ ପ୍ରାର୍ଥୀ ଯେମିତି ଟିକେଟ ଲୋଭରେ ଆସିଥିଲେ ସେମିତି ଟିକେଟ ବଞ୍ଚିତ ହେବା ପରେ ଚାଲି ଯାଇଛନ୍ତି।ନବୀନ ଓ ବିଜେଡି ପ୍ରଭାବରେ ସେମାନଙ୍କ ସ୍ଥିତି ଓ ମିଛ ବାହାନା ବି ହଜି ଯାଇଛି। ତେଣୁ ସେମାନେ ବିଦ୍ରୋହୀ ପ୍ରାର୍ଥୀ ହେଲେ ବି ବିଶେଷ କିଛି ଭୋଟ ଭାଙ୍ଗି ନପାରେ!!!

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]

ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପଥରେ କେନ୍ଦ୍ରରେ ଆଉଥରେ ମୋଦୀ ସରକାର!!

Spread the love

Spread the loveବ୍ୟୁରୋ ନିଉଜ,୨୫/୦୫ ସାଧାରଣ ନିର୍ବାଚନର ଅନ୍ତିମଚରଣ କେବଳ ଏବେବାକି,ସମସ୍ତଙ୍କ ମନରେ […]