ନୂଆ ପରିବହନ ଆଇନ: ଗଂଜାମ ଜିଲ୍ଲାରେ ଦିନକେ ୧୧୫ କେଶ୍ ରୁଜୁ ନଗଦ ୨ଲକ୍ଷ ୩୭ହଜାର୮୦୦ ଆଦାୟ,ଧରାପଡିଲେ ୩ ନା ବାଳିକା!
ଗଂଜାମ ୨।୯ (ଜିଲ୍ଲା ପ୍ରତିନିଧି) ରାସ୍ତା ଦୁର୍ଘଟଣାରେ ଧନଜୀବନ ହାନୀରୁ ରକ୍ଷାକରିବାକୁ ସରକାର ପ୍ରଣୟନ କରିଥିବା ନୂତନ ପରିବହନ ନିତି ସେପ୍ଟେମ୍ବର ୧ତାରିଖରୁ କାର୍ଯ୍ୟକାରୀ ହୋଇଛି । ଆଜିଗୋଟିଏ ଦିନରେ ୧୧୫ ଟି ବେଆଇନ ଗାଡି ଚାଳନାର ମାମଲା ରୁଜୁ ହେବାସହ ନଗଦ ୨ଲକ୍ଷ ୩୭ହଜାର ୮୦୦ ଟଂକା ଜୋରିମାନା ଆକାରରେ ଆଦାୟ ହୋଇଥିବା ସ୍ଥଳେ ଆଉ ପ୍ରାୟ ୪୨ହଜାର ୫୦୦ ଟଂକା ଆଦାୟ ହେବାକୁ ରହିଛି। ଅପରାହ୍ନ ପ୍ରାୟ ୪ଟା ବେଳେ ୩ଜଣ ନା ବାଳିକା ଏକ ସ୍କୁଟି ନମ୍ବର OD 07 N7297 ଯୋଗେ ଗୋପାଳପୁର ସମୁଦ୍ରକୂଳ ଆଡକୁ ଯାଉଥିବା ବେଳେ ହରିପୁର ପାଖରେ ଆଗରୁ କାର୍ ଯୋଗେ ଆସୁଥିବା ଜିଲ୍ଲାପାଳ ବିଜୟ ଅମ୍ରୁତା କୁଲାଂଗୀ କଂ ନଜରକୁ ଆସିଯାଇଥିଲା । ଜିଲ୍ଲାପାଳ ସ୍କୁଟି ସହ ୩ ଛାତ୍ରୀକଂ ଫଟୋ ମୋବାଇଲରେ ଉଠାଇ ଜିଲ୍ଲା ପରିବହନ ଅଧିକାରୀ ସଂଜୟ କୁମାର ବିଶ୍ୱାଳ ଓ ଜିଲ୍ଲା ମୋଟରଯାନ ନିରୀକ୍ଷକ ଅକ୍ଷୟକୁମାର ଜେନାକଂ ନିକଟକୁ ପଠାଇବା ସହିତ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ। ବିଭାଗୀୟ କର୍ମଚାରୀ ମାନେ ତୁରନ୍ତ ଗାଡିକୁ ଧରିଥିଲେ। ଯାଂଚ ରେ ଜଣାପଡିଥିଲା ଯେ,ତିନିଜଣ ଏଥିରେ ବସିଯାଉଥିଲେ,ଆଦୌ ହେଲମେଟ୍ ନ ଥିଲା ,ଗାଡିର ବୀମା ନ ଥିଲା । ସ୍କୁଟି ଟି ବରହମପୁର ଗୋସାଣୀ ନୂଆ ଗାଁ ର ସାବିତ୍ରୀ ସାହୁକଂ ନା ରେ ଥିବା ଜଣାପଡିଥିଲା ।ମାମଲା ରୁଜୁ କରାଯାଇ E-ଚାଲାଣ କଟା ଯାଇଥିଲା ।ଅଭିବାବକକଂ ମୋବାଇଲ ନମ୍ବରକୁ ବାର୍ତ୍ତା ପ୍ରେରଣ କରାଯାଇଥିଲା।ଆସନ୍ତା ୪ ତାରିଖରେ ଜିଲ୍ଲାପରିବହନ ଅଧିକାରୀକଂ ନିକଟରେ ହାଜର ହୋଇ ଗାଡିର ସମସ୍ତ କାଗଜପତ୍ର ଦର୍ଶାଇବା ସହିତ ଶୁଣାଣୀ ବେଳେ ନିଜର ପକ୍ଷରଖିବାକୁ ଜଣାଇଦିଆ ଯାଇଥିଲା ପ୍ରବର୍ତ୍ତିତ ନୂତନ ପରିବହନ ଆଇନ ଅନୁଯାୟୀ ,ପ୍ରାୟ ୧୧ହଜାର ଟଂକା ଜୋରିମାନା ଦେବାକୁ ପଡିପାରେ କିମ୍ବା ଅଭିବାବକକଂ ବିରୁଦ୍ଧରେ ନୂତନ ଆଇନ ଅନୁଯାୟୀ ଆର୍ଥିକ ତଣ୍ଡ ୨୫ ହଜାର ପର୍ଯ୍ୟନ୍ତ ଲାଗିପାରେ ବୋଲି ବିଭାଗୀୟ ଅଧିକାରୀକଂ ସୂଚନାରୁ ଜଣାପଡିଛି ।ସେମାନକଂ ସୂଚନାନୁଯାୟୀ ୧୮ବର୍ଷରୁ କମ ବୟସ ପିଲା ଚାଳକ ଲାଇସେନସ ନ ଥିଲେ ଦଣ୍ଡ ବିଧାନର ପରିମାଣ ୨୫ହଜାର ହୋଇପାରେ।ଆଜିର ଏହି ଧରପଗଡରେ ବିନା ହେଲମେଟ ରେ ୨୦ଟି ଦୁଇଚକିଆ ଯାନ,ନା ବାଳିକା ଯାନ ଗୋଟିଏ, ବିନା ସିଟ ବେଲଟ ରେ କାର୍ ଓ ଟ୍ୟାକ୍ସି ୬ ଟି, ଭୁଲ ଢଂଗରେ ଗାଡି ଚାଳନା ଓ ପରିଚାଳନା ପାଇଁ ୩ଟି ,ବିନା ଡି.ଏଲ ରେ ୨ଟି, ବିପଦ ପୂର୍ଣ ଚାଳନା, ଗାଡିରୁ ବାହାରକୁ ବାହାରି ରହୁଥିବା ସାମଗ୍ରୀ ଅଭିଯୋଗରେ ୨୭ ,ବିପଦ ପୂର୍ଣ ଯାନ ଚାଳନା ଯଥା:-ଇଣ୍ଡିକେଟର ନ ଥିବା , ୱାଇପର ନ ଥିବା ,ଗାଡିରେ ରି-ସୋଲିଂ ଟାୟାର ଲାଗିଥିବା ଅଭିଯୋଗରେ ୬୩ ଟି ଗାଡି ଆଜି ଧରା ପଡିଥିଲେ ଏଥିରୁ ୩୨ ଜଣ ଚାଳକ କଂ ଲାଇସେନ୍ସ ବାତିଲ ହେବ ଏହି ଘଟଣା ଆଜି ବହୁସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିବା ସହ ଗାଡିବାଲାକଂ ମନରେ ଛନକା ପଶିଛି।