
ପାହାଳ ଓଭର ବ୍ରିଜରେ ଫାଟ, ଯାତ୍ରୀ ଆତଂକିତ!
କଟକ/ଭୂବନେଶ୍ୱର ୯।୯(ସ୍ୱତନ୍ତ୍ର ପ୍ରତିନିଧି)- କଟକ – ଭୂବନେଶ୍ୱର ମଧ୍ୟସ୍ଥଳ ପାହାଳ ଓଭରବ୍ରିଜରେ ଉପରୁ ତଳପର୍ଯ୍ୟନ୍ତ ଏକ ବିରାଟ ଫାଟ ଦ୍ରୁଷ୍ଟି ଗୋଚର ହୋଇଛି । ଯାତ୍ରୀ, ପଥଚାରୀକଂ ସମେତ ଯାନବାହନ ଆରୋହୀମାନେ ଭୟରେ ଆଶଂକିତ ଅଛନ୍ତି । ଜାତୀୟ ରାଜପଥ ଭାବେ ପରିଗଣିତ ଏହି ରାସ୍ତାରେ ବାରମ୍ବାର ନିର୍ମିତ ପୋଲଗୁଡିକ ଭୂଷୁଡିପଡି ଧନଜୀବନ କ୍ଷୟକ୍ଷତି ଘଟୁଥିବା ଏକ ନିୟମିତ ଘଟଣାରେ ପରିଣତ ହେଲାଣି। ତେଣୁ ନିମ୍ନମାନର ନିର୍ମାଣ କାର୍ଯ୍ୟ ବୋଲି ସାଧାରଣରେ ଧାରଣା ସ୍ରୁଷ୍ଟିହେଲାଣି।ଏଠାରେ ପୋଲତଳେ ବ୍ୟାପକ ବର୍ଷାଜଳ ଜମି ରାସ୍ତା ମରଣ ଯନ୍ତା ପାଲଟିଛି। ଜାତୀୟ ରାଜପଥ ପ୍ରାଧିକରଣ ଯଥାଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରି ଜନସାଧାରଣକଂ ସଂଦେହ ମୋଚନ କରିବାକୁ ଦାବୀ ହେଉଛି । ଫଟୋକୁ ଜୁମ୍ କରିଦେଖିଲେ ଏହିଫାଟ ସ୍ପଷ୍ଟ ଭାବେ ଦ୍ରୁଷ୍ଟିଗୋଚର ହେଉଛି ।