
ଥାନାଜବତ କରିଥିବା ଚୋରା ଗାଡ଼ିକୁ ବିକି ନିଜେ ପୁଲିସବାବୁ ମାଲାମାଲ;ନକଲି ସାମ୍ବାଦିକ ଗାଡ଼ିରେ”ପ୍ରେସ”ମାରି ନିର୍ଦ୍ଵନ୍ଦ, ନିର୍ଭୟରେ ଚଢ଼ି ବୁଲୁଛନ୍ତି!!

କଟକଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଥାନା ମାଲଖାନାରେ ଜବତହୋଇ ରହିଥିବା ଗଞ୍ଜେଇକୁ ବିକିଦେଇ ରାଜ୍ୟରେ ଥାନାପୋଡ଼ି ପରି ଏକ କଳଙ୍କିତଅଧ୍ୟାୟ ସୃଷ୍ଟି କରିଥିବା ଓ ଲଙ୍କାକାଣ୍ଡ ଭିଆଇଥିବା,ଉତ୍ୟକ୍ତ ଜନତାଙ୍କ ଆଖିବୁଜା ମାଡ଼ରେ ଲହୁ ଲୁହାଣ ଫିରିଙ୍ଗିଆ ଥାନା ପୁଲିସଙ୍କ କାରନାମା ପରେ ଏବେ ସାମ୍ନାକୁ ଆସିଛି କଟକ ଗ୍ରାମାଞ୍ଚଳ ଜିଲ୍ଲା, ଓଲଟପୁର ଥାନା ପୁଲିସର ଅନୁରୂପ ଏକ କାର ନାମା।ମିଳିଥିବା ସୂଚନା ଅନୁଯାୟୀ,OD3305 0528 ହୋଣ୍ଡାଡ୍ରିମ୍ ୟୁଗ ବାଇକ୍ ଭୁବନେଶ୍ୱର ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ୦୯ ଅପ୍ରେଲ,୨୦୧୪ ମସିହାରେ ଅନୁପ କୁମାର ମିଶ୍ରଙ୍କ ନାମରେ ପଞ୍ଜୀକୃତ ହୋଇଥିଲା।କୌଣସି ଏକ ଅପରାଧିକକାର୍ଯ୍ୟରେ ନିୟୋଜିତ ଥିବା ଅଥବା ଚୋରାଗାଡ଼ି ଦର୍ଶାଇ ଓଲଟପୁରପୁଲିସ ୨୦୧୫/୧୬ମସିହାରେ ଜବତକରି ଥାନାରେ ରଖିଥିଲା।ସେତେବେଳେ ଜନୈକ ପ୍ରଭାକର ମହାନ୍ତି ଏହି ଥାନାରେ ASI ଥିଲେ,ଗୋଦାବରୀଶ ଦାଶ ଥାନାର ଭାରପ୍ରାପ୍ତଅଧିକାରୀ ଥିଲେ।ତେବେ କୁହାଯାଉଛି ଜବତ ବାଇକଟିକୁ ତତ୍କାଳୀନ ASI ପ୍ରଭାକର ମହାନ୍ତି ମାତ୍ର ୬ହଜାର ଟଙ୍କାରେ ବିକି ଦେଇଥିଲେ।ଜବତ ଗାଡ଼ିଟିକୁ କେହି ଜଣେ ବ୍ୟକ୍ତି K NEWS ଓ “PRESS” ମାରି ବୁଲୁଛନ୍ତି!!!କଥା ଉଠୁଛି ଜବତ ଗାଡ଼ିକୁ ପୁଲିସ ସିଜର ଲିଷ୍ଟ ରେ ଦର୍ଶାଇଥିଲା କି ନାହିଁ?ହଁ ଯେଉଁଠି ଜବତ ଗଞ୍ଜେଇ କୋର୍ଟଙ୍କନିର୍ଦେଶରେ ପୁଲିସଜିମା ନାମା ରେ ଥାଇ ପୁଲିସଗାଡ଼ିରେ ଚୋରାଚାଲାଣ ହେଉ ଛି,ଯେଉଁଠି କ୍ଷମତାସିନ ଶାସକ ଦଳର ଜଣେ କ୍ୟାବିନେଟମନ୍ତ୍ରୀଙ୍କୁ ପୁଲିସ ଦିନ ଦ୍ଵିିପ୍ରହରରେ, ସର୍ବସାଧାରଣରେ ଗୁଳିକରି ମାରିଦେଇ ପାରୁଛି ଏହାଠାରୁ କେଉଁ ଏକ ବଡ କଥା ଯେ??ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ,ଉକ୍ତ ଗଣମାଧ୍ୟମ ଟି RNI ପଞ୍ଜୀକୃତ ନୁହେଁ।ସାରା ଦେଶରେ ବିନା RNI ପଞ୍ଜୀକୃତ ଗଣମାଧ୍ୟମ ଗୁଡ଼ିକୁ ଧରପଗଡ କରିବାକୁ ପ୍ରେସ ରେଜିଷ୍ଟ୍ରାର(RNI)ସବୁ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ମାନଙ୍କୁ ଲିଖିତ ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ ଓଲଟପୁର ପୁଲିସର ଏ ବ୍ୟତି କ୍ରମ ଓ ଅହେତୁକ ଅନୁକମ୍ପା କାହିଁକି??ରାଜ୍ୟ ପୁଲିସ ମୁଖ୍ୟ ଓ ଜିଲ୍ଲା ପୁଲିସ ମୁଖ୍ୟ ଘଟଣାକୁ ହାଲୁକା ନେଲେ,ଫିରିଙ୍ଗିଆ ଥାନା ପରିସ୍ଥିତିର ଯେ ପୁନରାବୃତ୍ତି ନହେବ ତାହା କହିବ କିଏ?କୌତୁହ ଳର କଥାଯେ ଏହି ଚୋରାଗାଡିଟିର ସାମ୍ନାନମ୍ବର ପ୍ଲେଟରେ କେବଳ 28ନମ୍ବର ବୋଲି ଉଲ୍ଲେଖ ଅଛି,ମାତ୍ର ପଛରେ ଲାଗିଥିବା ନମ୍ବରପ୍ଲେଟ ଲେଖା ଅଲଗାକଥା କହୁଛି,ଗୋଟିଏ ଗାଡିର ଆଗନମ୍ବର ପ୍ଲେଟ ଓ ପଛ ନମ୍ବରପ୍ଲେଟ ଅଲଗା ଅଲଗା ଦୁଇ ପ୍ରକାର ହେବ କିପରି?ଏହା ବି ଓଲଟପୁର ପୁଲିସ ଆଖିରେ ଯାଞ୍ଚ ବେଳେ ଧରା ପଡୁନାହିଁ କିପରି???ଏହାର ପ୍ରମାଣ ଆମେ ପାଠକଙ୍କଅବଗତି ନିମନ୍ତେ ଫଟୋ ସହ ଏଠାରେ ଦେଇଛୁ ଏକା ଏହି ଘଟଣା ନୁହେଁ,ଏହା କେବଳ ନମୁନାମାତ୍ର।ଓଡ଼ିଶାର ବହୁ ଥାନାରେ ଜବତ ଯାନବାହନ ଗୁଡ଼ିକର ଯନ୍ତ୍ରାଂଶକୁ ଖୋଲି ପୁଲିସ କର୍ମଚାରୀମାନେ ବିକିଦେଉଥିବାର ତଥ୍ୟ ବି ଆମହାତରେ ଲାଗିଛି।ବହୁପୁରୁଣା ଗାଡି ର ଯନ୍ତ୍ରାଂଶ ବଜାରରେ,ପାର୍ଟସ ଦୋକାନ ଅଥବା କବାଡ଼ିଆ ମାନଙ୍କ ପାଖରେ ମିଳୁ ନଥିବା ବେଳେ ଥାନାରେ ଜବତ ହୋଇ ରହିଥିବା,ଦାବିଦାର ନ ଥିବା,କୋର୍ଟରେ ବିଚାରାଧିନ ଥିବା ମାମଲା ଓ ମାଲ ଖାନାରେ ସ୍ଥାନାଭାବ ସୁଯୋଗରେ ଥାନା କର୍ମଚାରୀ ମାନେ ଏହିସବୁ ସାମଗ୍ରୀକୁ ଖୋଲି ବିକିଦେଇ ଚଳୁଛନ୍ତି।ମାମଲା ତୁଟିବା ବେଳକୁ ଯାନ ଗୁଡ଼ିକର କେବଳ ନମ୍ବରପ୍ଲେଟ ଓ ମଡ ଗାର୍ଡ ହିଁ ପଡି ରହିଥିବା ଦେଖିବାକୁ ମିଳୁଛି।


