ଜିଲ୍ଲାଖବର ଦୁର୍ନିତି

ପ୍ରେତାତ୍ମା ନେଉଛି ୩ ବର୍ଷହେଲାଣି ଖାଦ୍ୟସୁରକ୍ଷା ରାସନ !

Spread the love

ରାଜ୍ୟ ଯୋଗାଣ ବିଭାଗର ସ୍ୱଛତା ଉପରେ ପ୍ରଶ୍ନବାଚୀ ?

କଟକ ୧।୧୦( ସ୍ୱ.ପ୍ର) “କେହି ଜଣେ ବି ଖାଦ୍ୟବିନା ଭୋକରେ ନ ମରନ୍ତୁ” ସେଥିପାଇଁ କେନ୍ଦ୍ରସରକାର ସାରାଦେଶରେ ଖାଦ୍ୟ ନିରାପତ୍ତା ଆଇନ କାର୍ଯ୍ୟକାରୀ କରିଛନ୍ତି।ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀକୁଂ କିଲୋପ୍ରତି ୧ଟଂକାରେ ଚାଉଳ ହେଉ ବା ଗହମ ହେଉ ମାସକୁ ପରିବାରର ସଦସ୍ୟ ପିଛା ୫କିଲୋ ହାରରେ ମିଳୁଛି। ହେଲେ ରାଜ୍ୟ ଯୋଗାଣ ବିଭାଗର ନିଷ୍ପତ୍ତି ଟିକେ ଅଲଗା ପ୍ରକାରର ଥିବା ଜଣାପଡିଛି।ଏହି ଯୋଜନାରେ ବଣ୍ଟନକାରୀ ଗାଁ ର ଡିଲର ଜଣକଂ ହତ୍ୟାକାଣ୍ଡରେ ଶୀକାର ହୋଇ ୩ବର୍ଷ ତଳୁ ପରପାରିକୁ ଚାଲିଯାଇଥିବା ଯୁବତୀଜଣକଂର ପ୍ରେତାତ୍ମାକୁ ରାସନ ଦେଇଚାଲିଥିବା ଖାତାରେ ପକାଇଚାଲିଛନ୍ତି ଓ ସରକାରକୁଂ ପ୍ରତିମାସରେ ବଣ୍ଟନ ହିସାବ ବି ଦାଖଲ କରୁଛନ୍ତି ଆଜି ଆମ କଟକ ଜିଲ୍ଲା ଗ୍ରାମାଂଚଳ ବ୍ଲକ ପ୍ରତିନିଧିକଂ ଦ୍ରୁଷ୍ଟିକୁଆସିବାପରେ ସେ କଣ୍ଟାପଡା ବ୍ଲକରେ ପହଂଚି ବିଡିଓ କେ.ଅଶୋକ କୁମାରକୁଂ ଭେଟିଥିଲେ ତେବେ ବିଡିଓ ମାର୍କେଟିଂଇନ୍ସିପେକ୍ଟର ନସିମା ବେଗମକଂ ନିକଟକୁ ପଠାଇଥିଲେ,ଡିଲର ମଦନ ସେନାପତିକୁ ତତ୍କାଳ ବ୍ଲକକୁ ଡକାଇ ପଚରାଯାଇଥିଲା ସେ ଘଟଣାକୁ ସ୍ୱୀକାର କରିଥିଲେ। ଫଳରେ ମ୍ରୁତକକଂ ନାଁ ରେ ଦିଆଯାଉଥିବା ରାସନକୁ ବନ୍ଦନିର୍ଦ୍ଦେଶ ଦିଆଯାଇଛି,ହେଲେ ପ୍ରଶ୍ନଉଠୁଛି କି ମ୍ରୁତକ କଂ ନାଁ ରେ ୩ବର୍ଷରୁ ଉର୍ଦ୍ଧ୍ୱକାଳ ବଣ୍ଟନ ହୋଇଥିବା ଏହି ରାସନ ସାମଗ୍ରୀ ସରକାରୀ.ପାଣ୍ଠିକୁ ଫେରିବ କେବେ?ଓ କେଉଁ ଦରରେ ?

ଆମ ପ୍ରତିନିଧିକଂ ସୂଚନାନୁଯାୟୀ, ଗୋବିନ୍ଦପୁର ଥାନା, ବଡପାଟସୁନ୍ଦରପୁର ଗ୍ରାମର କାଳନ୍ଦୀଦାସକଂ ଝିଅ ସମ୍ବିତା ଦାସ ଓରଫ କୁନି (୨୧) କଂ ରକ୍ତାକ୍ତ ଶବ ସନ୍ଦେହଜନକ ଅବସ୍ଥାରେ ସ୍ଥାନୀୟ ଏକ ଆଖୁ ବିଲରୁ ୨୧।୧।୨୦୧୬ରେ ଗୋବିନ୍ଦପୁର ପୁଲିସ ଉଦ୍ଧାର କରିଥିଲା।ଗୋବିନ୍ଦପୁର ଥାନା କେଶ୍ ନମ୍ବର ୩/୨୦୧୬ ,ଶବ ବ୍ୟବଛେଦ ରିପୋର୍ଟ ନମ୍ବର ୧୮୧/୨୦୧୬ ତାରିଖ ୨୨।୧।୨୦୧୬ ଅଟେ।ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ପ୍ରେମଜନିତ ବୋଲି ସେତେବେଳେ ରାଜ୍ୟବ୍ୟାପୀ ଆଲୋଡନ ସ୍ରୁଷ୍ଟି ହୋଇଥିଲା । ପୁଲିସର ତଦନ୍ତକୁ ସନ୍ଦେହକରି ଲୋକେ ଫୁଲନଖରା – ନିଆଳି ୬୦ନମ୍ବର ରାଜ୍ୟରାଜପଥ ଅବରୋଧ କରିଥିଲେ। ସନ୍ଦିଗ୍ଧ ଅଭିଯୁକ୍ତମାନକୁଂ ପୁଲିସ ଗିରଫକରି ଜେଲ ପଠେଇଥିଲା।ଅଧିକାଂଶ ଗଣମାଧ୍ୟମର ପ୍ରୁଷ୍ଠା ମଣ୍ଡନ କରିଥିବା ଘଟଣାକୁ ଗାଁ ର ଡିଲର ଜଣକଂ ଜାଣିପାରିଲେନି କେମିତି ? ମ୍ରୁତା କୁନିକଂ ବାବଦ ଚାଉଳକୁ ନେଉଥିଲା କିଏ ?ଗୋଟିଏପଟେ ସରକାରୀ ନିୟମପାଳିବା ନାଁ ରେ ବହୁ ବ୍ରୁଦ୍ଧ ବ୍ରୁଦ୍ଧାକଂ ଟିପ ଆଧାର ମେସିନ ନେଉ ନ ଥିବା ଦର୍ଶାଇ ରାସନ ବନ୍ଦ କରିଦିଆଯାଇଥିବାରୁ ସେମାନେ ଏବେ ଭୋକଉପାସରେ କାଳ କଟାଉଛନ୍ତି।ଅନ୍ୟପକ୍ଷରେ ମ୍ରୁତ ଲୋକକଂ ସଂପର୍କରେ ସରକାରୀ ଦପ୍ତରରେ ମ୍ରତ୍ୟୁର ପ୍ରମାଣ ଥାଇ ବି ସେମାନକଂ ପ୍ରେତାତ୍ମାକୁଂ ରାସନ ବଣ୍ଟନ ହେଉଛି !ବାଃ ବାଃ ରେ ରାଜ୍ୟ ଯୋଗାଣ ବିଭାଗର ସ୍ୱଛତା ! ଓ ପାରଂଗମ ପଣିଆ

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]