
‘ଫନି’କ୍ଷତିପୂରଣରେ କୋଟି କୋଟି ଟଂକାର ଘୋଟାଲା!ଲକ୍ଷ ଲକ୍ଷ ଟଂକାର କମିଶନି ଆଦାୟର କ୍ରାଇମବ୍ରାଂଚରେ ଅଭିଯୋଗ।
ବନ୍ଧା ହେବେ କି ସରକାରୀ ବାବୁ ! ଫନି ସହାୟତା ନାଁ ରେ କୋଟି କୋଟି ଟଂକାର ଘୋଟାଲା ! ଲକ୍ଷ ଲକ୍ଷ ଟଂକାର କମିଶନି ଆଦାୟ ହୋଇଛି ତାଲିକା ପ୍ରସ୍ତୁତିରେ, ଅଯୋଗ୍ୟ ହିତାଧିକାରୀକୁଂ ଭର୍ତ୍ତି କରିବାରେ ।ଏମିତିକି ମୁଖ୍ୟମନ୍ତ୍ରୀ,ଜିଲ୍ଲାପାଳକଂ ନିର୍ଦ୍ଦେଶକୁ ଓ ହାଇକୋର୍ଟକଂ ରାୟକୁ ବି ଖାତିର ନକରି ଗୁଡବଣାରେ ମୁହଁ ପୁରାଇବା ପରି ଲୋକକୁଂ ଲୁଟିଛନ୍ତି ଏହିସବୁ କର୍ମଚାରୀ ମାନେ । ବାରମ୍ବାର ତାରିଖ ପ୍ରଶାସନ ଘୁଂଚାଇବା ସତ୍ତ୍ୱେ ତାଲିକା ସାର୍ବଜନୀନ କରା ଯାଇନାହିଁ।ବରଂ ତାଲିକା ପ୍ରକାଶ କଲେ କାଳେ ଲୋକେ ଜାଣିବେ,ଅଭିଯୋଗ କରିବେ ସେଥିପାଇଁ ମୋବାଇଲ ବନ୍ଦ ରଖି ମୁହଁଛପା ଦେଇ ଲୁଚିବୁଲୁଛନ୍ତି ।ଅଭିଯୋଗ କରିବାର ଚୂଡାନ୍ତ ଧାର୍ଯ୍ୟ ତାରିଖ ଟପିଲେ ଧୀରେ ଧୀରେ ପାଗ ଯୋଗ ଦେଖି, ପାଣିପାଗ ମାପିଚୁପି ପଦାକୁ ମୁହଁ କାଢିବେ ! ଅପରପକ୍ଷରେ ଲାଂଚ ଦେଇ ନ ପାରି ତାଲିକାରୁ ବଂଚିତ ହିତାଧିକାରୀ ପୁରା ତିସମାର। ରଗଡି ହେଉଛନ୍ତି ଯେମିତି । ହେଲେ ତାଲିକା ଦେଖିପାରୁଚନ୍ତି ନା ସରକାରୀ ବାବୁମାନକଂ ଧରାଛୁଆଁ କି ଦର୍ଶନ ବି କେଉଁପାଉଛନ୍ତି ।ମାଛ କାଳେ ହାତରୁ ଖସିଯିବ ସେମାନେ ବି ଚୁପ ବସି ନାହାନ୍ତି । ସେମାନକଂ ଭିତରୁ ୫୦ରୁ ଅଧିକ ଏପରି ଜାଲିଆତି ବିରୁଦ୍ଧରେ କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖାରେ ୪୨୦ ଦଫାର ଲିଖିତ ଅଭିଯୋଗ କରିଛନ୍ତି ଓ କେବଳ ସମୟକୁ ଅପେକ୍ଷା କରିଛନ୍ତି।ଚୂଡାନ୍ତ ତାଲିକା ପ୍ରକାଶନର ଧାର୍ଯ୍ୟ ତାରିଖ ଟପିବା ପରେ କ୍ରାଇମବ୍ରାଂଚ ଅଭିଯୋଗ ପାଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ରିଟ୍ ପିଟିସନ ଦାୟର ହେବାକୁ ସମସ୍ତ ପ୍ରସ୍ତୁତି ସରିଛି, କେବଳ ସମୟକୁ ଯାହା ଅପେକ୍ଷା । ଆବେଦନକାରୀ ଦୁଇଟି ପ୍ରସଂଗକୁ ଧରିଛନ୍ତି । ପ୍ରଥମଟି ହେଲା କେଉଁମାନକଂ ଘର ଭାଂଗିଛି ତାହାର ସାଟେଲାଇଟ୍ ଗୁଗଲ ମ୍ୟାପରେ ପ୍ରମାଣ ଅଛି।ଦ୍ୱିତୀୟଟି ହେଉଛି ,ଯେଉଁ ଜି.ପି.ଏସ ଭିତ୍ତିରେ ଜି.ଓ ଟ୍ୟାଗିଂ କରା ଯାଇଛି ଓ ଲାଂଚ ନେଇ ଏପଟ ସେପଟ କରାଯାଇଛି ସେଥିରେ ଘଳିଆ ରହିଛି ତାହାକୁ କିଛି କର୍ମଚାରୀ ବି ଜାଣିଛନ୍ତି ତାହା ହେଲା ଜି.ପି.ଏସ ରେ ପ୍ରାୟ ୧୦ରୁ ୧୫ ମିଟରର ଦୂରତା ଫରକ ରହିଛି କିନ୍ତୁ ଡି.ଜି.ପି.ଏସ ରେ ୨ମିଟର ଭିତରେ ଦୂରତାର ଫରକ। ଆଗକୁ ଏସବୁ ଯେତେବେଳେ ହାଇକୋର୍ଟକଂ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଂଚ ତଦନ୍ତ ହେବ ଜଣେ କେହି ବି କର୍ମଚାରୀ ଖସିପାରିବା ଅସମ୍ଭବ ।ସେଥିପାଇଁ ଆବେଦନକାରୀ ମାନେ ସାଟେଲାଇଟରୁ ରଂଗୀନ ଗୁଗଲ ମ୍ୟାପକୁ ଡାଉନ୍ ଲୋଡ ଓ ପ୍ରିଣ୍ଟ କରି ରଖିଛନ୍ତି ତେଣୁ କୋଟି ଟଂକାର ଏହି ଘୋଟାଲା ଧରାହେଲେ କେତେ ସରକାରୀ ବାବୁ ବନ୍ଧା ହେବେ ଓ ଜେଲ୍ ଯିବେ ତାହା ତ ସମୟ କହିବ। କିନ୍ତୁ ନାହାଳପୁର ପଂଚାୟତ କେବଳ ଯୋହଳ ଗାଁ ରେ କୋଠାଘର ଥିବା ପ୍ରାୟ ଲୋକ କୁଂ ସଂପୂର୍ଣ ଘରଭଂଗା ନାଁ ରେ ୯୫ ହଜାର ୧୦୦ ଟଂକା ଲେଖାଁ ପ୍ରାୟ ୧କୋଟି ଟଂକା ଦିଆ ଯାଇଥିବାର ପ୍ରମାଣ ମିଳିଛି।ଘଟଣା ସଂପର୍କରେ ପିଡୀତ ସାଧାରଣ ଲୋକକଂ ମନ୍ତବ୍ୟ ଓ ନାହାଳପୁର ଆର.ଆଇକଂ ଭୂମିକା ସତ୍ୟାନୁସଂଧାନ ଗଣମାଧ୍ୟମର ହସ୍ତଗତ ହୋଇଛି ଯାହାକୁ ଆମର ପ୍ରିୟ ପାଠକ ଓ ଦର୍ଶକକଂ ଅବଗତି ନିମନ୍ତେ ପେଶ୍ କରୁଛୁ।