
ବଜରଙ୍ଗ ଦଳର ବିରାଟ ବିଜୟ!ବନ୍ଧା ହେଲେ ଫେରାର ଦୁଇ କଂସେଇ :କୋର୍ଟ ଚାଲାଣ,ଜାମିନ ବିଚାର ଚାଲିଛି

କଟକ ଗ୍ରାମାଞ୍ଚଳ ଜିଲ୍ଲା ପୁଲିସ ଅନ୍ତର୍ଗତ ଗୋବିନ୍ଦପୁର ଥାନା ଅଧିନସ୍ଥ ବଡ଼ ଖରମଙ୍ଗା ଗ୍ରାମ ନିକଟରେ ଗତ ଦୁଇ ତାରିଖ ଦିନ ବେଆଇନ ଗୋ ଚାଲାଣ କରି ବଜରଙ୍ଗ ଦଳ ସଦସ୍ୟଙ୍କ ହାତରେ ଧରାପଡ଼ି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା କଂସେଇଙ୍କ ମଧ୍ୟରୁ ଦୁଇଜଣ ଆଜି ଗୋବିନ୍ଦପୁର ପୁଲିସ ହାତରେ ଧରାପଡ଼ି ଗିରଫ ହୋଇ ଛନ୍ତି।ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ନାମ ଶୁକ୍ରମ ସା (୫୦) ଘର ନିଆଳି ଥାନା,ଅଢଙ୍ଗ ଗ୍ରାମରେ ଅନ୍ୟ ଜଣଙ୍କ ସେହି ଗ୍ରାମର ଅବତାହର ଶା (୨୫) ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।ଘଟଣାରୁ ଖସିଯିବାକୁ ଏମାନଙ୍କ ପକ୍ଷରୁ ୧୨ ହଜାର ଟଙ୍କା ଲାଞ୍ଚ ଦିଆ ଯାଇଥିଲା।ହେଲେ ଫଳ କିଛି ହୋଇ ନ ଥିଲା।ଥାନା ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ ଅନାମ ଚରଣ ନାୟକଙ୍କ ନିର୍ଦ୍ଦେଶ କ୍ରମେ ସବ ଇନସ୍ପକ୍ଟର ସୁଶାନ୍ତ କୁମାର ଷଡଙ୍ଗୀ ଥାନା କେଶ ନମ୍ବର ୬୧/୨୧ ରେ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିଲେ।ଗାଡି ଜବତ ହୋଇଥିବା ବେଳେ,୧୦ଟି ଗୋରୁଙ୍କୁ କଟକ ସ୍ଥିତ ଗୋଶାଳା ଜିମାରେ ପୁଲିସ ରଖିଛି।ଘଟଣାକୁ ନେଇ ବଜରଙ୍ଗ ଦଳ ମଧ୍ୟରେ ଘୋର ଉଲ୍ଲାସ ପ୍ରକାଶ ପାଇଛି।