
ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଶାବନାଆଜମୀ କାର ଦୁର୍ଘଟଣାରେ ଗୁରୁତର
ବଲୀଉଡର ଖ୍ୟାତନାମା ଅଭିନେତ୍ରୀ ଶବନା ଆଜମୀ ମହାରାଷ୍ଟ୍ରର ରାଇଗଡ ଜିଲ୍ଲାନ୍ତର୍ଗତ ମୁମ୍ବାଇ -ପୁନେ ଏକ୍ସପ୍ରେସୱେର ଖଲ୍ଲାପୁର ଟୋଲ୍ ପ୍ଲାଜା (ମୁମ୍ବାଇରୁ ପ୍ରାୟ ୬୦କି.ମି ଦୂର)ନିକଟରେ ଏକ କାର ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି।ଖଣ୍ଡାଲା ଠାରେ ଏକ ହଲି -ଡେ ହୋମରେ ରହୁଥିବା ପରିବାର ସଦସ୍ୟକଂ ପାଖକୁ ସେ ଯାଉଥିବା ବେଳେ ଅପରାହ୍ନ ପ୍ରାୟ ୩.୩୦ବେଳେ ଏହି ଦୁର୍ଘଟଣା ଘଟିଥିଲା, ତାଂକ କାରଟି ଆଗରେ ଥିବାଏକ ଟ୍ରକ ପଛରେ ପିଟି ଦେଇଥିଲା।ପଛରେ ତାଂକ ସ୍ୱାମୀ ବିଶିଷ୍ଟ ସଂଗୀତକାର ଜାଭେଦ ଆଖତାର ଓ ପୁଅ ଅନ୍ୟଏକ କାରରେ ଥିଲେ।ମାତ୍ର ସେମାନେ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣାରେ ଶବନାକଂ ନାକରେ ଓ ମୁଣ୍ଡ ପଛ ଭାଗରେ ମାଡଲାଗିଛି।ତୁରନ୍ତ ତାଂକୁ ପାନଭେଲର ଏମ୍.ଜି.ଏମ୍ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ତାଂକର ଏମ. ଆର. ଆଇ ସ୍କାନ ଓ ସି.ଟି ସ୍କାନ କରାଯାଇଛି ଛାତିର ରଂଜନରଶ୍ମୀ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି।ସେ ଚେତନଅବସ୍ଥାରେ ଅଛନ୍ତି ଓ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ଖାନାସୂତ୍ରରୁ ଜଣାପଡିଛି।ଆଜି ରାତିରେ ତାଂକୁ କୋକିଳାବେନ ଧୀରୁ ଭାଇ ଅମ୍ବାନୀ ହାସପାତାଳକୁ ସ୍ଥାନାନ୍ତର କରାଯିବ।୮୦-୯୦ ଦଶକରେ ହିନ୍ଦୀ ଫିଲ୍ମଇଣ୍ଡଷ୍ଟ୍ରୀର ସେ ଜଣେ ନାମୀ କଳାକାର ଥିଲେ।ତାଂକ ଦ୍ୱାରା ଅଭିନୀତ ମାସୁମ(୧୯୮୩),ଅର୍ଥ (୧୯୮୨) ,ନିରଜା(୨୦୧୬),ଓ ଅଂକୁର ଆଦି ବହୁ ଚଳଚିତ୍ର ରହିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣା ଖବର ଜାଣିବା ପରେ ଟ୍ୱିଟକରି ଦୁଃଖ ପ୍ରକାଶ କରିବା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି ।


