
ବାପୁଜୀଙ୍କ ଫଟୋ ଥୋଇ ବାଲି ମାଫିଆଙ୍କ ସପକ୍ଷରେ ଆନ୍ଦୋଳନ!!
କଟକ ଗ୍ରାମାଞ୍ଚଳ ଜିଲ୍ଲା,୨୦/୦୩(ନି.ପ୍ର)ଜାତିର ପିତା ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନ ସାରା ପୃଥି ବୀରେ କାହାକୁ ବି ଅଛପା!!ହେଲେ ଏବେ ଗାନ୍ଧି ଜୀଙ୍କ ମାର୍କାରେ,ତାଙ୍କ ଫଟୋଥୋଇ,ବାଲିମାଫି ଆଙ୍କ ସପକ୍ଷରେ କଟକ ଜିଲ୍ଲା,କଣ୍ଟାପଡ଼ା ତହସି ଲ ସମ୍ମୁଖରେ ୩ଦିନ ଧରି ଚାଲିଥିବା ଆନ୍ଦୋଳନ ଏକ କଳା ଅଧ୍ୟାୟ ସୃଷ୍ଟି କରିଛି।ଘଟଣାଟି ସାରା ଅଞ୍ଚଳରେ କେବଳ କୌତୁହଳ ଉଦ୍ରେକ କରିନାହିଁ ବରଂ ଆନ୍ଦୋଳନରେ ବସିଥିବା ଅନେକଙ୍କ ବିରୁ ଦ୍ଧରେ ବିଭିନ୍ନ କୋର୍ଟରେ ଚାଲିଥିବା ଅପରାଧିକ ମାମଲାର ଫେରାର ଥିବା ବହୁ ୱାରେଣ୍ଟିଙ୍କୁ ମାତ୍ର ୨୦୦ମିଟର ଦୂରରେଥିବା ଓଲଟପୁର ଥାନା ଗିର ଫ ନକରି ତହସିଲଦାରଙ୍କ ବିରୁଦ୍ଧରେ ନିର୍ବିଘ୍ନରେ ଆନ୍ଦୋଳନରେ ବସିବାକୁ ଖୋଲା ଛାଡି ଦେଇଛି !!ପ୍ରାପ୍ତ ତଥ୍ୟ ସୂଚନା ଅନୁଯାୟୀ,ଦେବୀନଦୀ (ବାମପାର୍ଶ୍ଵ)ର ବଳଦା ଘାଟଟି ବଳଦା-ନଇଁଲୋ ସୈରାତ ଖାତା ନମ୍ବର ୩୩୧,ପ୍ଲଟ ନମ୍ବର ୧୨୮, ଏରିଆ ୧୨ ଏକର ,ମାସିକ ଖନନ ଅନୁମତି ପତ୍ର ୨୫ ହଜାର mgq ,ଦର ୨୨୨ ଟଙ୍କା,ବାର୍ଷିକ ପରିମାଣ ୬୫,୪୫,୬୧୦,ଆର୍ଥିକ ବର୍ଷ ୨୦୨୨- ୨୩ ଠାରୁ ୫ବର୍ଷ ଲିଜ ଅବଧିରେ କେନ୍ଦୁଝର ଜିଲ୍ଲାର ସୂର୍ଯ୍ୟବଂଶୀ ଆର୍ଥ ମୋଭର୍ସ ନେଇଛନ୍ତି (କଣ୍ଟାପଡ଼ା ତହସିଲ)।ଏହି ସୂର୍ଯ୍ୟବଂଶୀ ଆର୍ଥ୍ ମୂଭର୍ସ କିଏ? ତାହାର ସବିଶେଷ ତହସିଲ ଜାଣି ଛି ଓ ଗଣ ମାଧ୍ୟମକୁ ମଧ୍ୟ ଜଣା ଅଛି,(ତେଣୁ ସେ ସଂପର୍କିତ ସବିଶେଷ ବିବରଣୀ ଓ ଦୁର୍ନୀତି ତଥ୍ୟ) ଆମେ ପର ପ୍ରସଙ୍ଗରେ ପାଠକଙ୍କୁ ଜଣାଇବୁ। ଏହି ଲିଜଧାରୀ ଜଣକ ସମସ୍ତ ନିୟମ କାନୁନ୍ ଭାଙ୍ଗି,ପୁରୁଣା ଗୋବିନ୍ଦପୁର ନିର୍ବାଚନ ମଣ୍ଡଳୀ ବିଧାୟକ ସ୍ୱର୍ଗତଃ ମୁରଲୀଧର କାନୁନଗୋଙ୍କ ଦ୍ଵାରା ଦେବୀ-କନ୍ଦଳ ଦ୍ୱିପାଞ୍ଚଳକୁ ଜଳସେଚନ ସୁବିଧା ନିମନ୍ତେ ନିର୍ମାଣ କରା ଯାଇଥିବା ଭୂତଳ ସାଇଫନ ଦ୍ୱାରା କାକଟପୁର ବ୍ରାଞ୍ଚ କେନାଲର କୂଳବ୍ରାହ୍ମଣସାଇଲୋ ଠାରୁ ନଦୀ ତଳେ ତଳେ ନିଆଯାଇ ସାଇଲୋ ବଡ଼ବିଲ ଠାରେ ଏକ ସିମେ ଣ୍ଟ କଂକ୍ରିଟ କୁଣ୍ଡ ମାଧ୍ୟମରେ ୩ଗୋଟି କେନାଲ ଦ୍ଵାରା ପ୍ରାୟ ୪୫୦୦ ହେକ୍ଟର ଚାଷ ଜମିକୁ ଜଳ ସେଚନ ଯୋଗାଇ ଦିଆ ଯାଉଥିବା ବ୍ୟବସ୍ଥାକୁ ଏହି ବାଲିଘାଟରୁ ଅତ୍ୟଧିକ ଲୋଡ ଦୈନିକ ହଜା ର ହଜାର ହାଇୱା ଧ୍ବସ୍ତ ବିଧ୍ବସ୍ତ କରି ସାରିଲାଣି।କେବଳ ସେତିକି ନୁହେଁ, ସ୍ଥାନୀୟ ଜନ ସାଧାରଣ ଙ୍କ ଆନ୍ଦୋଳନକୁ ନିଷ୍ଫଳ କରିବାକୁ ମଦ ପିଆଇ ମିଛ ଦଳିତ ମାମଲା ରୁଜୁ ବି କରାଯାଇଛି।ଏ ସମ୍ପର୍କରେ ଜିଲ୍ଲାପାଳ,ପୁଲିସ,ପ୍ରଶାସନ ସମସ୍ତେ ରହସ୍ୟଜନକ ଭାବେ ନୀରବ!!ତେଣୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଜାତୀୟ ସବୁଜ ପ୍ରାଧିକ ରଣଙ୍କ ନିକଟରେ କଣ୍ଟାପଡ଼ା ତହସିଲଦାର,ଜିଲ୍ଲା ପାଳ,ପୁଲିସ ମହାନିର୍ଦ୍ଦେଶକ,ରାଜ୍ୟ ପ୍ରଦୂଷଣ ବୋର୍ଡ ପ୍ରମୁଖ ୨୬ଜଣଙ୍କୁ ପକ୍ଷଭୁକ୍ତ କରା ଯାଇ ଛି।ଗତ ଜାନୁଆରୀ ମାସରୁ ଏହି ମାମଲା ବିଚାରା ଧୀନ ରହିଛି।ଅପରପକ୍ଷରେ ଧାର୍ଯ୍ୟ ସମୟ ଓ ପରିମାଣ ଠାରୁ ପ୍ରାୟ ୫୦ଗୁଣ ଅଧିକ ପରିମାଣ ବାଲିଉଠାଣ ହୋଇ ସାରିଥିବା ବେଳେ ତହସିଲ କୁ ତଦନୁଯାୟୀ ଭାଗେ ବି ରାଜସ୍ବ ଆସିନାହିଁ ତେ ବେ ନଦୀରୁ ବାଲିସବୁ ବିନାବର୍ଷା,ବିନା ବନ୍ୟା ଜ ଳରେ ଗଲା କୁଆଡେ??ଜାତୀୟ ସବୁଜ ପ୍ରାଧି କ ରଣ ଘଟଣାସ୍ଥଳ ପରିଦର୍ଶନ କରିବାକୁ ଆସୁଥିବା ଯୋଜନା ଥିବାରୁ ଉଠାଣ ବାଲିସବୁ ସମ୍ପର୍କରେ କଣ୍ଟାପଡ଼ା ତହସିଲଦାର କି କୈଫିୟତ ଦେବେ ??ତେଣୁ ତହସିଲଦାର ଏହି ଘାଟରୁ ବାଲି ଉଠା ଣକୁ ବନ୍ଦ କରିବାକୁ ଏକ ପ୍ରକାର ବାଧ୍ୟ।ହେଲେ ବାଲି ଚୋର ମାନଙ୍କ ମୁହଁରେ ଲାଗିଥିବା ମିଠା ସହଜେ ଛାଡୁଛି କୁଆଡୁ??କୌତୁହଳର କଥା ଯେ ବିନା y ଫର୍ମରେ ଗାଁ ପୂଜା କେମିତି ଛପା ରସିଦ ପରି ଗାଡ଼ି ନମ୍ବର ନପକାଇ ରାତିଆ ଉ ଠାଣ ବାଲିର ରସିଦ ବି ngt ହାତରେ ଲାଗିଛି।ତେଣୁ ଲୁଚିଛି ନା ଗୋଡ ଦିଟା ଦିଶୁଛି ପରି ସ୍ଥାନୀ ୟ କିଛି କୁଜି,ସାମ୍ବାଦିକ ପାଠ ନପଢି ପଣ୍ଡିତ(ଟ ଙ୍କା କେଇଟା)ଅଇଁଠା ରୁଟିପଟେ ଖାଇବାକୁ ବିକଳ ହୋଇ ବାଲିମାଫିଆଙ୍କ ସପକ୍ଷରେ ଲେଖୁଛନ୍ତି ଯେ ତହସିଲ ଅନ୍ତର୍ଗତ ସ୍ଥାନୀୟ ତିଥପଡ଼ା ଘାଟ ବନ୍ଦ ନକରି କେବଳ ବଳଦା ଘାଟକୁ ବନ୍ଦ କରାଯିବା ଫଳରେ ବାଲି ପାଇଁ ଲୋକେ ହଇରାଣ ହେଉଛ ନ୍ତି!!ହଇଓ ବାବୁ!ହାଇୱାରେ ବାଲି ସବୁ କଣ ଏ ସ୍ଥାନୀୟ ଲୋକେ କିଣି ନେଉଥିଲେ?ରାଜ୍ୟ ବାହା ରକୁ ବାଲି ଚୋରା ଚାଲାଣ ହେଉ ନଥିଲା??NGT ଆସିଲେ କଣ ତିଥପଡ଼ା ଓ ଅନ୍ୟ ଘାଟ ସବୁ ତଦନ୍ତରୁ ବାଦଯିବ କି?କାରଣ ସବୁ ଘାଟ ଉପରେ ସପ୍ରମାଣ,ଲିଖିତ ଅଭିଯୋଗ ହୋଇଛି ଯେତେବେଳେ,କେହି ବି ଛାଡ଼ ପାଇବେନି।ପରବ ର୍ତ୍ତୀ କଥାଟି ହେଲା ଲିଜଧାରୀ କେନ୍ଦୁଝରର ସୂର୍ଯ୍ୟ ବଂଶୀ ଆର୍ଥ ମୋଭର୍ଶ ପାଇଁ ଗାନ୍ଧିଜୀଙ୍କ ଫଟୋ ଧରି ବସିବାକୁ ଏତେ ଲୋକ ଆସିଲେ କେଉଁଠୁ ??ଏମାନେ କଣ ସତରେ ବିପିଏଲଧାରୀ ଗରୀବ ?କେନ୍ଦୁଝରରୁ ଏତେ ବାଟ ଆସିଲେ କିପରି?ପଛ ରେ ପମ୍ପଦେଇ ଆ ନ୍ଦୋଳନକୁ ସେମାନଙ୍କୁ ଆଣି ଥିବା ଜଣକ କିଏ??ସତରେ ଏମାନେ ସବୁ କଣ ଗାନ୍ଧିଜୀଙ୍କ ଦାୟାଦ ନା କ୍ରୀତଦାସ???ଏମାନଙ୍କ ଭିତରୁ ଅନେକଙ୍କ ନାମରେ ବିଭିନ୍ନ କୋର୍ଟରେ ବର୍ଷବର୍ଷ ଧରି ଏକାଧିକ ଅପରାଧିକ ମାମଲା ଚାଲି ଛି,ଓ ସେମାନେ ହାଜର ନହୋଇ ଫେରାରଥିବା ରେକର୍ଡ କହୁଛି।ତେବେ ଓଲଟପୁର ପୁଲିସ ନିକ ଟରେ ଆନ୍ଦୋଳ ନ,ଅଥଚ ପୁଲିସ ଚେଇଁ ଶୋଇ ଛି କାହିଁକି?କୋର୍ଟଙ୍କ NBW ଏଡାଇ ଏମାନେ ୩ଦିନ ଧରି ତହସିଲ ଆଗରେ ଦିନସାରା ବସିଲେ ଅଥଚ ଜଳକା ପରି ପୁଲିସ ସେମାନଙ୍କୁ ଚାହିଁ ଦେ ଖିଲା,ଖୋଜି ପାଉନି ବୋଲି କୋର୍ଟଙ୍କୁ ଜଣାଉଛି।କି ବିଚିତ୍ର ବ୍ୟବସ୍ଥା!!!ଆଉ ଆମ ତହସିଲଦାର!! Cr.P.C ଧାରା ୧୪୪ ଜାରି ନକରି ନିଜ ଅଫିସ ଆଗରେ ଆନ୍ଦୋଳନ ଯାତ୍ରା ୩ଦିନ ହେଲା ଦେଖୁ ଛନ୍ତି!!!???ବାଃ ବାଃ ରେ ଆମ ପ୍ରଶାସନ???ବା ଲି ଚୋରୀ କରିବାକୁ ସୁଯୋଗ ଦେବା ଦାବିରେ ପୂଜ୍ୟ,ଜାତିର ପିତା ବାପୁଜୀଙ୍କ ଫଟୋ ଥୋଇ ତା ଙ୍କ ନାଁ ରେ ଅହିଂସା ଆନ୍ଦୋଳନ!!!!ମାନିବାକୁ ପ ଡ଼ିବ ସେ ଗୁରୁଙ୍କୁ!!ଯିଏ ଏମିତିଆ ସୁପର ଡୁପର ଫାଷ୍ଟକ୍ଲାସ,ଠୋସ ଫିଉଜ୍ ଆଇଡିଆଟିଏ ଯୋଗା ଇ କିଛି ଚାନ୍ଦା ନେଇଛି।