
ବାଲିବୋଝେଇ ଭାରୀଯାନ ଯୋଗୁ ଗୋବିନ୍ଦପୁରପରେ କୂଳବ୍ରାହ୍ମଣସାଇଲୋ,ଝାରପଡା କେନାଲପୋଲ ବି ଭାଂଗିବ!ଆଶଂକାରେ ଜନସାଧାରଣ,ନିଦରେ ପ୍ରଶାସନ
ବାଲିବୋଝେଇ ଭାରୀଯାନ ଗୁଡିକର ଅବିଚାରିତ ଭାବେ ପରିବହନ ଯୋଗୁ ଗତ ପ୍ରାୟ ୬ଦିନତଳେ କାକଟପୁର ବ୍ରାଂଚ କେନାଲ ପୋଲ ମଝିରୁ ୨ଖଣ୍ଡ ହୋଇ ଭାଂଗିଯିବା ଫଳରେ ଘଟଣା ସ୍ଥଳରେ ଦୈବକ୍ରମେ ଯାନସହ ଚାଳକ ଝୁଲିରହିଥିଲେ ।ଘଟଣାକୁ ମାତ୍ର ସପ୍ତାହଟିଏ ନ ପୁରୁଣୁ ଉକ୍ତ କେନାଲର ସାଇଲୋ ଝାରପଡା ଜଳସଂପଦ ଡାକବଂଗଳା ନିକଟ ଦେବୀ ନଦୀ ସେତୁ ରାସ୍ତାକୁ ମୁଖ୍ୟସଂଯୋଗ କରୁଥିବାରାସ୍ତାର ଓ କୂଳବ୍ରାହ୍ମଣସାଇଲୋ କନ୍ଦଳନଦୀ ବିଜୁସେତୁକୁ ସଂଯୋଗ କରୁଥିବା କେନାଲପୋଲ ମଧ୍ୟ ଖୁବଶୀଘ୍ର ସମଦଶା ଭୋଗିବା ଆଶଂକା ଏବେ ବଳବତ୍ତର ହେବାରେ ଲାଗିଛି ।ହେଲେ ପ୍ରଶାସନ ନିଘୋଡ ନିଦ୍ରାରେ ଶୋଇ ଘୁଂଗୁଡି ମାରୁଥିବା ଅଭିଯୋଗରୁ ଜନଅସନ୍ତୋଷ ତେଜିବାରେ ଚାଲିଛି ।ନଦୀର ବାଲିଘାଟଗୁଡିକୁ ସରକାର ରାଜସ୍ୱ ବ୍ରୁଦ୍ଧି ଆଳରେ ନିଲାମ ଦେଇଥିବା ସ୍ଥଳେ ଏତେ ଓଜନ ସମ୍ଭାଳି ପାରୁ ନଥିବା ବହୁ ବର୍ଷ ତଳେ ନିର୍ମିତଏହିସବୁ କେନାଲପୋଲ ଗୁଡିକର ନବୀକରଣ କିମ୍ବା ପୁନଃନିର୍ମାଣ କରିନାହାନ୍ତି । ଅପରପକ୍ଷରେ ସରକାର ନିଜେ ଏପରି ନିଲାମ ଦେଇ ଜଣେଦୁଇଜଣ ଘାଟ ଇଜରାଦାରକୁଂ ଲାଭାନ୍ୱିତ କରିଥିବା ବେଳେ ସାଧାରଣ ଜନତାକଂ ସାଧାରଣ ଯାତାୟତ ନିମନ୍ତେ ଉଦ୍ଦିଷ୍ଟ ଏହିସବୁ ପୋଲ ଭାଂଗିବାରୁ ଲୋକମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଲେଣି ,ଅଥଚ ସରକାରୀଭାବେ ଘାଟ ନିଲାମ ଦିଆ ଯାଇଥିବାରୁ ବିରୋଧ କରିପାରୁ ନାହାନ୍ତି । ସୂଚନାଯୋଗ୍ୟ ଯେ, ବହୁବର୍ଷ ତଳେ ନିର୍ମିତ ଏହି ସବୁ କେନାଲପୋଲ ଗୁଡିକ ସାଧାରଣ ଲୋକ, ପଦଚାରୀ,ସାଇକେଲ ଓ ବାଇକଧାରୀ ମାନକଂ ଯାତାୟତକୁ ଲକ୍ଷ୍ୟରେ ରଖି ନିର୍ମାଣ କରାଯାଇଥିଲା ଓ ଏହା ଏପର୍ଯ୍ୟନ୍ତ ଏକମାତ୍ର ମୁଖ୍ୟ ମାଧ୍ୟମ ପାଲଟିଛି ।ସେତେବେଳେ ବାଲିଘାଟରୁ ମେସିନ ଲଗାଇ ଏତେ ସଂଖ୍ୟକ ଭାରୀଯାନରେ ବାଲିପରିବହନ କଥା କାହାରି ଚିନ୍ତାରେ ହିଁ ନ ଥିଲା ।ଖୁବ୍ ଶୀଘ୍ର ଏଥିନେଇ କଟକଣା ସରକାର ଜାରୀ ନ କଲେ ସ୍ଥାନୀୟ ଜନସାଧାରଣକଂ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁକରାଯିବ ବୋଲି ସୂଚନାମିଳିଛି
