ଦୁର୍ନିତି

ବିଧାୟକଙ୍କ ଭୁଲ ନୀତି ନିଷ୍ପତ୍ତିରୁ ବିଜେଡି ହାତରୁ ଖସି ଯାଇପାରେ ପଞ୍ଚାୟତ ସମିତି!ମୁଣ୍ଡ କୋଡୁଛନ୍ତି ଏବେ

Spread the love

ଆପଣା ହସ୍ତେ ଜିହ୍ୱା ଛେଦି…. ତାର କେ ଅଛି ପ୍ରତିବାଦୀ???

କଥାରେ ଅଛି ଆପଣା ହସ୍ତେ ଜିହ୍ୱା ଛେଦୀ,ତାର କେ ଅଛି ପ୍ରତି ବା ଦୀ ” ଚଳିତ ପଞ୍ଚାୟତ ନିର୍ବାଚନ ଓ ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ ଙ୍କୁ ନେଇ ଏବେ ସାରା ନିର୍ବାଚନ ମଣ୍ଡଳୀରେ ଉଠି ଛି ଏପରି ପ୍ରଶ୍ନ।ପ୍ରଥମରୁ କେବେ ପ୍ରତ୍ୟେକ୍ଷ ଦଳୀୟ ରାଜ ନୀତିରେ ଆସି ନଥିବା ଡାକ୍ତର ବାବୁ ଜଣେ ଅନ୍ତତଃ ସରଳ ନିଷ୍କପଟ ବ୍ୟକ୍ତିତ୍ଵ ଥିଲେ।ନିର୍ବାଚନ ମଣ୍ଡଳୀ ସଂରକ୍ଷଣ ଡିଲିମିନେସନ୍ କମିଟି ଦ୍ବାରା ଘୋଷିତ ହେବା ପରେ ଡାକ୍ତର ବାବୁଙ୍କ ହାବୁଡ଼ରେ ପଡ଼ିଲା ବିଜେଡି ଟିକେଟ।କାରଣ ଜଣେ ଏମବିବିଏସ ଡାକ୍ତର ଭାବରେ ତାଙ୍କ ଠାରୁ ଅଧିକ ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥୀ କେହି ଜଣେ ନ ଥିଲେନବୀନଙ୍କ ମାର୍କାରେ ପଙ୍ଗୁ ଲଙ୍ଘୟତେ ଗିରି.. ପ୍ରଥମରେ ବିଧ୍ୟାୟକ ଜିତେଇ ଦେଲା।ପ୍ରଥମ ପରେ ….ଦ୍ଵିତୀୟ….ତୃତୀୟ ଏମିତି ଏମିତି ସାର୍ ଆଗକୁ ବଢ଼ିଲେ।ହେଲେ ପ୍ରଥମରୁ ତାଙ୍କ ଲାଗି କିଛି କଣ୍ଟକ ନ ଥି ଲା ଏଥିପାଇଁ ଯେ ଦୁଇଯୋଦ୍ଧା,ପରଷ୍ପରର ରାଜ ନୈତିକଶତ୍ରୁ ରବି ମଲ୍ଲିକ ଓ ପଞ୍ଚାନନ କାନୁନ ଗୋ ସଂରକ୍ଷଣ ଯୋଗୁ ହଟି ଯାଇଥି ଲେ।ମାତ୍ର ବେଳ ଯେତେ ବେଳେ ଖରାପ ପଡେ ପିମ୍ପୁଡ଼ି ଆସି ବାଟ ଓଗାଲେ।ଶତ୍ରୁ ଶତ୍ରୁତା ଭୁଲି ନିଜ ଭିତରେ ସନ୍ଧି କରିନେଲେ।ସେଦି ନ ଠାରୁ ସେମାନଙ୍କ ରଣ କୌଶଳ ବିଧ୍ୟାୟକଙ୍କ ବିରୁଦ୍ଧରେ ପ୍ରସ୍ତୁତ ହେଲା।ଏହା ମଧ୍ଯ ଆମେ ଖବର ପ୍ରସାରଣ କରିଥିଲୁ,ମାତ୍ର ଡାକ୍ତର ବାବୁ ଏହାକୁ ହାଲୁକାରେ ନେଲେ।ଯେଉଁମାନେ ଅପରିପକ୍ଵ ଅନଭି ଜ୍ଞ ସେମାନେ ଡାକ୍ତରବାବୁଙ୍କୁ ପରିଚାଳନା କରି ନିଜକୁ ବେଶ୍ ଧନ୍ୟ ମନେ କଲେ।ଡାକ୍ତର ବାବୁଙ୍କୁ ବଳୀ କା ବକ୍ରା ବନେଇ ସେମାନେ ଦି ପଇସା ଫାଇଦା ହାସଲ କଲେ।ବିଧାୟକ କେବଳ ନାମକୁ ମା ତ୍ର କାଠ ପିତ୍ତୁଲା ହୋଇ ରହିଲେ।ଶତ୍ରୁମାନେ ଏହି ସୁଯୋଗକୁ ଅ ପେକ୍ଷା କରିଥିଲେ।ଜଣେ ଆଦର୍ଶ ପ୍ରାଥମିକ ଶିକ୍ଷକଙ୍କ ଠାରୁ ଚାନ୍ଦା ଆଦାୟ କରିବାକୁ ବାରମ୍ବାର ବଦଳି ଧମକ ଦିଆଗଲା,ଦୁଇ ଦୁଇ ଥର ବଦ ଳି ହେଲା।ତଥାପି କୋରାପୁଟ ବଦଳି କରାଯିବ ନରସିଂ ହପୁର ବଦଳି ହେବ କହି ଏଇ ଗାଁର କୁଜିନେତା ବିଧାୟକଙ୍କୁ ଚାପ ଦେଇ ନିୟମ ନ ଥିଲେ ବି ବଦଳି କରି ଦେଲେ।ମାତ୍ର ହାଇକୋର୍ଟ ରେ ଶିକ୍ଷକ ଜିତି ପୁରୁଣା ଜାଗାରେ ଯୋଗ ଦେଲେ ଏବେ ପଞ୍ଚାୟତ ନିର୍ବାଚନ ଉପରେ ଏପରି ପ୍ରଭାବ ପଡ଼ିଲା।ନିଆଳି ଓ କଣ୍ଟାପଡ଼ା ପଞ୍ଚାୟତ ସମିତି ଆସନ ବିଜେଡି ହାତରୁ କେବଳ ଚାଲି ଯିବାକୁ ବସୁନାହିଁ ଏଥି ସହ ସମିତି ସଦସ୍ୟ ଲାଗି କର୍ମୀ ଓ କୁଜୀଙ୍କୁ ଚାପ ଦେବା,ଗାଳି ଗୁଲଜ କରିବା ଯୋଗୁ ଅଧିକାଂଶ ସରପଞ୍ଚ ପ୍ରା ର୍ଥୀ ବି କଟିଯିବା ପରିସ୍ଥିତି ପହଞ୍ଚିଲାଣି,ପରିସ୍ଥିତି ଅସମ୍ଭାଳ,ପୁରା ସଙ୍ଗୀନ।ହୁଏତ ଏମିତି ବି ହୋଇପାରେ ୨୦୨୪ ବିଧାନସଭା ନିର୍ବା ଚନ ବେଳକୁ ଯଦି ବିଧାନସଭା ଆସନ ପୁନର୍ଗଠନବି ନ ହେଲା ତ ତଥାପି ବି ପ୍ରମୋଦଙ୍କୁ ବିଜେଡି ଟିକେଟ ନ ମିଳିପାରେ କିମ୍ବା ଦଳ ରୁ ହଟେଇ ଦିଆଯାଇପାରେ।ସେତେବେଳକୁ ଗୋଟି ଚଳାଉଥିବା ଏହି ଟାଉଟର ମାନେ ନା ଥିବେ ନା ରାଜନୀତି ଥିବ!!!

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]

କୋଟି କୋଟି ଟଙ୍କାର ନଦୀବାଲି ଲୁଟ!ବାଲିମାଫିଆଙ୍କ ବିରୁଦ୍ଧରେ ବିଜେପିର ପ୍ରଥମ “ପ୍ରେସମିଟ”

Spread the love

Spread the loveକୋଟିକୋଟି ଟଙ୍କାର ନଦୀ ବାଲି ଲୁଟି ନେଲେଣି !!ମାଫିଆଙ୍କ ବିରୁଦ୍ଧରେ […]