ଦୁର୍ନିତି

ବୃକ୍ଷ ରୋପଣ ନାଁ ରେ ମହିଳା ଲୁଟିନେଲେ ଲକ୍ଷାଧିକ ଟଙ୍କା!!

Spread the love

କଟକ ଗ୍ରାମାଞ୍ଚଳ ଜିଲ୍ଲା,(ନି.ପ୍ର)ମହିଳା ସଶକ୍ତି କରଣ ଯୋଜନା କେନ୍ଦ୍ର ସରକାରଙ୍କର,ଜାତୀୟ ଗ୍ରାମାଞ୍ଚଳ କର୍ମନିଯୁକ୍ତି ଯୋଜନା ବି କେନ୍ଦ୍ରର।ହେ ଲେ କିପରି ମିଳୁଛି କର୍ମନିଯୁକ୍ତି?କିପରି ହେଉଛନ୍ତି ମହିଳା ସଶକ୍ତ ଦେଖିବାକୁ କେହି ଜଣେ ବି ନାହିଁ, ତେଣୁ ଆଖି ପଡ଼ିବା ମାତ୍ରେ ମିଳୁଛି ଲୁଟ ଓ ମହା ଲୁଟର ଅଜସ୍ର ପ୍ରମାଣ।ସତରେ ଏତେଗୁଡାକ ଋଣ ଭାର ମୁଣ୍ଡେଇ ଏ ରାଜ୍ୟବାସୀ ବଞ୍ଚିବେ ତ?କେହି ଜଣେ ବି ତ ଋଣଭାର ମୁଣ୍ଡେଇବି ପ୍ରତିବାଦ କରୁ ନି ଏପରି ଲୁଟ ଘଟଣାକୁ।ଗତ ପ୍ରାୟ ୨ବର୍ଷ ତଳୁ ବନ୍ଦ ହୋଇ ସାରିଥିବା ପ୍ରାଥମିକ ବିଦ୍ୟାଳୟ ନାଁ ରେ ହେଉଛି ବାତ୍ୟା କ୍ଷୟକ୍ଷତି ମରାମତି ବିଲ।ସେହିପରି ଏହି ବିଦ୍ୟାଳୟ ପଛ ପାଖ ବଣବୁଦା ଓ ପରିତ୍ୟକ୍ତ ହୋଇ ପଡ଼ିଥିବା ସ୍ଥାନରେ ପ୍ରାଚୀର ରେ ବ୍ୟାକୟାଡ ପ୍ଲାଣ୍ଟେସନ ୨୦୨୨-୨୩ ମହାତ୍ମା ଗାନ୍ଧୀ ଗ୍ରାମାଞ୍ଚଳ କର୍ମନିଯୁକ୍ତି ଯୋଜନା,ଆରମ୍ଭ ତା ରିଖ ୧୫/୦୮/୨୦୨୨ ଲେଖି ତାରିଖକୁ ଲିଭାଇ ଅସ୍ପଷ୍ଟ କରାଯାଇଛି।ଗଛ ଆଦୌ ଲଗାଯାଇ ନାହିଁ ,କେବଳ ସୂଚନାଫଳକ ଲେଖାଯାଇଛି ବୋଲି ସ୍ଥା ନୀୟ ଲୋକେ କହିଛନ୍ତି।ଅନୁସନ୍ଧାନରୁ ଜଣାଗଲା ଯେ ଏମିତି ଏମିତି ଉପାୟରେ ପ୍ରତି ବିଦ୍ୟାଳୟ ପାଖରେ ସୂଚନାଫଳକ ଲେଖିଦେଇ ଲକ୍ଷାଧିକ ଟ ଙ୍କା ଲୁଟ ହୋଇଛି।ସଂପୃକ୍ତ ମହିଳା ଗୋଷ୍ଠୀ ମାନ ଙ୍କ ଭିତରେ ବିବାଦ ଓ ଫଳକ ଲେଖାରୁ କଥାଟି ପଦାକୁ ଆସିଛି।ଜଣେ ମହିଳା କହିଛନ୍ତି କି ଆମ କୁ ଗଛ ଦେବେ ବୋଲି କହିଥିଲେ,ପରେ କହିଲେ ତୁମେ କାମ କଲନାହିଁ ତେଣୁ ଟଙ୍କା ଫେରିଗଲା।କଥା ଯଦି ସତ ତେବେ ମଜୁରୀ ଦିନକୁ ୨୨୨ଟ ଙ୍କା ବୋଲି ଲେଖାହେଲା କିପରି?କେଉଁ କେଉଁ ମ ଜୁରିଆ ଏଥିରେ କେତେଦିନ ନିୟୋଜିତ ହୋଇ ଥିଲେ?ସେମାନଙ୍କ ଆକାଉଣ୍ଟ ନମ୍ବର ସବୁ କେତେ ?କାହା ନାମରେ ଆକାଉଣ୍ଟ ପରିଚାଳିତ ହୋଇଛି ?ଯୋଜନାର ନିୟମାବଳୀଅନୁଯାୟୀ ମଷ୍ଟର ରୋ ଲ୍ ବ୍ଲକରୁ ରିକ୍ୱିଜିସନ୍ ହୋଇ ଅଣା ଯାଇଥିଲା କି ନାହିଁ,କେଉଁମାନେ ଜବକାର୍ଡ ଶ୍ରମିକଭାବେ ଆକା ଉଣ୍ଟ ଜରିଆରେ ମଜୁରୀ ପାଇଛନ୍ତି ତାହା ଜାଣିବା କୁ ଖୁବ୍ ଶୀଘ୍ର ସୁଚନା ଅଧିକାର ତଥ୍ୟ ମଗାଯିବ ବୋଲି କେତେକ ଗ୍ରାମବାସି କହିଛନ୍ତି।ଟଙ୍କା କେ ବେ କେଉଁ ଆକାଉଣ୍ଟରୁ ଉଠିଛି ତାହାର ସବିଶେ ଷ ଅନୁସନ୍ଧାନ ପରେ ପୁଲିସ ଥାନାରେ ଏତଲା ଦାୟର ହେବବୋଲି ସୂଚନାମିଳିଛି ଫଳରେ କେ ଉଁ କେଉଁ ମହିଳା ସଶକ୍ତିକରଣ ହେଲେ ତାହା ସ୍ପ ଷ୍ଟ ହେବ।

Leave a Reply

Your email address will not be published. Required fields are marked *

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]