
ବ୍ଲକ ପରିସରରେ ସାମ୍ବାଦିକକଂ ସହିତ ବି.ଡି.ଓ କଂ ଧସ୍ତାଧସ୍ତି !
ସାମ୍ବାଦିକକଂ ସହିତ ବ୍ଲକ ପରିସରରେ ଖୋଦ ଜଣେ ବି.ଡି. ଓକଂର ଆଜି ଧସ୍ତା – ଧସ୍ତି ଘଟଣା ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ପ୍ରାପ୍ତ ସୂଚନାନୁଯାୟୀ ,ବ୍ଲକ କାର୍ଯ୍ୟାଳୟରେ ବି.ଡି.ଓ ମାନେ ରହୁ ନ ଥିବା ରାଜ୍ୟ ସରକାରକଂ ଦ୍ରୁଷ୍ଟିକୁ ଆସିଥିବା ଦର୍ଶାଇ ରାଜ୍ୟ ପଂଚାୟତିରାଜ ବିଭାଗ ପତ୍ରାଂକ 2167/21.1.2013 Resolution ଜାରୀ କରିଥିଲେ ।ଏଥିରେ ସରକାରକଂ କଡା ଆଭିମୁଖ୍ୟ ପ୍ରତିଫଳିତ ହୋଇଥିଲା ।ଲକ୍ଷ ଲକ୍ଷ ଟଂକାରେ ନିର୍ମିତ ବି.ଡି.ଓ କଂ ଆବାସିକ କାର୍ଯ୍ୟାଳୟରେ ରହଣିକୁ ବାଧ୍ୟତା ମୂଳକ କରାଯିବା ସହିତ ଖିଲାପ ଘଟିଲେ କଠୋର କାର୍ଯ୍ୟାନୁଷ୍ଠାନ ,ଏମିତିକି ଦରମାବନ୍ଦ କରାଯିବାକୁ ନିର୍ଦ୍ଦେଶ ଥିଲା। ଜିଲ୍ଲାପାଳକଂ ଠାରୁ ବିଭାଗ ମାସିକ ଗୁପ୍ତ ରିପୋର୍ଟ ମାଗିବାର ବ୍ୟବସ୍ଥା ଥିଲା।ତେବେ ବ୍ଲକ କାର୍ଯ୍ୟାଳୟ ପରିସରରେ ଓଲଟପୁର ଥାନାକୁ ଲାଗି କଣ୍ଟାପଡା ବ୍ଲକ୍ ବି.ଡି.ଓ କଂ ଏକ ପୁରୁଣା ଆବାସିକ କାର୍ଯ୍ୟାଳୟକୁ ଆଧୁନିକି କରଣରେ ପ୍ରାୟ ୫/୬ଲକ୍ଷ ଟଂକାର ସରକାରୀ ଅନୁଦାନ ଖର୍ଚ୍ଚ ସତ୍ତ୍ୱେ ୫ବର୍ଷ ହେଲା ବି.ଡି.ଓ ଏଠାରେ ଦିନଟିଏ ବି କେବେ ରହି ନାହାନ୍ତି।କିମ୍ବା ଖାଲିପଡିଥିବା ଏହି ସୁରକ୍ଷିତ ବଳୟର ଆବାସକୁ ଆବାସ ନ ଥିବା ଥାନା ନିରୀକ୍ଷକକୁଂ ମଧ୍ୟ ଦିଆଯାଉ ନାହିଁ ।ଏହା ସତ୍ତ୍ୱେ ପୁନର୍ବାର ଏହି ଥାନାକୁ ଲାଗି ପ୍ରାୟ ୨୯ ଲକ୍ଷ ଟଂକା ବ୍ୟୟରେ ବି.ଡି.ଓ କଂ ନିମନ୍ତେ ଆଉ ଏକ ଆବାସିକ କାର୍ଯ୍ୟାଳୟ ୫ ବର୍ଷ ହେଲା ନିର୍ମାଣ ସରି ଭୁତକୋଠି ହୋଇପଡିଛି ।ଅଥଚ ଏବେକାର କାର୍ଯ୍ୟରତ ବି.ଡି.ଓ ଦୈନିକ ଅଟୋରିକ୍ସାରେ କେଉଁଠାରୁ ଯା ‘ ଆସ କରୁଛନ୍ତି ।ଏ ସଂପର୍କରେ ବି.ଡି.ଓ , କେ. ଅଶୋକ କୁମାରକୁଂ ଆମ ପ୍ରତିନିଧି ସରକାରୀ ନିର୍ଦ୍ଦେଶନାମା କଥା ପଚାରିଥିଲେ ହେଁ ସେ ସଠିକ ଉତ୍ତର ନ ଦେଇ ଏଡାଇ ଯାଇଥିଲେ । ତେବେ ଘଟଣାର ସତ୍ୟତା ଜାଣିବାକୁ ସତ୍ୟାନୁସଂଧାନର ଗ୍ରାମାଚଂଳ ଜିଲ୍ଲା ପ୍ରତିନିଧି ଆଜି ଓଲଟପୁର ଥାନା ସମ୍ମୁଖରେ କ୍ୟାମେରା ସହ ଜଗି ରହିଥିବା ବେଳେ ବି.ଡି. ଓ, କେ. ଅଶୋକ କୁମାର ଏକ ଅଟୋରିକ୍ସା ରୁ ଓହ୍ଲାଉଥିବା ଦେଖି ଫଟୋ ଉଠାଇଥିଲେ।ତତ୍ କ୍ଷଣାତ ବି.ଡି.ଓ ଶ୍ରୀ କୁମାର ଆମ ପ୍ରତିନିଧିକୁଂ ଧସ୍ତା ଧସ୍ତି କରି ତାଂକ ହାତରୁ କ୍ୟାମେରା ଛଡାଇବାକୁ ଉଦ୍ୟମ କରିଥିଲେ ଓ ଉଠାଯାଇଥିବା ଫଟୋକୁ ଲିଭାଇଦେବାକୁ ବାଧ୍ୟ କରିଥିଲେ ହେଁ ଏଥିରେ ସଫଳ ହୋଇପାରି ନ ଥିଲେ ।ତେବେ ସରକାରକଂ ନିର୍ଦେଶନାମା ପାଣିର ଗାର ସଦ୍ରୁଶ ହୋଇଥିବା ବେଳେ କଣ୍ଟାପଡା ବ୍ଲକ ବି.ଡି.ଓ, କେ. ଅଶୋକ କୁମାର ବ୍ଲକର ଆବାସିକ କାର୍ଯ୍ୟାଳୟରେ ନ ରହି କେଉଁଠୁ ଯା’ ଆସ କରୁଛନ୍ତି ?କାହିଁକି ରହୁ ନାହାନ୍ତି ?ପଂଚାୟତରାଜ ବିଭାଗ ଓ କଟକ ଜିଲ୍ଲାପାଳ କି ଗୁପ୍ତ ମାସିକ ରିପୋର୍ଟ ସଂଗ୍ରହ କରିଛନ୍ତି ତାହା ସୂଚନାଧିକାର ଆଇନରେ ତଥ୍ୟ ମଗାଯିବ ବୋଲି ସ୍ଥାନୀୟ ଅଂଚଳରେ ଆଜି ଏହି ଘଟଣା ପରେ ମତ ପ୍ରକାଶ ପାଇଛି । ଆମେ ବି.ଡି.ଓ କେ. ଅଶୋକ କୁମାର କଂ ମତ ଜାଣିବାକୁ ଯୋଗାଯୋଗ ପ୍ରଚେଷ୍ଟା କରିଥିଲେ ହେଁ ସେ ଫୋନ ଉଠାଇନଥିଲେ।ଅଟୋରୁ ଓହ୍ଲାଇ ଭଡା ଟଂକା ଗଣିବା ବେଳର ଦ୍ରୁଶ୍ୟ, ଭୁତ କୋଠି ହେବାକୁ ବସିଥିବା ୨୯ଲକ୍ଷ ଟଂକାର ସରକାରୀ ଆବାସ ସ୍ଥଳୀ, ସମେତ ୫/୬ଲକ୍ଷ ଖର୍ଚ୍ଚରେ ଆଧୁନିକୀ କରଣ ହୋଇଥିବା ପୁରୁଣା ଆବାସିକ କାର୍ଯ୍ୟାଳୟ ର ଚିତ୍ର ପାଠକକଂ ସଦୟ ଅବଗତି ନିମନ୍ତେ ପେଶ୍ କରୁଛୁ ।ସୂଚନା ଯୋଗ୍ୟ କି, ରାଜ୍ୟସରକାରକଂ ପଂଚାୟତି ରାଜ ବିଭାଗର ନିର୍ଦ୍ଦେଶନାମା କେବଳ କାଗଜ କଲମରେ ସୀମିତ ଥିବାବେଳେ ସାରା ଓଡିଶାରେ ମାତ୍ର ହାତଗଣତି କେଇଜଣ ବି.ଡି.ଓ ବ୍ଲକ କାର୍ଯ୍ୟାଳୟର ସରକାରୀ ଆବାସରେ ରହୁଛନ୍ତି।ଫଳରେ ଲୋକମାନେ ବି.ଡି.ଓ ମାନକଂ ଅନୁପସ୍ଥିତିରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷରେ ସାଧାରଣ ଜନତାର ଝାଳବୁହା ଧନରେ ସମ୍ରୁଦ୍ଧ ରାଜକୋଷର ଅର୍ଥ ଏପରି ଅଯଥାରେ ଶ୍ରାଦ୍ଧ ହୋଇଚାଲିଛି ଅଥଚ ରାଜ୍ୟସରକାର କୌଣସି ପଦକ୍ଷେପ ନ ନେଇ କେବଳ ନୀରବ ଦ୍ରଷ୍ଟା ସାଜିଛନ୍ତି। ବି.ଡି. ଓ ମାନେ ବ୍ଲକ ଅାବାସିକ କାର୍ଯ୍ୟାଳୟରେ ରହୁ ନ ଥିବା ସୁଯୋଗରେ, କ୍ରୁଷି, ଜଳସେଚନ,ଯୋଗାଣ,ପାନୀୟଜଳ, ପଂଚାୟତରାଜ ଆଦି ଅଧିକାଂଶ ବିଭାଗୀୟ କର୍ମଚାରୀ ମାନେ ମଧ୍ୟ ବ୍ଲକ କାର୍ଯ୍ୟାଳୟରେ ରହୁନାହାନ୍ତି। ମୁଖ୍ୟମନ୍ତ୍ରୀ ଦ୍ରୁଷ୍ଟି ଦେବାକୁ ଦାବୀ ହେଉଛି ।


