
ଭଣ୍ଡବାବାଙ୍କ ମ୍ୟାଜିକ;ଗୁଣି ଗାରେଡ଼ି ନାଁରେ ରାତିସାରା ଚାଲୁଛି ଅନୈତିକ କାର୍ଯ୍ୟ!ଲୋକେ ଠକାମୀ ଓ ଶୋଷଣର ଶିକାର।
ସୁର-ସାରଥୀଙ୍କ ପରେ….ପୁଣି…..???
କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ଝିଇଣ୍ଟି ଶାସନ ତ୍ରାହି ଅଚ୍ୟୁ ତ ଆଶ୍ରମ ସୁରବାବା ଓ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ସାରଥୀ ଘଟଣାରେ ରାଜ୍ୟ ଓ ରାଜ୍ୟ ବାହାରେ ବ୍ୟାପି ଥିବା କେଳେଙ୍କାରି ଛାତିର ତାତିତଳେ କିଛିଦିନ ଚପି ରହି ଥିବା ସ୍ଥାନୀୟ ଜଣେ ବାବାଙ୍କ କାରନାମା ଏବେ ପୁଣି ମୁଣ୍ଡ ଟେକିଛି।ଫଳରେ ଆଇନ ଆଖିରେ ନିଷିଦ୍ଧ ଗୁଣି ଗାରେଡ଼ି,ତନ୍ତ୍ର,ମନ୍ତ୍ର ବାହାନାରେ ଦୂର ଦୁରାନ୍ତରୁ ଆସୁଥି ବା ବହୁ ଲୋକେ ବିଶେଷତଃ ମହିଳା ମାନେ ଶୋଷଣର ଶିକାର ହେଉଛନ୍ତି।ବିଳମ୍ବିତ ରାତିରେ ଏଠାରେ ନାନା ଅନୈତିକ କାର୍ଯ୍ୟ ଚାଲୁଥିବା ବ୍ୟାପକ ଅଭିଯୋଗ ହୋଇ ଆସୁଛି।ଲୋକଙ୍କୁ ପୁଲିସ ଚଢ଼ାଉର ଭୟ ଦେଖାଇ ଦିନ ରେ ବନ୍ଦ,ରାତିରେ ଗହଳି ଜମୁଛି,ବିଶେଷତଃ ଗୁଣି ଗା ରେଡ଼ିକୁ ସରକାରୀ କଟକଣା ଥିବା ସତ୍ତ୍ୱେ ବିଭିନ୍ନ ଅସା ଧ୍ୟ,ଅସମ୍ଭବ,ଚାକିରି କରାଇ ଦେବାକୁ ପ୍ରଲୋଭିତ କରି ଆତ୍ମଘୋଷିତ ବାବା ଜଣକ ଲୋକଙ୍କୁ ଲକ୍ଷଲକ୍ଷ ଟଙ୍କା ଗାଡ଼ି,ସଂପତ୍ତି ଆଦି ଲୁଟି ନେଲେଣୀ।କେବଳ ଲୋକଙ୍କୁ ତାହା ନୁହେଁ,ସରକାରୀ ରାସ୍ତାକୁ ଅବରୋଧ କରି,ସରକା ରୀ ମାଗଣା ଆବାସ ହାତେଇଥିବା ଗୃହରେ ଚାଲିଛି ଏହି ଗୁଣି ଗାରେଡ଼ି!ବହୁ ମହିଳା ସାରଥୀ ଆଶ୍ରମ ପରି ଏଠା ରେ ଶୋଷିତ ହେଉଥିବା ବେଳେ ଲଜ୍ଜ୍ବା ଯୋଗୁ ବାହା ରେ,ପରିବାରରେ ପ୍ରକାଶ କରି ନପାରି ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି।ନିକଟରେ ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳ ରେ ଏକ ଗୃହରୁ ମୂର୍ତ୍ତି ଉଦ୍ଧାର କରିବା ବାହାନାରେ ଏହା କୁ ଲୁଟି ନେଇ ଆସିଥିବା,ଓ ସଂପୃକ୍ତ ମହିଳା ଜଣଙ୍କ ଗୋ ବିନ୍ଦପୁର ଥାନା ଅନ୍ତର୍ଗତ ଚଉପଡ଼ା ଛକ ନିକଟରେ ଧାର ଣା ଦେବାରୁ ଦେଢ଼ ଲକ୍ଷ ଟଙ୍କା ନଦେଲେ ଯିବେ ନାହିଁ,ପୁ ଲିସ ଥାନା ଆଶ୍ରୟ ନେବା ଧମକ ଦେଇ ସଫଳ ହୋଇ ଥିବାର ଚର୍ଚ୍ଚା ଜୋର ଧରିଛି, ଏହିମୂର୍ତ୍ତି ଏବେ କେଉଁଠି?ଏହାକୁ ଜବତକରି ଥାନା ତଦନ୍ତ କରିବାକୁ ଲୋକେ ଚାହୁଛନ୍ତି।ସରକାରୀ ରାଜପଥକୁ ଅବରୋଧ କରି,ସର କାରୀ ଜଳ ପରିମଳ ପାନୀୟଜଳ ବିଭାଗ ନଳକୂପକୁ ଆବାଦ କରି ନିଜ କବଜାରେ ବାଡବନ୍ଦୀ କରି ରଖି ଥିବା ରୁ ପଥଚାରୀ ପାନୀୟଜଳ ସୁବିଧା ନପାଇ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି।ବିରାଟ କୋଠା (୨/୩ ମହଲା)ଘର ଥାଇ ଏହାଙ୍କୁ ଇନ୍ଦିରାଆବାସ ମିଳିଲା କିପରି?ବୋଲି ସରକାର ଙ୍କ ଆଡ଼କୁ ଅଙ୍ଗୁଳି ଉଠିଛି।ଘର ଗୋଟିଏ,ସମସ୍ତେ ଏକାଣ୍ଣ ବର୍ତ୍ତି ଅଥଚ ଦୁଇଟି ପଞ୍ଚାୟତରେ ଭୋଟର ତାଲିକାରେ ନାମ କିପରି ରହିଲା?ଯାହା ୧୯୫୦ ମସିହା ଲୋକପ୍ରତି ନିଧି ଆଇନକୁ ବିଦ୍ରୁପ କରୁଛି।ଜବ୍ କାର୍ଡ ରାସନ୍ ଆଦି ଯାଞ୍ଚ କଲେ ହୁଏତ ଆଉ ଅଧିକ କିଛି ଅନିୟମି ତତା ପରିଦୃଷ୍ଟ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି, ତଦନ୍ତହେଲେ ସତ୍ୟାସତ୍ୟ ସ୍ପଷ୍ଟ ହେବା ଆଶା କରାଯା ଏ।ସୂଚନାଯୋଗ୍ୟ ଯେ ବାବାଙ୍କ ବିରୁଦ୍ଧରେ ସରକାରୀ ରାସ୍ତାପାର୍ଶ୍ବର ଏକ ଜଗନ୍ନାଥମନ୍ଦିର (ଯାହା ବେସରକା ରୀ ଦାନ ଦକ୍ଷିଣାରେ ଗଠିତ)ଜେଶିବି ଲଗେଇ ସଂପୂର୍ଣ୍ଣ ଭାଙ୍ଗି ମାଟିରେ ମିଶେଇ ଦେଇଥିବା ଅଭିଯୋଗ ଗୋବିନ୍ଦ ପୁର ଥାନାରେ ପୂର୍ବରୁ ରହିଛି।ବିଭିନ୍ନ ପ୍ରାଚୀନ ମୂର୍ତ୍ତିଚୋ ରୀ ରାକେଟ ସହ ଭଣ୍ଡବାବା ଜଣକ ଜଡ଼ିତ ଥିବାର ଚର୍ଚ୍ଚା ହେଉଛି।କୌଣସି ଅଘଟଣ ଘଟିବା ଆଗରୁ ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ଘଟଣା ଉପରେ ସତର୍କ ନଜର ରଖିବାକୁ ଦାବି ହୋଇଛି।