breaking News ଜିଲ୍ଲାଖବର ରାଜ୍ୟଖବର

ଭୂବନେଶ୍ୱର:ଶ୍ରୀ ମନ୍ଦିରରେ ପୂଜାବନ୍ଦହେଲା,ଅଥଚ ରାଜଧାନୀରେଏ କି ପାଲା ଚାଲିଛି?

Spread the love

ଭୂବନେଶ୍ୱର( ସ୍ୱତନ୍ତ୍ର ପ୍ରତିନିଧି) ବିଶ୍ୱବ୍ୟାପି କରୋନା ଆତଂକ କୁ ଦ୍ରୁଷ୍ଟିରେ ରଖି ପୁରୀ ଶ୍ରୀ କ୍ଷେତ୍ରସ୍ଥିତ ଶ୍ରୀ ଜଗନ୍ନାଥକଂ ସମସ୍ତ ବିଧି ବିଧାନର ପାରମ୍ପରିକ ପୂଜାର୍ଚ୍ଚନା ବନ୍ଦ ହେଲା।କେବଳ ପ୍ରତୀକାତ୍ମକ କାମଚଳା ଭାବେ ପୂଜା ଚଳାଯାଉଛି।ଅଥଚ କରୋନା କଟକଣା ନିମନ୍ତେ ତଥା ଜନ ସଚେତନତାକୁ ବ୍ୟାପକ କରିବାକୁ ପୁଲିସ ଲକ ଡାଉନ ଭାଂଗୁଥିବା ବ୍ୟକ୍ତିକୁଂ ଗଣ ମାଧ୍ୟମର କ୍ୟାମେରା ଆଗରେ ଦଣ୍ଡିତ କରି ବାହା ବାହା ନେଉଛି।ଲୋକେ ବି ଖୁସ ଯେ ପୁଲିସ ସଠିକ ଓ ସମୟୋପଯୋଗୀ ପଦକ୍ଷେପ ନେଉଛି।ହେଲେ ରାଜ୍ୟର ରାଜଧାନୀ ଭୂବନେଶ୍ୱରରେ କମିଶନରେଟ୍ ପୁଲିସର ନାକତଳେ ରାଜୀବ ଭବନ ପଛପଟ ଜଗନ୍ନାଥ ମନ୍ଦିରପରିସରରେ ଆଜି ରାତିରେ ସତ୍ୟାନୁସଂଧାନ କ୍ୟାମେରାରେ କଏଦ ହୋଇଥିବା ଏମିତି ଏକ ଦ୍ରୁଶ୍ୟ କଣ ବୁଝାଉଛି ?ଏହା ପୁଲିସର ଭୂମିକା ପ୍ରତି କଣ ଅଂଗୁଳି ଦର୍ଶାଉନାହିଁ କି ?ଏହା ପୁଲିସର ଅଜ୍ଞତା ନା ଜାଣତରେ? କିଏ ଏମାନେ ସବୁ? କି ପୂଜାଏଠାରେ ଏକତ୍ର ବସି କରୁଛନ୍ତି ? ତା ହେଲେ ଜନ ସାଧାରଣ କାହିଁକି ଆକ୍ଷେପ କରିବା ଭୂଲ ହେବ ଯେ ” “ଯାତ୍ରାପାର୍ଟି ପୁଲିସ” ବୋଲି?ଆମେ ଗ୍ରୁହ ବିଭାଗକୁ ଏହି ଖବର ଜରିଆରେ ଦ୍ରୁଷ୍ଟି ଆକର୍ଷଣ କରୁଛୁ କି କେଉଁ ସାହସରେ ଲକଡାଉନ ଭାଂଗି ଏମାନେ ଏଠାରେ ଏକାଠି ହେଲେ?କିଏ ସେମାନେ?କଣ କାର୍ଯ୍ୟାନୁଷ୍ଠାନ ଏମାନକଂ ବିରୁଦ୍ଧରେ ନିଆଯାଇଛି ?

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]