ଜିଲ୍ଲାଖବର ଦୁର୍ଘଟଣା ରାଜ୍ୟଖବର

ମାଲବାହି ଟ୍ରେନ ଧକ୍କାରେ ଆହତ ହାତୀର ମୃତ୍ୟୁ

Spread the love

ରାଜ୍ୟ ଜଳସମ୍ପଦ ବିଭାଗ ଅଧୀନସ୍ଥ ,ପ୍ରାଚୀ ଡ଼ିଭିଜନ, ଅନ୍ତର୍ଗତ ପ୍ରତାପ ନଗରୀ ସବ ଡିଭିଜନର ସାଇଲୋ ଝାରପଡ଼ା ସେକସନ୍ ର ଝାରପଡ଼ା ଡିଷ୍ଟ୍ରି ବ୍ୟୁଟରି ସିମେଣ୍ଟ ଢଲେଇ ଚଟାଣକୁ ଟ୍ରାକ୍ଟରରେ ମାଟି ବୋହିବା କାମରେ ବ୍ୟବହାର କରି କେତେକ ଟ୍ରାକ୍ଟର ଚାଳକ ଭାଙ୍ଗିରୁଜି ଦେଲେ।ବିଭାଗୀୟ କର୍ମଚାରୀ ମନା କଲେ ବି ଶୁଣିଲେ ନାହିଁ।ଫଳରେ ପ୍ରତାପ ନଗରୀ ଜଳ ସମ୍ପଦ ସବ ଡ଼ିଭିଜନ ଏସ ଡି ଓ ବିଭୂତି ଭୂଷଣ ତାରେଣିଆ,ଡିଭିଜନର ନିର୍ବାହୀ ଯନ୍ତ୍ରୀ ବି ପୁରୋହିତ ଙ୍କ ପରାମର୍ଶ କ୍ରମେ ଘଟଣା ସ୍ଥଳ ପରିଦର୍ଶନ କରି ଗତ ୨୮/୪/୨୦୨୧ ରେ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିବାକୁ ସେକ୍ସନ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ।ଲିଖିତ ଅଭିଯୋଗ ଦାଖଲ ପରେ ପୁଲିସ ଭାରତୀୟ ଦଣ୍ଡବିଧି ଆଇନ ଧାରା ୪୩୧,୪୩୨ କ୍ରମେ ମାମଲା ରୁଜୁକରି ତଦନ୍ତ କରିବା ପରିବର୍ତ୍ତେ ୪୨୭ ଦଫାରେ ଏକ ଷ୍ଟେସନ ଡାଏରୀ କରିଥିବା କୌତୁହଳ ସୃଷ୍ଟି କରିଛି।ଏଥିପାଇଁ ଥାନା ବାବୁ କୁଆଡେ ମାତ୍ର ୧୦ ହଜାର ଟଙ୍କା ଲାଞ୍ଚ ନେଇ ଘଟଣାକୁ ଚାପିଛନ୍ତି ବୋଲି ସାରା ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି।ତେଣୁ ଘଟଣାଟିକୁ ଗ୍ରାମାଞ୍ଚଳ ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ,ଓ ପୁଲିସ ଡିଜିଙ୍କ ପାଖକୁ ନେବାକୁ ଓ ଉପଯୁକ୍ତ ଦଫାରେ ମାମଲା ରୁଜୁ ନିର୍ଦ୍ଦେଶ ଦେବାକୁ କେତେକ ସ୍ଥିର କରିଛନ୍ତି।ତାହେଲେ ତଦନ୍ତରୁ ଜଣା ପଡ଼ିଯିବ ଯେ ଅଭିଯୋଗ ଅମୂଳକ ନ ସତ।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]