
ମିଛି ମିଛିକା ରାସ୍ତା ଆଲୁଅ କରୁ ଥିଲେ,ସତସତିକା ଜେଲ ଭୋଗିବେ!!
କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର) ମିଛିମିଛିକା ରାସ୍ତା ଆଲୁଅକରଣ ନାଁ ରେ ସାରା ଓଡ଼ିଶାର ବିଭିନ୍ନ ଅ ଞ୍ଚଳ,କୋଣାର୍କN.A.Cସମେତ ବାଙ୍କି,କଟକଜିଲ୍ଲା ସାଲେପୁର,କାକଟପୁରସ୍ଥ ମାମଙ୍ଗଳାଙ୍କ ପୀଠ …..ଏମିତି ଲମ୍ବାଚେର କାହିଁ କେତେ ଦୂରକୁ ଲମ୍ବି ଥିଲା।ସମସ୍ତଙ୍କୁ ଭୁଆଁ ବୁଲାଇ ରାଜକୋଷରୁ କୋ ଟି ଟଙ୍କା ଲୁଟି ନେଇ ସାରିଥିଲେ,ଚାଇନା ନିର୍ମିତ ବିଦ୍ୟୁତ୍ ସାମଗ୍ରୀ କିଣି ଦୁଇବର୍ଷ ୱାରେଣ୍ଟି ଦେଉଥି ଲେ,ମାତ୍ର ସ୍ୱଳ୍ପସମୟ ପରେ ଏଗୁଡ଼ିକ ଅଚଳ ହୋ ଇ ଯାଉଥିଲା।ଲୁଟ ଟଙ୍କାରେ ଭାଗୀଦାର ଥିଲେ ସରପଞ୍ଚ,ପଞ୍ଚାୟତ ନିର୍ବାହୀ ଅଧିକାରୀ,ଏମିତିକି କେତେକ ଶାସକଦଳ ବିଧାୟକ ଓ ପୂର୍ବତନ ବିଧା ୟକ ମାନେ।ଜାଲିଆତିର ମୁଖ୍ୟ ଆୟୁଧ ଥିଲା ବି ଭିନ୍ନ ସରକାରୀ,ବିଜୁଳି ବିଭାଗ ଅଧିକାରୀଙ୍କ ଜାଲ ରବରଷ୍ଟାମ୍ପ,ଓ ଜାଲସ୍ୱାକ୍ଷର।ବାହାର ରାଜ୍ୟର କ ମ୍ପାନୀ ଟ୍ରେଡମାର୍କ ପାଟେଣ୍ଟ ବି ଜାଲ ହୋଇଥିଲା ।କେବଳ ସେତିକି ନୁହେଁ,ଦୁଇଟି ଫାର୍ମଜରିଆରେ ଜିଏସଟିଫାଙ୍କି ସମେତ କୌଣସି ନିଜସ୍ଵ ଉତ୍ପାଦନ କମ୍ପାନୀ ନଥାଇ,ଶିଳ୍ପାଞ୍ଚଳଜାଗା ଆଲଟମେଣ୍ଟ ନ ହୋଇ କାଗଜପତ୍ରରେ ଉତ୍ପାଦନ ଦର୍ଶାଯାଉଥି ଲା।ବାହାର ରାଜ୍ୟରେ ନିଜକୁ ଶିଳ୍ପପତି ଦର୍ଶାଇ ପୁରସ୍କାର ଓ ମାନପତ୍ର ହାତଉଥିଲେ,ଘରେ ନିଜ ବିବାହିତା ପତ୍ନୀ ଥାଇ,ତାଙ୍କୁ ଲୁଚାଇ ଅନ୍ୟ ଜଣେ ଦଳିତ ଯୁବତୀ କର୍ମଚାରୀଙ୍କୁ ବିମାନରେ ନେଇ ପୁରସ୍କାର ଆଣିବାକୁ ଯାଇଥିଲେ।ମାତ୍ର ଗୋଟିଏ ଛୋଟିଆ ଭୁଲରୁ ସବୁ ଧରା ପଡ଼ିଗଲା।ଦୁର୍ନୀତି ଲ ବ୍ଧ ଜାଲିକାର୍ଯ୍ୟର ଲାଭରୁ ଚିଟଫଣ୍ଡ ଜେଲଫେର ନ୍ତା ଆସାମୀ ବିଧାୟକଙ୍କୁ ବି ଭାଗଦେଇ ମୁହଁ ବନ୍ଦ କରିଥିଲେ।୨୦୧୯ରୁ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏ ହାଙ୍କ ପିଛାପଡ଼ିଥିଲା,ସବୁ କାଗଜପତ୍ର,ଜାଲଦସ୍ତା ବିଜ୍ ହାତକୁ ଆସିଯିବା ପରେ ଓଡ଼ିଶା କ୍ରାଇମ ବ୍ରା ଞ୍ଚ୍ ଅର୍ଥନୈତିକ ଅପରାଧ ଶାଖାରେ ସପ୍ରମା ଣ ଲିଖିତ ଅଭିଯୋଗ ହୋଇଥିଲା,ଦାୟିତ୍ୱରେ ଥିଲେ ଖୋଦ୍ ଅତିରିକ୍ତ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ।ହେଲେ କୌଣସି ରହସ୍ୟଜନକ କାରଣରୁ ପଦ କ୍ଷେପ,କାର୍ଯ୍ୟାନୁଷ୍ଠାନ ନନେଇ ନୀରବ ରହିଗଲେ ।ଅଭିଯୁକ୍ତ ପାରୁପର୍ଯ୍ୟନ୍ତ ଲାଗି ଘଟଣା ଚାପିବାକୁ ନାନା କଳ-କୌଶଳ କରି ନିଷ୍ଫଳ ହେଲେ ତହୁଁ ଗୋବିନ୍ଦପୁର ଥାନାଅଧିକାରୀ ମାନସ ମିଶ୍ରଙ୍କୁ ୨୦ ୧୯ମସିହାରୁ ଆରମ୍ଭ ଏସବୁକଥା ଲୁଚାଇରଖି ମି ଛ ଏତଲା କଲେ ଯେ ତାଙ୍କୁ କୁଆଡେ଼ ବଟିମଗା ଯାଇଥିଲା,ତାହା ନଦେବାରୁ ବ୍ଲାକମେଲ କରା ଯା ଉଛି,ପୁଲିସ ବାବୁ ମୋଟାଅଙ୍କ ମାଲପାଇ ଗଣମା ଧ୍ୟମ ପ୍ରତିନିଧିଙ୍କ ନାମରେ ମିଛ ମାମଲା ବି ରୁଜୁ କଲେ।ଫଳରେ ସମ୍ପୁକ୍ତ ପ୍ରତିନିଧି ହାଇକୋର୍ଟରୁ ଆଗୁଆଜାମିନ ଆଣିଲେ,ଏବେ ପୁଲିସବାବୁଙ୍କ ଏ ହି ମିଛମାମଲା ବିରୁଦ୍ଧରେ ଓଡ଼ିଶା ମାନବ ଅଧି କାର କମିଶନରେ ବିଚାର ଚାଲିଛି।ଏଭିତରେ ଅ ଭିଯୋଗ କିନ୍ତୁ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ବିଚାର ଆରମ୍ଭ ହୋଇସାରି


ଥିଲାl ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ରାଜ୍ୟ ଭିଜିଲା ନ୍ସ ତଦନ୍ତ କରିଥିଲା।ଏ ବିରାଟ ଷଡ଼ଯନ୍ତ୍ରର ମାତ୍ର କାଣିଚାଏ ଭିଜିଲାନ୍ସ ତଦନ୍ତରୁ ଧରାପଡ଼ିଲା ଯେ ୩ଅଭିଯୁକ୍ତ ନିଜନିଜ ମଧ୍ୟରେ ଷଡ଼ଯନ୍ତ୍ର ରଚି ସର କାରୀ ତହବିଲରୁ ଅଧିକ ୪ଲକ୍ଷ ୬୦ହଜାର ଟଙ୍କା ଲୁଟି ନେଇଛନ୍ତି।ଏହି ରିପୋର୍ଟ ଦାଖଲପରେ ଲୋ କାୟୁକ୍ତ ୩ଅଭିଯୁକ୍ତ ଯଥା:-କ୍ରିସଇଣ୍ଡିଜେନସ ପରି ଚାଳ

ନା ନିର୍ଦ୍ଦେଶକ ପ୍ରଶାନ୍ତମହାନ୍ତି,ବଡ଼ପାଟସୁନ୍ଦରପୁ ର ପଞ୍ଚାୟତର ତତ୍କାଳୀନ ସରପଞ୍ଚ ଦିଲୀପ ସ୍ୱା ଇଁ,ପଞ୍ଚାୟତ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ଦାଶଙ୍କ ନାମରେ ଜାଲିଆତି,ଷଡ଼ଯନ୍ତ୍ର ରଚି ସର କାରୀ ପାଣ୍ଠି ଲୁଟ,ଦୁର୍ନୀତି ଆଦି ସଙ୍ଗୀନ ଦଫାରେ ପୁଲିସରେ ମାମଲାରୁଜୁ ନିର୍ଦ୍ଦେଶ ଦେଇଥିଲେ।ଅ ଭିଯୁକ୍ତମାନେ ଗିରଫଆଗରୁ ହାଇକୋର୍ଟରୁ ଆଗୁ ଆ ଜାମିନ ଆଣିବାରେ ସକ୍ଷମ ହେବାପରେ Cr. P.CSec.482ରେ ମାମଲାର ଖାରଜ ନିମନ୍ତେ ଆବେଦନ କରିଥିଲେ,ମାତ୍ର ହାଇକୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି।ବିଚାର ବେଳେ ଅଭିଯୁ କ୍ତମାନେ ଯାହା ନିଜର ପ୍ରମାଣ,ଓ ପକ୍ଷ ରଖି ପା ରିବେ ବୋଲି ରାୟରେ କହିଛନ୍ତି।ତେବେ ଅଭିଯୁ କ୍ତମାନେ ଅନ୍ୟ ପଂଚାୟତରେ ମଧ୍ୟ ଏପରି କରି ଛନ୍ତି ବୋଲି ଅଭିଯୋଗରେ ଉଲ୍ଳେଖ କରିଥିଲେ ଯାହାକୁ ଭିଜିଲାନ୍ସ ଜାଣିଶୁଣି ଏଯାଏ ତଦନ୍ତ ନକ ରି ଚାପିଦେଇ ଥିବାରୁ ହରିଲୁଟ ପରିମାଣ କୋଟି ଟଙ୍କା ଟପିବ ବୋଲି ଅଭିଯୋଗକାରି ପୁନଶ୍ଚ ଲୋ କାୟୁକ୍ତଙ୍କ ଦ୍ବାରସ୍ଥ ହେବେ କହିଛନ୍ତି,ଫଳରେ ରା ଜ୍ୟର ଏହି ରାସ୍ତା ଆଲୋକିକରଣ ଦୁର୍ନୀତିର ବି ରାଟ ବଟବୃକ୍ଷ ସଦୃଶ କାୟା ସାରା ଓଡ଼ିଶାକୁ କି ପରି ବ୍ୟାପିଛି ତାହା ସାମ୍ନାକୁ ଆସିବ ବୋଲି ଆ ଶା କରାଯାଉଛି।ଏବେ ଉକ୍ତ ଆଧାରରେ ଏହି ବ୍ଲ କ ଅନ୍ତର୍ଗତ ବ୍ରାହ୍ମଣସାଇଲୋ ପଞ୍ଚାୟତ ଆଲୋକି କରଣ ରେ ପ୍ରାୟ ୨୯ଲକ୍ଷ ଟଙ୍କାର ସରକାରୀ ଅ ର୍ଥ ହରିଲୁଟ୍ ହୋଇଥିବା ଲୋକାୟୁକ୍ତଙ୍କ ତଦନ୍ତରେ ଧରା ପଡିଛି।ତେଣୁ ଅଭିଯୋଗରେ ଥିବା ଅଡଶ ପୂର ପଞ୍ଚାୟତ,ଉତ୍ତାରଣ ପଞ୍ଚାୟତ ସମେତ ଅ ନ୍ୟାନ୍ୟ ପଞ୍ଚାୟତ,ସମଗ୍ର କଟକଜିଲ୍ଲା,ବାଙ୍କି,ସା ଲେପୁର,କୋଣାର୍କ NAC,ପୁରୀ ଜିଲ୍ଲାପାଳ ବିଧା ୟକ ପାଣ୍ଠିରୁ ଖପୁରିଆସ୍ଥିତ କଟକଜିଲ୍ଲା କ୍ଷୁଦ୍ରଶିଳ୍ପ ନିଗମଜରିଆରେ କାକଟପୁର ମାମଙ୍ଗଳାଙ୍କ ପୀଠ ଆଲୋକିକରଣଦୁର୍ନୀତି ଆଦି,ଯାହା ଅଭିଯୋଗ ରେ ଉଲ୍ଲେଖଥିଲା ଓ କ୍ରିସଇଣ୍ଡିଜେନସ ଯେଉଁସବୁ ସ୍ଥାନରେ ଏହି ଆଲୋକିକରଣ ଓ ସୋ ଲାରଶକ୍ତି ଜଳଯୋଗାଣରେ ସମୃକ୍ତ ଜିଏସଟି ଫାଙ୍କି ଆଦିର ପରିମାଣ ଭିଜିଲାନ୍ସ କେବେ ତଦନ୍ତ କରୁଛି କିମ୍ବା ଏଥିନେଇ ଲୋକାୟୁକ୍ତଙ୍କ ପୁନଃଆଦେଶକୁ ଅପେ କ୍ଷା କରୁଛି ତାହା ଦେଖିବାକୁ ଅପେକ୍ଷା ରହିଛି।ବଡଖବର ସମ୍ପାଦକ ଅର୍ଧେନ୍ଦୁ ଦାସଙ୍କୁ ଗିରଫରେ ଓଡ଼ିଶା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଯେଭଳି ତତ୍ପରତା ଦେଖାଇଥିଲେ ତାହାଠାରୁ ହ ଜାରଗୁଣ ଅଧିକଟଙ୍କାର ସରକାରୀ ଅର୍ଥହଡପ ଏ ହି ଆଲୋକୀକରଣ ମାମଲାରେ କାହିଁକି ନୀରବ ରହିଛି??ନା ଏଥିପାଇଁ ହାଇକୋର୍ଟଙ୍କ ଆଶ୍ରୟ ଲୋଡ଼ିବାକୁ ପଡ଼ିବ ସେଥିନେଇ ପ୍ରଶ୍ନ ଉଠିଛି।
