
ଯାଜପୁର:ଶିକ୍ଷକଙ୍କ ଜାଲିଆତି!!


ଯାଜପୁରଜିଲ୍ଲା ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ବିଦ୍ୟାଳ ୟରେ କାର୍ଯ୍ୟରତ ୪ଜଣ ଶିକ୍ଷକ ଓ ଶିକ୍ଷାଧିକାରୀ ସେମାନଙ୍କ ଚାକିରିରେ ଯୋଗଦାନ ସମୟର ତାରିଖ ଜାଲିଆତି କରି ପ୍ରମୋଶନ ନେଇଥିବାରୁ ସେମାନଙ୍କ ପ୍ରତି ଓଡ଼ିଶା ପ୍ରାଥମିକଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେ ଶକଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।ଅଭି ଯୁକ୍ତ ଶିକ୍ଷକଙ୍କ ମଧ୍ୟରୁ ଅମିୟଦାସ ଜଣେ ରାଜ୍ୟସ୍ତ ରୀୟ ଏକ ପ୍ରାଥମିକ ଶିକ୍ଷକ ସଂଘର ଜଣେ ନେତା ଓ ଏବେ ବଡଚଣା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟା ଳୟରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଟନ୍ତି।ଅନ୍ୟ ୩ ଜଣ ଯଥା:ନାରାୟଣ ପଢ଼ିଆରୀ,ରମେଶ ଚନ୍ଦ୍ର ଦେଓ,ଶାନ୍ତନୁ କୁମାର ଦାସ।ଅମିୟ ଓ ନାରାୟଣ ୧.୧୧.୧୯୮୫ରେ କାର୍ଯ୍ୟରେ ଯୋଗ ଦେଇଥିବା ସେମାନଙ୍କ ସର୍ଭିସ ବୁକରେ ଉଲ୍ଲେଖ ଥିବା ବେଳେ ଏହାକୁ ସେମାନେ ୧୧.୦୧.୧୯୮୫ କରି ଦେଇଥିବା ନିର୍ଦ୍ଦେଶାଳୟ ଦର୍ଶାଇଛି।ସେହିଭଳି ରମେଶ ଚନ୍ଦ୍ର ଦେଓ ଓ ଶାନ୍ତନୁ କୁମାର ଦାଶଙ୍କ ସର୍ଭିସ ବୁକ୍ ଅନୁ ଯାୟୀ ସେମାନେ ଯଥାକ୍ରମେ ୧.୧୦.୮୫ ଓ ୧.୨ .୧୯୮୫ରେ ଯୋଗ ଦେଇଥିବା ବେଳେ ସେମାନେ ଯଥାକ୍ରମେ ଏହାକୁ ୧୦.୧.୮୪ ଓ ୨.୧୦.୮୫ କରି ଦେଇଥିବା ଚିଠିରେ ଦର୍ଶାଯାଇଛି।ଜଣେ ଶିକ୍ଷକ ଏପ ରି ପନ୍ଥା ଆପଣାଇବା ନେଇ ସମାଜକୁ ଏକ ଭୁଲ ବା ର୍ତ୍ତା ଯାଉଥିବା ବେଳେ,ସମଗ୍ର ଶିକ୍ଷକ ସମାଜ ଉପ ରେ ଅଙ୍ଗୁଳି ଉଠିଛି।ଶିକ୍ଷା ଜିଲ୍ଲା ଅଧିକାରୀ ରଞ୍ଜନ କୁମାର ଗିରିଙ୍କୁ ପଚାରିବାରୁ ସେ ନିର୍ଦ୍ଦେଶାଳୟରୁ ଆ ସିଥିବା ଏହି ଚିଠି ପାଇଥିବା ଓ ଏହା ଉପରେ ସଂପୃ କ୍ତ ଶିକ୍ଷକ ମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇ ଥିବା କହିଛନ୍ତି।ଅଭିଯୁକ୍ତ ଶିକ୍ଷକ ନେତା ଅମିୟ କୁମା ର ଦାସଙ୍କୁ ପଚାରିବାରୁ ସେ ଏହି ଅଭିଯୋଗ ଅମୂଳ କ,ସର୍ଭିସ୍ ବହି କିଏ ଲେଖେ?ତ୍ରୁଟି ପାଇଁ ଦାୟୀ କି ଏ?ଲାଞ୍ଚ ମାଗିଥିବା କର୍ମଚାରୀଙ୍କୁ ଲାଞ୍ଚ ନଦେବାରୁ ଏପରି କରିଛନ୍ତି,ଏହା ଦ୍ବାରା ତାଙ୍କ ସମ୍ମାନ ହାନି କରି ଥିବା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ନେବେ ବୋଲି କହିଛନ୍ତି।







କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)କଟକ ଗ୍ରାମାଞ୍ଚଳ ଜି ଲ୍ଲା ଅନ୍ତର୍ଗତ କଣ୍ଟାପଡ଼ା ବ୍ଲକର ୮ଗୋଟି ହାଇସ୍କୁଲକୁ ୫ଟି ଯୋଜନାରେ ଉନ୍ନୟନ ଅପଗ୍ରେଡେସନ୍ ନିମ ନ୍ତେ ୪୫ଲକ୍ଷ ଟଙ୍କା ଲେଖାଏଁ ରାଜ୍ୟ ସରକାର ଦେ ଇଥିଲେ।ଏହି ଟଙ୍କାରେ କାର୍ଯ୍ୟର ଗୁଣମାନ କଥା ପରେ ଆଲୋଚନା କରାଯିବ,ମାତ୍ର ଅଡଶପୁରସ୍ଥିତ ପ୍ରାଚୀ ଏକାଡେମିର ନାମ ସରକାରୀ ରେକର୍ଡ଼ରେ ଥିବା ବେଳେ ଏହାକୁ ବଦଳାଇ ପ୍ରାଚୀ ସରକାରୀ ଉ ଚ୍ଚ ବିଦ୍ୟାଳୟ,ଅଡଶପୁର ବୋଲି ଫାଟକରେ ଲେ ଖାଯାଇଛି।ଏପରି ଭାବେ ଗୋଟିଏ ପୁରାତନ ଶିକ୍ଷା ନୁଷ୍ଠାନର ନାମ ବଦଳା ଯିବାକୁ ନେଇ ନୂତନ,ପୁରା ତନ ଛାତ୍ରଛାତ୍ରୀ,ଅଭିଭାବକ,ମହଲରେ ଘୋର ଅସ ନ୍ତୋଷ ସୃଷ୍ଟି ହୋଇଛି।କେହିକେହି ଏହାକୁ ଠିକାଦାର ଙ୍କ ତ୍ରୁଟି ବୋଲି କହୁଥିବା ବେଳେ,ଏହା ଇଚ୍ଛାକୃତ ନା ଅନିଚ୍ଛାକୃତ ତ୍ରୁଟି ସେଥିନେଇ ସ୍ଥାନୀୟ ଅଞ୍ଚଳରେ ତ ର୍କ ବିତର୍କ ନାନା,ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଛି।ତୁରନ୍ତ ଏହାର ସଂଶୋଧନ କରିବାକୁ ଦାବି ହେଉଛି ।

କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗୋବିନ୍ଦପୁର-ପ୍ରତାପ ନଗରୀ କେବିସି ଦ କ୍ଷିଣ ପାର୍ଶ୍ଵ କେନାଲ ବନ୍ଧରେ ଆଜି ଅପରାହ୍ନରେ ଏ କ ମର୍ମନ୍ତୁଦ ଦୁର୍ଘଟଣା ଘଟି ଗୋବିନ୍ଦପୁର ମହାବି ଦ୍ୟାଳୟର ଜଣେ ପିଜି ଛାତ୍ରୀ ଚିକିତ୍ସାଳୟରେ ମର ଣ ସହ ଲଢେ଼ଇ କରୁଛନ୍ତି।କେତେକ ପ୍ରତ୍ୟେକ୍ଷ ଦର୍ଶି ଙ୍କ ସୂଚନା ଅନୁଯାୟୀ,ଗୋବିନ୍ଦପୁର କଲେଜରେ ପି. ଜି ପଢୁଥିବା ବାରଙ୍ଗବ୍ଲକ ଅଞ୍ଚଳର ଏହି ଛାତ୍ରୀ ଜଣ କ ସ୍କୁଟି ଚଳାଇ ଖଲର୍ଦ୍ଦାରୁ କଲେଜ ଆସିଥିଲେ।କ ଲେଜରୁ ଅପରାହ୍ନ ପ୍ରାୟ ୨.୪୦ ସୁଦ୍ଧା ଫେରୁଥିବା ବେଳେ ଆଗରୁ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା ଫଳରେ ସେ ପଡ଼ି ଯାଇଥିଲେ।ଏହି ସମ ୟରେ ପଛରୁ ଦୃତ ଗତିରେ ଆସୁଥିବା ଗୋବିନ୍ଦପୁର ବାଲିଘାଟର ଏକ ହାଇୱା ତାଙ୍କ ଦୁଇଗୋଡ଼ ଉପରେ ଚଢ଼ି ଯାଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ଗୋଟିଏ ଗୋଡ଼ ଜଙ୍ଘ ପାଖରୁ ଶରୀରରୁ ସଂପୂର୍ଣ୍ଣ ରୂ ପେ ବିଛିନ୍ନ ହୋଇ ରାସ୍ତାରେ ପଡ଼ିଥିଲା ଓ ଅନ୍ୟ ଗୋ ଡଟି ମଧ୍ୟ ସମ୍ପୂର୍ଣ ଚୁନା ହୋଇ ଯାଇଥିଲା।ରାସ୍ତା ଉପ ରେ ରକ୍ତ ଓ ମାଂସ,ହାଡ ସବୁ ବିଭତ୍ସ ଭାବେ ପଡ଼ିଥି ଲା।ଉପସ୍ଥିତ ଲୋକେ ଆମ୍ବୁଲାନ୍ସ ଡାକି ଚିକିତ୍ସାଳୟ ପଠାଇଥିଲେ।ଦୁର୍ଘଟଣା ପରେ ସେଠାରେ ପ୍ରବଳ ଜ ନଉତ୍ତେଜନା ଓ ଆନ୍ଦୋଳନ ଦେଖା ଦେଇଥିଲା।ଗୋବିନ୍ଦପୁର ପୁଲିସ ଓ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ।ତେବେ ପ୍ରତିଥର ପରି ଏହି ଅ ଣ ଓସାର,ଅଗମ୍ୟ ରାସ୍ତାରେ ଦିନରେ ବାଲିଘାଟ ଗା ଡ଼ି ଚଳାଚଳକୁ ବନ୍ଦ କରିବାକୁ ଦାବି ହୋଇଥିଲା।ଖ ବର ପାଇ ଗୋବିନ୍ଦପୁର ମହାବିଦ୍ୟାଳୟ ଅଧକ୍ଷ ଡଃ ଗଗନ ବେଉରା ଭୁବନେଶ୍ୱର ଯିବା ବାଟରୁ ଫେରି ଆସି ସେଠାରେ ପହଞ୍ଚି।ପରବର୍ତ୍ତୀ ସୂଚନା ଅନୁଯା ୟୀ ପୀଡ଼ିତା ଛାତ୍ରୀ ଜଣକର ଦୁଇଟି ଗୋଡ଼କୁ ଚିକି ତ୍ସାଳୟରେ ଶରୀରରୁ ସଂପୂର୍ଣ୍ଣ କାଟି ଅଲଗା କରି ଦି ଆଯାଇଛି ଓ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ବା ଲିଘାଟ ନିଲାମ ଦିଆଯିବା ବର୍ଷେ ଭିତରେ ହାଇୱା ଧକ୍କାରେ ୩ଟି ଅମୂଲ୍ୟ ଜୀବନ ଅକାଳରେ ଝରି ପଡ଼ି ଲାଣି।ହେଲେ ରାଜସ୍ବ ନିଶାରେ ପ୍ରଶାସନ ଚେତୁନା ହିଁ।