
ରାଜ୍ୟସ୍ତରୀୟ”ଗାନ୍ଧୀ ସଂକଳ୍ପ ଯାତ୍ରା”କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନକଂ ଦ୍ୱାରା ଉଦଘାଟିତ
କଟକ ସଦର ୨।୧୦ (ସ୍ୱତନ୍ତ୍ର ପ୍ରତିନିଧି)ସତ୍ୟ ଓ ଅହିଂସାର ପୂଜାରୀ, ସ୍ୱାଧୀନତା ସଂଗ୍ରାମର ମହାନ ପୁରୋଧା ,ମୋହନ ଦାସ କରମ ଚାନ୍ଦ ଗାନ୍ଧି ବା ମହାତ୍ମା ଗାନ୍ଧିକଂ ୧୫୦ତମ ଜୟନ୍ତୀ ଦେଶ ପାଳନ କରୁଥିବା ଅବସରରେ କଟକ ସଦର ଅନ୍ତର୍ଗତ ତେଲେଂଗା ପେଣ୍ଠ ସ୍ଥିତ ଗାନ୍ଧି ସ୍ମ୍ରୁତି ପୀଠ ଠାରେ ଆଜିପୂର୍ବାହ୍ନରେ ରାଜ୍ୟ ସ୍ତରୀୟ ଗାନ୍ଧି ସଂକଳ୍ପ ଯାତ୍ରାର ଶୁଭାରମ୍ଭ କେନ୍ଦ୍ର ପେଟ୍ରୋଲିୟମ ,ଦକ୍ଷତା ବିକାଶ ଓ ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନକଂ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି।ଗାନ୍ଧିଜୀକଂ ପ୍ରତିମୂର୍ତ୍ତି ରେ ଭକ୍ତିପ୍ଲୁତ ଶ୍ରଦ୍ଧାସୁମନ ଅର୍ପଣ ପରେ ମନ୍ତ୍ରୀ ସ୍ମ୍ରୁତି ପୀଠ ରୁ ପ୍ରାୟ ୫କି.ମି ପଦଯାତ୍ରାରେ ଯାଇଥିଲେ ।ଯାତ୍ରା ଶେଷରେ ସଂଇଧା ବାଲିସାହିରେ ଆୟୋଜିତ ଏକ ସାଧାରଣ ସଭାରେ ସଂକଳ୍ପ ପାରିତ ହୋଇଥିଲା ସଭାମଂଚରେ ମନ୍ତ୍ରୀ କାମନା କରିଥିଲେ କି “ଗାନ୍ଧିଜୀ ୧୫୦ ବର୍ଷପରେ ଆଉଥରେ ଜନ୍ମ ନିଅନ୍ତୁ “। ” ପ୍ଲାଷ୍ଟିକ ବର୍ଜନ କରିବି ଅନ୍ୟମାନକୁଂ ମଧ୍ୟ ପ୍ଲାଷ୍ଟିକମୁକ୍ତ ପରିବେଶ ପା ଇଁ ପ୍ରବର୍ତ୍ତାଇବି, ଆବଶ୍ୟକତା ଅନୁଯାୟୀ ଜଳ ବ୍ୟବହାର କରିବି , ଜଳସଂରକ୍ଷଣ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟକରିବି “ ସଂକଳ୍ପ ପାରିତ ହୋଇଥିଲା । ମନ୍ତ୍ରୀ ଶ୍ରୀ ପ୍ରଧାନକଂ ସହିତ ମଂଚରେ ଭାଜପା ଜିଲ୍ଲା ସଭାପତି ଚୌଧୁରୀ ହେମନ୍ତ ସାହୁ , ଜିଲ୍ଲା ସଂପାଦକ ସଂଜୟ ପାଢୀ,ରାଜ୍ୟ କାର୍ଯ୍ୟ କାରିଣୀ ଅଜୟ ସ୍ୱାଇଁ, ବ୍ରଜସୁନ୍ଦର ରାୟ ,ଶାରଦା ପ୍ରଧାନ, ରାଜ୍ୟସଭା ସାସଂଦ ଅଶ୍ୱିନୀ ବୈଷ୍ଣବ,ଦଳର ମୁଖପାତ୍ର ତଥା ବରିଷ୍ଠ ଆଇନଜିବୀ ପିତାମ୍ବର ଆଚାର୍ଯ୍ୟ ,ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ,ରାଜ୍ୟଉପସଭାପତି ନୟନ କିଶୋର ମହାନ୍ତି ,ରାଜ୍ୟସଂପାଦକ ଦିଲ୍ଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ,ରାଜ୍ୟଉପସଭାପତି ସମୀର ମହାନ୍ତି ,ରାଜ୍ୟ ସଂଗଠନ ସଂପାଦକ ମାନସ ମହାନ୍ତି, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସ୍ମ୍ରୁତି ପଟନାୟକ,ରାଜ୍ୟ ହରିଜନ ମୋର୍ଚ୍ଚା ସାଧାରଣ ସଂପାଦକ ସୁଶାନ୍ତ ମଲ୍ଲିକକଂ ସମେତ ଭାଜପାର ବହୁନେତା, ଛାମୁଆ କର୍ମୀ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ କି ଗାନ୍ଧିଜୀ ଲବଣ ସତ୍ୟାଗ୍ରହରେ ଯୋଗଦେବାକୁ ପଦଯାତ୍ରାରେ ଏହିବାଟ ଦେଇଯାଉଥିବା ବେଳେ ତେଲେଗାଂ ପେଣ୍ଠ ଠାରେ ୧୫।୫।୧୯୩୪ ମସିହାରେ ଗୋଟିଏ ରାତି ପାଇଁ ଏଠାରେ ରହଣି କରିଥିଲେ । ଏହାକୁ ସ୍ମ୍ରୁତିରେ ରଖି ଏକ ମହାନ ସ୍ଥଳ ଭାବେ ବିବେଚନା କରାଯାଉଛି । ସ୍ଥାପିତ ସ୍ମ୍ରୁତି ଫଳକ କୁ ମନ୍ତ୍ରୀ ଶ୍ରୀ ପ୍ରଧାନ ବୁଲିଦେଖିଥିଲେ ।

