ରାସ୍ତା ଆଲୋକୀକରଣ ନାଁ ରେ ଘୋଟାଲାକୁ ମାନିଲେ ଦୋକାନୀ: ବି.ଡି.ଓ,ସରପଂଚ ନେଇଛନ୍ତି କମିଶନି !
କଟକ (ସ.ପ୍ର)/ବାରଂଗ (ନି.ପ୍ର)୩।୯ ପ୍ରଥମକରି ରାଜ୍ୟରେ ଏକମାତ୍ର “ସତ୍ୟାନୁସଂଧାନ” ଗଣମାଧ୍ୟମର ରାସ୍ତା ଆଲୋକୀକରଣ ଘୋଟାଲା ସଂପର୍କୀତ ଅନୁସଂଧାନ ମୂଳକ ରିପୋର୍ଟ ସତ୍ୟ ପ୍ରମାଣିତ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ, ଗତ ସପ୍ତାହରେ କଣ୍ଟାପଡା ବ୍ଲକ ଅନ୍ତର୍ଗତ ବଡପାଟସୁନ୍ଦରପୁର ପଂଚାୟତରେ ରାସ୍ତା ଆଲୋକୀକରଣ ନାଁ ରେ ଲକ୍ଷ ଲକ୍ଷ ଟଂକା ସରକାରୀ ଯୋଜନାରୁ ଲୁଟି ନିଆଯାଇଥିବା ସପ୍ରମାଣ ଖବର ପରିବେଷିତ ହୋଇଥିଲା ଯାହାକୁ ଓଡିଶାର “ସମ୍ବାଦ” ଭଳି ଏକ ନାମୀ ଖବରକାଗଜ ଧାଡି ଧାଡି ଅବିକଳ ନକଲକରି ଆମ ପ୍ରସାରଣ ର ୪ଦିନପରେ ଛପାଇବାକୁ ଏକପ୍ରକାର ବାଧ୍ୟ ହୋଇଥିଲା । ଘଟଣାର ଗୁରୁତ୍ୱ ଦ୍ରୁଷ୍ଟିରୁ କଟକ ଜିଲ୍ଲାପାଳ ସମନ୍ୱିତ ଶିଶୁବିକାଶ ଯୋଜନା ର ସମୀକ୍ଷା ନାଁ ରେ କଣ୍ଟାପଡା ବ୍ଲକ ଗସ୍ତ କରି ବି.ଡି.ଓ କଂ ସହିତ ଏକ କବାଟକିଳା ବୈଠକ ରେ ଆଲୋଚନା କରିଥିଲେ। ଘଟଣାର ଦିଗ ମୋଡ ବଦଳାଇବାକୁ ତଥା ଅଭିଯୋଗ ହୋଇଥିବା ବିଜେଡି ସମର୍ଥିତ ସରପଂଚକୁଂ ରକ୍ଷା କରିବାକୁ ଅନ୍ୟ ବିରୋଧୀଦଳ ସମର୍ଥିତ ପଂଚାୟତ ସରପଂଚକୁ ଏଭଳି ଘୋଟାଲାରେ ଫସାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି। ତେବେଏପରି କିଛି ରାଜନୈତିକ ଅଘଟଣ ଘଟିବା ଆଗରୁ ଅତି ଆଶ୍ଚର୍ଯ୍ୟ ଜନକ ଭାବେ ଆଲୋକୀକରଣ ସାମଗ୍ରୀ ଯୋଗାଇ ବିବାଦ ଘେରକୁ ଆସିଥିବା ସଂପ୍ରୁକ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ଘୋଟାଲାକୁ ସ୍ୱୀକାର କରିବାସହ ଚାଂଚଲ୍ୟକର ବୟାନ ଦେଇଛନ୍ତି ଯାହାର କି ଅଡିଓ ରେକର୍ଡ ଆମର ହସ୍ତଗତ ହୋଇଛି। ସଂପ୍ରୁକ୍ତ ବ୍ୟବସାୟ ପ୍ରତିଷ୍ଠାନର ଆମ ପ୍ରତିନିଧି ଶରତପରିଡାକଂ ସହ ହୋଇଥିବା ବକ୍ତବ୍ୟ ଅନୁଯାୟୀ କମିଶନି ନେଇ ତାଂକୁ ଅଧିକ ଦାମ ପକାଇବାକୁ ବି.ଡି.ଓ ଓ ସରପଂଚ କହିଥିଲେ। ଦେଇଥିବା କୋଟେସନ ଅନୁଯାୟୀ ସେ ପଇସା ନେଇଛନ୍ତି, ଚେକ୍ ରେ ଟଂକା ପେମେଣ୍ଟ କରି ବାକି ଅଧିକ ଟଂକାକୁ ସେମାନେ କ୍ୟାସ ଆକାର ରେ ନେଲେ ।ଏଥିରେ ତାଂକର ଦୋଷକଣ ? ତଦନ୍ତ ବେଳେଏସବୁ ସଫା ସଫା ସେ କହିଦେବେ । ସେ କାହିଁକି ଅଡୁଆରେ ଫସିବେ,ଆହୁରି ମଧ୍ୟ ସେ କହିଛନ୍ତି କି ବାରଂଗ ବ୍ଲକରେ ବିଡିଓ ଚେୟାରମ୍ୟାନକଂ ସହ ପଡୁନଥିବାରୁ କଥା ପଦାକୁ ଆସିଲା ନ ହେଲେ କାକଟପୁର,ଅସ୍ତରଂଗ କୋଣାର୍କ ଭଳି ସବୁଠି ହେଲା, କୋଉଠି କିଛିଅସୁବିଧା ହେଲାନି ଏଠି କାହିଁକି ହୋଇଥାନ୍ତା ?ଏଥିରୁଏବେ ଆଶଂକା ହେଲାଣି ଯେ ରାଜ୍ୟବ୍ୟାପୀଏପରି ଜନକଲ୍ୟାଣ କାରୀ ଯୋଜନା ନାଁ ରେ ବ୍ୟାପକ ହରିଲୁଟ୍ ହୋଇଛି ।ଏଣୁ ଉକ୍ତ ସମ୍ବେଦନ ଶୀଳ ଘଟଣାକୁ କ୍ରାଇମବ୍ରାଂଚ ଅର୍ଥ ନୈତିକ ଶାଖା ଦ୍ରୁଷ୍ଟିକୁ ଲିଖିତ ଭାବେ ଅଭିଯୋଗ କରାଯିବ ଯଦି ସପ୍ତାହକ ଭିତରେ କାର୍ଯ୍ୟାନୁଷ୍ଠାନ ନ ହେଲା ତେବେ ମାନ୍ୟବର ହାଇକୋର୍ଟରେ କ୍ରାଇମବ୍ରାଂଚ ର INNACTION ବିରୁଦ୍ଧରେ ମାମଲା ରୁଜୁହେବ ଯହିଁରେ ବଡପାଟସୁନ୍ଦରପୁର ପଂଚାୟତ ସରପଂଚ, ନିର୍ବାହୀ ଅଧିକାରୀ ହେମନ୍ତ କୁମାର ଦାଶ, ଓ ବିଦ୍ୟୁତ ସାମଗ୍ରୀ ଯୋଗାଣକାରୀ ସଂସ୍ଥା କୁ ପକ୍ଷଭୁକ୍ତ କରାଯାଇ ରିଟ୍ ଆବେଦନ ଦାଖଲ ହେବ । ଘଟଣା ଆଗକୁ ମାଡୁଥିବା ଜଣାପଡିବା ପରେ ସାରା ଅଂଚଳରେ ଆଗାମୀ ପରିସ୍ଥିତି କଣ ହେବ ଜାଣିବାକୁ କୌତୁହଳ ବଢିଛି ।