
ରିମ୍ ଝିମ୍- ୨୦୨୦
ସେ ନୁହେଁ ବର୍ଷାର ସିମ୍ଫୋନୀ ,କି ନୁହେଁ ବି କୋଉ ଏକ ରୋମାଣ୍ଟିକ ନାୟୀକାର ନାଁ ବରଂ ତା ଠୁ ଆହୁରି ରୋମାଣ୍ଟିକ ସଂଗୀତ ଓ ନ୍ରୁତ୍ୟର ତାଳେତାଳେ,କଳାର ମହୁଲି ନିଶାରେ,ଝୁମିଝୁମି ଆନମନା ହେବାରେ ଯେଉଁ ମାଦକତା ରହିଛି,ତାହାର ନାମ ହିଁ “ରିମ୍ ଝିମ୍ “କଟକଜିଲ୍ଲା ବଡପାଟସୁନ୍ଦରପୁର ଗୋପବନ୍ଧୁ ଯୁବକସଂଘ ଆନୂକୁଲ୍ୟରେ ପ୍ରତିବର୍ଷ ବାଣୀକଂ ଆବାହନୀ ସଂଧ୍ୟାରେ ଆୟୋଜିତ ହୋଇଆସୁଥିବା କୁନିକୁନି ପିଲାକଂ ନ୍ରୁତ୍ୟ ଓ ଗୀତରଅନନ୍ୟ ପ୍ରତିଭା ଚୟନ ଉତ୍ସବ।
ଚଳିତବର୍ଷ ରିମଝିମ-୨୦୨୦ରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ଅନୁବାଦକ ତଥା ଗୁଜୁରାଟୀ ଭାଷା ସାହିତ୍ୟର ଉପନ୍ୟାସ’ସେଇପକ୍ଷୀଟିର ନାଁ’ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ସୁ-ଲେଖକ,ବକ୍ତା,ଶିକ୍ଷାବିତ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି ତାଂକୁ ମଂଚରେ ଟ୍ରଫି,ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ନ୍ରୁତ୍ୟ ନିର୍ଦ୍ଦେଶକ ସୁଧାକର ବସନ୍ତ, ସମ୍ବର୍ଦ୍ଧନାର ଉତ୍ତରରେ ମୁଖ୍ୟଅତିଥି କହିଥିଲେ କି ‘ନ୍ରୁତ୍ୟଓ ସଂଗୀତର ସମାଜଉପରେ ଯଥେଷ୍ଟ ପ୍ରଭାବ ରହିଛି’।ଅନ୍ୟମାନକଂ ମଧ୍ୟରେ ଚଳଚିତ୍ର ଇଣ୍ଡଷ୍ଟ୍ରୀର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗୁଡଲି ରଥ,କଣ୍ଠଶିଳ୍ପୀ ଲିପସା ମହାପାତ୍ର,ନ୍ରୁତ୍ୟ ନିର୍ଦ୍ଦେଶକ ସୁଧାକର ବସନ୍ତ,ଅଭିନେତାଓ ଅଭିନେତ୍ରୀଗଣ ମିତାଲୀ ସରଗରିଆ,ଅମୀଶା ଶରମା ,ମ୍ରତ୍ୟୁଂଜୟ,ଓ ହାସ୍ୟଅଭିନେତା ଶ୍ରୀଯୁକ୍ତ ମଣି।ବିଭିନ୍ନ ଅଂଚଳରୁ ୪୦ ଜଣ ପ୍ରତିଯୋଗୀ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ସଂଗୀତର ଜୁନିଅର ବିଭାଗରେ ଓମ୍ ପ୍ରକାଶ ରାଉତରାୟ ପ୍ରଥମ ସ୍ଥାନ,ମାନ୍ୟତା ଦାସ୨ୟ,ପ୍ରଭୁ ତନୟା ପ୍ରଧାନ ୩ୟସ୍ଥାନ ପାଇଥିଲେ ସିନିୟର ବିଭାଗରେ ଦିଲ୍ଲୀପ କୁମାର ମଲ୍ଲୀକ ପ୍ରଥମ,ସଂଜୟ କୁମାର ଦାସ୨ୟ, ଓ ସ୍ନେହାଶୀଷ ବେହେରା ୩ୟ ସ୍ଥାନ ପାଇଥିଲେ।ସେହିଭଳି ନ୍ରୁତ୍ୟର ଜୁନିଅର ବିଭାଗରେ ଅର୍ପିତା ଦାସ ପ୍ରଥମ ସ୍ଥାନ, ଅନୋଖି ମହାନ୍ତି ୨ୟ ସ୍ଥାନ, ରୋହନ ବେହେରା୩ୟ ସ୍ଥାନ ଓ ସିନିଅର ବିଭାଗରେ ମନୀଷା ଖଟୁଆ ପ୍ରଥମ ସ୍ଥାନ, ପ୍ରଭୁ ତନୟା ପ୍ରଧାନ୨ୟ ସ୍ଥାନ,ରଶ୍ମୀତା ଜେନା ୩ୟସ୍ଥାନ ପାଇଥିଲେ। ସମସ୍ତ କ୍ରୁତି ପ୍ରତିଯୋଗୀକୁଂ ସମ୍ମାନିତ କରାଯାଇଥିଲା।ଗୋପବନ୍ଧୁ ଯୁବକ ସଂଘ, ବଡପାଟସୁନ୍ଦରପୁର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଂପାଦକ ସୁବ୍ରତ ବିଶ୍ୱାଳ ଓ ସଭାପତି ପ୍ରଶାନ୍ତ ମିଶ୍ରକଂ ସମେତ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା,ସଦସ୍ୟ ସାଫଲ୍ୟ ମଣ୍ଡିତ କରିବାରେ ଉଲ୍ଲେଖନୀୟ ଭୂମିକା ନିଭାଇଥିଲେ।ସହସ୍ରାଧିକ ଦର୍ଶକ,ଦର୍ଶିକା ଉପସ୍ଥିତଥାଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ