
ଲଘୁଚାପ ଲଗାଣ ବର୍ଷାରେ ପନିପରିବା ଚାଷ ମାଟିରେ ମିଶିଲା: ଚାଷୀକୁଳ ବଂଚିବେ କେମିତି? ସରକାରୀ ସହାୟତା ଦାବୀ
କଟକ ଜିଲ୍ଲା, ବାରଂଗ ବ୍ଲକ ଅନ୍ତର୍ଗତ ଖଲର୍ଦ୍ଦା ସେବା ସମବାୟ ସମିତି ର ଖଲର୍ଦ୍ଦା,କୋରକୋରା, ଓ ଉଷୁମା ପଂଚାୟତ ଅଂଚଳ ପନିପରିବା ଚାଷରେ ଏକ ଅଗ୍ରଣୀ ଭୂମିକା ନିଭାଉଥିବା ଓଡିଶାର ପ୍ରାୟ ଅଧିକାଂଶ ଜନସାଧାରଣ ଜାଣନ୍ତି । ନିଜର ପରିବାର ପ୍ରତିପୋଷଣ ସାଂଗକୁ କଟକ,ଭୂବନେଶ୍ୱର ତଥା ସ୍ଥାନୀୟ ଅଂଚଳକୁ କୋବି,ମୂଳା, ଶାଗ ଆଦି ପନିପରିବା ଯୋଗାଣ ଦ୍ୱାରା ବହୁ ପରିବାର ପ୍ରତ୍ୟେକ୍ଷ ପରୋକ୍ଷ ଭାବେ ଏଠିକାର ଚାଷୀକଂ ଦ୍ୱାରା ଦାନା ପାଇଥାନ୍ତି ।ହେଲେ ଚଳିତ ଲଘୁଚାପ ଲଗାଣ ବର୍ଷା ସମସ୍ତପନିପରିବା ଚାଷକୁ ସମୂଳେ କେବଳ ଉଜାଡିନାହିଁ ବରଂ ଚାଷୀକଂ ମେରୁଦଣ୍ଡ ସଂପୂର୍ଣ ରୂପେ ଭାଂଗି ଦେଇଛି ।ନିଜେ କ୍ଷତିଗ୍ରସ୍ତ ଚାଷୀ ବଂଚିବେ କେମିତି ତାହା ହିଁ ଏବେ ମୁଖ୍ୟପ୍ରଶ୍ନ ପାଲଟିଛି ।ସରକାର ଏହି ସମସ୍ୟାକୁ ହାଲୁକା ଭାବେ ବିଚାର ନ କରି ଯଥାଶୀଘ୍ର ମାଗଣା ଚାରା , ରିହାତି ସାର ,ବିହନ ଆଦି ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଇଦେବାକୁ ଖଲର୍ଦ୍ଦା ସେବାସମବାୟ ସମିତି ସଭାପତି ବଂଧୁଚରଣ ସାହୁ ଦାବୀ କରିଛନ୍ତି ।ଅନ୍ୟଥା ଚାଷୀ ଓ ଖାଉଟୀ ପରାଭବ ଭୋଗିବା ଏକ ପ୍ରକାର ନିଶ୍ଚିତ ବୋଲି ସାଧାରଣରୁ ମତପ୍ରକାଶ ପାଇଛି ।