
ସରକାର ବଦଳିବା ପରେ:- ନଦୀବାଲି ଚୋରୀକୁ ସାହାଣ ମେଲା,ପରିସ୍ଥିତି ଅଣାୟତ୍ତ,ଲକ୍ଷ ନୁହେଁ କୋଟିକୋଟି ଟଙ୍କାର ଚାଲିଛି ରାଜସ୍ୱଲୁଟ!
ନଦୀବାଲି ଚୋରୀ ନିୟନ୍ତ୍ରଣ ବାହାରେ; ଲକ୍ଷ ନୁହେଁ, କୋଟିରେ କାରବାର!!!!!


କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ସରକାର ବଦଳିବା ମାସେ ବି ହୋଇନି,ଅଥଚ ବିଭିନ୍ନ ନଦୀଘାଟରେ ବାଲିମାଫିଆ ପୁରାସକ୍ରିୟ।ଏଥିସହ ମିଶିଯାଇ ଛନ୍ତି ତଥାକଥିତ କାମଳ ସାମ୍ବାଦିକ,ବହୁ ରାଜସ୍ୱ କର୍ମଚାରୀ ଓ ବିଭିନ୍ନ ଥାନାର ଥାନାବାବୁ ମାନେ। ମୋହନ ସରକାର,ଭଲ ସରକାର ବୋଲି ଫୁଲ ତୋଡା ଦେଇ ଯେଉଁ ମାନେ ଆଗୁଆ ମିଠାବାଣ୍ଟି ଖୁସି ମନାଉଥିଲେ ସେଇ କର୍ମୀମାନେ ଏବେ ଦଳ କୁ କାଳସାଜିଛନ୍ତି।ସେମାନେ ସବୁ କୌଣସି ରାଷ୍ଟ୍ରୀ ୟ ସ୍ବୟଂ ସେବକ ସଂଘ ନୀତି ଆଦର୍ଶରେ ଅନୁପ୍ରା ଣିତ ନୁହନ୍ତି,କେବଳ ଲୋଲୁପ ଦୃଷ୍ଟି, ଲକ୍ଷ୍ୟଥିଲା କିଭଳି ଲୁଟିବା।ଏଥିପାଇଁ ନିଜନିଜ ଭିତରେ ମିଳି ତ କୁସ୍ତି,କସରତ,ସମରଅଭ୍ୟାସ ଆରମ୍ଭ ହୋଇ ଯାଇଛି।ନିଲାମ,ଅଣ-ନିଲାମ ବାଲିଘାଟ,ନଦୀ ପଠା ମାଟି ସବୁ ଯେମିତି ରାତିରାତି ଚରି ଯିବାକୁ ବସିଛନ୍ତି!ମୋହନ ସରକାର ସରଳ,ଭଦ୍ର ବୋଲି କହି କୋଟିକୋଟି ଟଙ୍କାର ନଦୀବାଲି ବୋହି ନେ ଉଛନ୍ତି ଏହି ମାଫିଆ ମାନେ। “ମୁଖେ ମେଁ ରାମ ରାମ ବଗଲ୍ ମେଁ ଛୁରୀ “ଏହି ମାଫିଆ ମାନେ ନିଜକୁ ରାମପ୍ରେମୀ ସଜାଇ କୁଆଡେ଼ ତାମିଲ୍ ହାତରୁ ରାଜକୋଷ ଲୁଟିବାରୁ ରକ୍ଷା କରିବାକୁ ପଣକରିଥିଲେ,ସବୁ ସେଇ ପେଟପାଇଁ ମାଧିଆ ଯୋଗୀ ସାଜିବାର ଉପାଖ୍ୟାନ।ଏଥିସହିତ ମିଶି ଯାଇଛନ୍ତି ଖଣିବିଭାଗର ଅସାଧୁ କର୍ମଚାରୀ ମା ନେ।ଏଥିପାଇଁ ବିଧିବଦ୍ଧ ଯୋଜନା ବି ପ୍ରସ୍ତୁତ ହୋ ଇଛି।ଗୋଟିଏପଟେ ଲଘୁଖଣିଜ ଆଇନ ଆଧାର ରେ ମାଷ୍ଟରପ୍ଲାନ ପ୍ରସ୍ତୁତହୋଇଛି ଯହିଁରେ ମାଷ୍ଟର ମାଇଣ୍ଡ ଖୋଦ୍ ଖଣିବିଭାଗ!! ଡେଲିବରେଟଲୀ ମାଷ୍ଟରପ୍ଲାନରେ ଉଲ୍ଲେଖ ହୋଇଛି କି ମାନୁଆଲ ଲେବର ସଂଖ୍ୟା ମାତ୍ର ୧୭ଜଣରେ ବାଲିଉଠୁଛି!!ମାତ୍ର ତାହା କେବଳ କାଗଜ କଲମରେ ସିମୀତ, ପ୍ରକୃତରେ କିନ୍ତୁ ମେସିନ୍ ଲଗାଯାଇ ଲୁଟି ନିଆ ଯାଉଛି ବ୍ୟାପକ ବାଲୁକା ଖଣ୍ଡଅଞ୍ଚଳ।ଲିଜ୍ ଅଞ୍ଚ ଳରୁ ମାଇଲମାଇଲ ଦୂର ଅଲଗା ଅଞ୍ଚଳକୁ ବି ବାଲି ଖାଦାନକରି ସମୁଦ୍ର କରିସାରିଲେଣି।ସାମ୍ବା ଦିକ,ପୁଲିସ,ତହସିଲ,ଖଣିବିଭାଗ ସବୁ ଯେମିତି ଏକାକାର!! ସରକାରଙ୍କ ଅସହାୟତାର ବିକଳ ଚିତ୍ର।ମଧୁବାବୁଙ୍କ ଭାଷାରେ ଶାଗୁଣା,ବିଲୁଆ ଚିକି ତ୍ସକ ହେଲେ ଶବ କି ପାଇବପ୍ରାଣ??ଲୋକେ କ ହିବା ଆରମ୍ଭକଲେଣି କେବଳ ଏମାନଙ୍କ ଲାଗି ଖୁ ବ କମସମୟରେ ସରକାର କ୍ଷମତାଚ୍ୟୁତ ହେବେ !!ଯାହା ବିଜେଡିକୁ ୨୪ବର୍ଷ ଲାଗିଥିଲା।କିଛି ମା ଫିଆ ସ୍ଥାନୀୟ ପୋଲିସକୁ ବି ନୂଆଫର୍ମୁଲାରେ ହାଣ୍ଡେଲ କରିବାକୁ ବିଧାୟକଙ୍କ ନାଁ ନେଇ ଏପରି କାରନାମା ଚଳାଇଥିବା ଅଭିଯୋଗ ଉଠିଲାଣି।ଦେବୀ ଓ କନ୍ଦଳନଦୀ ଘାଟଗୁଡ଼ିକର କୁଳଶ୍ରି,କସ ରଦା,ଝାରପଡ଼ା ଅଣ୍ଡେଇସାହି,ଗୋବିନ୍ଦପୁର,ତିଥ ପଡ଼ା,ସିରୋସୁନ୍ଦରପୁର,ଆଳୀପିଙ୍ଗଳ ବିଳାସୁଣି ,ପହଙ୍ଗା କେରେଡା ଘାଟରେ ନଦୀବାଲି ଚୋରା ଚାଲାଣ ଲାଗି ମଦଭାଟି ପରି ଭିଡ ଲାଗି ରହିଛି।ବାଡ ଯେହେତୁ ଫସଲ ଖାଉଛି!ସେଠି ଆଉ ଜଗୁ ଆଳି କଣ ଦରକାର?ନଦୀବାଲି ଲୁଟ ରୋକିବା ରେ ନିକୁଞ୍ଜ କିଶୋର ଧଳଙ୍କ ପରି ଦକ୍ଷପ୍ରଶାସକ ଙ୍କ ଦକ୍ଷତା ଓ ପୂର୍ବ ଅଭିଜ୍ଞତା ଯୋଗୁ ନୂତନସର କାର ଅବଶ୍ୟ ଅତିରିକ୍ତ ଶାସନସଚିବ ଭାବେ ଅବ ସ୍ଥାପିତ କରି ଯଥାର୍ଥତା ପ୍ରତିପାଦନ କରିଛନ୍ତି ହେ ଲେ ଠେଙ୍ଗା ତୁଲାଉତୁଲାଉ ଘୁଷୁରୀ ଯାଇ ମଙ୍ଗ ଳପୁରରେ ହାଜର!ଅର୍ଥାତ ଶ୍ରୀ ଧଳଙ୍କ କ୍ଷମତାର କାର୍ଯ୍ୟକାରିତା ବେଳକୁ ନଦୀରେ ଚଳିତ ବର୍ଷର ବାଲି ଆଉଥିଲେତ?ଅବଶ୍ୟ ବାଲିଚୋରୀ ରୋକି ବାକୁ ରାଜସ୍ୱସଚିବ ଥିବାବେଳେ ସେ ବହୁ କଠୋ ର କଟକଣା ନିର୍ଦେଶନାମା ଜାରିକରିଥିଲେ।ତୁର ନ୍ତ ଜିଲ୍ଲା ଓ ପୁଲିସ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତି ରେ ନିୟୋଜିତ ଭାରିଯନ୍ତ୍ରପାତି,ଯାନବାହନ ଜବ ତ ସମେତ ଅପରାଧିକ ମନୋବୃତି ଥିବା ଥାନାର ପୁଲିସ ବଡ଼ବାବୁ ମାନଙ୍କୁ ତୁରନ୍ତ ହଟେଇ ଦେବାକୁ ଦାବି ଜୋର ଧରିଲାଣି।