ଅଂଚଳ ଖବର

ସାଇଲୋ-ସାଇବିରି ବାଲିଯାତ୍ରା ଉତ୍ସବ ଓ ବୋଇତବନ୍ଦାଣ ଅନୁଷ୍ଠିତ

Spread the love

ଉତ୍କଳୀୟ ସଂସ୍କ୍ରୁତି,ପରମ୍ପରା ଓ ନୌ-ବାଣିଜ୍ୟର ପ୍ରତୀକ ଦୂରଦେଶରେ ବାଣିଜ୍ୟର ଇମାରତ ଗଢି ସାମ୍ରାଜ୍ୟ ବିସ୍ତାର କରିଥିବା ସାଧବ ପୁଅ ଆଜି କାହାଣୀ ଭିତରେ ବନ୍ଦୀ,ଅଫେରା ସ୍ମ୍ରୁତି ,ଇତିହାସର କଥାବସ୍ତୁ । ସେଇ ବିସ୍ମ୍ରୁତ ସ୍ମ୍ରୁତିକୁ ମନେରଖିବାକୁ ଆଜିର ସଂସ୍କ୍ରୁତି ଓ ପରମ୍ପରା ପାଲଟିଛି ବାଲିଯାତ୍ରା ଓ ବୋଇତବନ୍ଦାଣ ଉତ୍ସବ।କ୍ରମେ ଏହା ଜାତୀୟ ଗଣପର୍ବର ରୂପ ନେବାକୁ ବସିଲାଣି।ଏହି କ୍ରମରେ ସାଇଲୋ ଝାରପଡା ସ୍ଥିତ ପୁଣ୍ୟତୋୟା ଦେବୀ ନଦୀ ତଟରେ୨୦୧୨ ମସିହା କାର୍ତ୍ତିକ ପୂର୍ଣିମା ଦିନ ସାଇଲୋ ଝାରପଡା ଗ୍ରାମର ଡାଃ ବ୍ରଜନାଥ ମହାପାତ୍ରକଂ ସାଧୁଉଦ୍ୟମରେ ସ୍ଥାନୀୟ ଅଂଚଳବାସୀକୁଂ ନେଇ ପ୍ରଥମ କରି ଆରମ୍ଭ ହୋଇଥିଲା ବୋଇତବନ୍ଦାଣ ଓ ବାଲିଯାତ୍ରା ଉତ୍ସବ।ପରେ ଯାହା ସାଇଲୋ -ସାଇବିରି ବାଲିଯାତ୍ରା ଉତ୍ସବ ନାମରେ ପରିବର୍ତ୍ତିତ ହୋଇଥିଲା।ଚାହୁଁ ଚାହୁଁ ଏ ଭିତରେ ୭ବର୍ଷ କେମିତି କେଜାଣି ଦେବୀ ନଦୀର ପାଣିସୁଅ ପରି ବହିଗଲାଣି ,ଚଳିତ ବର୍ଷକୁ ଉତ୍ସବ୮ମ ବର୍ଷ ଛୁଇଁଛି। ପରିଚାଳନା ପାଇଁ ସାଇଲୋ – ସାଇବିରି ବାଲିଯାତ୍ରା କମିଟୀ ନାଁ ରେ ଗଢାହୋଇଛି ଏକ କମିଟୀ ।ପ୍ରାୟତଃ ସ୍ଥାନୀୟ ସବୁ ଅଂଚଳରୁ ପ୍ରତିନିଧିତ୍ୱ ରହିଛି ଏହି କମିଟୀରେ।ଚଳିତ ବର୍ଷ କମିଟିର ସଦସ୍ୟ ଅଛନ୍ତି ଅଶୋକ ସ୍ୱାଇଁ , ସୁନିଲଦଳବେହେରା,ଶେଷଦେବ ପାତ୍ର, ସୁନିଲ ଦଳବେହେରା,ଯଚୀନ୍ଦ୍ରସାହୁ,ଅଜିତ ରାଉତରାୟ,ସୁଶିଲ ଦଳବେହେରା,ମୂରଲୀଧର ବାରିକ,ବିଶ୍ୱନାଥ ବାରିକ ,ଅଜୟକୁମାର ଜେନା,ସଂଦୀପସ୍ୱାଇଁ ,ଅଲେଖ ବାରିକ,ଶିବଲାଭ ବେହେରା ,ପ୍ରେମାନନ୍ଦ ଦାସ,ସୁରେନ୍ଦ୍ର ସେଠୀ,ପ୍ରକାଶ ସ୍ୱାଇଁ,ବିକାଶ ଜେନା,ପ୍ରଦୀପ ପ୍ରଧାନ ,କିଶୋର ବେହେରା,ପ୍ରିୟବ୍ରତ ମହାନ୍ତି ,ଯୁଦ୍ଧିଷ୍ଠିର ମୂଳିଆ,ଲିଂଗରାଜ ପ୍ରଧାନ ପ୍ରମୁଖ ।କାର୍ଯ୍ୟକାରୀ ସଭାପତି ସନାତନ ପରିଡା ,ଉପସଭାପତି ବିପିନ ବିହାରି ମୂଳିଆ ସଂପାଦକ ନିରଂଜନ ବେହେରା ଏତଦ ଭିନ୍ନ ବହୁ କିଶୋର,ଯୁବକ, ବୟସ୍କ ଗୁଣ୍ଡୁଚି ମୂଷାପରି ଲାଗିଛନ୍ତି ଉତ୍ସବକୁ ସଫଳ କରିବାକୁ ଓ ଚଳିତ ବର୍ଷ ଉତ୍ସବ ସ୍ଥଳକୁ ପ୍ରାୟ ୮୦ ଗୋଟି ବ୍ୟବସାୟୀକ ଷ୍ଟଲ ଆସିଥିବା କହିଛନ୍ତି ଅଜୟ କୁମାର ଜେନା । ଆଜି ପ୍ରତ୍ୟୁଷରେ ଉତ୍ସବ ପାଳନ ନିମନ୍ତେ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।ନିଆଳି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡାଃ ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ସମ୍ମାନିତ ଅତିଥି ଭାବେ କଣ୍ଟାପଡା ପଂଚାୟତ ସମିତି ଅଧ୍ୟକ୍ଷା ସ୍ମିତାରାଣୀ ସ୍ୱାଇଁ,ଉପାଧ୍ୟକ୍ଷ ସୁଦର୍ଶନ ରାଉତରାୟ ,ସାଇଲୋ ଝାରପଡା ଗ୍ରାମ ପଂଚାୟତ ସମିତି ସଦସ୍ୟା ପ୍ରଗତୀ ଦଳବେହେରା ,ସରପଂଚ ସୁବାଷ ଚନ୍ଦ୍ର ବିଶ୍ୱାଳ ,ବ୍ଲକ ଆତ୍ମା ଅଧ୍ୟକ୍ଷ ନକୁଳ ରାଉତ , କଣ୍ଟାପଡା ବ୍ଲକ ବି.ଡି.ଓ କେ. ଅଶୋକ କୁମାର ,ସଭାମଂଚରେ ଉପସ୍ଥିତ ଥିଲେ। ବିଧାୟକ ତାଂକ ସଂକ୍ଷୀପ୍ତ ଭାଷଣରେ ଉତ୍କଳୀୟ ନୌ-ବାଣିଜ୍ୟର ସ୍ମ୍ରୁତି ରୋମନ୍ଥନ କରିବା ସହିତ ବୋଇତ ବନ୍ଦାଣର ପରମ୍ପରା ପାଳନ ନେଇ ସଚେତନ କରିଥିଲେ । ସଭା ପୂର୍ବରୁ ବୋଇତବନ୍ଦାଣ ଉତ୍ସବର ମୁଖ୍ୟ ପୁରୋଧା ଭାବେ ବିଧାୟକ ଡଃ ମଲ୍ଲିକ ଉପସ୍ଥିତ ରହି ଦେବୀ ନଦୀରେ ଶଂଖ ହୁଳହୁଳି ମଧ୍ୟରେ ବୋଇତ ବନ୍ଦାଣ ଉତ୍ସବର ସାଧବପୁଅ ଭାବେ ନୌ-ଚାଳନା କରିଥିଲେ । ସଂଖ୍ୟାଧିକ ମହିଳା ଗୋଷ୍ଠୀ ଓ ସାଧାରଣ ଲୋକେଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଆଜିଠାରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ଆସନ୍ତା ୧୯ ତାରିଖରେ ଉଦଯାପିତ ହେବ ଦର୍ଶକ ମାନକଂ ମନୋରଂଜନ ନିମନ୍ତେ ପ୍ରତ୍ୟେହ ବିଭିନ୍ନ ସାଂସ୍କ୍ରୁତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିବା ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।ଶାନ୍ତିଶ୍ରୁଂଖଳା ନିମନ୍ତେ ଥାନାଧିକାରୀ ଶରତ ଚନ୍ଦ୍ର ସେଠୀକଂ ନେତ୍ରୁତ୍ୱରେ ଆରକ୍ଷୀ କର୍ମି ମାନେ ନିୟୋଜିତ ରହିଛନ୍ତି।

Leave a Reply

Your email address will not be published. Required fields are marked *

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]

କଂଗ୍ରେସର ପଦଯାତ୍ରା ଓ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ

Spread the love

Spread the loveସଭା ପ୍ରାରମ୍ଭରେ ପୂର୍ବତନ କଣ୍ଟାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ୱର୍ଗତଃ […]

ମଧ୍ୟାହ୍ନ ଭୋଜନ ପନିକିରେ ଛାତ୍ରୀଙ୍କ ପାଦ କଟିଲା!ଘଟଣା ଚାପିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଉଦ୍ୟମ!!

Spread the love

Spread the loveକଟକ ଗ୍ରାମାଞ୍ଚଳ ଜିଲ୍ଲା,(ନିପ୍ର)କଟକ ଗ୍ରାମାଞ୍ଚଳ ଜିଲ୍ଲା,କଣ୍ଟାପଡ଼ା ବ୍ଲକ,ଗୋବିନ୍ଦପୁର ଥାନା ଅନ୍ତର୍ଗତ […]