
୩୩କେ.ଭି ବିଦ୍ୟୁତ ଲାଇନ ର ବାଗଲପୁରଠାରେ ଷ୍ଟେ କାଟିନେବା ଅଭିଯୋଗରେ ଓଲଟପୁରଥାନାରେ ‘ସେସୁ’ପକ୍ଷରୁ ଲିଖିତଏତାଲା ହେଲା
ଉଚ୍ଚଶକ୍ତିସଂପନ୍ନ ୩୩ କେ.ଭି. ବିଦ୍ୟୁତ ଲାଇନ ର ୬୦ ନମ୍ବର ଫୁଲନଖରା – ନିଆଳି ରାଜ୍ୟରାଜପଥ ପାର୍ଶ୍ୱ ବାଗଲପୁରଠାରୁ ୨ଟି ଷ୍ଟେ କୁ କାଟିନେଇଥିବା ଅଭିଯୋଗରେ ନିର୍ମାଣାଧୀନ ଘରମାଲିକ କଂ ନାମରେ ଆଜି ସେସୁ ପକ୍ଷରୁ ଓଲଟପୁର ଥାନାରେ ଲିଖିତଏତାଲା ହୋଇଛି। ବିଭାଗୀୟ ଉଚ୍ଚ କର୍ତ୍ତ୍ରୁପକ୍ଷକଂ ନିର୍ଦ୍ଦେଶ କ୍ରମେ ଇଂଜିନିୟର ପ୍ରଭାତ କୁମାର ସାହୁ ଏହିଏତାଲା ଦେଇଥିବା ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ,୩୩କେ.ଭି ବିଦ୍ୟୁତ ଲାଇନ ଏଜମେଣ୍ଟ ଏରିଆ ନିର୍ଦ୍ଦେଶନାମା ବାରଣ ଭାଂଗି ନିର୍ମାଣ ହେଉଥିବା ଏକ କଲ୍ୟାଣମଣ୍ଡପକୁ ସମସ୍ୟା ହେବା ଆଶଂକାରେ ବିଦ୍ୟୁତ ଷ୍ଟେ କୁ କାଟିନିଆଯାଇଥିବା ସନ୍ଦେହ ବିଭାଗ ଆକଳନ କରିଛି । ଷ୍ଟେ କାଟିନେବା ଯୋଗୁ ବଡ ଦୁର୍ଘଟଣା ଆଶଂକା ଥିବା ଏତାଲାରେ ଦର୍ଶା ଯାଇଛି । ଷ୍ଟେ କାଟିନେବା ପରେ ୩ଟି ଖୁଣ୍ଟ ବଂକା ହୋଇଯାଇଥିବା ବିଭାଗରେ କାମକରୁଥିବା କିଛି ଠିକାଦାର କହିଛନ୍ତି ।ଏ ସଂପର୍କରେ ସଂପ୍ରୁକ୍ତ ଅଭିଯୁକ୍ତକଂ ପକ୍ଷରୁ କୁହାଯାଇଛି କି ନିର୍ମାଣ କାର୍ଯ୍ୟବେଳେ ବାଲିଟ୍ରକ ଗଳିପଡିବାରୁ ଷ୍ଟେ ଟିକୁ ଖୋଲି ଦିଆଯାଇଥିଲା । ତେବେ ୩୩ କେ.ଭି ବିଦ୍ୟୁତ ଲାଇନ ର ଧାର୍ଯ୍ୟ ଏଜମେଣ୍ଟ ଏରିଆ ୫.୫ ମିଟର ମଧ୍ୟରେ ଏହି କଲ୍ୟାଣମଣ୍ଡପ ନିର୍ମାଣର ଅନୁମତି କିଏ ଦେଲା ? ବିଦ୍ୟୁତ ବିଭାଗ ଉଚ୍ଚକର୍ତ୍ତ୍ରୁପକ୍ଷ ଏହାକୁ ବନ୍ଦ ନ କରି ଚୁପ୍ ବସିଛନ୍ତି କାହିଁକି ? ଧନ ଜୀବନ ବିପନ୍ନ ହେଲେ ଦାୟୀ କିଏ ରହିବ ସେଥିନେଇ ବିଭିନ୍ନ ମହଲରୁ ପ୍ରଶ୍ନବାଚୀ ସ୍ରୁଷ୍ଟି ହୋଇଛି। ବିଭାଗୀୟ ଏଜମେଣ୍ଟ ନିର୍ଦ୍ଦେଶନାମାର ନକଲ ଏଥିସହ ପାଠକ କଂ ଅବଗତି ନିମନ୍ତେ ଦାଖଲ କରାଗଲା ।







