ଅପରାଧ ଦୁର୍ନିତି ରାଜ୍ୟଖବର

୩ ହତ୍ୟା ଅଭିଯୁକ୍ତ ଗିରଫ,କୋର୍ଟ ଚାଲାଣ!

Spread the love

କଟକ ଗ୍ରାମାଞ୍ଚଳ,୨୬/୦୭(ନି ପ୍ର)ଗୋବିନ୍ଦପୁର ଥାନା,ନୂଆ ଗାଁ ଗ୍ରାମର ଦେବେନ୍ଦ୍ର ବେହେରା ହତ୍ୟା କାଣ୍ଡର ୩ଅଭିଯୁକ୍ତ ପଶା,କାଳିଆ ଓ ବାଘଙ୍କୁ ଆଜି ଗୋବିନ୍ଦପୁର ପୁଲିସ ଗିରଫ କରି ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛି।ସେମାନଙ୍କ ନାମରେ ଥାନା କେଶ ନମ୍ବର ୧୦୩/୨୨ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୦୨/୩୪ରେ ମାମଲା ରୁଜୁ ହୋଇ ଛି।ଗୋବିନ୍ଦପୁର ଥାନା ପରିସରରେ ଆଜି ଅପରାହ୍ନ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଦର ଉ ପଖଣ୍ଡ ପୁଲିସ ଅଧିକାରୀ ସୁବାସ ଚନ୍ଦ୍ର ପଣ୍ଡା,ଥାନା ନି ରୀକ୍ଷକ ଅନାମ ଚରଣ ନାୟକ ଉକ୍ତ ସୂଚନା ଗଣମା ଧ୍ୟମ ଆଗରେ ରଖିଛନ୍ତି।ସୂଚନା ଅନୁଯାୟୀ,ଦେବେ ନ୍ଦ୍ରଙ୍କ ସହିତ ମୁଖ୍ୟ ଅଭିଯୁକ୍ତଙ୍କ ପୂର୍ବ ଶତ୍ରୁତା ଥିଲା।ତେବେ ଏହି ଶତ୍ରୁତା କେଉଁ ବିଷୟ ନେଇ ତାହା ନିର୍ଦ୍ଦିଷ୍ଟ ଭାବେ ପ୍ରକାଶ କରାଯାଇ ନ ଥିଲେ ହେଁ ଘଟଣା ଦିନ ରାତି ପ୍ରାୟ ୧୧ଟା ପରେ ଦେବେନ୍ଦ୍ର ସାଇକେଲ ଚଳାଇ ନାହାଳପୁର ଆଡୁ ନିଜ ଘରକୁ ଫେରୁଥିଲେ।ତାଙ୍କୁ ନୂଆଗାଁ ଛକ ପାଖରେ ମଦ ପିଉ ଥିବା ଅଭିଯୁକ୍ତ ମାନେ ଅଟକାଇ ଆକ୍ରମଣ କରିଥି ଲେ।ଇଟାରେ ଛେଚି ଦେବାରୁ ଦେବେନ୍ଦ୍ର ତଳେ ପଡ଼ି ଯାଇ ଥିଲେ।ମଦ ବୋତଲ ଭାଙ୍ଗି ତାଙ୍କ ପେଟରେ ଅ ଭିଯୁକ୍ତ ମାନେ ଭୂଷି ଦେଇଥିଲେ ଓ ଚାପଡରେ ହାଣି ହତ୍ୟା କରିଥିଲେ।ମୃତ ଦେବେନ୍ଦ୍ରଙ୍କ ଭାଇଙ୍କ ଲିଖିତ ଅଭିଯୋଗ ଭିତ୍ତିରେ ପୁଲିସ ମାମଲା ରୁଜୁ କରି ତଦ ନ୍ତ ଚଳାଇଥିଲା,ସାଇଣ୍ଟିଫିକ ଟିମ୍ ଓ ସନ୍ଧାନି କୁକୁର ର ସହାୟତା ନିଆ ଯାଇଥିଲା।କୁକୁର ସନ୍ଦିଗ୍ଧଙ୍କ ଘର ପାଖରେ ବୁଲିଥିଲା।ପୁଲିସ ସନ୍ଦିଗ୍ଧ ମାନଙ୍କୁ ଥାନାରେ ଅଟକରଖି ପଚରା ଉଚରା କରିବାରୁ ଅଭିଯୁକ୍ତ ମା ନେ ଘଟଣା ଭିଆଇ ଥିବା ମାନିଯାଇ ଥିଲେ।ଆଜି ପ୍ର ତ୍ୟୁଷରୁ ପୁଲିସ ଅଭିଯୁକ୍ତ ମାନଙ୍କୁ ଧରି ଘଟଣା ସ୍ଥଳ କୁ ଆଣିଥିଲା।ସେମାନେ କେମିତି କଣ ଏହି କାଣ୍ଡ କାରଖାନା ଘଟାଇଥିଲେ ତାହାର ଡେମୋ ଦେଖାଇ ଥିଲେ,ଯାହାର ଭିଡିଓ ରେକର୍ଡିଂ ପୁଲିସ ଦ୍ଵାରା କରା ଯାଇଥିଲା।ଶେଷରେ ଅଭିଯୁକ୍ତ ମାନଙ୍କୁ କଟକ ଗ୍ରାମା ଞ୍ଚଳ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଇଜିଲାସରେ ହାଜର କରାଯାଇଥିଲା,ଜାମିନ ନାମଜୁର ହେବାରୁ ଚୌଦ୍ଵାର ମଣ୍ଡଳ କାରାଗାରକୁ ପଠାଇ ଦିଆ ଯାଇ ଛି।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]