breaking News ଅଂଚଳ ଖବର ଦୁର୍ଘଟଣା

ଅଗ୍ନିକାଣ୍ଡରେ ଜଣେ ମୃତ

Spread the love

କଣ୍ଟାପଡ଼ା,୧୦/୪(ନି.ପ୍ର) କଟକ ଜିଲ୍ଲା,ଗୋବିନ୍ଦପୁର ଥାନା, ଡିମିରି ଫାଣ୍ଡି ଅନ୍ତର୍ଗତ ଡିମିରି ଗ୍ରାମର ବିଜୟ ନାୟକ(୪୬) ପି:ଇନ୍ଦ୍ରମଣିଙ୍କର ଗତକାଲି ବିଳମ୍ବିତ ରାତ୍ରୀରେ ଅଗ୍ନିକାଣ୍ଡ ଜନିତ ଗୁରୁତର ଆହତ କାରଣରୁ ଆଜି ଚିକିତ୍ସାଳୟରେ ମୃତ୍ୟୁ ଘଟିଛି।ଅବିବାହିତ ଇନ୍ଦ୍ରମଣି ନିଜ ଭଉଣୀ ଓ ଭିଣୋଇଙ୍କ ପାଖରେ ରହୁଥିଲେ।ବିଦ୍ୟୁତ୍ ସଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟି ଗୃହ,ସମସ୍ତ ଗୃହୋପକରଣ,ଲୁଗାପଟା ଆଦି ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଥିବା ବେଳେ ସ୍ଥାନୀୟ ଅଗ୍ନି ସେବା ଶ୍ରମ ସଂସ୍ଥା କର୍ମଚାରୀ ମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ।ଗୁରୁତର ଆହତ ଅବସ୍ଥାରେ ବିଜୟଙ୍କୁ କଟକ ସ୍ଥିତ ଏକ ବେସରକାରୀ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା। ଆଜି କଣ୍ଟାପଡ଼ା ତହସିଲଦାର ଆର୍ତ୍ତତ୍ରାଣ ମଲ୍ଲିକ ବିପନ୍ନ ପରିବାରଙ୍କ ନିକଟରେ ପହଞ୍ଚି ସରକାରୀ ରିଲିଫ ସାମଗ୍ରୀ ଭାବେ ୧୦ ହଜାର ଟଙ୍କା,ଏକ ପଲିଥିନ ଆଦି ବଣ୍ଟନ କରି ଫେରିବାର କିଛି ସମୟ ପରେ ଏହି ଦୁଃଖଦ ଖବର ପହଞ୍ଚି ଥିଲା।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]