breaking News ଅପରାଧ ଦୁର୍ନିତି ରାଜ୍ୟଖବର

ଅଡଶପୁରଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କ ହୁକରେ ବିଜୁଳିଚୋରୀ କରି ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାର ଧରାପଡ଼ିଲା !କାର୍ଯ୍ୟାନୁଷ୍ଠାନ ଆରମ୍ଭ

Spread the love

ବୃତ୍ତି ହେଉଛି ଦରମା ପ୍ରାପ୍ତ ସରକାରୀ ଚାକିରି,ହେଲେ କାମ ହେଉଛି ଚୋରୀ !! କାନକୁ କଥାଟା କେମିତି ଅଡ଼ୁଆ ଅଡ଼ୁଆ ଲାଗିବା ସ୍ଵାଭାବିକ।ସବୁଠୁ କୌତୁହଳର ବିଷୟ ଯେ,ଚୋରୀ କରି ଧରା ପଡ଼ିବା ପରେ ଏବେ କାଗଜପତ୍ରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ।ସରକାର ୩୩ ବର୍ଷ ଲାଗି ଓଡ଼ିଶାରେ ସେସୁୁର ୫୧ ଭାଗ ଅଂଶ ଟାଟା ପାୱାରକୁ ବିକ୍ରି କରିଦେବା ପରେ ଖୋଦ୍ ସରକାରୀ କର୍ମଚାରୀ,ପୁଣି ସ୍ବାସ୍ଥ୍ୟବିଭାଗ ପରି ବିଭାଗର ଏମିତି ଅସ୍ୱାସ୍ଥ୍ୟ କର, କଳା କାରନାମା ପ୍ରଥମ କରି ପଦାକୁ ଆସିଛି।କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର।୬୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ଵରେ ଅବସ୍ଥିତ।ଏଠାରେ ଏବେ ମେଡିକାଲ ଅଫିସର ଭାବେ ଭରତ ଚନ୍ଦ୍ର ମହାପାତ୍ର ଅବସ୍ଥାପିତ ଅଛନ୍ତି ।ଗତ ପ୍ରାୟ ୪ଦିନ ତଳେ ଅଭିଯୋଗ ଆସିଲା କି ମେଡିକାଲ ଅଫିସରଙ୍କ ଜାଣତରେ ବିଜୁଳି ଚୋରିକରି ଜଣେ ଅସ୍ଥାୟୀ ସ୍ବାସ୍ଥ୍ୟ କର୍ମଚାରୀ ନିଜ ବାସଭବନରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଚଳାଇଛନ୍ତି।ତାଙ୍କୁ କ୍ୱାର୍ଟର ଆଲଟ ମେଣ୍ଟ ସରକାରୀ ବ୍ୟବସ୍ଥାରେ ନାହିଁ।ତେବେ ରାଜପଥ ଉପରେ ଅବସ୍ଥିତ ସରକାରୀ ଦରମା ପ୍ରାପ୍ତ କର୍ମଚାରୀ ଏପରି ସାହସ କରିଛନ୍ତି କିପରି??ଘଟଣା ପଛର ରହସ୍ୟ ଜାଣିବାକୁ ମେଡିକାଲ ଅଫିସରଙ୍କୁ ଯୋଗାଯୋଗ କରାଗଲା। ମୋବାଇଲ ଫୋନ ଉଠାଇଲେ ସତ,ହେଲେ କାଗଜ ପତ୍ର ଦେଖିଲେ କହି ୪ ଦିନ ହେଲା ଯେତେ ଫୋନ କରାଗଲେ ବି ଉଠାଇଲେ ନାହିଁ କିମ୍ବା ନିଜ ଆଦୁ କଲ ଟିଏ ବି କଲେ ନାହିଁ।ଫଳରେ ନିରୁପାୟ ହୋଇ ସତ୍ୟାନୁସଂଧାନରେ ଖବରଟି ପ୍ରସାରଣ ହେଲା।ଖବରର ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭି. କାର୍ଥିକେୟନ୍ ପାଣ୍ଡିଆନ ଓ ଓଡ଼ିଶା ଟାଟା ପାୱାର ମୁଖ୍ୟଙ୍କୁ ପଠାଗଲା।ଗତକାଲି ପୂର୍ବାହ୍ନରେ କଟକ ସି ଇ ଡି ଯୋବ୍ରା,ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀ,ଇଞ୍ଜିନିୟର ନରେଶ ଚନ୍ଦ୍ର ସାହୁ,କଟକ ଗୋପାଳପୁର ବିଦ୍ୟୁତ୍ ସବ ଡ଼ିଭିଜନ ଏସ ଡି ଓ ଇଞ୍ଜିନିୟର ଛବିଳ ବେହେରା ଓ ବିଦ୍ୟୁତ୍ ସେକ୍ସନର ବିଦ୍ୟୁତ୍ କମର୍ସ ଜେଇ ଶ୍ରୀ ବିଶ୍ବାଳ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମେଡିକାଲ ଅଫିସର ଶ୍ରୀ ମହାପାତ୍ରଙ୍କୁ ଭେଟିଥିଲେ। ଘଟଣାର ସତ୍ୟାସତ୍ୟ ଜାଣିବାକୁ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିଲା ଓ ଆଜି ଅପରାହ୍ନ ସୁଦ୍ଧା ଅନଲାଇନ୍ ରେ ବିସ୍ତୃତ ଭାବେ ଅନୁସନ୍ଧାନ ରିପୋର୍ଟ ଦେଲେ ତାହା ମୁଖ୍ୟ କାର୍ଯ୍ୟାଳୟକୁ ଦାଖଲ କରାଯିବ,ନତୁବା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଇ ଦିଆଯାଇଥିଲା।ଆଜି ପୂର୍ବାହ୍ନରେ ଯାଞ୍ଚ ବେଳେ ବହୁ ଅନିୟ ମିତତା ଧରା ପଡ଼ିଥିଲା।ମେଡିକାଲ ପାଖ ଖୁଣ୍ଟରୁ ହୁକ୍ ପକାଇ ନିଆଯାଇଥିବା ଅବୈଧ ସଂଯୋଗକୁ ୪/୫ ଜଣ କର୍ମଚାରୀ ବ୍ୟବହାର କରୁଥିବା ବେଳେ ଏଥିରେ ବହୁ ଏସି ଚଳା ଯାଉଥିବା ବି ଧରା ପଡ଼ିଥିଲା।ଯେଉଁ କର୍ମଚାରୀ ସରକାରୀ କ୍ୱାର୍ଟର ଆଲଟମେଣ୍ଟ ପାଇବାକୁ ହକଦାର ନୁହନ୍ତି ସେମାନଙ୍କୁ କ୍ୱାର୍ଟର ଓ ବିଜୁଳି ସଂଯୋଗ ଏସି ଆଦି ସୁବିଧା ମିଳିଥିବା ବେଳେ,କ୍ୱାର୍ଟର ପାଇବାକୁ ହକଦାର ଥିବା ଦୁଇ ଜଣ ସେବିକା ଏଥିରୁ ବଞ୍ଚିତ ହୋଇ ବାହାରେ ଘରଭଡ଼ା ନେଇ ରହୁଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ରାଜପଥ ଅବରୋଧ କରି ମେଡିକାଲ ପ୍ରାଚୀର କଡ଼ରେ ପକାଯାଇଥିବା ଏକ ଲୁହା କ୍ୟାବିନକୁ ଜଣେ ନା ବାଳକ ଆଇ ବଣ୍ଡ ରେ ବିଦ୍ୟୁତ୍ ସଂଯୋଗ ନେଇ ପ୍ରାୟ ଶତାଧିକ ଉଠା ଓ କେତେକ ସ୍ଥାୟୀ ଦୋକାନୀଙ୍କୁ ବିଜୁଳି ବିକୁଥିବା ଓ ମାସକୁ ଲକ୍ଷାଧିକ ଟଙ୍କା ଆୟ କରୁଥବା ଘଟଣାକୁ ଟାଟା ପାୱାର କର୍ତ୍ତୃପକ୍ଷ କାହିଁକି ଅଣଦେଖା କରୁଛନ୍ତି ତାହାର ରହସ୍ୟ ବୁଝା ପଡୁ ନାହିଁ।ନିୟମାନୁଯାୟୀ ଆଇ ବଣ୍ଡ ବିଜୁଳି ସେଇମାନଙ୍କୁ ମିଳିଥାଏ ଯେଉଁ ମାନଙ୍କ ଘର ଆଲୋକ ବିନା ଅନ୍ଧାରରେ ଥାଏ,କେବଳ ସେହି ହିତାଧିକାରୀ ଜଣଙ୍କ ବିନା ଅନ୍ୟ କାହାକୁ ଏଥିରୁ ସମ୍ପ୍ର ସାରଣ ଦିଆ ଯାଇ ପାରିବ ନାହିଁ ବୋଲି ଲିଖିତ ଚୁକ୍ତ୍ତିନାମା ବିଭାଗ ନେଇଛି,ତେବେ ଅ ଡ ଶ ପୁରରେ ନିୟମ ଭାଙ୍ଗି ଏ ଫାର୍ସ କଣ ପାଇଁ ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ହୋଇଛି।ଏହି ଘଟଣା ରେ ବିଜୁଳି ବିଭାଗ,ରାସ୍ତା ଓ ଗୃହନିର୍ମାଣ ବିଭାଗ,ଓଲଟପୁର ଥାନାକୁ ପକ୍ଷଭୁକ୍ତ କରାଯାଇ ଲୋକାୟୁକ୍ତରେ ସଦ୍ୟ ଏକ ମାମଲା ବି ରୁଜୁ ହୋଇଛି।ଏପରି ମନୋମୁଖୀ ବିଦ୍ୟୁତ୍ ସଂଯୋଗରୁ ଗତ କିଛିବର୍ଷ ତଳେ ଅଡଶପୁର ଠାରେ ଏକ ଆଖୁ କିଆରିରେ ଜଣେ ସାଧାରଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।

ବିଜୁଳି ଚୋରୀ ଯେଉଁଠି ବେପାର ପାଲଟିଛି…….!!!!!!

Leave a Reply

Your email address will not be published. Required fields are marked *

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]

“ଫନି”ଘରଭଙ୍ଗା ସହାୟତା ନାମରେ କୋଟି ଟଙ୍କାର ଦୁର୍ନୀତି!!ଦାୟୀ କିଏ?ଆଦାୟ ହେବ କାହାଠୁ??

Spread the love

Spread the loveରାଜ୍ୟ ସରକାର ଏଥିନେଇ ସ୍ପଷ୍ଟୀକରଣ ଦେବାକୁ ଦାବୀ ହେଉଛି।

ନକଲି ଓକିଲଙ୍କ କଦଳୀ ବଣରେ ହୁକ ବିଜୁଳି,ଟାଟା ପାୱାର ନିଏ ସମ୍ଭାଳି

Spread the love

Spread the loveଚାଲ !ସଜନୀ ମୋର,କଦଳୀ ବଣରେ କରିବା ଘର!ନକଲି ଓକିଲକୁ ମୁଁ […]