
ଅଡଶପୁରରେ କଙ୍ଗାରୁ କୋର୍ଟ ବସି ରାଜାଙ୍କୁ ହତ୍ୟା କରାଯାଇ ଥିଲା

କଟକ ଗ୍ରାମାଞ୍ଚଳ (ନି.ପ୍ର)ଓଲଟପୁର ଥାନା ଅନ୍ତର୍ଗତ ଅଡଶପୁର ଠାରେ ଗଣେଶ ମୂର୍ତ୍ତି ବିସର୍ଜନ ଭସାଣି ଶୋଭାଯାତ୍ରାରୁ ଅପହରଣ କରି ନିଆଯାଇ ବେଢ଼ା ସାହିର ସୌମ୍ୟ ଯୁବକ ରାଜା(୨୬)ଙ୍କ ହତ୍ୟା ଘଟଣା ରହସ୍ୟ ଉପରୁ ପରଦା କ୍ରମଶଃ ହଟିବାରେ ଲାଗିଛି।ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ,ଆଜି ପୂର୍ବାହ୍ନରେ ଅଡଶପୁର କଲେଜ ପାଖ ଜନୈକ ଦହିବରା ଦୋକାନୀଙ୍କ ଝିଅକୁ ରାଜାର ପ୍ରେତାତ୍ମା ସବାର ହୋଇଥିଲା।ଘଟଣା ଦେଖିବାକୁ ଲୋକେ ରୁଣ୍ଡ ହୋଇଥିଲେ।ପ୍ରେତାତ୍ମା ଧାରି ଝିଅ କହିଥିଲା ଯେ ସେମାନେ ୪ଜଣ ମୋତେ ମଦ ପିଆଇ,ବାନ୍ଧି ମାଡ ଦେଲେ,ମିଳା ମିଶା କରିବାକୁ ନେଇଯାଇ ମୋ ଆଖି ଫୁଟାଇଦେଲେ,ମୋତେ ମାରି କେନାଲରେ ପକାଇ ଦେଲେ।ବିଜ୍ଞାନ ଯୁଗରେ ପ୍ରେତ ସବାର ବିଶ୍ୱାସ ଯୋଗ୍ୟ ନ ହେଲେ ବି ଘଟଣାର କୁଳ କିନାରା, ପ୍ରମାଣ ପାଉ ନଥିବା ପୁଲିସ ପ୍ରତି ଏହା ବିରାଟ ଅନ୍ଧକାର ଭିତରେ କ୍ଷୀଣ ଦୀପ ଶିଖାଟିଏ ସଦୃଶ, ଯାହାକୁ ଭିତ୍ତି କରି ପୁଲିସର ବିଜ୍ଞାନ ଭିତ୍ତିକ ତଦନ୍ତ ଆଗକୁ ବଢିବା ଅତି ସହଜ।ଅପରାଧୀ ଓ ଅପରାଧ ବିଜ୍ଞାନର ତତ୍ତ୍ଵ ଅନୁଯାୟୀ,ଅପରାଧୀ ତାହାର ଜାଣତ ରେ ହେଉ ଅଥବା ଅଜାଣତରେ ଏମିତି କିଛି ସୂତ୍ର ଛାଡି ଯାଇଥାଏ ଯାହାର ଅନୁଧାବନ କରି ପୁଲିସର ସନ୍ଧାନୀ ଆଖି ଅପରାଧୀ ପାଖରେ ପହଞ୍ଚି ଯାଇ ଥାଏ।ତେଣୁ ଏହି ଦୃଷ୍ଟିରୁ ଲକ୍ଷ୍ୟ କରାଗଲେ ଜିଲ୍ଲା ବାହାରୁ ଆସି ଏଠାରେ ଦହିବରା ଓ ଗୁପଚୁପ ବ୍ୟବ ସାୟ କରୁଥିବା ଉକ୍ତ ବ୍ୟକ୍ତିଙ୍କ ଝିଅକୁ ପ୍ରେତାତ୍ମା ସବାର ଓ ହତ୍ୟାକାଣ୍ଡ ରହସ୍ୟ ବଖାଣିବା ଘଟଣା ପରେ ଝିଅକୁ ଧରି ସପରିବାର(ବାପା,ମାଆ,ଝିଅ) ୩ଜଣ ଆଜି ଫେରାର ହୋଇ ଯାଇଥିବା ଲୋକେ କହିଛନ୍ତି।କାହିଁକି???କେଉଁ ଗୁପଚୁପ୍ ଦୋକାନୀ ପୂର୍ବରୁ କାହା ଇଙ୍ଗିତରେ ଏରଞ୍ଚ ଗ୍ରାମରେ ଯାଇ ଗୁଣ୍ଡା ଭାବେ ନିୟୋଜିତ ହୋଇଥିଲା?ଏଣୁ ଅଣ୍ଡା,ଗୁପ ଚୁପ,ଦହିବରା ବ୍ୟବସାୟୀଙ୍କ ଉପରକୁ ସବୁଆଡୁ ଆଙ୍ଗୁଳି ଉଠିଲାଣି।ଏହି ସନ୍ଦେହ ଓ ଅଶାନ୍ତି ଏବେ କେନ୍ଦ୍ରୀଭୂତ ହେବାରେ ଲାଗିଛି।
ଗୋପନୀୟ ସୂତ୍ରରୁ ତଥ୍ୟ ଅନୁଯାୟୀ,ହତ୍ୟାକାଣ୍ଡର ଜାଲ ଓ ଷଡ଼ଯନ୍ତ୍ର ଆଗରୁ ଯୋଜନାବଦ୍ଧ ଥିଲା।କେବଳ ଭସାଣି ଜନଗହଳିକୁ ଅପେକ୍ଷା ଥିଲା।ରାଜାର ସ୍ୱାସ୍ଥ୍ୟ ଆକ୍ରମଣକାରୀଙ୍କୁ ପ୍ରତିହତ କରି ବାରେ ସକ୍ଷମ ଥିବାରୁ ନିଶା ଦେଇ କବଳିତ କରା ଯାଇଥିଲା।ଶୋଭାଯାତ୍ରା ବେଶ୍ ଜନଗହଳି ପୂର୍ଣ୍ଣ ଥିବା ଓ ଆଗକୁ ବଢ଼ୁଥିବା ବେଳେ ଗଣ୍ଡଗୋଳ ରଚି ସମାଧାନ ଆଳରେ ପଞ୍ଚାୟତର ପୁରୁଣା କାର୍ଯ୍ୟାଳୟ ପାର୍ଶ୍ଵ ପଛପଟ ଉରାଡ ରାସ୍ତା କିଟିମିଟିଆ ଅନ୍ଧାରକୁ ନିଆ ଯାଇଥିଲା।ସେଠାରେ ରାଜାକୁ ହାତ ବାନ୍ଧି ପ୍ରବ ଳ ମାଡ଼ ଦିଆ ଯାଇଥିଲା।ଆଖି ଦୁଇଟିକୁ ଫୁଟାଇ ଦିଆଯାଇଥିଲା,ଯାହା ଶବ ଦେଖିଥିବା ଲୋକେ ଜାଣ ନ୍ତି।ଶବକୁ ସେଠାରେ ଲୁଚାଇ ରଖି ଶୋଭାଯାତ୍ରା ସରିବା ପରେ ଓ ନିରୋଳା ପରେ ରାତି ପ୍ରାୟ ୩ଟା ସୁଦ୍ଧା ମୁଖ୍ୟ ପିଚୁ ରାସ୍ତାକୁ ନ ଆଣି ହତ୍ୟାକାରୀ ମା ନେ ନିଆଳି ଡିଷ୍ଟ୍ରିବ୍ୟୁଟାରି ବନ୍ଧ ଓ ଏହି କେନାଲର ଭରାପାଣିରେ ପ୍ରାଚୀ ଜିମଖାନା ପାଖ ପର୍ଯ୍ୟନ୍ତ ନେଇ ଫିଙ୍ଗି ଦେଇ ଘରକୁ ଯାଇଥିଲେ।ତଦନ୍ତର କେତୋ ଟି ସମ୍ଭାବ୍ୟ ଦିଗ:-(୧)ପୂର୍ବରୁ ଅଡଶପୁର ଠାରେ ଯେତେ ଗୋଟି ହତ୍ୟାକାଣ୍ଡ ସଂଗଠିତ ହୋଇଛି ସବୁଥିରେ ଅଡଶପୁରର ଅପରାଧୀ ହିଁ ସଂପୃକ୍ତଥିବା ସ୍ପଷ୍ଟ ହୋଇଛି।(୨)ବେଢ଼ା ସାହି ପିଲାଙ୍କ ଉପରେ ଆଗରୁ କେହି କେବେ ବି ହାତ ଉଠାଇବା ନଜିର ଦେଖିବାକୁ ମିଳିନ ଥିଲା(୩)ଏତେବଡ଼ ଘଟଣାରେ ସମ୍ରୁକ୍ତ ସ୍ଥାନରେ ଦୁଇ ତିନି ଗୋଟି ଖବର କାଗଜର ଏଜେଣ୍ଟ କମ୍ ରିପୋର୍ଟରଙ୍କ ଘର,ସ୍ଥାୟୀ ବାସିନ୍ଦା ମଧ୍ୟ,ସେମାନେ ଏ ହତ୍ୟାକାଣ୍ଡ ଘଟଣା ଓ ଅଭିଯୁକ୍ତଙ୍କ ଟେର ପାଇଲେନି କେମିତି?ନା ସେମାନଙ୍କ ଭିତରୁ କେହି ଘଟଣାରେ ଜଡ଼ିତ ଅଛନ୍ତି କି?(୪)ଏତେବଡ଼ ଜନଗହଳି ଭିତରୁ ଜଣେ ବଲଶାଳୀ ଯୁବକଙ୍କୁ କେହି ଜଣେ ଉଠାଇ ନେଇ ପାରେ କି?ବରଂ ଜଣେ ନୁହେଁ ପ୍ରାୟ ଅନ୍ୟୁନ ୪ଜଣ ହତ୍ୟା କରି ଦେଲେ,ଅଥଚ କେହି ଜାଣି ପାରିଲେନି କେମିତି?(୫)ହତ୍ୟାକାଣ୍ଡରେ ପୂର୍ବ ସଂପୃକ୍ତି ଥିବା କେହି ବ୍ୟକ୍ତି ଗଣମାଧ୍ୟମ ସହ ସିଧା ସଳଖ ଜଡ଼ିତ କି?ପୁଲିସ ରେକର୍ଡରେ ଏପରି ବ୍ୟକ୍ତି ସବୁ କିଏ କିଏ?ଯେଉଁମାନେ ଏବେ ବି ବଂଚି ଛନ୍ତି ଓ ଅପରାଧ ଦୁନିଆରେ ସକ୍ରିୟ ଅଛନ୍ତି?(୬) ବିଜୁଳି ସଂଯୋଗ ନେବାକୁ କେନ୍ଦ୍ରକରି ରାଜା ଓ ତାଙ୍କ ପିତା ରଘୁନାଥଙ୍କ ସହ କାହାର,କେବେ(୨/୩ ମାସ ତଳେ)ଗଣ୍ଡଗୋଳ ହୋଇଥିଲା,ଓ ରାଜାଙ୍କୁ ହତ୍ୟା ଧମକ ମିଳିଥିଲା।(୭)ରାଜାଙ୍କ ପିତା ରଘୁ ନାଥଙ୍କ ଏତଲାର ଲେଖକ କିଏ?ତାହା ଏତଲାରେ ଉଲ୍ଲେଖ ହୋଇଛି କି?ପୁଲିସର ଅନୁସନ୍ଧାନ ବେଳେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଗୋଟିଏ ସ୍ଥାନରେ ଧ୍ୟାନ କେନ୍ଦ୍ରିତ ହେବ ନିଶ୍ଚିତ।ଅପରାଧୀ କିଏ ତାହା ସହଜ ରେ ସାମ୍ନାକୁ ଆସିଯାଇ ପାରେ।ହେଲେ ଓଲଟପୁର ପୁଲିସର ସେହି ସତ୍ ସାହସ ଅଛି ତ????ଆଜିର ସାଧାରଣ କ୍ଷୁବ୍ଧ ଜନତାର ପ୍ରଶ୍ନ।ବ୍ୟବଚ୍ଛେଦ ରିପୋର୍ଟ ହତ୍ୟା ବୋଲି ନିଶ୍ଚିତ ଆସିପାରେ ଯାହା ଖାଲି ଆଖି କୁ ବି ଶବ ଦେହରେ ଦୃଶ୍ୟମାନ ହେଉଥିଲା।