
ଅଡଶପୁର ହତ୍ୟାକାଣ୍ଡର ମୁଖ୍ୟ ନାୟକ ଜଣେ ସାମ୍ବାଦିକ!!


କଟକ ଗ୍ରାମାଞ୍ଚଳ(ନି.ପ୍ର)ଆଜିର ଗଣମାଧ୍ୟମ ଅନେକ ଅପରାଧୀଙ୍କ ନିରାପଦ ଆଶ୍ରୟସ୍ଥଳ ବନି ଆତ୍ମରକ୍ଷା ର ଢାଲ ଭାବେ ବ୍ୟବହୃତ ହେଉଥିବାରୁ ଏହି ପବିତ୍ର ବୃତ୍ତି ଉପରେ ଆଞ୍ଚ ଆସିଛି।ସାମ୍ୱାଦିକତାର ପାଠ୍ୟ କ୍ରମ ନ ପଢି,ଉପଯୁକ୍ତ ଯୋଗ୍ୟତା ନ ଥାଇ ଖବର କାଗଜ ବିକା ଏଜେଣ୍ଟ,ଅନାମଧେୟ କଟକଣା ବିହୀ ନ,ନୀତି ନୈତିକତାହୀନ କିଛି ପୋର୍ଟା ଲଙ୍କ ଯୋଗୁ ଏବେ ଅପରାଧ ଜଗତ ନିୟନ୍ତ୍ରିତ ହେଉଛି,ଫଳରେ ଜନ ସାଧାରଣ ଏବେ ଘୋର ଅଣନିଶ୍ବାସୀ,ଅପରାଧ ବଢୁଛି,ଧନ ଓ ଜୀବନ ଅସୁରକ୍ଷିତ।ଯାହା ଏବେ ଅଡ ଶପୁର ହତ୍ୟାକାଣ୍ଡ ଘଟଣା ପ୍ରମାଣିତ କରିଛି।ଏହି ହତ୍ୟାକାଣ୍ଡ ଘଟଣାରେ ସ୍ଥାନୀୟ ଇଲାକାର ତଥା କଥିତ ଜଣେ ସାମ୍ବାଦିକ ପ୍ରଚ୍ଛନ୍ନ ଇଙ୍ଗିତ ଓ ମହା ନାୟକତ୍ଵ ଥିବାର ଅଞ୍ଚଳସାରା ଏବେ ଗୁପଚୁପ ଆଲୋଚନା ରଟିଛି!ପୁଲିସ ସନ୍ଦେହରେ କେତେକ ଦହିବରା,ଗୁପଚୁପ,ସିଝା ଅଣ୍ଡା,ପାମ୍ପଡ ବିକ୍ରେତାଙ୍କ ପୁଅ,ଆଦି ଉଠା ଦୋକାନୀ ମାନଙ୍କୁ ପଚରା ଉଚରା ସାଙ୍ଗକୁ ପାଖାପାଖି ଘରୋଇ ବ୍ୟକ୍ତିଙ୍କ ସି.ସି ଟିଭି ଫୁଟେଜକୁ ଅନୁଧ୍ୟାନ କରୁଛି।ଜଣେ ଯୁବକ ଯେ କି ଉକ୍ତ ହତ୍ୟାକାଣ୍ଡ ସନ୍ଦିଗ୍ଧ ଅଭିଯୁକ୍ତ ବୋଲି ବିଚାର କରାଯାଉଛି,ସେ ବରମୁଣ୍ଡା ପିନ୍ଧି କାଦୁଅ ପଙ୍କ ସାଲୁ ବାଲୁ ପାଦରେ ହତ୍ୟାକାଣ୍ଡ ପରେ ଫେରୁଥିବା ଦେଖି କେହି ଜଣେ ସେହି ରାତିରେ ପଚାରିଥିଲେ କି ଆରେ ଏମିତି ବେଶ କଣ?ଉତ୍ତର ମିଳିଥିଲା କି ଭସାଣିରୁ ଫେରୁଛି ତ!ତା ଆଗରୁ ତରବରିଆ ଭାବେ ଗୁପ ଚୁପ୍ ରଖିଦେଇ ଯାଉଛି,ନ ହେଲେ ବେଢ଼ା ସାହି ପିଲା ସବୁ ଖାଇ ସଫା କରିଦେବେ ବୋଲି କହିଥିବା ବି ଉତ୍ତର ମିଳିଥିଲା!ତେଣୁ ଏହି ଯୁବକ କିଏ?ଯାହାର ବକ୍ତବ୍ୟ ସୂଚନା ଦେଉଛି ଯେ ହତ୍ୟାକାଣ୍ଡ ଯୋଜନା ନିଃସଦେହ ଭାବେ ପ୍ରାକ୍ ପ୍ରସ୍ତୁତ ଥିଲା।ଏବେ କିଛି ଘଟଣା ଓ ମୃତ ଯୁବକଙ୍କ ସମ୍ପର୍କରେ ତଥ୍ୟକୁ ସର୍ଟ ଲିଷ୍ଟ କରିବା,ଯାହା କିଛି ତଥ୍ୟ ସ୍ପଷ୍ଟ ହେବ।ସ୍ଥାନୀୟ କେତେକ ସାମ୍ବାଦିକ ଯେଉଁ ମାନେ ଅପରାଧିକ ପୃଷ୍ଠ ଭୂମିର ଅଟନ୍ତି ବୋଲି ପୁଲିସ ରେକର୍ଡ କହୁଛି,ସେମା ନେ ସବୁ କିଏ କିଏ ହୋଇ ପାରନ୍ତି!ହେବ ପ୍ରଥମ କ୍ରାଇଟେରିଆ।ଦ୍ଵିତୀୟ ବେଢ଼ା ସାହିର ପିଲାଙ୍କୁ ହତ୍ୟା ହେଲା ଅଥଚ ବେଢ଼ାସାହି ପିଲାଏ ଏହାକୁ କିଛି ଜାଣି ପାରିଲେନି ଓ ନୀରବ ରହିଲେ କେମିତି ????ମୃତ ରାଜା ସମ୍ପର୍କରେ ସ୍ଥାନୀୟ କିଛି ଲୋକେ କହିଛନ୍ତି ଯେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭିତରେ କାର୍ଯ୍ୟ ରତ ଜଣେ ବିବାହିତା ମହିଳା କର୍ମଚାରୀଙ୍କ ପିଛା ପଡ଼ିଥିବା ଯାହା ଆଲୋଚନା ହେଉଥିଲା,ରାଜା ସହ ବିବାଦର ଆପୋଷ ସମାଧାନ ବହୁ ଆଗରୁ ହୋଇ ସାରିଥିବାରୁ ଏହି ପ୍ରସଙ୍ଗ ମଧ୍ୟ ଆଉ କାରଣ ହୋଇ ନ ଥିଲା।ପରବର୍ତ୍ତୀ ପ୍ରସଙ୍ଗ ଅନୁଯାୟୀ ରାଜା ବଡ଼ ଖାଲ ଗ୍ରାମର ଜଣେ ଝିଅକୁ ଭଲ ପାଉଥିବା କିଛି ଖବରକୁ ଭିତ୍ତିକରି ପୁଲିସ ସଂପୃକ୍ତ ବାପ ଓ ଝିଅଙ୍କୁ ଥାନାକୁ ଡ଼କାଇ ପଚରା ଉଚରା କରିଥିଲା ଯାହା ଏହି ଘଟଣା ସହ ଜଡ଼ିତ ନ ଥିବା ସ୍ପଷ୍ଟହୋଇଛି। ସବୁଠାରୁ ବଡ଼ କଥା ହେଉଛି କି ଏହି ହତ୍ୟାକାଣ୍ଡ ଘଟଣାରେ ବହୁ ପ୍ରତ୍ୟେକ୍ଷ ଦର୍ଷୀ/ଅଭିଯୁକ୍ତ ଜଡ଼ିତ ଥିବାରୁ ଅପରାଧୀ ଧରା ପଡ଼ିବା ଅତି ସହଜ ସାଧ୍ୟ ହେବ,ଯାହାକି ପୁଲିସ ଅପରାଧୀଙ୍କୁ ଧରିପାରିଲେ ସୁନାମ ବଢିବ ଓ ଭରଷା ପୁଲିସ ଉପରେ ବଢିବ।ଘଟଣାର ମୁଖ୍ୟ ନାୟକ ଜଣେ ତଥା କଥିତ ସାମ୍ବା ଦିକ ବୋଲି ସାଧାରଣରେ ଚର୍ଚ୍ଚା ସମଗ୍ର ଅଞ୍ଚଳ ବାସୀ ଙ୍କ ମନରେ ଏବେ ବଳବତ୍ତର ହେବାରେ ଲାଗିଛି, ତେଣୁ ପୁଲିସ କେମିତି evidence act1872କୁ କାର୍ଯ୍ୟକାରୀ କରି ନିଜର ପାଠ,ତାଲିମ ଓ ଅଭିଜ୍ଞତା କୁ ସାକାର କରିବ,ତାହା ସାରା ଓଡ଼ିଶାର ପୁଲିସ ବାହିନୀକୁ ମର୍ଯ୍ୟାଦାବନ୍ତ କରିବ।