
ଅଡସପୁରର ସରକାରୀ ଜାଗାରୁ ଉଛେଦ ହେଲା ୭ ବେଆଇନ ନିର୍ମାଣ
ଫୁଲନଖରା-ନିଆଳି ୬୦ନମ୍ବର ରାଜ୍ୟ-ରାଜପଥ ଅନ୍ତର୍ଗତ ଅଡଶପୁର କଲେଜ ଛକ ନିକଟରେ ରାସ୍ତାପାର୍ଶ୍ୱରେ ସରକାରୀ ଜାଗାକୁ ଜବରଦଖଲ କରାଯାଇ ହୋଇଥିବା ବେଆଇନ ନିର୍ମାଣକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ପୁଲିସ ଓ ମାଜିଷ୍ଟ୍ରେଟକଂ ଉପସ୍ଥିିତିରେ ଭାଂଗି ଦିଆଯାଇଛି ।ସୂଚନାଯୋଗ୍ୟ ଯେ ଅଡଶପୁରଏକ ଜନଗହଳିପୂର୍ଣ ବାଣିଜ୍ୟିକ ପେଣ୍ଠସ୍ଥଳୀ ଏଠାରେ ପାର୍ଶ୍ୱବର୍ତ୍ତି ଜଗତସିଂହପୁର,ପୁରୀ , ଖୋର୍ଦ୍ଧା ଆଦି ଜିଲ୍ଲାର ବହୁସଂଖ୍ୟକ ବ୍ୟବସାୟୀ ଓ ଗ୍ରାହକକଂ ସମାଗମ ପ୍ରତ୍ୟେହ ହୋଇଥାଏ।ଉକ୍ତକାରଣରୁ ଏଠାରେ ଜମିର ମୂଲ୍ୟ ଆକାଶଛୁଆଁ।କେତେକ ଲୋକ ବିଭିନ୍ନ କଳକୌଶଳରେ ଶହଶହଏକର ସରକାରୀ ଜମିକୁ ମାଡିବସି ବେଆଇନ ନିର୍ମାଣ କରିବା ସହିତ କୋର୍ଟକଚେରୀରେ ସରକାରକଂ ବିରୁଦ୍ଧରେ ମାମଲା ଲଢି ନାକେଦମ କରିସାରିଲେଣି।ବର୍ଷ ବର୍ଷ ଧରି ମାମଲା ଚାଲୁଥିବାରୁ ବ୍ୟାପକ ସରକାରୀ ଜମି ଜବର ଦଖଲରୁ ମୁକ୍ତ ହୋଇପାରୁନାହିଁ।ବରଂ ଅଧିକ ବଢି ଚାଲିଛି।ଆଜିର ଉଛେଦରେ କେତେକ ଗରିବ ବ୍ୟକ୍ତି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଶହଶହ ପ୍ରଭାବଶାଳୀ ଏପର୍ଯ୍ୟନ୍ତ ସୁରକ୍ଷିତ ଅଛନ୍ତି ।
Adaspur eviction