breaking News ଅଂଚଳ ଖବର

ଅବୈଧପ୍ରେମ ! ନା ବାଳିକାକୁ ମାରି ରାତିରାତି ପୋଡିଦେଲେ, ଥାନା ପୁଲିସ ନୀରବ କାହିଁକି ?

Spread the love

ହତ୍ୟା,ଆତ୍ମହତ୍ୟା ନା ଅବୈଧ ଗର୍ଭପାତ ମ୍ରୁତ୍ୟୁ ?! ପୁଲିସ ନ ଜାଣି ମ୍ରୁତ୍ୟୁ, ଶବଦାହ ? ନିଆଳି ଥାନା ଦହିଜଂଗ ଗ୍ରାମରେ ମାମୁଁଘରେ ରହି ପାଠପଢୁଥିବା ଜଣେ ୧୪ ବର୍ଷିୟା ନା ବାଳିକାକୁ ଗତକାଲି ବିଳମ୍ବିତ ରାତ୍ରୀରେ ମାମୁଁଘର ଲୋକେ ମାରି ପୋଡିଦେଇଥିବା ଭଳି ଏକ ଲୋମ ହର୍ଷକ ଘଟଣା ପୁଲିସ , ପ୍ରଶାସନ,ସ୍ଥାନୀୟ ଜନସାଧାରଣ ଓ ଗଣମାଧ୍ୟମ ଆଢୁଆଳ ନା ଜାଣତରେ ବୋଲି ପ୍ରଶ୍ନଉଠିଛି ।ସାଂପ୍ରତିକ ପରିସ୍ଥିତିରେ ଭ୍ରୁଣ ହତ୍ୟା,ଅବୈଧ ଗର୍ଭପାତ ଜନିତ ମ୍ରୁତ୍ୟୁ ଯୋଗୁ ଝିଅ ମାନକଂ ସଂଖ୍ୟା ଉଲ୍ଲେଖନୀୟ ହାରରେ କମିଚାଲିଥିବା ବେଳେ ସମାଜରେ ନାରୀର ସୁରକ୍ଷାନେଇ ଏହିପରିପ୍ରେକ୍ଷୀରେ ଆଉଥରେ ପ୍ରଶ୍ନବାଚୀ ସ୍ରୁଷ୍ଟି ହୋଇଛିଫଳରେ ଯଦି ବେଳହୁଁ ସାବଧାନତା ଓ ଦୋଷୀମାନକଂ ପ୍ରତି କାର୍ଯ୍ୟାନୁଷ୍ଠାନ ନ ହେବ ତେବେ ହୁଏତ ବିବାହ ନିମନ୍ତେ ସୁ -ପାତ୍ରୀ ଟିଏ ମିଳିବା ଆଉ ସମ୍ଭବ ହୋଇ ନପାରେ !ଗୋବିନ୍ଦପୁର ଥାନା,ଉତ୍ତାରଣ ପଂଚାୟତ ଦେବୀ ନଦୀର ଶାଖା କନ୍ଦଳ ନଦୀ କୁଳର ଗାଁ ,ଗାଁ ର ନାଁ ବି କନ୍ଦଳ ।ଏଇ ଗାଁ ର ନା ବାଳିକା ଝିଅଟିଏ। ବୟସ ମାତ୍ର ୧୪ବର୍ଷ । ମାମୁଁଘର ନିଆଳି ଥାନା ଦହିଜଂଗ ଗ୍ରାମରେ ରହି ପାଠ ପଢୁଥିଲା ୧୦ମ ଶ୍ରେଣୀରେ।ତେବେ ପାଠପଢିବା ଭିତରେ ଗଢି ଉଠିଲା ଅବୈଧ ପ୍ରେମ ସଂପର୍କ !କିନ୍ତୁ କାହା ସାଂଗରେ ହେଲା ଏ ନିଷିଦ୍ଧ ପ୍ରେମ ?କଅଁଳିଆ ବୟସରେ କିଏ ଲଗେଇଲା ରଂଗୀନ ନିଶା ?ଉଡିବାକୁ ପ୍ରଜାପତିର ଡେଣା ?ଶ୍ରେଣୀର ଶିକ୍ଷକ?ନା ମାମୁଁ ଘର ଗାଁ ର ନିଜ ପରିବାର ଭିତରର କେହି ନା ଗାଁ ର କେହି ?ଅବଶେଷରେ ବାଟବଣା ଧରିଥିବା ନା ବାଳିକାକୁ ଅସମୟରେ ଜୀବନ ଦୀପ ଲିଭେଇଦେଲେ ସେଇମାନେ,ଯେଉଁମାନକୁଂ ସେ ନିଜର ,ଅତି ଆପଣାର ଭାବୁଥିଲା ।ରାତିରାତି ଶବକୁ ପୋଡିପାଉଁଶ କରିଦେଲେ ସେଇ ନିଜ ଲୋକମାନେ।ବ୍ରିଟିଶ ସରକାରକଂ ଅମଳରୁ ଭୁତ ବାନ୍ଧ,ପ୍ରେତବାନ୍ଧ କରିବାରେ ଅଭ୍ୟସ୍ତ ହୋଇ ଆସିଥିବା ପୁଲିସ କେମିତି ଜାଣିଳାନି ଏତେ ବଡ ଘଟଣାକୁ।କେହି କେହି ପ୍ରେମ ଘଟଣାରୁ ହତ୍ୟା ବୋଲି କହୁଛନ୍ତି ?ତେବେ ଏମିତି ଘଟଣାରେ ପୁଲିସକୁ ନ ଜଣାଇ ରାତିରାତି ଶବ ଦାହର ଅସଲ କାରଣ ଟା କଣ ?ସତରେ କଣ ସେଦିନର ଗାଁ ଚୌକିଦାର ବ୍ୟବସ୍ଥ‍ା ହଟିବାପରେ ପୁଲିସକୁ ମିଳୁନି ଆଉ ଗୁଇନ୍ଦା ତଥ୍ୟ ?ମାନେ ପୁରାପୁରି ଇଣ୍ଟେଲଜେନସି ଫେଲ୍ ?ପୁଲିସ ଉଚ୍ଚ ଅଧିକାରୀ ଘଟଣାର ଖୋଳତାଡ ନିର୍ଦ୍ଦେଶ ଦେବେକି? ମ୍ରୁତ୍ୟୁର ଦିନକ ଆଗରୁ ଝିଅଟି କାହିଁକି ଏତେ ବେଶିବେଶି କାନ୍ଦୁଥିଲା ?

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]