
ଆକାଶକଇଁଆ ଚିଲିକାମାଛ! କନ୍ଦଳନଦୀ ଭୂତଳକେନାଲ ପୁନଃ ନିର୍ମାଣ ବଦଳରେ ଛିଣ୍ଡାସଫେଇ ଆକାଶକୁସୁମ ପରିକଳ୍ପନା କାହା ସ୍ୱାର୍ଥରେ?ଏହା କୁଆଡେ଼ ଚାଷୀଙ୍କ ସରକାର!!!!(ଭାଗ-୧)

କନ୍ଦଳନଦୀ ଶଯ୍ୟାରେ ଭୂତଳ କେନାଲର ଖରାଦିନର ଅବସ୍ଥା,ନଦୀ ବାଲି ଭିତରେ ୧୯୬୮ମସିହାରେ ସ୍ୱର୍ଗତଃ ବିଧାୟକ ମୁରଲୀଧର କାନୁ ନ ଗୋଙ୍କ ପ୍ରଚେଷ୍ଟାରେ ଅଣ-ଜଳସେଚିତ,ଦେବୀ-କନ୍ଦଳନଦୀ ମଧ୍ୟ ବର୍ତ୍ତୀ ଦ୍ୱିପାଞ୍ଚଳ କଣ୍ଟାପଡ଼ା ଓ ନିଆଳି ବ୍ଲକ ଅନ୍ତର୍ଗତ ପ୍ରାୟ ୩୦୦୦ ହେକ୍ଟରରୁ ଉର୍ଦ୍ଧ୍ବ ଚାଷଜମିକୁ ସିମେଣ୍ଟ,କଂକ୍ରିଟ ଢ଼ଳେଇର ନିର୍ମିତ କେନାଲ ଜରିଆରେ ଜଳସେଚନ କରାଯାଇ ଆସୁଛି ଯାହା ଏବେ ଭଙ୍ଗା ଦଦରା ଅବସ୍ଥା,ଜଳଧାରଣ କ୍ଷମତା କମିଆସିଲାଣି,ଚାଷୀଙ୍କୁ ଚାଷର ଗୁରୁତ୍ଵପୂର୍ଣ୍ଣ ସମୟରେ ରୋଟେଶନରେ ଜଳ ଯୋଗାଯାଉଛି (Satyanusandhana news)

ଚାଷୀର ନା ଠିକାଦାରର? କାହାର ସରକାର୍??
କଟକ ଗ୍ରାମାଞ୍ଚଳ ଜିଲ୍ଲା(ନି.ପ୍ର)ରାଜ୍ୟରେ ନୂଆ ସର କାର ଗଠନକୁ ଦୁଇମାସ ବି ହୋଇନି,ହେଲେ ସର କାରଙ୍କ ଆଭିମୁଖ୍ୟ ଓ କାର୍ଯ୍ୟକ୍ରମକୁ ନେଇ ସାଧାରଣ ରେ ଏବେ ନାନାସନ୍ଦେହ ଓ ପ୍ରଶ୍ନବାଚୀ ଉଠିଲାଣି।କିଏ ଚଳାଉଛି ସରକାରକୁ?ଅସଲରେ ଏହାମୋହନ ସରକାର୍?ନା ସଖୀକଣ୍ଢେଇ ସଜେଇବା ଲକ୍ଷ୍ୟରେ ପରଦାପଛରେ ରହି ଅନ୍ୟକେହି ନିୟନ୍ତ୍ରଣ,ପରିଚାଳ ନା କରୁଛି?ତେବେ ଅସଲ ଖଳନାୟକ ଜଣକ କିଏ ?ଯେ କି ସରକାରଙ୍କୁ ଭୁଲବାଟରେ ଜାଣିଶୁଣି ଭ୍ରମିତ କରୁଛି?ନୂଆ ସରକାର କାହାର?ଚାଷୀର ନା ଠିକା ଦାରର?ଏମିତିହେଲେ ଲୋକେ ମହରଗରୁ ଯାଇ କାନ୍ତାରରେ ପଡିଗଲେ କି ବୋଲି ଭାବିବାକୁ ବାଧ୍ୟ ହେବେ।କଥାଟା ଠିକ୍ ଏମିତି ଘଟିପାରେ ଯେ …..” ପଳେଇ ପଶିଲି ମାଉସୀ ଘରେ,ନା ମାଉସୀ ମାଇଲା ଦିପହରେ…।ଚାଷୀ ନାଁ ରେ ଆଉକେତେ ବୌଦ୍ଧିକରାହାଜାନୀ,ଠକେଇ ଓ ଲୁଟକୁ ବରଦାସ୍ତ କରିବା?ଭାତହାଣ୍ଡିରୁ ଗୋଟିଏ ମାତ୍ର ଉଦାହରଣ ଯ ଥେଷ୍ଟହେବ।ଓଡ଼ିଶାରେ ମୋଟ ୧୮୬୮ଟି ନଦୀ ବା ଲିଘାଟ ବୋଲି ପୂର୍ବସରକାରଙ୍କ ରାଜସ୍ୱସଚୀବ ବିଦାୟ କାଳୀନ ସଭାରେକହିଥିଲେ।ରାଜ୍ୟରେ ମୋହ ନ ସରକାର ଆସିବା ଅଳ୍ପ କିଛିମାସ ଆଗରୁ ବିଜେ ଡି ସରକାର ଲଘୁଖଣିଜ ଆଇନରେ ରାଜ୍ୟ ଖଣି ବିଭାଗକୁ ହସ୍ତାନ୍ତର କରି ଏହାକୁ ନିଲାମ ଓ ଏଥିରୁ ରାଜସ୍ୱ ଆଦାୟ କରୁଥିଲେ।ରାଜସ୍ୱଲୁଟ ରୋକିବା କୁ ତହସିଲ,ଥାନା,ପୁଲିସ ଜରିଆରେ ନିୟନ୍ତ୍ରଣ କରା ଯାଉଥିଲା।ଜିଲ୍ଲାକାର୍ଯ୍ୟାଳୟ ଜରିଆରେ ନିଲାମ ହେ ଉଥିଲା।ବିଜେଡି ସରକାର ଏହାକୁ ରାଜ୍ୟ ଖଣି ବିଭାଗ ଅଧୀନକୁ ନେଇଯିବା ପରେ କଣ ଅଧିକଫାଇଦା,କାହାକୁ ମିଳିଲା?ଏହା ଊଣାଅଧିକେ ସମସ୍ତେ ଜାଣନ୍ତି,ଲୋକେ କହିଲେ ତାମିଲ ସବୁ ଲୁଟଅର୍ଥ ସେଣ୍ଟ୍ରାଲାଇଜ କରି ବଡ଼ମୁଣ୍ଡ ମାନଙ୍କ ଜରୀଆରେ ମୋଟାରେ ନେବାକୁ ଏପରି ଯୋଜନା କରିଛି।ଆମେ ସମସ୍ତେ ଏହାହିଁ ଭାବି ଥିଲେ।ତେବେ ମୋହନ ସରକାର ଆସିବାପରେ ପୂର୍ବାପେକ୍ଷା ସାରାରାଜ୍ୟରେ ଖୋଲା ମେଲାରେ ରାତିଦିନ ଅନବରତ ଏହି ବାଲିଲୁଟ ଚାଲିଛି।ନବୀନ ସିନା ଓଡ଼ିଆ ଲେଖି,ପଢିବୁଝି ପାରୁ ନଥିଲେ ଯେ, ତାମିଲ ପୋଷିଥିଲେ!ହେଲେ ଆଜିର ମୋହନ ସରକାରଙ୍କର ତ ସେ ସମସ୍ୟା ନାହିଁ,ଲେଖା,ପଢା, ଓଡ଼ିଆ ଗଣମାଧ୍ୟମ ରିପୋର୍ଟ ବୁଝିବାରେ ଅସୁବିଧା ନାହିଁ,ତେବେ କୋଟିକୋଟି ଟଙ୍କାର ନଦୀ ବାଲିକୁ ଏବେ ଲୁଟିନେଉଛନ୍ତି କେଉଁମାନେ??କାହା ଇଙ୍ଗିତ ରେ ରାଜକୋଷ ଲୁଟକୁ ଏପରି ନିରବଛିନ୍ନ ଲୁଟର ସାହାଣମେଲା କରିଦିଆଯାଇଛି??କିଏ ସେହି ପରଦାପଛର ମୁଖ୍ୟ ଖଳ-ନାୟକ?ଯେକି ମୋହନ ସରକାରଙ୍କୁ କଣ୍ଢେଇନାଚକରେଇ ବଦନାମଗଳିରେ ମୋହନସରକାରଙ୍କୁ ଠିଆକରାଇଛି?ଏହିପରିପ୍ରେକ୍ଷୀ ରେ ଏଥରଆସିବା:-ଆଜିରମୁଖ୍ୟପ୍ରସଙ୍ଗ ଚାଷୀଙ୍କ ଜମିକୁ କେନାଲଜଳ ଯୋଗାଣ ପାଇଁ କନ୍ଦଳ ନଦୀ ଶଯ୍ୟାରେ ଭଙ୍ଗା,ଦଦରା ଭୂତଳ କେନାଲ ପୁନଃ ନିର୍ମାଣ ଲାଗି ୩୦କୋଟି ଦେଲେନି,ଦେବୀ ନଦୀର ଶାଖା,ଛିଣ୍ଡା-ତଅଁଳା ସଫେଇ ପାଇଁ ଶହେକୋଟି କେମିତି ଦେବେ ମୋହନସରକାର?କାହା ସ୍ୱାର୍ଥରେ ଏପରି ଯୋଜନା????
ଚାଷୀର କେନାଲ ପୁନଃନିର୍ମାଣ ପାଇଁ ୩୫କୋଟିଦେଲେନି,ଛିଣ୍ଡା-ତଅଁଳା ସଫେଇକୁ ୧୦୦ କୋଟି??ଯୋଜନା ନା ଧୂଆଁ ବାଣ !!
ଦ୍ଵୀପାଞ୍ଚଳର “ଲାଇଫଲାଇନ ” ବା ଭାତହାଣ୍ଡି କନ୍ଦଳ ସାଇଫନ ପ୍ରତି ବୈମାତୃକ ମନୋଭାବ କାହିଁକି?
ଅଣଜଳସେଚିତ କେନାଲବିହୀନ କଟକ ଜିଲ୍ଲା,କ ଣ୍ଟାପଡ଼ା ନିଆଳି ବ୍ଲକ,ଦେବୀ କନ୍ଦଳ ଦ୍ଵୀପଅଞ୍ଚଳର ପ୍ରାୟ ୩୫୦୦ ହେକ୍ଟର ଜମିକୁ ଜଳସେଚନ ଲାଗି ଚିନ୍ତା ଓ ଯୋଜନା କରିଥିଲେ ସ୍ୱର୍ଗତଃ ତତ୍କାଳୀନ କଣ୍ଟାପଡ଼ା ପଞ୍ଚାୟତ ସମିତିଅଧ୍ୟକ୍ଷ ଓ ପରେ ଗୋବିନ୍ଦପୁର ବିଧାୟକ ମୁରଲୀଧର କାନୁନଗୋ।କାକଟପୁ ର ବ୍ରାଞ୍ଚକେନାଲରୁ କୂଳବ୍ରାହ୍ମଣସାଇଲୋ ଠାରେ ଏ କ ସାଇଫନ ଜରିଆରେ କନ୍ଦଳ ନଦୀ ଶଯ୍ୟା ତଳେ ଅପରପାର୍ଶ୍ଵ ସାଇଲୋବଡବିଲ ପର୍ଯ୍ୟନ୍ତ ଏହି ସିମେଣ୍ଟ ଢ଼ଳେଇ କେନାଲ ପ୍ରାୟ ୧୦ଫୁଟ ଗଭୀରର ନିର୍ମିତ ହୋଇଥିଲା।ଏହା ନଦୀ ଜଳସ୍ରୋତ ଓ ନଦୀବାଲିରେ ପୋତି ନହେବାକୁ ସିମେଣ୍ଟଢ଼ଳେଇର ସ୍ଲାବଛାତ ପକାଯାଇଥିଲା।ସ୍ଲାବ ଓ କେନାଲର ଉପର କାନ୍ଥ ଓ ଛାତ ସ୍ଲାବମଝିରେ ଜଳନିରୋଧି ତମ୍ବାପ୍ଲେଟର ପାତ ଦିଆଯାଇଥିଲା।ଅପରପାର୍ଶ୍ୱରେ ସାଇଫନରୁ ବାହାରୁଥିବା ଜଳକୁ ଚାରିଗୋଟି କେନାଲ ଯଥା:ଛିଣ୍ଡା(ବାମ),ଛିଣ୍ଡା (ଦକ୍ଷିଣ),ଦେବୀ (ଦକ୍ଷିଣ),କନ୍ଦଳ(ବାମ)ଏପରି କେନାଲ ଜରିଆରେ ଦ୍ଵୀପାଞ୍ଚଳର ପ୍ରାୟ ୩୦୦୦ରୁ ୩୭୦୦ହେକ୍ଟର ଜମି ସବୁଜିମା ପାଲଟିଥିଲା।କାଳକ୍ରମେ କନ୍ଦଳନଦୀର ଜଳସ୍ରୋତ, ନଦୀବାଲି ଯୋଗୁ ନଦୀଶଯ୍ୟାର ଏହି ଭୂତଳକେନା ଲ ଧ୍ଵଂସ ଅଭିମୁଖି ହେବାରେ ଲାଗିଲା।ଜଏଣ୍ଟ ସ୍ଥାନ ର ତମ୍ବା ପ୍ଲେଟ ଗୁଡ଼ିକ କ୍ଷୟହେବାରୁ ସେହି ବାଟ ଦେଇ ନଦୀର ବାଲି,ପଟୁ,ପଙ୍କ,କାଦୁଅ,ପାଣି କେନା ଲ ଭିତରେ ପ୍ରବେଶ କଲା।ଫଳରେ ପୋତିବାରେ ଲାଗିଲା।ଫଳରେ ଜଳଧାରଣ କ୍ଷମତା କମିଗଲା।କେତେବେଳେ କେନାଲଭିତର ଜଳ ଶେଷମୁଣ୍ଡ ପର୍ଯ୍ୟନ୍ତ ନଯାଇ ନଦୀଶଯ୍ୟା ଭିଜାଇ ନଦୀକୁ ବାହାରି ଗଲା ତ ଆଉ କେତେବେଳେ ନଦୀର ବନ୍ୟାଜଳ ଏହି କେନାଲ ଭିତରକୁ ପ୍ରବେଶକଲା।ଜଳସମ୍ପଦ ବିଭାଗର ଯନ୍ତ୍ରୀ ଓ କର୍ମଚାରୀମାନେ ନାକେଦମ୍ ହେଲେହେଁ ଦ୍ଵୀପାଞ୍ଚଳ ଚାଷଜମି ଗୁଡ଼ିକୁ ଆବଶ୍ୟକତା ଅନୁଯାୟୀ ଜଳଯୋଗାଇ ପାରିଲେ ନାହିଁ।ଗୋଟିଏ କେନାଲରେ ଜଳ ଛାଡ଼ିବାକୁ ହେଲେ ଅନ୍ୟ ୩ଟି କେନାଲକୁ ବନ୍ଦରଖି ପର୍ଯ୍ୟାୟକ୍ରମେ ପାଳିକରି ଜଳଯୋଗାଣ କରିବାକୁ ପଡ଼ିଲା।ଏହି ୩୦୦୦ରୁ ଉର୍ଦ୍ଧ୍ବ ହେକ୍ଟର ଜମିକୁ ଜଳଯୋଗାଣ ପାଇଁ ସରକାର ବି ବେଶ ପରିମାଣର ଜଳକର ପାଉ ଥିଲେ।ଏହାର ପରିଚାଳନା ପାଇଁ କଣ୍ଟାପଡ଼ା ଜଳ ସମ୍ପଦ ବିଭାଗ ଅଧୀନରେ ସାଇଲୋ ବଡ଼ବିଲ ସେକ୍ସନ ବି କାର୍ଯ୍ୟକରୁଥିଲା,କ୍ରମେକେନାଲ ଅଚଳ ହୋଇ ଆସିବାରୁ ଏହି ସେକ୍ସନ ବି ଅକାମୀ ହୋଇ ପଡ଼ିଲା।ଫଳରେ ଏହିକାର୍ଯ୍ୟାଳୟ ଭୂତକୋଠୀ ପାଲ ଟିଲା।କୋଟିକୋଟି ଟଙ୍କାର ସରକାରୀ କୋଠାବାଡି ଖତଖାଉଥିବାବେଳେ ଚୋରମାନେ ଝରକା କବାଟ ତାଡ଼ି ନେଇଗଲେ।ବିଭାଗୀୟ ଅଧିକାରୀମାନେ କେନାଲ ପୁନରଉଦ୍ଧାର ଲାଗି ଉଚ୍ଚକର୍ତ୍ତୃପକ୍ଷଙ୍କୁ ଯେତେ କାକୁତି ମିନତି ହେଲେ ବି ସରକାର ଗୁରୁତ୍ୱର ସହ ଏହାକୁ ନେଲେନାହିଁ।ବିଶେଷତଃ ବିଜେଡି ଶାସନ କାଳରେ ଦ୍ଵୀପାଞ୍ଚଳର ଲାଇଫ ଲାଇନ୍ ବା ଭାତହାଣ୍ଡି କୁହାଯାଉଥିବା ଉକ୍ତ କେନାଲ ପ୍ରତି ସରକାର ଯଥେଷ୍ଟ ଅବହେଳା କରିଛନ୍ତି।ମରାମତି ଆଳରେ ମାତ୍ର ଟୁକୁଡ଼ା ରୁଟି ଖଣ୍ଡେଖଣ୍ଡେ ଫିଙ୍ଗି ଚାଷୀଙ୍କ ମୁହଁ ବନ୍ଦ କରାଇଛନ୍ତି।ଯେଉଁଠି କୋଟିକୋଟି ଟଙ୍କା ଓ କେନାଲର ସଂପୂର୍ଣ୍ଣ ପୁନର ନିର୍ମାଣ ଆବଶ୍ୟକତା ଅବଶ୍ୟମ୍ଭାବୀ ଓ ଏକମାତ୍ର ବିକଳ୍ପ,ସେଠାରେ କେତେ ହଜାର ବା ଲକ୍ଷଟଙ୍କା ସମୁଦ୍ରର ବିପୁଳ ଜଳରାଶିକୁ ଶଙ୍ଖେଜଳ ବା କଣ କିଛି କାମ ଦେବ ???
୨୦୨୨ ଓ ୨୦୨୩ ବର୍ଷରେ ରାଜ୍ୟ ଟେକ୍ନିକାଲ ଆଦ୍ଭାଇଜରି କମିଟି ନିକଟରେ ୩୫କୋଟି ଟଙ୍କା ମଗାଯାଇ DPR ବା ସବିଶେଷ ପ୍ରକଳ୍ପ ରିପୋର୍ଟ ଦାଖଲ ହୋଇଛି।


କନ୍ଦଳ ସାଇଫନ ଜରୁରୀ ନା ଛିଣ୍ଡା – ତଅଁଳା ସଫେଇ ??
ଛିଣ୍ଡା-ତଅଁଳା ସଫେଇ ପାଇଁ ଆଗ୍ରହ ଏତେ କାହିଁକି? ଏହା ସମ୍ପର୍କରେ ଯଦି ଅତୀତକୁ ସ୍ମରଣ କରାଯାଏ ତେବେ ଏହା କୌତୁହଳ ସୃଷ୍ଟି କରିବ,କାରଣ ଏହା ବାସ୍ତବରେ ଛିଣ୍ଡା ନୁହେଁ ଏହା ଏକ ଅଛିଣ୍ଡା ଅଙ୍କ। ଏହି ଅଙ୍କରେ ଭାରି ଫାଇଦା !ରାଜନେତାଙ୍କୁ ବି ଯନ୍ତ୍ରୀ,ତନ୍ତ୍ରୀ,ମନ୍ତ୍ରୀ ପର୍ଯ୍ୟନ୍ତ ବି…..ତେଣୁ ୨୦୦୩- ୨୦୦୪ ବର୍ଷରେ ତତ୍କାଳୀନ ଅର୍ଥରାଷ୍ଟ୍ରମନ୍ତ୍ରୀ ପଞ୍ଚା ନନ କାନୁନଗୋ ଏହିଫର୍ମୁଲା ଉଦ୍ଭାବନ କରିଥିଲେ।ଛିଣ୍ଡାକୁ ଏକ ମୃତନଦୀ କୁହାଯାଇପାରେ।ପୁରୁଣା ଦେବୀନଦୀର ସୁଦୁସାଇଲୋସ୍ଥିତ ଶଙ୍କରେଶ୍ୱର ମଠ ସନିକଟରୁ ଏହା ଦେବୀ ନଦୀବନ୍ଧ ଭାଙ୍ଗି ବ୍ରିଟିଶ ଶାସନ ସମକାଳୀନ ସମୟରୁ ଏହା ବଡ ବିପତ୍ତି ସୃଷ୍ଟି କରୁଥିଲା।ପରବର୍ତ୍ତୀ ସମୟରେ ସରକାରଙ୍କ ଯୋଜନାରେ ଏହାର ମୁହାଣକୁ ବନ୍ଧେଇ ଅଞ୍ଚଳକୁ ଫସଲ ଧୋଇରୁ ରକ୍ଷା କରାଯାଇ ଆସିଛି।ଏହି ମୃତ ନଦୀକୁ ଅନେକ ସ୍ଥାନରେ ଲୋକେ ଜବର ଦଖଲ କରି ଘରବାଡ଼ି କରିଦେଲେଣି।ତେଣୁ ପଞ୍ଚାନନ କାନୁ ନଗୋଙ୍କ ସମୟରେ କେତେ ଟଙ୍କା ମଞ୍ଜୁର ହୋଇ ଥିଲା,କେତେ ଖର୍ଚ୍ଚହେଲା ହୁଏତ ଆଙ୍ଗୁଠି ଅଗରେ ଗଣିହେଲା ପରି ଖୁବ୍ କମ୍ ଲୋକେ ଏହା ଜାଣିଥିବେ କିନ୍ତୁ ସୁଦୁସାଇଲୋ ଆରମ୍ଭ ମୁଣ୍ଡରୁ କିଛି ବାଟଯାଏ ମାଗୁରାକୁଦ ପର୍ଯ୍ୟନ୍ତ ସଫେଇ ନାମକୁ ମାତ୍ର ହୋଇ ଆଗକୁ ଆଉ ଯାଇପାରି ନଥିଲା,କାରଣ ବିପୁଳ ଅର୍ଥରାଶି ପ୍ରାୟ ୧୦୦୦କୋଟି ଖର୍ଚ୍ଚହେବ ବୋଲି ଯନ୍ତ୍ରୀମାନେ ଆକଳନ କରିଥିଲେ।ଦ୍ଵିତୀୟତଃ ଆଗକୁ ଆଗକୁ ଜବରଦଖଲରେ ଘରବାଡ଼ି,ସର କାରୀ ଯୋଜନାରେ ବିଭିନ୍ନ ସାହି ଓ ଗାଁ ଗୁଡିକୁ ରାସ୍ତା ଓ ସଂଯୋଗିକରଣ ପୋଲ ନିର୍ମିତ ହୋଇ ଲୋକେ ବ୍ୟବହାରକରି ଆସୁଛନ୍ତି।ସଫେଇ ହେଲେ ଏ ସବୁ ପୋଲକୁ ପୁନରନିର୍ମାଣ କରିବାକୁ ବଜେଟ ଦରକାର୍,ଯାହାକି ସଂପୂର୍ଣ୍ଣ ଡି.ପି.ଆର ପ୍ରସ୍ତୁତ ପରେ ହିଁ ସ୍ପଷ୍ଟ ହେବ।ପୂର୍ବରୁ ବିଧାୟକ ପ୍ରମୋଦ ମଲ୍ଲିକ ମଧ୍ୟ ଏପରି ଫାର୍ସ,ନାଟକବାଜି ରଚି ଜଳସମ୍ପଦ ବିଭାଗର ଉଚ୍ଚଉଚ୍ଚ ଅଧିକାରୀଙ୍କୁ ଆଣି ଲୋକଙ୍କୁ ଭୁଆଁବୁଲାଇ ଚାଲିଯାଇଛନ୍ତି,ଯାହାର କିଛି ଫଟୋ ପ୍ରମାଣ ନିମ୍ନରେ ପ୍ରଦାନ କରାଗଲା।


ଯେଉଁଠି ଦ୍ଵୀପାଞ୍ଚଳବାସିଙ୍କ ଭାତହାଣ୍ଡି,ପ୍ରାୟ ୭୦୦୦ ଏକର ଜମିକୁ ଏକମାତ୍ର କନ୍ଦଳ ସାଇଫନ କେନାଲ ପୁନରନିର୍ମାଣ ଲାଗି ସରକାର ୩୫କୋଟି ଟଙ୍କା ଦେଉନାହାନ୍ତି,DPR ୨୦୨୨ ଓ ୨୩ ମସିହାରୁ ଦୁଇ ଦୁଇ ଥର ଯାଇ ସରକାରଙ୍କ ରାଜ୍ୟ TAC କମିଟି ମଞ୍ଜୁର ଲାଗି ପଡ଼ିରହିଛି,ସେଠାରେ ଛିଣ୍ଡା ସଫେଇ ଏକ ଅଛିଣ୍ଡା ଅଙ୍କ ଓ ହାସାସ୍ପଦ ବିଷୟ ନୁହେଁ କି?
କେନାଲ ନିର୍ମାଣ ଅପେକ୍ଷା ଛିଣ୍ଡା ସଫେଇରେ ଲାଭ ଅଧିକ,ଠିକାଦାରଙ୍କ ଶୋଷଣ ଅଧିକ।
କନ୍ଦଳ ସାଇଫନ ପୁନଃନିର୍ମାଣ ଅପେକ୍ଷା ବର୍ତ୍ତମାନର ନବନିର୍ବାଚିତ ବିଧାୟକ ଚାଷୀଙ୍କୁ ଗୁରୁତ୍ଵ ନଦେଇ ଠିକାଦାରଙ୍କୁ ଗୁରୁତ୍ଵ ଦେଲେ କାହିଁକି?ଯେଉଁ ନାଟକ ବାଜି ପୂର୍ବରୁ ପଞ୍ଚାନନ କାନୁନଗୋ ଓ ପ୍ରମୋଦ ମଲ୍ଲିକ କରିସାରିଛନ୍ତି,ବର୍ତ୍ତମାନର ମୋହନ ସର କାରରେ ନୂତନ ବିଧାୟକ ଆଚରିବା କୃଷକର ସର କାର ନା ଠିକାଦାରର ସରକାର ବୋଲି ସନ୍ଦେହ, ସାଧାରଣରେ ପ୍ରଶ୍ନ ଉଠାଉନାହିଁ କି?କେନାଲ ନିର୍ମା ଣରେ ସଂଖ୍ୟାଧିକ ଚାଷୀ ଉପକୃତ ହୋଇପାରନ୍ତି, ହେଲେ ସାମଗ୍ରୀ ପାଇଁ ମୂଳଧନ ଅଧିକ,ଲାଭ କମ, କିନ୍ତୁ ସଫେଇରେ ଠିକାଦାର ମୂଳଧନ କମ ଲାଭ ଅପର୍ଯ୍ୟାପ୍ତ।


